Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Banali Dash

Others

4.0  

Banali Dash

Others

କିଛି ଅଭୁଲା ସ୍ମୃତି-୬

କିଛି ଅଭୁଲା ସ୍ମୃତି-୬

3 mins
451


କଷ୍ଟ କରି କେବେ ତରବରରେ କେବେ ଆସ୍ତେ ଗୋଟେ ସମୟରୁ ଆଉ ଗୋଟାଏ ସମୟର ପରିଧିକୁ ଡେଇଁ ଦିନ ତମାମ୍ ବିମଳ ଆନନ୍ଦ ମୁଠାଏ ଗୋଟୋଉ ଗୋଟୋଉ ସରିଯାଏ ତମାମ୍ ଦିନ..ଆଉ ପୁଣି ଆଉ ଗୋଟାଏ ଦିନର ଆରମ୍ଭ ଆଉ ବ୍ୟାପ୍ତି । ତା'ରି ଭିତରେ ଆଜିକାଲିର ଭାଷାରେ ମି' ଟାଇମ୍ ଟିକେ ବି ଅଳ୍ପ ବହୁତେ ଯୋଗାଡିନିଏ । ଆଉ ସବୁ ମୁହୁର୍ତ୍ତରେ ସେଇ ବ୍ୟସ୍ତତା ସାଉଁଟା ନିଜପଣ ଭର୍ତ୍ତି କର୍ତ୍ତବ୍ୟ ସବୁ ଭିତରେ ହଜୁ ହଜୁ ଭାବି ପକୋଉଥାଏ..ଆଃ ସତେ କେତେ ସୁଖୀ ମୁଁ..!ନହେଲେ କିଛି ମଣିଷ ତ ଦୁଃଖର ତରାଜୁରେ ନିଜକୁ ତଉଲୁ ତଉଲୁ ସାରିଦିଅନ୍ତି ତମାମ୍ ଜୀବନର ସବୁ ସମୟ ।


ବ୍ୟସ୍ତ ଥାଇ ସବୁଦିନ ଭଳି ମୋ' କୁନି ପୁଅଟିକୁ ଖୁଆଇ ଚାଲିଛି ବୁଝେଇ ସୁଝେଈ । ତା'ରି ଭିତରେ ସରିଗଲାଣି..ବାଘ..ସିଂହ..ହରିଣ..ରାଧୁଆ.. ଇତ୍ୟାଦି ଇତ୍ୟାଦି ଗପ, ଆହୁରି ବି କୋଉ ଗୋଟାଏ ଗପ ଜୋର୍ ଧରିଥାଏ । ମୋ' ଆଈ' ସାଙ୍ଗେ କଥା ହେଲି ସେଈଦିନ ଏମିତି ଗୋଟିଏ ସମୟରେ । ସବୁଥର ପରି କେମିତି ଅଛୁ ଆମେ', କ'ଣ କରୁଥିଲି, ତା'ର ତଣ୍ଟିରେ କେମିତି ଲାଗିକି ମୁଁ ମନେପଡିଲି;ସବୁ କହିଗଲା ପରକୁ ପର । ଆଉ ଖୁଆଉଥିଲି ପୁଅ'କୁ ଶୁଣି କହିପକେଇଲା,ହ' ଭଲ ତ ଅଛ ଯା' ତା' କାମ ଆଗେ କର୍ । ବୁଲେଇ ବୁଲେଇ ତା'କୁ କାଖେଇ ଖାଇବା ଗିନା ଟାକୁ ଧରି କେମିତି ବା କଥା ହେଇପାରିବୁ..! ମୁଁ କହିଲି, ନାଁ ଲୋ ଆଈ' ମୁଁ ତା'କୁ ବୁଲେଈ ବୁଲେଇ ଖୁଆଏନି ,ଗୋଟିଏ ଜାଗାରେ ବସି ତା'କୁ ଯେତିକି ଇଚ୍ଛା ଗପ ଗୀତ ଶୁଣେଈ ଖୁଆଈନିଏ । ଟିକେ ଅଧିକ ଜବରଦସ୍ତି କଲେ ପାଟିକୁ ନେଇଯିବ ସିନା, କିନ୍ତୁ ବାନ୍ତିର ଗଦାରେ ପୋତି ହେଇପଡିବୁ ଆମେ ଦୁହେଁ । କହିଲା ,ସେଇଥିପାଇଁ ଖାଉନି ବୋଲି ସେ' ଏଡିକି ପତଳା ଖାଡି ଖଣ୍ଡେ ହେଇଚି । ମୁଁ ତ ତତେ ବୁଲେଇ ବୁଲେଇ କୁକୁର ବିଲେଇ ଗାଈ,ରାତିରେ ଜହ୍ନ ତାରା ଦେଖେଇ ଖୁଓଉଥିଲି । କେତେ ଡଉଲଡାଉଲ ଥିଲୁ ତୁ' ତା' ବୟସରେ..!କେବେ ଖେଳୁଖେଳୁ ନିଦ ଲାଗିଯାଈଥିଲେ, ଚାମଚ୍ କୁ ଠେଲି ପାଟିରେ ପୂରେଇପାରେନି ବୋଲି ଅଜା'ଙ୍କ ସାହାଯ୍ୟ ନିଏ । ସେ ବେଶ୍ ଖୁଆଇ ପାରନ୍ତି ତତେ ସେମିତି ସମୟରେ । ପ୍ରଥମ କରି ମୋ'ପାଖକୁ ଆସିଲା ବେଳକୁ ଟିକେରଙ୍ଗ ନିରସ ଥିଲା,ବୋଧେ ପାହାଡିଆ ଜଳବାୟୁ ପାଇଁ । କିନ୍ତୁ ପରେ ଏଈଠିକୁ ଆସିରଙ୍ଗ ତୋଫା ହେଇଗଲା ଆଉ ଗାଲୁରୁ ଗାଲୁରୁ କରି କେତେ କ'ଣ କେହି ଶିଖେଇବା ପରି କହିପକୋଉଥିଲୁ । ଆଦିବାସୀ ଜନଜାତିଙ୍କ ମୋଟା ପତଳା ସୁସ୍ଥ ଶିଶୁ ପ୍ରତିଯୋଗିତାରେ କାଳେ ଫାର୍ଷ୍ଟ୍ ହେଇଥିଲୁ ,ତୋ' ବୋଉ' କୁହେ । ସେଠିଥିଲୁ ବୋଲି ଖାଲି ଭାଗ ନେଇଯାଇଥିଲୁ ନହେଲେ ପୁରସ୍କାର ପାଈଲୁନି ସେମାନଙ୍କ ଶ୍ରେଣୀୟ ନୁହେଁ ବୋଲି ।


