Banali Dash

Inspirational

2  

Banali Dash

Inspirational

କିଛି ଅଭୁଲା ସ୍ମୃତି-୫

କିଛି ଅଭୁଲା ସ୍ମୃତି-୫

2 mins
370


ଦେହ-ମନ ଖରାପ୍ ତ ଲାଗିରହିଛି ରହିଥିବ କିନ୍ତୁ ପିଲା ଦିନ ଆଉ ବଡ଼ ଦିନ ଭିତରେ ତୁଳନା କଲେ,ମୋ'ର ଅଧିକ ରୁ ଅଧିକ ଦେହ ଖରାପ୍ ହୁଏ ସେବେ। କେଉଁ ମାସ ରେ ଯେ ଦେହ ଖରାପ୍ ଗୋଟିକ ନଥିବ ,ସେମିତି ନାହିଁ। ଥଣ୍ଡା ଛିଙ୍କ କାଶରୁ ଆରମ୍ଭ ହେଇ, ଜର ଆଉ ସେଇଥିରୁ କଫ ବାନ୍ତି ପର୍ଯ୍ୟନ୍ତ ବଢି ନିହାତି ଯାତ୍ରାଟିର ଅନ୍ତ ୮-୧୦ ଦିନ କିମ୍ବା ସେଇଥିରୁ ତଦୂର୍ଦ୍ଧ ହେଇ ମ୍ୟାଲେରିଆ କି ଟାଇଫଏଡ ଅତିକ୍ରମି ସରିବ।ୟୁରିନ୍ ଈନ୍ଫେକ୍ସନ୍ ଆଉ ଜଣ୍ଡିସ୍ ବି ବାଦ୍ ପଡିନି, ଛୁଇଁ ଯାଏଁ କେବେ କେବେ ଆଉ ନେଇଯାଏ ସବୁ ସତେଜତା ମାସାଧିକ କଷ୍ଟ ମେଞ୍ଚେ ଦେଇ।

ଦେହ ଖରାପ୍ ହେଲେ ନିଜକୁ ତ ଯାହା କଷ୍ଟ, ଅନ୍ୟ ମାନଙ୍କୁ ଯେ କେତେ କଷ୍ଟ ଦେଉଥିବି;ଏବେ ଭାବେ।କେତେ ବାନ୍ତି ପୋଛେଇଚି ସେମାନଙ୍କୁ(ଆଈ,ମାଉସୀ ଙ୍କୁ) ଏବେ ତଉଲିବାକୁ ଚେଷ୍ଟେ ଟିକେ ,ମୋ' କୁନି ପୁଅର କଲାବେଳେ। ଅଛିଣ୍ଡା କାଶର ଲହରୀରେ କେତେ ଥର ଅନିଦ୍ରା କରିଛି ଅଜା କି ଆଈଙ୍କୁ ଏବେ ଭାବେ।

ଦେହ ଖରାପ୍ ହେଲେ ସ୍କୁଲ୍ ଟିଉସନ୍ ସବୁ ବନ୍ଦ୍, ପାଠପଢ଼ା ଗୋଟିକ ଥପ୍।ଆଉ ଧରାବନ୍ଧା ପ୍ରଶ୍ନ ର ସୁଅ,କହ ରୋଗିଣା ପାଟି କ'ଣ ଲୋଡୁଛି ଖାଇବାକୁ"..!ଆଉ ନାଇଁ ନାଇଁ ଭିତରେ ଜବରଦସ୍ତି କେତେ ଗୁଣ୍ଡା ପାଟିରେ ଦବା ହେଇ ଗିଳା ବି ସରିବଣି।

