STORYMIRROR

Sunanda Mohanty

Comedy Drama Thriller

3  

Sunanda Mohanty

Comedy Drama Thriller

କେତେ ରଙ୍ଗ ଏ ଜୀବନେ

କେତେ ରଙ୍ଗ ଏ ଜୀବନେ

1 min
167

ବୁର୍ଖା ଭିତରୁ ଝିଅ ମାନଙ୍କର ଅଧା ଆଖିର ସୌନ୍ଦର୍ଯ୍ୟ ଦେଖିଲେ ମୋ ଆଖି ଟାଣି ହେଇଯାଏ ସେଇ ଆଡେ, ଇଛାହୁଏ ଦେଖିବାକୁ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ ଭରା ମୁଖ ମଣ୍ଡଳକୁ l ସତରେ ସୌନ୍ଦର୍ଯ୍ୟ ର ତୁଳନା ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ସେବେର ଓଢଣା ଆଉ ନାହିଁ। ମନେ ପଡେ ପ୍ରତିଭା ପାଟିଲ ଙ୍କ ଓଢଣା ପକା ସୁନ୍ଦର ମୁହଁ, ସତରେ ଢାଙ୍କୁଣି ତଳେ କଣ ରହିଛି ଦେଖିବାରେ ଯେତିକି ଆନନ୍ଦ ଓ ଉନ୍ମାଦନା, ମୁକ୍ତ ବା ଢାଙ୍କୁଣି ବିହୀନ ଜିନିଷରେ ନଥାଏ ସେତେ ଆଗ୍ରହ ବା ଦେଖିବାର ଉତ୍ସୁକତା ଅବା ଜିଜ୍ଞାସା। ତ ସେହି ସୌନ୍ଦର୍ଯ୍ୟ ଭରା ଦୁଇ ଅଧା ଅଧା ଆଖିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଚଢ଼ିଲି ବସରେ, ଆଉ ଅପୂର୍ବ ସୁଯୋଗ ପାଇ ବସିଗଲି ଝିଅଟି ବସିଥିବା ମହିଳା ସିଟରେ , ସୁଯୋଗ ଖୋଜୁଥିଲି ଝିଅଟି ସହିତ ଆଳାପ ଜମେଇବା ପାଇଁ, ତ ନିଦ ଆସି ଯାଇଥିଲା କେତେବେଳେ। ହଠାତ୍ ନିଦ ଭାଙ୍ଗିଗଲା ପାଟିତୁଣ୍ଡ ଶୁଣି ତ ଧଡପଡ ଉଠି ବସିଲି, କଣ୍ଡକ୍ଟର ଭାଇ ସେହି ଅଧା ଆଖି ଦିଶୁ ଥିବା ଝିଅଟିକୁ ବୁର୍ଖା ଖୋଲିବାକୁ ଏକରକମ ଧମକ ଦେଇଥିଲା ତ କଥାଟା ପ୍ରଥମେ ମୋର ହଜମ ହେଲାନି, କିନ୍ତୁ କଣ୍ଡକ୍ଟର ଙ୍କ ଜିଦ୍ ରେ ଝିଅଟି ଆସ୍ତେ ଆସ୍ତେ ଖୋଳୁଥିଲା ଚେହେରା ତ ଜଣାପଡ଼ିଲା ଝିଅ ନୁହେଁ ପୁଅ ଟିଏ ସେ, ବସିଛି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ ରେ। କି ସାଙ୍ଘାତିକ ବ୍ୟାପାର। ବୂର୍ଖା ଭିତରୁ ଦେଖାଯାଉଥିବା ସୌନ୍ଦର୍ଯ୍ୟ ଭରା ଢଳ ଢଳ ଆଖି ଦେଖାଇ କିଏ ଯେ ଏଭଳି ସାଙ୍ଘାତିକ ଅପରାଧ କରିପାରେ ତାର ଜ୍ଜ୍ବଳନ୍ତ ଉଦାହରଣ ଦେଖି, ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯେ ଏକଦମ୍ ଅମୂଳକ ନୁହେଁ ବୁଝିବାକୁ ବାକି ନଥିଲା ମୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy