Satyabati Swain

Tragedy

4  

Satyabati Swain

Tragedy

ଖଡୁସ୍ ସାର୍

ଖଡୁସ୍ ସାର୍

5 mins
331


ସନ୍ଧ୍ୟା ଆସିବ ଆସିବ ହେଉଥିଲା।


ନାଲି ଚା ର କପ୍ ଛୁଉଁଥିଲା ଖଡୁସ୍ ସାର୍ ଙ୍କ ଓଠ।


    ତାଙ୍କ ଆଖିରେ ମୋଟା ଫ୍ରେମର ଚଷମା ତଳ ଆଖି ଡରାଉଥିଲ ମୋତେ। ୟାଙ୍କୁ ଭୟ ସହ ଭାରି ବିରକ୍ତ ହୁଅନ୍ତି ସବୁ ପିଲା। ବ୍ୟବହାର କଣ ମାଲୁମ ନାହିଁ କୁଆଡେ ଖଡୁସ୍ ସାର୍ ଙ୍କୁ। ସେ ବର୍ଷେ ହେବ ଆମ କଲେଜକୁ ଆସିଛନ୍ତି । କୁହନ୍ତି ସେ କୁଆଡେ ପୋକ ଫିଜିକିସରେ।


    ସାରଙ୍କ ଗୋଟିଏ ସୁନ୍ଦର ନାଁ ଖଗେନ୍ଦ୍ର ଦାଶ ଥିଲେ ବି ସବୁବେଳେ ଟିଙ୍ଗ୍ ଟିଙ୍ଗ୍ ଚିଡି ବିଡ଼ି ହୁଅନ୍ତି ବୋଲି ସାରା କଲେଜରେ ସେ "ଖଡୁସ୍ ଦାଶ "ସଂକ୍ଷେପରେ ଖ ଡ଼ି ସାର୍ ନାମରେ ଖ୍ୟାତ।


    ଖ ଡ଼ି ସାର୍ ଙ୍କ ନାମଟି ଯଥେଷ୍ଟ କେହି ଜାଣିବାକୁ। ଫିଜିକିସ୍ ସାର୍ ହେଲେ ବି କଳା ବାଣିଜ୍ୟର ସବୁ ପିଲା ସମେତ ସାରା କଲେଜ ଚିହ୍ନେ ଏ ସାର୍ ଙ୍କୁ । କାରଣ ସେ ବଦମାସ୍ ପିଲାଙ୍କ ପାଇଁ ଯମଙ୍କ ମଣିଷ ଅବତାର।


   ଫିଜିକିସ୍ ଅନର୍ସ କୁଳଦ୍ୟୋତି ପଣ୍ଡା ; ମୋ ସାଙ୍ଗ।ଯେହେତୁ ମୁଁ କଳା ଛାତ୍ରୀ ସାର୍ ଙ୍କ ପାଖକୁ ଯିବାକୁ ମୋତେ ଆହୁରି ଡର ଥିଲା। ଏଣୁ ମୋତେ ସେ ସାଙ୍ଗରେ ନେଇ ସାର୍ ରହୁଥିବା କ୍ଵାଟରକୁ ଗଲା। ଗେଟ୍ ଖୋଲି ହତା ଭିତରକୁ ଖୁବ୍ ସନ୍ତର୍ପଣରେ ପାଦ ଚିପି ଚିପି ପଶିଲୁ । ସାରେ ରୁମ୍ ରେ ଥିଲେ ।ଅଧା ଡୋର ସ୍କ୍ରିନ ଖୋଲା ଥିଲା। ଡୋର ସ୍କ୍ରିନ ବାମ ପଟ କାନ୍ଥ ପାଖେ କାନ୍ଥ ହୋଇ ମୁଁ ଆଗରେ ଏବଂ ମୋ ପଛରେ କୁଳଦ୍ୟୋତି ଠିଆ ହୋଇଥିଲା। ସେ ସାରଙ୍କ ରୁମ୍ ଭିତରକୁ ମୋତେ ଠେଲି ଦେଇ ଲୁଚିଗଲା ଆମ୍ବ ଗଛ ପଛରେ।ଗଛଟି ସାର୍ ଙ୍କ ବଗିଚାର ବାମ ପଟ କୋଣକୁ ପାଚିରୀ ଦେହରେ ମିଶି ଯାଇଥିଲା ଯେମିତି। ଖୁବ୍ ସୁସ୍ୱାଦୁ ଆମ୍ବ ଫଳେ ଏ ଗଛରେ। ଖାଇବାକୁ ଇଚ୍ଛା ଥିଲେ ବି ସାର୍ ଙ୍କ ଡରରେ ଏ ବର୍ଷ କେହି ପିଲା ହତା ଭିତରେ ପଶିବାକୁ ସାହସ କରି ପାରି ନାହାନ୍ତି। ପୁଅ ପିଲା କିନ୍ତୁ ପାଚିରୀ ଉପରେ ଚଢ଼ି ସାର୍ ନ ଥିଲା ବେଳେ ଲଣ୍ଡା କରି ଦିଅନ୍ତି ଗଛ।


