Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Tragedy

3  

Satyabati Swain

Tragedy

କଲମ

କଲମ

5 mins
451



ଦିଲ୍ଲୀ ବାଙ୍ଗାଲୋରରେ!!!ଅବିଶ୍ୱାସ ଲାଗୁଥିଲା ମୋତେ।କିନ୍ତୁ ମନ କହୁଥିଲା ହଁ ଇଏତ ଦିଲ୍ଲୀ!!ଭାଇ କିନ୍ତୁ କହୁଥିଲେ ଦିଲ୍ଲୀ ନିଖୋଜ ଓ ମୃତ!!।ପୋଲିସ୍ ଦିଲ୍ଲୀର ସାର୍ଟ ପ୍ୟାଣ୍ଟ, ହାତ ଘଣ୍ଟା ଓ ପର୍ସ ସମୁଦ୍ରରେ ଜୁଆରରେ ଭାସି କୂଳ ରେ ଲାଗିଥିବା ଗୋଟିଏ ମୁଣ୍ଡ ବିହୀନ ଶବ ଦେହରୁ ପାଇଁ ଥିଲେ।ମାରି କି କେହି ସମୁଦ୍ରରେ ଫିଙ୍ଗି ଦେଇଥିବା ବି ଅନୁମାନ କରା ଯାଉଥିଲା।ମୁଣ୍ଡ ନଥିବାରୁ ଅନେକ ଦିନ ଧରି ଶବ ଚିହ୍ନଟ କରା ଯାଇ ପାରି ନଥିଲା।ସମାଜରୁ ନିଖୋଜ ବିଜ୍ଞାପନ ଦେଖି ଦିଲ୍ଲୀ ବାପାଙ୍କୁ ଡକାଇ ଜିନିଷ ପତ୍ରରୁ ଅନୁମାନ ହୋଇଥିଲା ଯେ ଦିଲ୍ଲୀ ମୃତ।

        ଦ୍ଵନ୍ଦ୍ୱରେ ପଡିଗଲା ସିଗ୍ମା।କିନ୍ତୁ ଆଜି ସେ ଯାହାଙ୍କୁ ଦେଖିଲା ସେ ତ ଦିଲ୍ଲୀ!।ତା ଆଖି କହୁଥିଲା ସେ ଦିଲ୍ଲୀ।ତା ମୁହଁ କହୁଥିଲା ସେ ଦିଲ୍ଲୀ।ତା ବାଆଁ ଓଠ ତଳକୁ ଯେଉଁ କଲା ଜାଇଟା ସେ ବି କହୁଥିଲା ସେ ଦିଲ୍ଲୀ ଦିଲ୍ଲୀ।ତେବେ ଦିଲ୍ଲୀ ମୃତ ବୋଲି ଘର ଲୋକେ ଧରି ନେଇ ଛନ୍ତି!କିନ୍ତୁ ସେତ ଜୀବିତ।ପଚାରିଵ କି ଆଉ ପାଖକୁ ଯାଇ!ମନ ପୁଣି ପଛକୁ ଟାଣିଲା।ନାଇଁ ଆଉ କିଛି ଦିନ ଯାଉ ନିଶ୍ଚିନ୍ତ ହୋଇଯାଉ କାହା ପାଖୁ ବୁଝି ତାପରେ ପଚାରିବ।ନୂଆ ହୋଇ ଜଏନ୍ କରିଛି ଏବେ।

