SOUBHAGYABATI GIRI

Inspirational

4.7  

SOUBHAGYABATI GIRI

Inspirational

କିଏ ବଡ ?

କିଏ ବଡ ?

1 min
38


       

ଜଣେ ଉଚ୍ଚପଦସ୍ଥ ଅଫିସର୍ ଥରେ ଅହଂକାରକୁ ସାଥିରେ ଧରି ଜଣେ ସାଧୁଙ୍କ କୁଡିଆକୁ ଗଲେ l ସାଧୁ ଜଣଙ୍କ ଅଫିସର୍ ଙ୍କୁ ଦେଖିଲା ପରେ ବି ନ ଦେଖିଲା ପରି ରହି ନିଜ କୁକୁର କୁ ଖାଇବାକୁ ଦେଇ ପୁଣି ତା' ପିଠି ଆଉଁସିବାକୁ ଲାଗିଲେ l 

ଅଫିସର୍ ଜଣଙ୍କ କ୍ରୋଧ ଜାଗ୍ରତ ହେଲା l

 କ୍ରୋଧାଗ୍ନି ରେ ଜଳିଜଳି ସେ ପଚାରିଲେ -" ତୁମ କୁକୁର କ'ଣ ମୋ ଠାରୁ ବଡ ?"

ସହାସ୍ୟ ବଦନରେ ସାଧୁ ଉତ୍ତର ଦେଲେ - ହଁ,ଏ କୁକୁର ଆପଣଙ୍କ ଠାରୁ ବହୁ ଗୁଣରେ ବଡ l 

ଭାତ ମୁଠାଟାଏ କି ଶୁଖିଲା ରୁଟି ଖଣ୍ଡେ ପାଇଲେ ସେ ତା ମାଲିକ ପ୍ରତି କୃତ୍ୟକୃତ୍ୟ ହୋଇଯାଏ l ମାଲିକ ପାଇଁ ଜୀବନ ଦେଇଦିଏ l 

କିନ୍ତୁ ଆପଣଙ୍କୁ ତ ଭଗବାନ୍ ସବୁ ଦେଇଛନ୍ତି l ତାପରେ ବି ଆପଣ କ'ଣ କେବେ ତାଙ୍କର ଗୁଣଗାନ କରିଛନ୍ତି ?

ଗୁଣଗାନ ନ କଲେ ନାହିଁ l ଚୁପ୍ ବି ରହି ପାରନ୍ତେ l ହେଲେ ଆପଣ ତ ଭଗବାନ୍ ଙ୍କ ଚିତ୍ର ରୁ ଚରିତ୍ର ସବୁଆଡେ କଳା ଦାଗ ଲଗେଇବାରେ ବ୍ୟସ୍ତ l ଆପଣ ତ ନିଜ ପାଇଁ ନର୍କ ରେ ଜାଗାଟିଏ ଏବେଠୁ କିଣି ସାରିଲେଣି l 

ସେଇ ସୂତ୍ରରେ କୁହାଯାଇପାରେ ଯେ ମୋ କୁକୁର ଆପଣଙ୍କ ଠାରୁ ନିଶ୍ଚିତ ଭାବରେ ବଡ l


Rate this content
Log in

Similar oriya story from Inspirational