Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

କେତେ ରଙ୍ଗ ଏ ସଂସାରେ

କେତେ ରଙ୍ଗ ଏ ସଂସାରେ

3 mins
6


ଗୁରୁ ଶିଷ୍ୟ ଦୁହେଁ ଲମ୍ବା ରାସ୍ତା ଦେଇ ବାଟ ଚାଲୁଥିଲେ. ଗୁରୁ ଯେତିକି ଶାନ୍ତ ଶିଷ୍ଟ ନମ୍ର ଚେଲା ସେତିକି ଚଞ୍ଚଳମତି. ଗୁରୁ ହଠାତ କୌଣସି ନିଷ୍ପତ୍ତି ନେଉନଥିଲା ବେଳେ ଚେଲା ହଠାତ ବିଚଳିତ ହୋଇ କାହାରିନା କାହାରି ପଥରୋଧ କରୁଥିଲେ. ସେଦିନ ସେଇ ଲମ୍ବା ରାସ୍ତାରେ ଚାଲୁ ଚାଲୁ ଚେଲା ଦେଖିଲେ ଜଣେ ବ୍ୟକ୍ତି ଜୀବନ୍ତ ମାଛ ସବୁକୁ ଧରୁଛି ତ ଚେଲା ଦଉଡିଯାଇ ତାଙ୍କୁ କହିଲେ ମହାଭାଗ ଜୀବନ୍ତ ମାଛ ମାରି ପାପ ଅର୍ଜ୍ଜନ କରନ୍ତୁ ନାହିଁ. ଚେଲାଙ୍କ ଏ ଅନୁରୋଧରେ ବ୍ୟକ୍ତି ଜଣଙ୍କ କହିଲେ. ବୃତ୍ତି ଏ ମୋ ପୋଷେ କୁଟୁମ୍ବ,ମାଛ ନମାରିଲେ କେମିତି ପରିବାର ପ୍ରତିପୋଷଣ କରିପାରିବି ଆଜ୍ଞା? ଚେଲା ବୁଝାନ୍ତି ଏ ଦୁନିଆଁରେ ଅନେକ କାମ ପଡିଛି ତା ଭିତରୁ ତୁମେ ଏମିତି କିଛି କାମ ଆପଣେଇ ପାରିବ ଯୋଉଥିରେ ଜୀବ ହତ୍ୟା ଦୋଷ ଲାଗିନଥିବ. ଗୁରୁ ଚେଲାଙ୍କୁ ସେଠାରୁ ଭିଡି ଆଣି ଲମ୍ବା ରାସ୍ତା ଚାଲୁ ଚାଲୁ ବୁଝାନ୍ତି ତ ଚେଲା ବୁଝନ୍ତି ନାହିଁ. ଗୁରୁ କୁହନ୍ତି ଯିଏ ଯାହା କରିବ ତାର ଫଳ ସେ ଏଇ ଜନ୍ମରେ ଭୋଗ କରିବ ନଚେତ ଆର ଜନ୍ମରେ. ଚେଲା କୁହନ୍ତି ଆପଣ ପ୍ରବଚନ ବେଳେ ଯାହା ସବୁ କହନ୍ତି ତାକୁସବୁ ମୁଁ କାମରେ ଲଗାଇବାକୁ ଗଲାବେଳେ କାହିଁକି ଯେ ଆପଣ ମତେ ରୋକି ଦିଅନ୍ତି ମୁଁ ବୁଝିପାରେନା. ଏମିତି ଅବୁଝା ପଣରେ ଚେଲାଙ୍କର ସମୟ କଟୁଥାଏ ଗୁରୁଙ୍କ ପାଖରେ. ଗୁରୁଙ୍କର ମଧ୍ୟ ବୟସ ବଢୁଥାଏ ଲମ୍ବାରାସ୍ତାରେ ଚାଲୁ ଚାଲୁ ଏ ସଂସାରରେ.

  ସେଦିନ ସେମିତି ଚାଲୁ ଚାଲୁ ଚେଲା ଦେଖିଲେ ସାପଟିକୁ ଛଞ୍ଚାଣ ଖାଉଛି ଖିନଭିନ ଓ ରକ୍ତାକ୍ତ କରି ତ ଅଭ୍ୟାସ ବଶତଃ ଚେଲା ପକ୍ଷୀଟି ପଞ୍ଝାରୁ ସାପଟିକୁ ମୁକ୍ତ କରିବାକୁ ଟେକା ଫୋପାଡିବାକୁ ଯାଆନ୍ତେ ଗୁରୁ ପୂର୍ବପରି ତାଙ୍କୁ ରୋକିଦେଇ କହିଲେ ତୁମେ ଏଇ ରାସ୍ତାରେ ଦେଖିଥିବା ମାଛମାରି ପେଟ ପୋଷୁଥିବା ବ୍ୟକ୍ତିଜଣଙ୍କ ବର୍ତ୍ତମାନ ମୃତ୍ୟୁମୁଖରେ ପଡି ସାପ ହୋଇଛି ଓ ମାଛ ବର୍ତ୍ତମାନ ଛଞ୍ଚାଣ ପକ୍ଷୀ ହୋଇ ତାର ପ୍ରାରବ୍ଧ କର୍ମଫଳର ବଦଲା ନେଉଛି. ତୁମେ କାହିଁକି ସେହି କର୍ମରେ ନିଜକୁ ଅଂଶୀଦାର କରିବ ବରଂ ମୋର ବୟସ ହେଲାଣି ମୃତ୍ୟୁ କୋଉଦିନ ଆସି ଆମ ପାଖରେ ପହଞ୍ଚି ଯିବା ପୂର୍ବରୁ ଆଶ୍ରମର ଉତ୍ତରଦାଇତ୍ୱ ଦେବାପାଇଁ ଉପଯୁକ୍ତ ଶିଷ୍ୟଟିଏ ସନ୍ଧାନ କରିବାରେ ମତେ ସାହାଯ୍ୟ ସହଯୋଗ କରି ସହାୟକ ହୁଅ. ଚେଲା ଏ ଭିତରେ ଗୁରୁଜ୍ଞାନ ପାଇଯାଇଥିଲେ ତ ଆଶ୍ରମରେ ଥିବା ଅନ୍ତେବାସୀମାନଙ୍କ ଭିତରୁ ଜଣଙ୍କର ନାମ କହିଥିଲେ. ଗୁରୁ ଆଶ୍ରମରେ ପହଞ୍ଚି ସେହି ଶିଷ୍ୟଙ୍କୁ ଡକାଇ ତାଙ୍କ ମାନକଥା ପ୍ରକାଶ କରିବାରୁ ସେ କହିଥିଲେ ଏତେବଡ ଦାଇତ୍ୱ କର୍ତ୍ତବ୍ୟ ନିଭେଇବା କଣ ମୋ ପକ୍ଷେ ସମ୍ଭବ ହେବ ଆଜ୍ଞା! ଗୁରୁ କହିଲେ ତୁମକୁ ଗୋଟେ କାମ ଦେବି କରିପାରିବ ବତ୍ସ? ନିମାଇଁ ରାଜି ହେଲେ ତ ଗୁରୁ କହିଲେ ତୁମକୁ ଗୋଟେ ଲମ୍ବାରାସ୍ତା ଦେଇ ଗୋଟେ ଝରଣା ଟପି ଗୋଟେ ପାହାଡ଼ ଉପରକୁ ଯିବାକୁ ପଡିବ. ସେହି ପାହାଡ଼ ଉପରେ ଥିବା ଆଶ୍ରମରେ ଅନେକ ଛାତ୍ର ଅଧ୍ୟୟନ କରନ୍ତି. ତୁମେ ତାଙ୍କ ଭିତରୁ ଶହେ ଜଣଙ୍କୁ ଏହି ଆଶ୍ରମକୁ ଲମ୍ବାବାଟ ଦେଖାଇ ଆଣିବାକୁ ହେବ ।

