STORYMIRROR

Samar Ballav Bhoi

Inspirational

2  

Samar Ballav Bhoi

Inspirational

କଲେଜ

କଲେଜ

2 mins
111


ମୁକ୍ତିକାନ୍ତ ସହରରେ ଥିବା ଏକ ସରକାରୀ କଲେଜରେ ଯୁକ୍ତ ତିନି ବିଜ୍ଞାନରେ ପାଠ ପଢେ । ପ୍ରତି ବର୍ଷ ଡିସେମ୍ବର ୨୩ ତାରିଖ ଦିନ କଲେଜର ବାର୍ଷିକ ଉତ୍ସବ ପାଳନ କରାଯାଏ, ଅନେକ ନାମିଦାମୀ କଳାକାର ଆସନ୍ତି ଏବଂ ହସର ମାହଲ ତିଆରି ହୁଏ । ମୁକ୍ତିକାନ୍ତ କଲେଜ ବାର୍ଷିକ ଉତ୍ସବରେ ଭାଗ ନେଇଥାଏ । ସକାଳ ଉଠିଲା ବେଳକୁ ଦିନ ୮ଟା ବାଜି ସାରିଥାଏ, ସେଦିନ ବହୁତ ତରବରରେ ରହିଥାଏ, ଉଠି ପଡ଼ି ନିତ୍ୟ କର୍ମ ସାରି କଲେଜ ପାଇଁ ପ୍ରସ୍ତୁତ ହୋଇପଡ଼ିଲା । ମାଆ ମାଆ ମୋ କଲେଜ ସମୟ ହେଲାଣି, ମୋତେ କ'ଣ ଗଣ୍ଡେ ଖାଇବା ପାଇଁ ଦେ! ମୁଁ ଗାଧୋଇ ସାରି ପ୍ରସ୍ତୁତ ହୋଇ ସାରିଛି, ଖାଲି ତୋ ଖାଇବା ଦେବା ପାଇଁ ଅପେକ୍ଷା କରିଛି । ମାଆ ମୋତେ ଟିକେ ଶ୍ରୀଘ ଖାଇବାକୁ ଦିଅ । ମୋର ପହଞ୍ଚିବାରେ ଡେରି ହେବ । ମାଆ ଖାଦ୍ୟ ଧରି ଆସି ଡାଇନିଂ ଟେବୁଲ୍ ଉପରେ ରଖିଲେ, ଡାକିଲେ ମୁକ୍ତିକାନ୍ତ, ଆ ମୁଁ ତୋର ଖାଦ୍ୟ ଟେବୁଲ୍ ଉପରେ ରଖିଛି, ଖାଇଦେବୁ, ଆଉ କଲେଜ ଯିବା କଥା ଚାଲିଯିବୁ, ହଁ ମାଆ ମୁଁ ଆସୁଛି । ମାଆ ଖାଦ୍ୟ ଟେବୁଲ୍ ଉପରେ ଥୋଇଦେଇ ଅନ୍ୟ କାମରେ ଲାଗିଗଲେ, ମୁକ୍ତିକାନ୍ତ ଖାଦ୍ୟ ଖାଇ ସାରି କଲେଜ ଅଭିମୁଖେ ବାହାରି ଗଲା । କଲେଜରେ ସବୁ ସାଙ୍ଗମାନେ ତା ଆଗରୁ ଯାଇ ଅପେକ୍ଷା କରିଥାନ୍ତି, ଏତେ ଡେରି, ନା ମୁଁ ଉଠିଲି ଡେରିରେ, ତରବର ହୋଇ ଖିଆପିଆ ସାରି ଆସିଲି, କ'ଣ କିଛି ଅସୁବିଧା ହେଲାକି? ନାଇଁ କିଛି ଅସୁବିଧା ନାହିଁ, ଆନନ୍ଦ କହିଲା , ବୁଝିଲୁ ମୁକ୍ତି ଆଜି ଯେମିତି ହେଉ କଲେଜର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବୁ, ନିଶ୍ଚିତ ସାଙ୍ଗମାନେ, ମୁଁ ଭଲଭାବରେ ପ୍ରସ୍ତୁତ ହୋଇଛି, ଡ୍ରାମାରେ ଭଲ କରିବି, ତମେମାନେ ହିଁ ମୋ ଆକର୍ଷଣର ଉତ୍ପେରକ, ଡ୍ରାମା ପାଇଁ ଆଉ ଟିକିଏ ଅଭ୍ୟାସ କରିବାକୁ ସମସ୍ତଙ୍କ ସହ ଏକଜୁଟ ହେବାକୁ ପଡିବ, ଆନନ୍ଦ ମୁଁ ଆସୁଛି, ଡ୍ରାମା ସରିଲେ ଦେଖା ହେବ । ସମସ୍ତେ ଅପେକ୍ଷା କରିଥିବ । କଲେଜର ବାର୍ଷିକ ଉତ୍ସବ ଆରମ୍ଭ ହେଲା, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସବୁ କଲେଜ ପେଣ୍ଡାଲରେ ବସିଥାନ୍ତି, ସଭା କାର୍ଯ୍ୟ ସରିଲା ପରେ ଆମର ଡ୍ରାମା ଆରମ୍ଭ ହେବ, ସଭା କାର୍ଯ୍ୟ ପ୍ରାୟ ରାତି ୮ଟାରେ ସରିଲା, ଅତିଥିମାନେ ସଭାରୁ ନିବୃତ ହୋଇ ପେଣ୍ଡାଲ ସାମ୍ନାରେ ବସିଲେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ, ମୁକ୍ତିକାନ୍ତ ଓ ସାଙ୍ଗ ମାନଙ୍କ ଦ୍ଵାରା ପ୍ରସ୍ତୁତୁ ଡ୍ରାମା " ମଞ୍ଚ ସଜା ଚାଲିଛି" କଲେଜ ଦର୍ଶକ ମାନଙ୍କ ସମ୍ମୁଖରେ ମଞ୍ଚସ୍ଥ କରାଗଲା, ଡ୍ରାମା ସରିବା ପର୍ଯ୍ୟନ୍ତ ସମସ୍ତେ ହସି ହସି ବେଦମ୍ ହୋଇ ସାରିଥାନ୍ତି, ଡ୍ରାମା ମଞ୍ଚସ୍ଥ ସରିଲା, ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଡ୍ରାମାଟି ସର୍ବାଧିକ ମାତ୍ରରେ ଆକର୍ଷିତ ହେଲା, ସର୍ବ ଶେଷରେ ମୁକ୍ତିକାନ୍ତ କଲେଜ ଓ ସାଙ୍ଗମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational