Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

SOUBHAGYABATI GIRI

Tragedy

4.5  

SOUBHAGYABATI GIRI

Tragedy

ହ୍ୱାଟସ୍ଆପ୍ ପାଠପଢାର ପ୍ରକୃତଚିତ୍ର

ହ୍ୱାଟସ୍ଆପ୍ ପାଠପଢାର ପ୍ରକୃତଚିତ୍ର

4 mins
23


   ସିନ୍ଦୂରା ଫାଟିଲା ବେଳରୁ ଉଠି ଘର ଯାକର ପାଇଟି କରୁଛି ରତନୀ l ଏଇ ଭିତରେ ସୂର୍ଯ୍ୟ ଉଠି

ଆସିଲେଣି l ଚାଳଛପର ଘରଟା ଜାଗା ଜାଗା କଣା l ସେଇ ବାଟ ଦେଇ ଘର ଭିତରେ ଚିକ୍ ଚିକ୍ ହେଇ ସୂର୍ଯ୍ୟକିରଣ ପଡୁଛି l ସେଇ ସୂର୍ଯ୍ୟକିରଣ ପଡିବାଟାବି ରତନୀ ପାଇଁ ଘଣ୍ଟାର କାମ କରେ l ରତନୀ ଜାଣି ପାରୁଥିଲା ଆଜି ବିଲକୁ ଯିବା ଡେରି ହେଇଗଲାଣି l ଯେତେ ତରତର ହୋଇ କାମ କଲେ ବି କାମ ସରୁନି l

          କ'ଣ ଏବେ କରିବ ସେ l ଏଇ କେତେ ଦିନ ହେଲା ପିଲା ତିନିଟାଙ୍କ ପେଟକୁ ଦାନା ମୁଠେ ଦବା କଷ୍ଟ ହେଇଗଲାଣି l ଆଗରୁ କେଇଘର କାମ ଧରିଥିଲା l କି ରୋଗ ଆସିଲା କେଜାଣି ଏବେ ସେଇଟା ବି ବନ୍ଦ l ତା ସ୍ୱାମୀ ଦନିଆ ଟା ଆଦ୍ୟରୁ ଅଯୋଗ୍ୟ l ସକାଳୁ ଉଠି ଲୋକ ପାଣିରେ ମୁହଁ ଧୁଅନ୍ତି l ସେ କିନ୍ତୁ ମଦରେ ମୁହଁ ଧୁଏ l ଏବେ ସରକାର ମଦ ଦୋକାନ ବନ୍ଦ କରି ଦେଇଚନ୍ତି ଯେ ଦନିଆ ସକାଳେ ସଞ୍ଜରେ ଏ ଗାଁ ସେ ଗାଁ ବୁଲୁଚି ଦେଶୀ ମଦ ଟୋପାଏ ପାଇଁ l ଆଉ ସିଏ ବା କି ସାହାଯ୍ୟ କରିବ ଘରକୁ l

              ସିଆଡୁ କାନ୍ଦିକାନ୍ଦି ଆସିଲା ବଡପୁଅ ରାଜୁଆ l ଗୋଟାଏ ଜିଦ୍ l ତା'ର ଗୋଟାଏ ମୋବାଇଲ୍ ଦରକାର l ଏବେ ସରକାରଙ୍କ ତରଫରୁ ହ୍ୱାଟସଆପରେ ପାଠପଢା ହେଉଛି l ତା'ସାଙ୍ଗମାନେ ସବୁ ପଢି ଗଲେଣି l ହେଲେ ସେ ପଢିପାରୁନି l କାହିଁକି ନା ତା'ର ମୋବାଇଲ୍ ନାହିଁ l ସାଙ୍ଗ ଘରକୁ ଗଲେ ସାଙ୍ଗ ବି ଏବେ ପାଖ ପୂରଉନି l କହୁଛି ସାମାଜିକ ଦୂରତା ନ ରଖିଲେ କରୋନା ହେଇଯିବ l ତେଣୁ ତା'ର ମୋବାଇଲ୍ କିଣିବାଟା ନିହାତି ଦରକାର l