   ବାହାରି ଯିବା ପୂର୍ବରୁ ଗୁରୁଙ୍କ ପାଦ ତଳେ ପ୍ରଣିପାତ କରି ନିମାଇଁ ଲମ୍ବାରାସ୍ତା ଦେଇ, ଝରଣା ଅତିକ୍ରମ କରି ପାହାଡ଼ ଚଢି ଆଶ୍ରମରେ ପହଁଚିଲେ ଓ ଯେଉଁ ଶିଷ୍ୟମାନେ ରାଜି ଥିଲେ ସେହି ଶହେ ଜଣ ଛାତ୍ରଙ୍କୁ ଧରି ନିଜ ଆଶ୍ରମକୁ ଫେରିବା ବେଳେ ବାଟରେ ସେହି ଝରଣା ପାଖରେ ରାଜା ତାଙ୍କ ମନ୍ତ୍ରୀ ଓ ପାରିଷଦବର୍ଗଙ୍କ ସହିତ ଅଶୀଜଣ ବଣିକ କନ୍ୟାଙ୍କ ସ୍ୱୟମ୍ବର କରାଉଥିଲେ. କୋଣସି ଜଣେ କନ୍ୟାଙ୍କୁ ପସନ୍ଦ କରି ବିବାହ କଲେ ତାଙ୍କୁ ହଜାରେ ସ୍ଵର୍ଣ୍ଣମୁଦ୍ରା ମିଳୁଥିବା ଘୋଷଣାରେ ପ୍ରଲୁବ୍ଧ ହୋଇ ନିମାଇଁଙ୍କ ସହ ଫେରୁଥିବା ଶହେ ଛାତ୍ରଙ୍କ ଭିତରୁ ଅଶୀ ଜଣ ସେହି କନ୍ୟାମାନଙ୍କର ପାଣିଗ୍ରହଣ କରି ହଜାରେ ଲେଖାଏଁ ସ୍ଵର୍ଣ୍ଣମୁଦ୍ରା ପାଇ ସଂସାର ଯାତ୍ରାରେ ପଛକୁ ଫେରିଗଲେ. ଆଉ ବାକି କୋଡିଏ ଜଣଙ୍କୁ ଧରି ନିମାଇଁ ଚାଲୁଥିଲେ ଲମ୍ବାରାସ୍ତା ଆଶ୍ରମ ପର୍ଯ୍ୟନ୍ତ ହେଲେ ଆଶ୍ରମରେ ପହଁଚିଲା ବେଳକୁ ତାଙ୍କ ସାଥିରେ କେହି ଜଣେ ମଧ୍ୟ ନଥିଲେ. ଦୁନିଆଁଦାରୀର ବିଭିର୍ଣ୍ଣ ପରିପ୍ରେକ୍ଷୀରେ ଆକୃଷ୍ଠ ହୋଇ ବାଟ ଭାଙ୍ଗି ଚାଲିଯାଇଥିଲେ ସମସ୍ତେ ନିଜ ନିଜ ରାସ୍ତା ବାଛିନେଇ ।

   ଗୁରୁଙ୍କୁ କଣ କହିବେ ବୋଲି ନିମାଇଁ ସବୁ ସତ୍ୟ ହିଁ ଉପସ୍ଥାପନ କରିଥିଲେ ତ ଗୁରୁ କହିଲେ ବତ୍ସ, ତୁମେ ଯାହା ସବୁ କହୁଛ ସବୁ ସତ୍ୟ ଅଟେ. ତୁମର ଧର୍ଯ୍ୟ, ସାହାସ, ନିର୍ଭିକତା ସହ କାର୍ଯ୍ୟ କରିବାର ଆନ୍ତରିକତା ସହ ଭକ୍ତି, ନିଷ୍ଠା, ଚେଷ୍ଟା ଓ ପ୍ରଚେଷ୍ଟା ମତେ ମୁଗ୍ଧ କରିଛି. ତୁମେ ହିଁ ଏ ଆଶ୍ରମର ଉତ୍ତରତ୍ତର ପରିଚାଳକ. ପୂର୍ବକ୍ତ ଚେଲା ତାଳିମାରି ନିମାଇଁଙ୍କୁ ବୁଝାଇ ଦେଇଥିଲେ ତୁମେ ଏକୁଟିଆ ଲମ୍ବା ରାସ୍ତାରେ ଚାଲିବାକୁ ସକ୍ଷମ. ଯିବା ପୂର୍ବରୁ ତୁମର ଭକ୍ତି, ଏତେବାଟ ଚାଲିବାରେ ନଥିଲା ଦ୍ୱ୍ୟୁରୁକ୍ତି ତଥା ଆଦେଶ ପାଳନ, କର୍ତ୍ତବ୍ୟର ଆହ୍ୱାନ ଏବଂ ସର୍ବୋପରି ଶହେ ଜଣ ସଂସାର ମାୟା ବନ୍ଧନ ମୋହର ବଶବର୍ତ୍ତୀ ହୋଇ ବାଟ ହୁଡ଼ିଯିବା ବେଳେ ତୁମେ ଏକାକୀ ଲକ୍ଷସ୍ଥଳରେ ପହଞ୍ଚିବା ହିଁ ତୁମ ପରୀକ୍ଷରେ ଫଳ. ନିମାଇଁ ପୁଣି ଉଭୟ ଗୁରୁ ଓ ପୂର୍ବକ୍ତ ବୟସ୍କ ଓ ଅଭିଜ୍ଞ ଚେଲାଙ୍କୁ ପ୍ରଣିପାତ କରୁଥିଲେ ।


Rate this content
Log in

Similar oriya story from Abstract