   ଖ ଡ଼ି ସାରଙ୍କୁ ଦେଖା କରିବାର ଥିଲା ମୋର। ତାଙ୍କ ପାଖକୁ ଯିବାକୁ ଜୁଟେଇ ପାରୁ ନଥିଲି ସାହସ। କିନ୍ତୁ ଯିବା ନିହାତି ଦରକାର। ତାଙ୍କ ପାଖକୁ ଯିବା ପୂର୍ବରୁ କେତେ କଣ ଶୁଣିଥିଲି ତାଙ୍କ ବିଷୟରେ। ସେ କୁଆଡେ ଭାରି ରାଗି।ଟିକେ ଟିକେ କଥାରେ ଚିଡି ଚିଡି ହୁଅନ୍ତି। ହସନ୍ତି ନାହିଁ ଆଦୋୖ । ସବୁବେଳେ ଗୁରୁ ଗମ୍ଭୀର ମୁହଁ। ପ୍ରଫେସର ସାଙ୍ଗକୁ ଲବ୍ଧ ପ୍ରତିଷ୍ଠିତ ଗାଳ୍ପିକ ।


   କଲେଜରେ ଖଡ଼ି ସାରଙ୍କ କଥା ଶୁଣିଲେ କାଳେ ପିଲାଙ୍କ ପିଳେହି ପାଣି ହୁଏ। ପାଠ ଭଲ ପଢେଇଲେ ବି ଦେଇଥିବା ଟାକ୍ସ ନ କରିଥିଲେ ସ୍କୁଲ ପିଲା ପରି ଦଣ୍ଡ ଦିଅନ୍ତି। ଦଣ୍ଡ ଯଦିଓ ମାଡ଼ ନୁହେଁ କଥା ଗୁଡା ମାଡ଼ ଠାରୁ ଅଧିକ କାଟେ । ଏଣୁ ପିଲାମାନେ ତାଙ୍କୁ ପଛରେ ଯେଛା ତା କୁହନ୍ତି।ସମସ୍ତଙ୍କ କଥା ଶୁଣି ମୋତେ ବି ବହୁତ ଡର ଲାଗୁଥିଲା ଭିତରେ ଭିତରେ । ଡରକୁ କାଖ କରି ତାଙ୍କୁ ପ୍ରଣାମ ହେଲି। ସେ ଓଠ ଠାରୁ କପ୍ କୁ ଦୁରେଇ ନେଇ କିଛି କ୍ଷଣ ଆଶ୍ଚର୍ଯ୍ୟ ହୋଇ ଚାହିଁ କହିଲେ, କିଏ ତୁମେ ? ମୁଁ କଣ ତୁମକୁ ଜାଣିଛି ? କୁଆଡେ ଆସିଛ ? କିଛି କାମ ଥିଲା ?