ଆଜିକାଲି ପରି ଫଟୋ ପଠେଈବା ବ୍ୟବସ୍ଥା ନଥିଲା ବୋଲି ଚିଠି ହିଁ ମାଧ୍ୟମ ଥିଲା ସବୁର । ଅଜା' ତୋ' ବୋଉ'ର ଚିଠିର ଉତ୍ତରରେ ଚିଠି ଖଣ୍ଡିଏ ଲେଖିଲା ବେଳକୁ କୋଉଠି ଥିବି ଧପାଳି ଆସି କହିପକାଏ ,ଲେଖିଦିଅ ତା' ଝିଅର ମୁଁ ଯଥେଷ୍ଟ ଧ୍ୟାନ ନଉଚି, ଅବହେଳାର ଚିହ୍ନ ବର୍ଣ୍ଣ ନାହିଁ । ଚିନ୍ତା କରିବନି ସେ,ନିଜ ଦେହର ଯତ୍ନ ନେଇ କାମକୁ ଯିବ । ଓଜନ ସ୍ୱାସ୍ଥ୍ୟ ସବୁ ବୟସ ଅନୁସାରେ ଠିକ୍ରହୁଛି । ସେଠାକାର ଜଳବାୟୁ ପାଇଁ ବେଶୀ ଜର ହୁଏ,ଏଇଠି ଏତେ ନାହିଁ ପ୍ରାୟ । ଚିନ୍ତା କରିବନି ମୋଟେ,ସେ ଭଲରେ ଅଛି,ଆମେ ତା'କୁ ଆଉ ସେ' ଆମକୁ ଢେର୍ ହସୋଉଛି ।


ପର ଚିଠିରେ ପୁଣି ସେଇ ସେଇ କଥା ଲେଖିବାକୁ କହିଚାଲେ ଅଜା' ଙ୍କୁ । ସେ' କହନ୍ତି ,ଏଇ କଥାରେ ତ ଈନ୍ଲାଣ୍ଡ୍ ଲେଟର୍ ଫୁଲ୍ ହେଇଯାଉଛି ଆଉ ଲେଖିବି କ'ଣ..! କିନ୍ତୁ ମୁଁ କି ଛାଡିବାର..!

ତୋ' ପୁଅଟା ଭାରି ବୁଦ୍ଧିଆଟା ହବ ମ,ତୋ ପରି ଡଉଲଡାଉଲ ହେଇନି କିନ୍ତୁ । ତତେ କହିଲା ପରି ତା'କୁ ବି କହୁଚି,ପାଠ ପଢିବୁ କାଳିଆ ଘୋଡାରେ ଚଢିବୁ,ମଧୁ ବାରିଷ୍ଟର ସାଙ୍ଗେ ଲଢିବୁ । ତା' ଖା'ପିଅ ନୂଆ ନୂଆ ପାଠର ବ‌ହୁତ୍ ଯତ୍ନ ନେ,ଆଉରାଗିବୁନି ଜମା ତା' ଉପରେ, ନିହାତି ଅବୁଝା ହେଲେ ସଞ୍ଜମୀ ହେଇ ବୁଝେଈଦଉଥା'.. ମୁଁ ସ୍ନେହ ସରାଗ ଛିଞ୍ଚି ବଢେଈଥିବା ଚାରାଗଛରୁ ଗଜୁରିଥିବା କୁନି ନୂଆ ଗଛ ଟେ ନାଁ ସେ..!ଭାରି ଖୁସି ଲାଗେ ତାକୁ ଦେଖି ।


ସେତିକି ସବୁ କଥାବାର୍ତ୍ତା ଭିତରେ ପୁଅର ଖାଇବା ସରେଈ ତା'କୁ ଖେଳରେ ମଜେଈ ଦେଇଥିଲି, କିନ୍ତୁ ନିଜେ ପଦେ ବି ନକହି ଆଈ'ର କଥାରେ ଆପ୍ରାଣ ମଜ୍ଜୁଥିଲି । ସତରେ ଭାରି ମିଠା ଲାଗେ ନାଁ ନିଜ ପିଲାଦିନ କଥା ଶୁଣିଲେ..! 

(ନିଜସ୍ଵ ମନନ ଓ ଚିନ୍ତନ,ଦୟାକରି କେହି ଦିହକୁ ନେବେନି । ଖାଣ୍ଟି ନିଜସ୍ଵ ସ୍ମୃତି ବୋଳା ଦି'ଧାଡି


Rate this content
Log in