Banali Dash

Others

4.8  

Banali Dash

Others

କିଛି ଅଭୁଲା ସ୍ମୃତି -୧

କିଛି ଅଭୁଲା ସ୍ମୃତି -୧

2 mins
6.6K


କିଛି ସ୍ମୃତି ଏମିତି ଥାଏ ବେଳେ ବେଳେ ବେଳ ଅବେଳରେ ମନେ ପଡି଼ଯାଇ ମନ ଆତ୍ମା ଶରୀର ସଭିଙ୍କୁ ଖୁଜ୍ ବୁଜ୍ କରିପକାଏ।କେତେ ଖଟା ମିଠା ପିତା କଷା ଅନୁଭୂତିକୁ ନେଇ ଆମ ଏ ଜୀବନ ,ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଅଧା ଘଟଣା ତ ଚୁପ୍ ଚାପ୍ ରହିଯାଏ।କେବେ କ'ଣ ଗୋଟାଏ ମନକୁ ଆସିଗଲେ,କି ସେମିତି ପରିସ୍ଥିତିଟେ ଆପଣା ଛାଏଁ ଜନ୍ମିଗଲେ ସେଇ ପୁରୁଣା ପୃଷ୍ଠାଟା ଅକସ୍ମାତ୍ ଉନ୍ମୋଚିତ ହେଇଯାଏ।

ପିଲା ବେଳୁ ଭାରି ଭାବୁକ ମୁଁ,କ'ଣ ସବୁ ଭାବି ଭିଡ଼ ଭିତରେ ବି ଅନ୍ୟ ମନସ୍କ ହେଇଯାଏ।ନିଜେ ବି ଜାଣିନି ମୋତେ' ଆଜି ଯାଏଁ ପଦେ ଠିକ୍ ରେ ଲେଖିଆସେ କି ନାହିଁ ବା କାହା ମନ କୁ ସେଇ ସବୁ ଛୁଇଁପାରିଲା କି ନାହିଁ। କିନ୍ତୁ ଲେଖୁଥିଲେ ଲେଖୁଥାଏ ଯେ ସରିବାର ନାଁ ବି ନିଏନା କି ମୋ' ଅବୁଝା ମନ ଟା ବି ବୁଝେନା। କିଛି ଗୋଟାଏ ନିର୍ଦ୍ଦିଷ୍ଟ ବିନ୍ଦୁରେ ବାଧ୍ୟ ହେଇ ପୂର୍ଣ୍ଣ ଛେଦ ଦେଇ ଦେବାକୁ ହୁଏ।

ଏଯାବତ୍ ଦେଇଥିବା କଉଣସୀଟି ପରୀକ୍ଷାରେ ସାହିତ୍ୟରେ ମୋ'ର ୬୦ ରୁ ଅଧିକ ନମ୍ବର ଆସିପାରିନି, ବରଂ ଏଇ ହିଡ଼ ଟି ତଳକୁ ଯାଇଚି଼ ସିନା ଉପରକୁ ବଢିପାରିନି।କାରଣ ଅଧା ପ୍ରଶ୍ନର ଉତ୍ତର ମୋ' ଖାତାରେ ନଥାଏ; କୁଆଡେ ଥାଏ ସେ ଉତ୍ତର ସବୁର ପ୍ରତି ଉତ୍ତରରେ ଏତିକି କହିପାରିବି କି ,ଯେତିକି କୋଶ୍ଚିନ୍ ଆଟେନ୍ କରିଥାଏ ତା'କୁ ମନ ଭରି ଲେଖିଥାଏ।ହେଇଥାଉ ପଛେ ସିଏ ଗୋଟେ ୫ ନମ୍ବର ସମ୍ବଳିତ କୋଶ୍ଚିନ୍ ବା ୧୦ ନମ୍ବର୍ ର ଲଙ୍ଗ୍ କୋଶ୍ଚିନ୍।ଏମିତି କରୁ କରୁ ସମୟ ହେଇଯାଏ ଆଉ ଉୱ୍ଆର୍ଣିଙ୍ଗ୍ ବେଲ୍ ଖାତା ଦେଇ ଦେବାକୁ ଓ କହେ,ଆଉ ମୁଁ ତା' ପର ର ବେଲ୍ କୁ ଅପେକ୍ଷା କରି ପାରେନା।

ଏମିତି ସବୁ ପରିଣାମ ଦେଖି ଦେଖି ମୁଁ ନିଜେ ହିଁ ଓଡ଼ିଆ ଅନର୍ସ୍ ନେବାକୁ ଏତେ ଡ଼ରିଗଲି ଯେ ବାଧ୍ୟ ହେଇ ଅର୍ଥନୀତିକୁ ଜାବୁଡି ଧରି ପେଶି ହେଇଗଲି। କିନ୍ତୁ ଅଧା ଥର ଓଡ଼ିଆ ଅପ୍ସନାଲ୍ କ୍ଲାସ୍ ଲୁଚି ଲୁଚି ଶୁଣିଚି଼।+୨ରେ ଓଡିଆ କମ୍ପଲ୍ସୋରି କ୍ଲାସ୍ କରିକି ବି ଲୁଚି ଲୁଚି ଅପ୍ସନାଲ୍ କ୍ଲାସ୍ ର ପଛରେ ବସିକି ଆପ୍ରାଣ ହଜିଯାଏ।

ଇଚ୍ଛା ହୁଏ ମୋତେ' ଲେଖା ଟେ ଅକସ୍ମାତ୍ ମାଡି଼ଲା ବେଳେ ମୋ' ଚା଼ରିପାଖ ର କେହି ମୋତେ ନ ଆବୋରନ୍ତୁ।କଲମ ଟା ଆଉ ମୁଁ ମନ ପବନ ନାଆ ରେ ଏକା ଏକା ମନ ଶାନ୍ତ ହେବା ଯାଏଁ ଘୂରୁଥା'ନ୍ତୁ।

କିନ୍ତୁ ସବୁବେଳେ ସମ୍ଭବ ହେଇପାରେ ନି।ଏମିତି ବହୁତ କିଛି କହିଲେ ସରୁନି ଆଉ କେବେ ଆଉ କିଛି ସେୟାର୍ କରିବାକୁ ଚେଷ୍ଟା କରିବି।

ଆପଣ ମାନେ ବୋର୍ ହେଇ ନାହାନ୍ତି ତ ଏଇ ସବୁ ପାଗଳାମୀ ଶୁଣି !

କିନ୍ତୁ ପାଗଳୀ କହିଲେ କାହିଁ କେଜାଣି ମୁଁ ଖୁବ୍ ରାଗିଯାଏ..ତଥାପି ମତାମତ ଟେ ଦେବେ।।


Rate this content
Log in