   ଭୟ ତ ମୋ କାଖରେ। କଥା ସ୍ଫୁରୁ ନ ଥିଲା।ଏକାବେଳେ ଏତେ ପ୍ରଶ୍ନ। କେବଳ ଶେଷ ପ୍ରଶ୍ନର ଉତ୍ତର ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରି କହିଲି ହଁ କାମ ଥିଲା।


କି କାମ ?


ଲଫାପାଟିଏ ତାଙ୍କ ହାତକୁ ବଢ଼େଇ ଦେଲି।


 ଏ କଣ ?


କିଛି ନ କହି ଚୁପ୍ ରହିଲି।


   ଘଡଘଡି ଭଳି ରଡ଼ିଟିଏ ଛାଡି କହିଲେ, ଆରେ ଏଇଟା କଣ ?


ସାର୍ ମୁଁ ଉଁ ମୁଁ ଉଁ...


   ହେ ଯାଅ ତୁମେ। ମୁଁ ବାଘ ନା ଅଜଗର ! ମୋତେ ଦେଖି ଏତେ ଭୟ କରୁଛ କଣ ? କୁଆଡେ ଆସିଛ, ଲଫାପା ଭିତରେ କଣ ଅଛି କହିବା ସାହସ ନାହିଁ ତ ଆସୁଥିଲ କାହିଁକି ? ତୁମେ କି କଥା ହେବ ଯାଅ।ଆଉଟ୍।ଆଇ ସେ ଗେଟ୍ ଆଉଟ୍।


  ସାର୍ ମୁଁ। ମୁଁ ମୁଗ୍ଧା ରାୟ ରେଭେନ୍ସା ଲେଡିଜ୍ ହଷ୍ଟେଲ ବାର୍ଷିକ ପତ୍ରିକା " ଅୟସକାନ୍ତ "ର ଏଡିଟର୍ । ଆଇ କାର୍ଡ ଦେଖେଇଲି । ତିନି ଜଣ ବିଶିଷ୍ଟ ଲେଖିକଙ୍କୁ ନେଇ ଗୋଟିଏ ପୋଷ୍ଟ ରହିବ।ଏଗାରଟି ସମାନ ପ୍ରଶ୍ନ ପଚାର ଯିବ ତିନି ସମସାମୟିକ ସର୍ବଶ୍ରେଷ୍ଠ ଲେଖକଙ୍କୁ। ଆପଣ ମାନଙ୍କ ଉତ୍ତର ' ମୁଁ ଲେଖକ ହେବି କାହିଁକି ' ଶୀର୍ଷକ ରଖି ପତ୍ରିକାଟିରେ ଛପା ହେବ। ଗୋଟିଏ କଲମ ମୁନରୁ ଝରିବ ସେ ପ୍ରଶ୍ନର ଉତ୍ତର ସ୍ରୋତ। ସେଇଥିପାଇଁ ଆସିଥିଲି। ପ୍ରିନ୍ସିପାଲଙ୍କ ଅନୁମତି ପତ୍ର ବି ଦେଖେଇଲି। ଏତକ ମୁଁ ଗୋଟେ ନିଃଶ୍ବାସରେ କହିଦେଲି। କାଖରୁ ଭୟ ମୋ ଛାତିକୁ ଜାବୁଡି ଧରିଲାଣି ସେତେବେଳେକୁ। ଏତେବେଳେ ଯାଏ ଠିଆ ହୋଇଥିଲି । ବସିବାକୁ କହି ନ ଥିଲେ ସେ ଯେଣୁ । 


     କିଛି କ୍ଷଣ ନୀରବରେ କଟି ଗଲା ପରେ ସେ ବସିଥିବା ବେଡ଼ରେ ତାଙ୍କ ପାଖରେ ବସିବାକୁ ଡାହାଣ ହାତ ପାପୁଲି ବାଡେଇ କହିଲେ ବସ। 


   ବସିବି ତାଙ୍କ ବେଡ଼ରେ ପୁଣି ତାଙ୍କ ପାଖରେ !! ନାଇଁ ଲୋ ମାଆ କାଳେ ମୋ ପିଠିରୁ ଛଡେଇ ଦେବେ ଚୋପା।


ଆରେ କହିଲି ପରା ବସ ଠିଆ ହୋଇଛ କାହିଁକି ?


