Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ଖୁଚୁରା ପଇସା

ଖୁଚୁରା ପଇସା

1 min
13.9K



       ମୋ ରଣଚଣ୍ଡି ପ୍ରତିଦିନ କିଛି ନା କିଛି କାଣ୍ଡ କରିଥାଏ l ସେହି ସମୟରେ ରାଗ ଲାଗିଲେ ବି ପରେ ମନେ ହୁଏ ସେ ଯାହା କରିଛି ଠିକ୍ କରିଛି l ଆଜିକାଲି ଖୁଚୁରା ପଇସାର ଘୋରଅଭାବ l

ମୋତେ ତ ଲାଗେ ଏହି ଅଭାବଟି ଯେମିତି ଉଦ୍ଦେଶ୍ୟ ପ୍ରଣୋଦିତ l ବେଶୀ ବିରକ୍ତି ଲାଗେ, ଯେତେବେଳେ କେହି ଖୁଚୁରା ବଦଳରେ ଟଙ୍କାକିଆ ଚକୋଲେଟଟିଏ ବଢେଇ ଦିଏ l ବିଶେଷ କରି ଟାଉନବସରେ ଏହା ଅଧିକ ଦେଖିବାକୁ ମିଳେ l ସେ ଦିନ ମୋ ରଣଚଣ୍ଡି ସହ ମୁଁ ଫେରୁଥିଲି l ଦୁଇଜଣଙ୍କ ଭଡା ହେଲା ଚଉଦ ଟଙ୍କା l ମୁଁ ପଇସା ବାହାର କରିବା ପୂର୍ବରୁ ମୋ ରଣଚଣ୍ଡି ମୋତେ ଅଟକେଇ ଦେଲା l ପର୍ସରୁ 10 ଟଙ୍କା ଓ ଚାରୋଟି ଚକୋଲେଟ୍ ବାହାର କରି ଧରେଇ ଦେଲା କଣ୍ଡକ୍ଟର୍ ହାତରେ l ପ୍ରଥମେ ହତବାକ୍ ହେଇଗଲେ ବି କଣ୍ଡକ୍ଟରଜଣଙ୍କ ନିରବ ରହିବାକୁ ବାଧ୍ୟ ହେଲେ l କାରଣ ସେହି ଚକୋଲେଟ୍ ଚାରିଟି ସିଏ ହିଁ ଦେଇଥିଲେ ଖୁଚୁରା ବଦଳରେ ଭିନ୍ନ ଭିନ୍ନ ସମୟରେ l

ଆଉ ତା ପରଠୁ ସେ କେବେହେଲେ ଖୁଚୁରା ବଦଳରେ ଚକୋଲେଟ୍ ଦେବା ମୁଁ ଲକ୍ଷ୍ୟ କରିନି l


Rate this content
Log in

Similar oriya story from Inspirational