        ତାଟକା ହେଇ ପୁଅକୁ ଚାହିଁ ରହିଥିଲା ରତନୀ l 

       ଏଁ....ଇଏ ପୁଣି ପାଠପଢା ପାଇଁ ଏତେ ବ୍ୟସ୍ତ l ମୁଁ ତ ସବୁଦିନ ୟାକୁ ଘୋଷାଡି ଘୋଷାଡି ନେଇ ଇସ୍କୁଲରେ ଛାଡେ l ଇସ୍କୁଲ୍ ଗଲାବେଳେ ୟା ଗର୍ଜନରେ ଗାଁ ଦାଣ୍ଡଟା ଫାଟିପଡେ l କେବେ ଇସ୍କୁଲରେ ରହେ ତ ପୁଣି କେବେ ମୋ ପଛେପଛେ ଆସି ଘରେ ହାଜର l ଆମ ଗାଁ ଇସ୍କୁଲରେ କୋଉ ମାଷ୍ଟର କି ମାଷ୍ଟରାଣୀ ନାହିଁ ଯିଏ ତାକୁ ବୁଝେଇକି ପାଠ ପଢେଇ ଦବ l ଆଉ ଇଏ ଏବେ ପଢିବାକୁ ଏତେ ଉଚ୍ଛନ୍ନ l

       ପୁଅକୁ ବୁଝେଇବାକୁ ଚେଷ୍ଟା କଲା ରତନୀ l ଆରେ,ବଞ୍ଚିକି ରହିଲେ ତ ପାଠ ପଢିବ l ଆମ ଭଳି ଗରିବଙ୍କ ପାଇଁ ଭାତ ମୁଠାଏ ଯୋଗାଡ କରିବା କଷ୍ଟ ହେଇ ଯାଉଚି l ସେ ହ୍ୱାଟସଆପ୍ ପାଠପଢା ହେଲେ ହଉ ନହେଲେ ନାହିଁ l ହେଲେ ରାଜୁଆ ର ଗୋଟେ ଜିଦ୍ ସେ ମୋବାଇଲରେ ପାଠ ପଢିବ l ପୁଅର ମୋବାଇଲ୍ କିଣା ଜିଦ୍ ଦେଖି ଠାଏ କରି ଗୋଟାଏ ଚାପୁଡା କଷିଦେଲା ରତନୀ l ସିଆଡେ ବିଲକୁ ଯିବା ଡେରି ହଉଚି l ଆଉ ଇଏ ଏଠି ପାଲା କରୁଚି l ରାଜୁଆ ସେମିତି ଠିଆ ହେଇ ଭେଁଭେଁ କରୁଥିଲା l ବିଲକୁ ବାହାରିଗଲା ରତନୀ l 


   ହେଲେ ମା' ମନଟା ଜମା ବୁଝୁ ନଥିଲା l ପିଲାଟା ତ କିଛି ଖରାପ କଥା ପାଇଁ ଜିଦି କରିନି l ପାଠପଢା ପାଇଁ କରିଚି l ହେଲେ ମୋବାଇଲ୍ ପାଇଁ ପଇସା ଆସିବ କୋଉଠୁ ? ସରକାର ବି ବଡ ଅବୁଝା l ଆରେ ଆମେ ପଇସା ଖର୍ଚ୍ଚ କରିପାରିବୁନୁ ବୋଲି ତ ତମ ଇସ୍କୁଲକୁ ପଠଉଚୁ l ରାଜୁଟା ଆମର ଇସ୍କୁଲ୍ ଯାଉଥିଲା ବୋଲି ତାକୁ କୁପନ୍ ମିଳିଲା l ସେଇଥିରେ କେତେଗୁଡେ ଚାଉଳ ମିଳିଲା ଯେ ଦିନ କେଇଟା ଆମର ସେଇଥିରେ ଚଳିଗଲା l ଛୁଆ ଦି'ଟା ଇସ୍କୁଲରୁ ଖାଇଦେଇ ଆସୁଥିଲେ ଯେ ଗୋଟେ ଚିନ୍ତା ଯାଉଥିଲା l ଏବେ ତ କରୋନା ଆଇଲା ଦିନୁ ସେତକ ବି ନାହିଁ l ଛୁଆଙ୍କ ପାଇଁ ଦି'ଟା କ'ଣ ଯୋଗାଡ କରିବା କେଡେ କଷ୍ଟ ହେଇଗଲାଣି l