     ଇଆଡୁକୁ ସିଆଡୁକୁ ଅନାଇ ଛାନିଆଁରେ କହିଲି ଆପଣଙ୍କ ପାଖରେ ଗୋଟିଏ ବେଡ଼ରେ ମୋର ବସିବା ଯୋଗ୍ୟତା ଅଛି କି !


କାହିଁକି ନୁହେଁ ଆସ ବସ।


   ତଥାପି ଗୋଡ଼ ଦିଟା ଚଟାଣ ସହ ଅଠା ପରି ଲାଗିଥିଲେ ଯେମିତି।ବିଲକୁଲ ଆଗଉନଥିଲେ ବେଡ୍ ଯାଏ।


    କଣ ଭାବିଲେ କେଜାଣି କୋଣରେ ଚେୟାର ଆଡ଼କୁ ହାତ ଦେଖାଇ କହିଲେ ସେ ଚେୟାରଟା ଆଣି ବସ ।ଆଜିକାଲି ଏତେ ଗୁରୁ ଭକ୍ତି କିଏ ଦେଖାଉଛି ପୁଣି କଲେଜରେ ? 


    ଲଫାପା ଖୋଲି ପ୍ରଶ୍ନ ଗୁଡିକ ଦେଖିଲେ। ଟିକେ ମୋ ମୁହଁକୁ ଚାହିଁ ପଚାରିଲେ ଲେଖାଲେଖି କର ?


ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରି କହିଲି ହୁଁ ଉଁ ।


   ଏଥର ଟିକେ ମେଘୁଆ ଆକାଶ ହଠାତ୍ ସଫା ଦିଶି ଜହ୍ନ ଟିକିଏ ହସିଲା ପରି ଦିଶିଲା ତାଙ୍କ ମୁହଁ।


   ଖଡୁସ୍ ସାର୍ ହସି ପାରନ୍ତି ! ବିସ୍ମୟର ସୀମା ରହିଲା ନାହିଁ ମୋର। ପିଲା କିମ୍ବା କେହି ତାହେଲେ ଖଡୁସ୍ ସାର୍ ଙ୍କୁ ଠିକ୍ ରେ ଚିହ୍ନି ନାହାନ୍ତି !



ମୋ ଚିନ୍ତାରେ ବ୍ୟାଘାତ ସୃଷ୍ଟି କରି ସେ କହିଲେ ,ବୟସ କେତେ ଝିଅ ?


ଅଠର ପ୍ଲସ୍ ?


ଅଠର ପ୍ଲସ୍ ? ପ୍ଲସ୍ ଥ୍ରୀ ଫାଷ୍ଟ ଇଅର୍ ? ଅନର୍ସ କଣ ?


ଏଜୁକେସନ୍ ଅନର୍ସ।


   ସାବାସ୍ ଝିଅ। ପ୍ରାଣ ଦେଇ ଭଲ ପାଇବ ଲେଖା ଲେଖିକୁ। ତୁମ ନାମ ଓ ରୁମ୍ ନମ୍ବର ଦେଇ ଯାଅ । ପୋଷ୍ଟାଲରେ ଦିନେ ଦୁଇ ଦିନ ଭିତରେ ପଠେଇ ଦେବି ତୁମ ପ୍ରଶ୍ନର ଉତ୍ତର। ମନେ ରଖିବ ତୁମେ ଚାଲୁଥିବା ରାସ୍ତାରୁ ବାଟ ଭାଙ୍ଗି ନ ଯାଅ ଯେପରି।


   ଆଜ୍ଞା ସେଇ ଏଣ୍ଡୁଅର ମୁଣ୍ଡ ଟୁଙ୍ଗାରି ହଁ କହି ପ୍ରଣାମ ହୋଇ ରୁମ୍ ବାହାରକୁ ପଳେଇ ଆସିଲି। ଆଶ୍ଚର୍ଯ୍ୟ ଆସିଲା ବେଳକୁ ଡର ଆଉ ମୋ କାଖରେ ନ ଥିଲା।


