Banali Dash

Tragedy Fantasy

2  

Banali Dash

Tragedy Fantasy

କିଛି ଅଭୁଲା ସ୍ମୃତି - ୪

କିଛି ଅଭୁଲା ସ୍ମୃତି - ୪

1 min
537


"ଆଜି ଜମା ବି ରଙ୍ଗ ଛୁଇଁନି ମ’, ତୁମେ ବି ଛୁଇଁନ ନାଁ ! ଜାଣେନି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ତୁମକୁ ଆମ ଭଲପାଇବାର ଏତେ ବର୍ଷ ପରେ ବି ଥରେ ହେଲେ ହୋଲିରେ ରଙ୍ଗୀନ୍ ରେ ଦେଖିନି ଆଜି ଦିନରେ; ବୋଧ୍ ହୁଏ ଭବିଷ୍ୟତରେ ସବୁଥର ଦେଖିପାରିବି ବୋଲି।

ତୁମ ସାଙ୍ଗେ ଯେବେ ଅନେକ ଦିନ ଯାଏଁ ଦେଖା ହେଇ ନଥିଲା ୟା’ ପୂର୍ବ ଥର, ସେବେ ଆବୁଲ୍ ତାବୁଲ୍ କରି କ'ଣ ଗୁଡ଼ାଏ ଲେଖି ପକେଇଥିଲି ଚିଠି ପରି । ସବୁକୁ ମିଶେଇ ଆଜି ନାଁ ଗୋଟାଏ ଗଛ ଲଗେଇ ଦେଇଛି ବାଡି ପଟେ । କେହି ବି ଦେଖି ନାହାନ୍ତି, ଲୁଚେଇ କି ଲଗେଇଛି । ସକାଳୁ ଏ ପର୍ଯ୍ୟନ୍ତ ଯାଏଁ କେତେଥର ପାଣି ଦେଲିଣି ଗଣିନି ଯେ ତୁମେ ଚିନ୍ତା କରନି ମ’ ଖୁବ୍ ଶୀଘ୍ର ଗଛ ଉଠିଲେ ତୁମକୁ କହିଦେବି ନି ଆଗ ! ଦେଖିବ କେତେ ସୁନ୍ଦର ସାବ୍ଜା ଆଉ ସତେଜ୍ ଗଛ ଉଠିବ, ଠିକ୍ ଆମ ଭଲପାଇବା ପରିକା । ସେ ଗଛ ବଡ଼ ହବ ଦିନେ, ବହୁତ ବଡ଼,ଆକାଶ ଛୁଇଁବ । ଠିକ୍ ଯେମିତି ମୁଁ ତୁମକୁ ଟିକେ ଛୁଇଁବି ବୋଲି କେତେ ଚଉମୁହାଣିରେ ଗୋଡ଼ ଭାଙ୍ଗି ଠିଆ ହେଲିଣି, ଚୋଟ ସହିଲିଣି; ଆତ୍ମା ଆଉ ଶରୀରର ! ତଥାପି ଆଶାକୁ ବାନ୍ଧିରଖିଚି, ହାତ ପାପୁଲିରେ କେବେ ନ ଛାଡିବାର ଭରସା ତ ତୁମେ ଦେଇଛ ନାଁ !"


Rate this content
Log in

Similar oriya story from Tragedy