          ସରକାରଙ୍କ ଉପରେ ରାଗରେ ଗାରୁଗାରୁ ହେଇ ରତନୀ କହି ଚାଲିଥାଏ ଆରେ ତମେ କ'ଣ ଆମ ଅବସ୍ଥା ବୁଝିପାରୁନ ଯେ ପୁଣି ଏବେ ଆମ ମୁଣ୍ଡରେ ବୋଝ ଉପରେ ଆହୁରି ନଳିତା ବିଡା ଲଦି ପକଉଚ l ମୋ ପୁଅ ଛୋଟ ଛୁଆ l ତାର ବି ଦୋଷ କ'ଣ ? ଏଇ ଗାଁ ଇସ୍କୁଲ୍ ମାଷ୍ଟର ମାଷ୍ଟରାଣୀ ଯାକ ନମ୍ବର୍ ମାଗିକି ମୋ ପୁଅ ମୁଣ୍ଡକୁ ଖରାପ କରି ସାରିଲେଣି l ସେଇଥି ପାଇଁ ସେ ଜିଦି କରୁଛି ମୋବାଇଲ୍ ପାଇଁ l

       ହେଲେ ମୋବାଇଲ୍ କିଣିବାକୁ ପଇସା କୋଉଠୁ ଆଣିବି ? କାମ କରି ଯାଉଥିଲେ ମାଲିକାଣୀଙ୍କ ଠାରୁ କିଛି ପଇସା ଧାର୍ କରି ଆଣିଥା'ନ୍ତି l ପଛରେ କାମ କରି ଶୁଝି ଦେଇଥା'ନ୍ତି l ହେଲେ ଏବେ ତ କାମ କରି ଯାଉନି l କୋଉ ବିବେକରେ ପଇସା ଧାର୍ ମାଗିବି l ଆମେ ଗରିବ ହେଇପାରୁ ହେଲେ ଆମେ ଅବିବେକୀ ନୁହଁ l ଏଇମିତି ବରବର ହେଉଥାଏ ରତନୀ l ହଠାତ୍ ତା'ର ମନେ ପଡିଲା l କାଠ ବାକ୍ସରେ ପୁରୁଣା କାନଫୁଲ ହଳେ ଅଛି l ତା' ଝିଅ ବେଳର l ସେଇଆକୁ ଲଗେଇ ସେ ଶାଶୁଘର ଆସିଚି l କାଳେ ଭାଙ୍ଗିଯିବ ସେଥିପାଇଁ ସେ ଜମା ପିନ୍ଧେନି l ବାକ୍ସରେ ସାଇତି ରଖିଥାଏ l କୁଣିଆ ମଇତ୍ର ଘର ଗଲେ ପିନ୍ଧିକି ଯାଏ l ସେଇଟାକୁ ବିକିଦେଲେ ହୁଏତ ମୋବାଇଲ୍ କିଣିବାକୁ ପଇସା ହେଇଯିବ l ସେ କାନଫୁଲ ନ ପିନ୍ଧିଲା ନାହିଁ l ଗାଁ ନିତିଆ ଦୋକାନରେ ପଚାଶ କି ଶହେ ଟଙ୍କା ଦେଲେ ହଳେ ଚିକିଚିକିଆ କାନଫୁଲ ହେଇଯିବ l ପୁଅର ପାଠପଢାଟା କିନ୍ତୁ ଆଗ l ପାଠପଢି ମଣିଷ ହେଲେ ଏଇମିତିଆ କାନଫୁଲ କେତେ କିଣିଦବ ସେ l ରତନୀ ସ୍ଥିର କଲା କାନଫୁଲଟା ବିକି ଦେଇ ମୋବାଇଲ୍ କିଣିବ l 