     ମନ ଭାରି ଗୋଳେଇ ଘାଣ୍ଟି ହେଉଥାଏ।ଦିଲ୍ଲୀ ତାଙ୍କ ପଡୋଶୀ ଛବି ଦି ଙ୍କ ସାନ ପୁଅ।ଆମ ଗାଁ ତା ମାମୁଁ ଘର ଗାଁ।ଦିଲ୍ଲୀ ଯେବେ ମାମୁଁ ଘରକୁ ଆସେ ଆମ ଘରେ ତା ଦିନ କଟେ।କାରଣ ଆମ ଘରେ ତା ପସନ୍ଦ ମୁତାବକ ସବୁ ଥାଏ।ଏଇ ଯେମିତି କଳା ଧଳା କୋଣାର୍କ ଟିଭି।ଷ୍ଟେରିଓ ଓ ମୋ ଭାଇ ସ୍କୁଟର।ତା ମାମୁଁ ଘରେ ଗୋଡ଼ ନ ଦେଉଣୁ ଆମ ଘରେ ଆସି ହାଜର।ସବୁବେଳେ କୁହେ ଆମ ଘରଟା ହିଁ ତା ମାମୁଁ ଘର।ବୋଉ ହସି ଦିଏ ଓ କୁହେ କିଏ ମନା କଲା କି।ଏଇଟା ହିଁ ତୁମ ମାମୁଁ ଘର।

      ଖରା ଦିନ ଛୁଟିରେ ଯେବେ ଆସେ ଆମରି ଘରେ ତାର ଖାଇବା ପିଇବା ଶୋଇବା ମଧ୍ୟ।ମୋ ଭାଇ ଠାରୁ ଗୋଟିଏ ବର୍ଷ ବଡ଼।କିନ୍ତୁ ଦୁହିଁଙ୍କ ମନ ଭାରି ମିଶେ।କିନ୍ତୁ କଣ ହେଲା କେଜାଣି ମୋର ନବମ ଶ୍ରେଣୀ ହେଲା ପରଠୁ ଦିଲ୍ଲୀ ଆଉ ଆମ ଘରକୁ ଆସିନି।ଭାଇ କୁ ପଚାରିଲେ ସେ ମୋତେ କଡ ମଡ଼ କରି ଅନାଏଁ।ମୁଁ କୁହେ "ହୁଁ ଉଁ ସେମିତି କାଇଁକି ଅନଉଛୁ?ଦିଲ୍ଲୀ ତୋ ସାଙ୍ଗ ଟି ସେ କାଇଁ ଆସୁନି ତୁ ଜାଣିନୁ କେମିତି।ସେ ତ ତା ମାମୁଁ ଘରକୁ ବି ଆସୁନି।ତା ମାମୁଁ କହୁଥିଲା ସେ କୁଆଡେ ଚାକିରୀ କଲାଣି"।

        ଭାଇ କୁହେ;ଆଲୋ ହୁଣ୍ଡି ତୁ ଯେଉଁଠି ମୁଁ ସେଇଠି, କେମିତି ଜାଣିବି ସେ କାଇଁ ଆସୁନି।ଚାକିରୀ କଲାଣି ଭାଉ ଖାଉଥିବ।ସେ କାଇଁକି ଆମକୁ ପଚାରିବ।ତୋର ଗୋଟେ ବର୍ଷ ପରେ ବୋର୍ଡ ପରୀକ୍ଷା ଏଣେ ତେଣେ ମନ ନ ଦେଇ ପଢ଼ାରେ ମନ ଦେ। ଭାଇ ଗୋଟେ କଣ ଲୁଚାଏ।ବୋଧେ ମୁଁ ଜାଣିବା ଦରକାର ନାହିଁ ବୋଲି କୁହେନା।ହେଲେ ଦିଲ୍ଲୀ କଥା ପଡିଲେ ରାଗେ।କିନ୍ତୁ କାହିଁକି ଏଯାଏ ମୋତେ ଅଜଣା।