ମେଡିକାଲ୍ କୁ ମାମୁଁ' କି ମାଉସୀ' ନେଇକି ଗଲେ ,ଏବେ ପରି ଯେହେତୁ ପର୍ସ୍ନାଲ୍ କାର୍ ର ସୁବିଧା ନଥିଲା, ମାଧ୍ୟମ ହେଉଥିଲା ବସ୍ କି ଟ୍ରେକର୍ ଟେ। ଓହ୍ଲଉ ଓହ୍ଲଉ ପାଦେ ଆଉ ଚାଲିକି ଯିବିନି ମେଡିକାଲ୍ ଯାଏଁ ବି।ମତେ କାଖାଅ ନହେଲେ ମୁଁ ଯିବିନି,ଏଇଠି ବସିଲି ର ସୁର୍ ଧରିବି ରୀତିମତ୍ ;କେତେ ବଡ଼ ହେବା ଯାଏଁ ବି। ସେମାନେ ଯେ କେତେ କଷ୍ଟରେ ଅନନ୍ୟୋପାୟ ହେଇ କାଖେଇନଉଥିବେ ଏବେ ଭାବିକି କିନ୍ତୁ ଖୁବ୍ ହସେ।ସେଇଠି ପହଞ୍ଚି ଡାକ୍ତର ସେମାନଙ୍କୁ ନ କହିବା ଯାଏଁ, ତୁମେ କ'ଣ ତା'ର ପାଟି..! ମୁଁ ନୀରବ ରହିବା ଆଉ ସେମାନେ ବକୁଥିବା ବି ଏକ ପ୍ରକାର ଧରାବନ୍ଧା।ବାନ୍ତି ଲାଗିଲେ ସେଇଠି ବାନ୍ତି ,ଯୋଉଠି ବସିରହିଛ ସେଇଠି ବସିଥିବା,କୌଣସି କାମ ର ଜୋର୍ ନାହିଁ ଏସବୁ ଭାବି ଲାଗେ,ସତରେ ଏଇ ବଡ଼ ହେଇଯିବା ଦିନ ଆଉ ସେମିତି ମୋଟେ ନୁହଁ।ଆମେ ଯାହା ଚାହିଁଲେ ଯଦିଓ କରିପାରୁଛେ,ଯଦିଓ ମେଡିକାଲ୍ ମୁଁ ଆଜିବି କେବେ ଏକା ଯାଉନି,ଯଦିଓ ଆଜିବି ଦେହ କ'ଣ ହଉଛି ବୋଲି ସ୍ୱାମୀ' କହୁଛନ୍ତି ଡାକ୍ତର ଙ୍କୁ ଆଉ କୌଣସି କାମର ଇଚ୍ଛା ନହେବା ଯାଏଁ ଜୋର୍ ବି ନାହିଁ ;ହେଲେ ବି ମୋ' କର୍ତ୍ତବ୍ୟ ଗୋଟିକ ନକରି ମୁଁ ରହିପାରୁଛି କି ପିଲାଦିନ ପରି..!କାରଣ ଏଇ ବୁଦ୍ଧି ଟିକକ ବଡ଼ ହେଇଯିବା ପଣିଆର ବାଧ୍ୟ କରେ, ମୁଁ ନ କରିଲେ କରିବ କିଏ..ଆଉ ଯଦିବି ଏବେ ନହେଲା କେବେ ଆଉ କେମିତି ହେବ..ଆଉ ନହେଲେ ମୋ' ନିଜଲୋକ ମାନଙ୍କୁ ଫରକ୍ ପଡିବନି ତ..!ବେଶୀ ବାଧ୍ୟ କରେ କୁନି ଛୁଆ ଟି ପାଇଁ,ଯେହେତୁ ତା'କୁ ବେଶୀ ଫରକ୍ ପଡିବ ତା' ଉପରେ;ସେ' ଯେ ମୋ'ରି ଉପରେ ସମ୍ପୂର୍ଣ୍ଣ ନୀର୍ଭରଶୀଳ।ସେଇ ଦିନ ସେ ପଖାଳ ଏବେ ଅନେକ ଦୂର ଅତିକ୍ରାନ୍ତ..ସେ'(ସ୍ୱାମୀ') ପାଖରେ ଦେହ ଖରାପ୍ ଟାରେ ଅନିଦ୍ରା ହେଇ ଜଗିବସିଲେ ବି.. ପିଲାଦିନେ ଆଈ' କେମିତି ଇଆମିକ୍ସାଇଡ୍(ତା' ବାଧ୍ୟତାମୂଳକ ନିଦବଟିକା)ଖାଈ ଜର ହେଈଥିଲେ କଷ୍ଟେମଷ୍ଟେ ଝାଳ ବୁଡା ଯାଏଁ ବସି ରହୁଥିଲା ସେଇ ଦୃଶ୍ୟ ନାଚିଯାଏ..ଆଉ ଲାଗେ ସତରେ କେତେ ଅଲଗା ଲାଗେ ଆମ ଏ ପିଲାଦିନ ଆଉ ବଡଦିନ ର ରୋଗ ..! ମୁଁ ତ ଘରୋଇ କର୍ତ୍ତବ୍ୟ ଟିକେ କରିଦେଇ ବିଶ୍ରାମିପାରେ ହେଲେ,ସେ'(ସ୍ୱାମୀ') ଆଉ ଅନ୍ୟ କର୍ମଜୀବି ମାନେ ତ ସେତିକି ବି ପାରନ୍ତିନି।

(ନିଜସ୍ଵ ମନନ ଓ ଚିନ୍ତନ, ଦୟାକରି କେହି ଦିହକୁ ନେବେନି..ନିରୋଳା ଆଉ ଖାଣ୍ଟି ନିଜସ୍ଵ


Rate this content
Log in

Similar oriya story from Inspirational