 ତା' ପରଦିନ କାନଫୁଲ ବିକା ହେଇ କିଣା ହେଲା ମୋବାଇଲ୍ l ହ୍ୱାଟସଆପ୍ ଖୋଲାହେଲା l ପ୍ରଶ୍ନପତ୍ର ଆସିଲା l ଉତ୍ତରଫର୍ଦ୍ଦ ବି ଆସିଲା l ହେଲେ ସେସବୁ ଲେଖାପଢା ପାଇଁ ରାଜୁଆ ପାଖେ ସମୟ କାହିଁ ? ତାକୁ ତ ଛୋଟାଭିମ୍ , ନାଚଗୀତ ଦେଖିବାକୁ ସମୟ ଅଣ୍ଟୁନି l ପାଠପଢା କଥା କହିଲେ ଯୋଉମାନେ ରାଜୁଆକୁ ସାମାଜିକ ଦୂରତା ରଖିବା କଥା କହୁଥିଲେ ସେମାନେ ଏବେ ମୁଣ୍ଡକୁ ମୁଣ୍ଡ ଯୋଡିଦେଇ ରାଜୁଆ ମୋବାଇଲରେ ନଟିଆ କମେଡି ଦେଖୁଚନ୍ତି l 


ସେଦିନ ବିଲରୁ କାମସାରି ଘରକୁ ଫେରିଲା ରତନୀ l ସଞ୍ଜ ହେଇଗଲାଣି l ମା' କୁ ଦେଖିଦେଇ ରାଜୁଆ ଖାତା କଲମ ଆଣି କ'ଣ ସବୁ ଲେଖି ପକଉଥାଏ ମୋବାଇଲରୁ ଦେଖିଦେଖି l ମା' ମନ ଭାରି ଖୁସି l ପୁଅ ତା'ର ଏବେ ପାଠରେ ମନ ଦେଲାଣି l 


   ଦନିଆ କୋଉଠି ଥିଲା କେଜାଣି ଝପଟି ଆଇଲା l ପଚାଶ ଟଙ୍କା ମାଗିଲା l ରତନୀ ମନା କଲା ତା ପାଖେ ଟଙ୍କା ନାହିଁ l ଯୋଉ ପଚାଶ ଟଙ୍କା ଅଛି ସେଇଥିରେ କାଲିକି ତେଲଲୁଣ ହବ l ସେତକ ଦେଇଦେଲେ କାଲି ଛୁଆ ଖାଇବେ କ'ଣ ?

         ରାଗରେ ଗର୍ଜନ କଲା ଦନିଆ l ମୋବାଇଲ୍ କିଣିବାକୁ ପଇସା ଅଛି ଆଉ ମତେ ଦବା ପାଇଁ ପଚାଶଟା ଟଙ୍କା ନାହି l ରତନୀକୁ ମିଳିଲା ଅଶ୍ଳୀଳ ଶୋଧା,ବିଧା,ଚାପୁଡା,ଗୋଇଠା l ସେତିକି ରେ ବି ମନ ଶାନ୍ତି ହେଲାନି ଦନିଆ ର l ଝପଟି ଯାଇ ମୋବାଇଲ୍ ଟା ଛଡେଇ ଆଣିଲା ରାଜୁଆ ହାତରୁ l ଦୁଲ୍ କିରି କଚାଡି ଦେଲା ତଳେ l ରାଜୁଆ ଆଉ ରତନୀ ଏକାବେଳେ ଦଉଡିଗଲେ ମୋବାଇଲଟା ଉଠେଇବାକୁ l ଆଉ କିଛି ନଥିଲା l ମୋବାଇଲଟା ଭାଙ୍ଗି ଚୁନା ହୋଇ ଯାଇଥିଲା l ତା ସହିତ ଭାଙ୍ଗି ଚୁନା ହୋଇ ଯାଇଥିଲା ରତନୀର ପୁଅକୁ ପାଠ ପଢେଇ ମଣିଷ କରିବାର ସ୍ୱପ୍ନ l




Rate this content
Log in

More oriya story from SOUBHAGYABATI GIRI

Similar oriya story from Tragedy