kamal kumar dash

Drama Horror Thriller

3  

kamal kumar dash

Drama Horror Thriller

କମଳା ଗଛ

କମଳା ଗଛ

1 min
216



  ବହୁତ ଦିନ ପରେ ଆମେ ସବୁ ଭାଇ ଭଉଣୀ ଏକାଠି ହୋଇଛୁ ପୂଜାରେ । ସାନ ଭାଈ ଦିଲ୍ଲୀରୁ ଆସିଛି ମୁଁ ବମ୍ବେରୁ ଓ ଭଉଣୀ କଟକରୁ । ବହୁ ପୂୠଣl କଥା ର ଆଲୋଚନା ଚାଲିଛି । ବାଡ଼ି ଆଡେ ଥିବା କମଳା ଗଛର କଥା ପଡିଲା | ଭଉଣୀ କହିଲା ସେ ଗଛରେ ବହୁତ କମଳା ଫଳୁ ଥିଲା ଓ ବଡ଼ ଟେଷ୍ଟି ଥିଲା । ବୁଢୀମା କାର୍ତ୍ତିକ ମାସରେ ହବିଷ ଭାତ ସାଙ୍ଗରେ ସେ କମଳା ନହେଲେ ଖାଉ ନଥିଲା । ବୋଉ ଛୋଟ ମାଛ ବେସର କଲା ବେଳେ ସେଥିରେ କମଳା ରସ ଚିପୁଡ଼ି ଦେଉଥିଲା ଓ ମାଣଓଷାରେ ଦହି ପଖାଳ କଲା ବେଳେ ସେଥିରେ ଦିଟା କମଳା ପତ୍ର ପକାଇ ଦେଉଥିଲା । ଦହି ପଖାଳର ବାସ୍ନା ମନେ ପଡିଗଲା ସମସ୍ତଙ୍କର । ସମସ୍ତେ ବାଡ଼ିଆଡ଼କୁ ବାହାରିଲୁ , ହେଲେ କମଳା ଗଛ ଆଉ ନଥିଲା । ଓହୋ କଣ ହେଲା ସେ ଗଛର ? କହି ପାଖ ପଥରରେ ବସିଗଲି ମୁଁ  । ଖୁଡି କହିଲେ ଗଲା ବାତ୍ୟାରେ ଭାଙ୍ଗିଯାଇଥିଲା ସେ ଗଛଟା ଓ କିଛି ଦିନ ପରେ ମରିଗଲା । ସାନ ଭାଇ କହିଲା ତା ମୂଳରେ ସେ ଗୋଟେ ଲୁହl ବନ୍ଧୁକ ପୋତି ଥିଲା ପିଲାଦିନେ ସେବନ୍ଧୁକ ପାଇଁ ଆମେ ଦି ଭାଈ ଝଗଡା କଲାରୁ ନାନା ତାକୁ ଫୋପାଡ଼ି ଭାଙ୍ଗି ଦେଲେ ଓ ବନ୍ଧୁକ ଭାଁଙ୍ଗିଗଲା ପରେ ସାନ ଭାଈ ତାକୁ କମଳାଗଛ ମୂଳେ ପୋତି ଦେଇଥିଲା । ତାପରେ ଆମକୁ ଖୋଜି ଆମ ପିଲାମାନେ ଆସିଗଲେ ଓ ତାଙ୍କ ଭିତରୁ କିଏ କହିଲା ଚାଲ ଖୋଳକି ଦେଖିବା ସେ ବନ୍ଧୁକ ଅଛି ନl ନାହିଁ ? ଘରୁ ଶାବଳ ଆଣି ଗଛ ମୂଳ ପାଖରେ ଖୋଳାଗଲା ଅଳ୍ପ ତଳେ ଜଙ୍କ ଲଗା ପୁରୁଣା ବନ୍ଧୁକ ଟା ମିଳିଲା । ସମସ୍ତେ ବହୁତ ଖୁସି ହୋଇଗଲେ, ସେ ପିଲାଦିନର ସ୍ମୃତି କୁଦେଖି ତାର ଅନେକ ଫଟ ନିଆଗଲା ଓ ଫୁଣି ସେହି ଜାଗାରେ ପୋତି ଦିଆଗଲା । ତାକୁ ପୋତିଲା ବେଳେ ଜଣl ପଡିଲା ଯେ କମଳା ଗଛର ମୂଳ ଟl ବଞ୍ଚିଛି । ସେଗଛ ମୂଳରେ ପାଣି ଦିଆଗଲା ଓ ତା ପରଦିନ ସାର ଓ କିଛି ହର୍ମୋନ ଆସି ଦିଆଗଲା । ସାତଦିନପରେ ସେଗଛମୂଳରୁ ପତ୍ର ବାହାରିଲା । କମଳା ଗଛମୂଳରେ ପତ୍ର ବାହାରିବାର ଦେଖି ସମସ୍ତେ ବହୁତ ଖୁସିହେଲେ ।


Rate this content
Log in

Similar oriya story from Drama