       ଭାଇ କଥା ଶୁଣି ମୋ ମନ କିନ୍ତୁ ମାନେନି।ଦିଲ୍ଲୀ ସେମିତି ନୁହଁ।ଦିଲ୍ଲୀ ମୋଠୁ ପାଞ୍ଚ ବର୍ଷ ବଡ଼।ସମସ୍ତେ ତାକୁ ଦିଲ୍ଲୀ ଡାକନ୍ତି।ସେଇ ପାଇଁ ମୁଁ ବି ଦିଲ୍ଲୀ ଦିଲ୍ଲୀ ହୁଏ।ଯିଏ ଯେତେ କହିଲେ ଦିଲ୍ଲୀ ଭାଇ ଡାକେ ହେଲାନାହିଁ ମୋ ଦେଇ ଭାଇ ଡାକି।ଏଣୁ ଦିଲ୍ଲୀ ଡାକେ ମୋ ଭାଇ ପରି ତାକୁ ବି ତୁ ତା କରେ।ମୋତେ ଦିଲ୍ଲୀ ଭାରି ଭଲ ପାଏ।ଯେବେ ଆସେ ମୋ ପାଇଁ କଲମ ଟିଏ ନିଶ୍ଚେ ଆଣେ।ମୁଁ ଭାରି କଲମ ରଙ୍କୁଣୀ ନା।କଲମ ଗୁଡିକରୁ କାଳି ଶୁଖି ଗଲାଣି ,ରଙ୍ଗ ବି ଉଡି ଗଲାଣି କିନ୍ତୁ ସାଇତି ରଖିଛି ସବୁ କଲମ।ମୋ ଭାଇ,ବାପା ଦେଇଥିବା କଲମ ସହ ଦିଲ୍ଲୀ କଲମ ବି ସାଇତି ରଖିଛି ଅତି ସରାଗରେ।ଯଦିଓ ମୁଁ ଏବେ ଜଣେ ନାମୀ ଦାମୀ ସପ୍ଟୱେୟାର ଇଞ୍ଜିନିୟର ବିବାହିତା ଗୋଟିଏ ଝିଅର ମା।କେଜାଣି ଦିଲ୍ଲୀ ଦେଇଥିବା କଲମଗୁଡିକୁ ଛୁଇଁଲେ ଛୁଇଁ ହୋଇଯାଏ ତାକୁ।

    ଥରେ ତା ଜନମ ଦିନରେ ସେ ଆମ ଘରେ ଥାଏ।ବୋଉ ଛୁଞ୍ଚି ପତ୍ର ପିଠା କଲା ତା ପାଇଁ।ଭାଇ ତାକୁ ଗୋଟେ ମାଉଥ୍ ଅର୍ଗାନ ଗିପ୍ଟ ଦେଲା।ମୁଁ ଦେଲି ମୋର ସବୁଠାରୁ ଫେଭରିଟ୍ କଲମ ଟି ତାକୁ ।ସେ କହିଲା ଏ କଲମରେ କାହାକୁ ହାତ ଛୁଆଁଇଁ ଦେଉନା, ମୋତେ ସବୁଦିନ ଦେଇ ଦେଉଚୁ?ହଁ ତ ଦେଇ ଦେଲି ମନ କହିଲା ବୋଲି ଦେଲି ନା।ସାଇତି ରଖିବୁ ସବୁଦିନ ମୁଁ କହିଲି।

     ସେଇ ମୋ ପ୍ରିୟ କଲମଟା କମ୍ପାନୀ ସି ଏ ଓ ଙ୍କ ପକେଟ ରେ ବି ଅଛି!କ୍ୟାପ୍ ରେ ମୋ ନାଁ ସିଗ୍ମା ଲେଖା ହୋଇଛି।ନାଁ ତଳେ ଜହ୍ନର ଚିତ୍ର।ହଁ ହେଲା ସେ ହୋଇ ନଥିବ ଦିଲ୍ଲୀ;କଲମ ଟି କିନ୍ତୁ ତାର ଏ ଥୟ।ସେ ଚିହ୍ନି ପାରିବ ନାହିଁ ତା ପ୍ରାଣ ଠୁ ଅଧିକ କଲମଟିକୁ ଚିହ୍ନି!।ବାପା ଦେଇଥିଲେ ଅତି ଖୁସି ହୋଇ ସପ୍ତମ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ହୋଇ ଥିବାରୁ।କେତେ ସ୍ମୃତି ଯୋଡ଼ା ସେଥିରେ।ମାତ୍ର କେମିତି ହାତ ଗଲା ମନ କହିଲା ସେଇଟିକୁ ଦିଲ୍ଲୀ କୁ ଦେଇ ଦେବାକୁ!।ବାପାଙ୍କ ସେହ୍ନର ଉପହାର କାହାକୁ କଣ ଦିଆ ଯାଏ!!!

