STORYMIRROR

Banali Dash

Others

3  

Banali Dash

Others

ଅପେକ୍ଷା-ଗ୍ରୀଷ୍ମ ଅବକାଶକୁ..

ଅପେକ୍ଷା-ଗ୍ରୀଷ୍ମ ଅବକାଶକୁ..

1 min
14.3K


ଭାରି କଷ୍ଟ ଲାଗେ ଖରାଦିନେ।ସତେ ଯେମିତି ତଣ୍ଟିଟା ବିଚ଼ରା ସବୁବେଳେ ଶୁଖିକି ଅଛି । ଆଉ ଥଣ୍ଡା ପାଣି ବୋତଲଟା କିଏ ମୁହଁ ଉପରେ ମୁନ୍ଦା ମୁନ୍ଦାଏ କରି ଢ଼ାଳିଚାଲୁଥା'ନ୍ତା କି !ହେଲେ ବି ମନ କ'ଣ ବୁଝେ! ଅବୁଝାଟା ପରା !ବେଶୀ ବିରକ୍ତି ଦିଅନ୍ତି ଘଣ୍ଟା କଣ୍ଟା ପରି ଚାଲୁଥିବା ସେ ପଙ୍ଖା ଗୁଡ଼ା। ବାହାରକୁ ତ ବାହାରି ବଳି,ଖରାର ତାପ ପ୍ରଚ଼ଣ୍ଡ,ଆଉ ଭିତରେ ତା'ଠୁଁ ଅସହ୍ୟ।

କିନ୍ତୁ ଏତେପରେ ବି ଗ୍ରୀଷ୍ମ ଅବକାଶକୁ ମୋ' ମନ ଭିତରର ନିଭୃତତମ କୋଣରୁ ଅର୍ହନିଃଶି ଅପେକ୍ଷା। ହଉପଛେ ଗରମ, ହଉପଛେ କଷ୍ଟ କିନ୍ତୁ ଗ୍ରୀଷ୍ମପ୍ରବାହରୁ ବଞ୍ଚିବା ପାଇଁ ସରକାର ଯେଉଁ ଛୁଟି ଟିକକ ଦିଅନ୍ତି,ସେଥିଯୋଗୁଁ ଦୂରରେ ଥିବା ମୋ' ବାପାଵୋଉଙ୍କ ସାଙ୍ଗେ ଟିକେ ଦେଖା ତ ହବ! ହଉପଛେ ଖରା ଗରମ; ବୋଉ'ର କୋଳ ଆଉ ଗେହ୍ଲା ଆତ୍ମାଭର୍ତ୍ତି ଶୀତଳତା ତ ଆଣିଦବ ! ବାପା' ମୁଣ୍ଡ ଉପରେ ହାତ ବୁଲେଇ ଆଣିଲେ ,ଝାଳନିଗିଡ଼ା ସେ ଦେହ ଆଉ ମନରେ ସ୍ଫୁର୍ତୀ ଆଉ ସତେଜତା ସନ୍ଚରିଯିବ ତ ! କେତେ କ'ଣ ଆଣିଥିବେ ବାପାବୋଉ' ଆଉ ସମୟ ଟିକେ ମିଳିଥିବାରୁ ମୋତେ ସାଙ୍ଗରେ ନେଇ ବୁଲିବାକୁ ଯିବେ ନିଶ୍ଚୟ,ମନ ମସ୍ତିଷ୍କକୁ ସୁଖ ଟିକେ ଉପଲବ୍ଧ ହେବ ।

ସବୁସାରି ବାପାବୋଉ ସାଙ୍ଗରେ କୁନି ଭାଇଭଉଣୀଙ୍କୁ ନେଇଚାଲନ୍ତି ସେମାନଙ୍କ ଗନ୍ତବ୍ୟସ୍ଥଳକୁ,ଆଖିରେ ଆଖିଏ ଲୁହ ଆଉ ମନଭରି କାମନା ଆଉ ଗୋଟିଏ ଗ୍ରୀଷ୍ମ ଅବକାଶ ପାଇଁ ନେଇ ଚାହିଁରହିଯାଏ ଏକ୍ଲା ମୁଁ, କିନ୍ତୁ ଅବଶୋଷ କି ସେଥିପାଇଁ ପୂରା ବର୍ଷେ ଲାଗିଯାଏ..


Rate this content
Log in