    ଆରେ ଡର କୁଆଡେ ଗଲା ? ଖୋଜିଲି। ଡର ସାର୍ ଙ୍କ ପାଖରେ ବସି ଦାନ୍ତ ନିକୁଟି ମୋତେ ବାଏ କହୁଥିଲା। ସେଇ ଦିନୁ ମୋତେ ଆଉ ଖଡୁସ୍ ସାର୍ ଙ୍କୁ ଡର ଲାଗେନି। ସାର୍ ଙ୍କୁ ଦେଖିଲେ ମୁଁ ଟିକେ ହସିଦିଏ । ସାର୍ ମଧ୍ୟ ହସନ୍ତି ନାହିଁ ଯଦିଓ ଗମ୍ଭୀର ହୁଅନ୍ତି ନାହିଁ। ଅପା ମାନେ କୁହନ୍ତି ,କଣ ମୁଗ୍ଧା ତୋ ପାଖରେ ସେ ମହାବଳ ଖଡୁସ୍ ବାଘଟା ଛେଳି ହେବ ହେବ ହେଲାଣି ? ତୋତେ ସେ ପାଲରେ ପକାଇବା ଚକ୍କରରେ ଜାଣ ଲୋ ମୁଗ୍ଧା। ଦର ବୁଢାଟା ହୁସିଆର ଥିବୁ।


   ଛିଃ କି ବାଜେ କଥା କୁହନ୍ତି ଏ ଅପା ଗୁଡା । ସାର୍ ତ ମୋତେ ସମସ୍ତେ କହିଲା ପରି ଲାଗିଲେ ନାହିଁ ! ଦିନେ ସାହସରେ ପଚାରିଲି ସାର୍ ଆପଣଙ୍କୁ ପିଲା ମାନେ ଖରାପ କୁହନ୍ତି କାହିଁକି ?


    ଖଡୁସ୍ ବି କୁହନ୍ତି କହି ହୋ ହୋ ହୋଇ ହସି ଉଠିଲେ ସେ।


  ଆପଣ ଜାଣନ୍ତି ପିଲାମାନେ ଖଡୁସ୍ କୁହନ୍ତି ଆପଣଙ୍କୁ !!


  ହଁ ଏଥିରେ ନ ଜାଣିବାର କଣ ଅଛି ? ପିଲାମାନେ ମୁଁ ଶୁଣିଲା ପରି ପରା କୁହନ୍ତି।


ସାର୍ !


    ତୁମେ ବି କୁହ। ମୋତେ କିଛି ଫରକ ପଡିବନି। ବରଂ ଖଡୁସ୍ ଶୁଣିଲେ ମୋତେ ମହା ଆନନ୍ଦ ଲାଗେ। ଏଇଟା ମୋର ପ୍ରିୟ ନାଁ ।


ପ୍ରିୟ ନାଁ !


ହଁ କେହି ଜଣେ ମୋତେ ଏଇ ଖଡୁସ୍ ନାଁ ରେ ଡାକୁଥିଲେ।


କେହି ଜଣେ ! ଡାକୁଥିଲେ ! 


   ହଁ ମୁଗ୍ଧା ।ମୋ ପ୍ରେମିକା ଅତ୍ରି ।ମୋର ଟିଙ୍ଗା ସ୍ଵଭାବ ଦେଖି ମୋତେ ଖଗେନ୍ଦ୍ର ଦାଶ ପରିବର୍ତ୍ତେ ଖଡୁସ୍ ଦାଶ ଡାକୁଥିଲେ । ଯିଏ ରୋଡ଼ ଆକ୍ସିଟେଣ୍ଟରେ ଆଜକୁ ଚାରିବର୍ଷ ତଳେ ...


ସାର୍ ....!!




Rate this content
Log in

Similar oriya story from Tragedy