    ନିଜକୁ ଗାଳି କଲା ବହେ।ହୁଣ୍ଡି ବାପାଙ୍କ କଲମ ଦେଇଦେଲୁ ଦିଲ୍ଲୀକୁ।ଦିଲ୍ଲୀ କିଏ କି!!!

      ଆରେ ହଁ ତ ଦିଲ୍ଲୀ ତାର କିଏ?ଏ କଥା ତା ମନକୁ କେବେ ଆସିନି।

      ଅଫିସ୍ ରେ ଏକଥା ଭାବୁ ଭାବୁ ସି ଇ ଓ କ୍ୟାବିନ୍ ରୁ କଲ ଆସିଲା।ସାର୍ ନୂଆ ନିଯୁକ୍ତ ସମସ୍ତ ଏମ୍ପ୍ଲଇଙ୍କୁ ଦେଖା କରିବାକୁ ଚାହାନ୍ତି।ଏକାଥରେ ମୋ ସହ ଆଠ ଜଣ ନିଯୁକ୍ତି ପାଇଥିଲେ।ଜଣକ ପରେ ଜଣେ ଦେଖା କରି ସରିବା ପରେ ମୋ ପାଳି।ଅଫିସ୍ କାମ କେମିତି ହେବ,ଅଫିସ୍ ଇନ୍ ଟାଇମ୍ ଆସିବ ଓ ଯିବ,ପ୍ୟାକେଜ୍ ଫୁଲ୍ କରି ପାରିଲେ ପ୍ରମୋସନ୍ ଥୁଆ ଇତ୍ୟାଦି ଆଲୋଚନା ଭିତରେ ମନ ହେଉଥିଲା ପଚାରି ଦେବି "ତୁ ଦିଲ୍ଲୀ ଟି!"।

      କିନ୍ତୁ ଭୟ ଲାଗିଲା।କାଳେ ନ ହୋଇଥିବେ।ମାପ ଚୁପ୍ କଥାବାର୍ତ୍ତା ପରେ ମୁଁ ଥ୍ୟାକ୍ସ୍ ସାର୍ କହି ଉଠିଲି।ସାର୍ ମୋତେ ପଛରୁ ଡାକି କହିଲେ ମିସେସ୍ ସିଗ୍ମା ମହାନ୍ତି ଛାଡି ଗଲେ କିଛି।କଅଣ ଛାଡ଼ିଲି ଚାହିଁ ଦେଖେ ତ ସାର୍ ସେଇ କଲମଟି ବଢ଼େଇ ଦେଇ କହୁଛନ୍ତି ନିଅନ୍ତୁ ଆପଣଙ୍କ କଲମ।ଭାରି ବୋଝ ଲାଗୁଛି ମୋତେ।ମୁକ୍ତି ଚାହେଁ ଏ ବୋଝରୁ।

       ମାନେ!!ବିସ୍ମୟରେ ଚକିତ ମୁଁ।

ଆରେ ଚମକି ପଡିଲେ କି?ଏ ପେନ୍ ଟି ଆପଣଙ୍କର ନା?

କିନ୍ତୁ ...

ମୁଁ କେମିତି ଜାଣିଲି ମୋ ପାଟିରୁ କଥା ଛଡାଇ ସେ କହିଲେ।

ହଁ ଠିକ୍ ସେଇଆ।ଆପଣ କଣ ଦିଲ୍ଲୀ!!

ହଁ ଦିଲ୍ଲୀ।ତୁ ଓ ତମାମ ଘର ଲୋକେ ଯାହାକୁ ମରି ଯାଇଛନ୍ତି ବୋଲି ଭାବି ନେଇଛନ୍ତି।ଶୁଦ୍ଧିକ୍ରିୟା ବି ହୋଇ ଗଲେଣି ମୋ ପାଇଁ।ତୋ କଲମ ବୋଝ ମୋତେ ଅଣନିଃଶ୍ଵାସୀ କରିଦେଲାଣି।ସବୁଦିନେ ଛାତିରେ ଧରି ବୁଲୁଛୁ।ଅପେକ୍ଷା ଥିଲା ଦେଖା ହେଲେ ଫେରେଇ ଦେବି ତୋ ଉପହାର।ଭାଗ୍ୟକୁ ତୁ ମୋରି ଅଫିସ୍ ରେ ଚାକିରୀ କରିବୁ ଏଇଟା କିନ୍ତୁ ଭାବନା ବାହାରେ ଥିଲା।ନେ ତୋ କଲମ,ବଞ୍ଚିବାକୁ ଦେ ମୋତେ।

   କି କଥା କାହାର ସେହ୍ନ ଉପହାର କାହାକୁ କଷ୍ଟ ଦିଏ ନା କଣ?ତୁ ଯଦି ଦିଲ୍ଲୀ; ହଜିଲୁ କାହିଁକି,ବଂଚି ବି ମଲୁ କାହିଁକି?

    କହିଲେ ତୋତେ କଷ୍ଟ ହେବ।ଛାଡ଼ ସେ ସବୁ।ଆଉ କହ ଗାଁ କଥା ତୋ ଭାଇ କଥା ଆଉ ତୋ କଥା।

     ତୁ ଆଗ ତୋ କଥା କହ।ଆଉ ସବୁ ପଛେ।ଜାଣିଛୁ ଛବି ଦି ତୋତେ ଝୁରି ଝୁରି କେମିତି ମଲେ?କାହିଁକି ଏମିତି କଲୁ ତୁ??ମୁଁ କହିଲି।

      ସେ କହିଲା ବୋଉ ମଲା ବେଳେ ମୁଁ ଜେଲ ରେ ଥିଲି।ଏଇ ଯେଉଁ କମ୍ପାନୀ ଦେଖୁଛୁ,ଏମିତି ସାତଟି କମ୍ପାନୀ ଏଇ ମାଲିକଙ୍କର।କିନ୍ତୁ ତାଙ୍କ ମିସେସ୍ ଲି ଚନ୍ଦ୍ରା ଗୋଟେ ବାଜେ ଚରିତ୍ରର ଝିଅ।ମାଲିକ ତାକୁ ମାରି ମୋ ନାଁ ଦେଲେ। ସର୍ତ୍ତ ଥିଲା ମୁଁ ତାଙ୍କୁ ସାହାଯ୍ୟ କରିବି,ସେ ମୋତେ ମୁକୁଳାଇବେ ଓ ଗୋଟିଏ କମ୍ପାନୀ ବି ମୋ ନାଁରେ କରିଦେବେ।ଲୋଭରେ ରାଜି ହୋଇଗଲି।କୋର୍ଟରେ ମୋତେ ଜୋର ଜବରଦସ୍ତ ପ୍ରେମ ନିବେଦନ କରି ମିସେସ୍ ଲି ମୋ ଇଜ୍ଜତ ମାଟିରେ ମିଶେଇବାକୁ ଚେଷ୍ଟା କରିଥିଲେ।ନିଜକୁ ସେଇ କାମାତୁରା ଲି ଠାରୁ ବଞ୍ଚାଇବାକୁ ଯାଇ ତାଙ୍କୁ ଠେଲି ଦେଇଥିଲି ଓ ସେ ପଡିଯାଇ ପଛ ପଟ ମୁଣ୍ଡ ବାଡେଇ ହୋଇ ଯିବାରୁ ମରି ଗଲେ ବୋଲି କୋର୍ଟରେ ପ୍ରମାଣିତ ହୋଇ ଗଲା।ମୁଁ ଜେଲରୁ ମୁକ୍ତି ପାଇଲି।କିନ୍ତୁ ଏଇତକ ପ୍ରମାଣ ହେବା ବେଳକୁ ମୁଁ ହରେଇ ସାରିଥିଲି ମୋ ବୋଉ,ତୋତେ ଓ ମୋ ଜୀବନର ମୂଲ୍ୟବାନ ଏଗାର ବର୍ଷ।

   ତୁ କହ ଗୋଟେ ରେପିଷ୍ଟ,ହତ୍ୟାକାରୀ ଛାପ ନେଇ କାହାକୁ ମୁହଁ ଦେଖାଇ ଥାଆନ୍ତି!!ଏଣୁ ମୋରି ସାର୍ଟ ପ୍ୟାଣ୍ଟ ,ପର୍ସ,ଫୋନ୍ ଘଣ୍ଟା ପିନ୍ଧାଇ ଦେଇ ଫିଙ୍ଗି ଦେଇଥିଲି ଗୋଟିଏ ଶବ ଦେହରେ।ଶବକୁ ଦେଖି ସମସ୍ତେ ଭାବିବେ ମୁଁ ମୃତ।କେହି ମୋ ଫେରିବା ବାଟକୁ ଚାହିଁବେ ନାହିଁ।ବାସ୍ ଏଇ ମୋ ହଜିବା, ମରିବା କାହାଣୀ।ମୁଁ ଏବେ ଦିଲ୍ଲୀ ନୁହେଁ।ଡ଼ି ପଦ୍ମନାଭ ପୋଷ୍ୟ ପୁତ୍ର,ପି ପଦ୍ମ ନାଭଙ୍କର;ଯେ କି ଏ କମ୍ପାନୀ ମାଲିକ।

      ଆଉ ଏ କଲମ ଫେରେଇବା ସେ ପୁଣି କଣ??ମୁଁ ପଚାରିଲି।

ତୋ ଭାଇ କି ଘର ଲୋକେ ତୋତେ କିଛି କହି ନାହାନ୍ତି?? ଦିଲ୍ଲୀ କହିଲା।

କଣ କହିଥାନ୍ତେ!!ମୁଁ ପଚାରିଲି।

ଛାଡ଼ ସେ କଥା।ଏତିକି ବୁଝ କି ଏ କଲମ ମୋତେ ତୋ କଥା ସବୁବେଳେ ମନେ ପକାଇ ଦେଉଛି ଓ ମୁଁ କଷ୍ଟ ପାଉଛି।ତୁ ନେଲୁ ଏଇଟା କହି କଲମ ଟି ମୋ ହାତରେ ଗୁଞ୍ଜି ଦେଇ ଚାଲିଗଲା ଦିଲ୍ଲୀ ଓରଫ ଆମ ସି ଇ ଓ।

    ଏତିକି ବୁଝିବା ଯଥେଷ୍ଟ ଥିଲା କି ମୋତେ ଦିଲ୍ଲୀ ଭଲ ପାଉଥିଲା।ବୋଧେ ମୋ ଭାଇ ଓ ଘର ଲୋକଙ୍କୁ କହିଥିଲା ଏତକ।ସେଇ ପାଇଁ ତା କଥା କହିଲେ ରାଗୁଥିଲା ଭାଇ।

     ହସ ମାଡ଼ିଲା ଟିକେ ଦିଲ୍ଲୀ ପୁଣି ତାକୁ...ଛି ଭାଇ ଟା।କଲମଟି କିନ୍ତୁ ପୁଣି ସାଇତି ଦେଲି ମନ ବାକ୍ସରେ।ଯେବେ ଛୁଏଁ ହସ ମାଡ଼େ ଅପର୍ଯ୍ୟାପ୍ତ।।



Rate this content
Log in

More oriya story from Satyabati Swain

Similar oriya story from Tragedy