Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Akshayakumar Dash

Inspirational


3  

Akshayakumar Dash

Inspirational


କବାଡିଵାଲା

କବାଡିଵାଲା

2 mins 546 2 mins 546

ଟଲୀ ରିକ୍ସା ଟାଣି ଟାଣି ଯାଉଥିଲା କବାଡି ଵାଲା । ଜଣେ ବାଳକ । ବୟସ ବୋଧେ ତେର ବା ଚଉଦ ହେବ । ଡାକୁଥିଲେ ମା’ । ବାବୁ କାଗଜ ଦେଵ, ଭଙ୍ଗାଲୁହା, ଡବା, ଟିଣ, ପଟି ଦେଵ । ରୁକ୍ମଣୀ ଦେବୀ ବାହାରି ଡାକିଲେ, ହେ କବାଡ଼ିଆ ଏଠିକି ଆ’ । ପିଲାଟି ତା’ର ଟଲିକୁ ବୋହି ଘର ନିକଟକୁ ଆସିଲା । ରୁକ୍ମଣୀ ପଚାରିଲେ, କେତେରେ ନେଉଛୁ ? ପିଲାଟି କହିଲା କିଲୋ ଦଶଟଙ୍କା । ଏଗାର ଟଙ୍କା ପରା କହି ଘର ଭିତରକୁ ଗଲେ । ପେଟିଏ ପୁରୁଣା କାଗଜ ଆଣି ଥୋଇଲେ । ପିଲାଟି କାଗଜ ଓଜନ କଲା । ଚାରି କିଲୋ ହେଲା । ପିଲାଟି ପେଟି ସହ କାଗଜ ଟଲିରେ ରଖି ଚାଳିଶ ଟଙ୍କା ଦେଇ ଚାଲିଗଲା ।


ପୁରୁଷୋତ୍ତମ ବାବୁ ଘରକୁ ଫେରିଲେ । ପତ୍ନୀ ରୁକ୍ମଣୀ ବାହାରି ଆସି କହିଲେ ହେଇଟି ପେଟିରେ ଥିବା କାଗଜକୁ ବିକିଦେଲି । ଚାଳିଶ ଟଙ୍କା ହେଲା । ସେ ପୋଡାମୁହାଁକୁ ଏଗାର ଟଙ୍କା କହିଲି । ରାଜିହେଲାନି ! ପୁରୁଷୋତ୍ତମ ବାବୁଙ୍କ ମୁଣ୍ଡରେ ବଜ୍ର ପଡିଲା । କହିଲେ କୁଆଡେ ଗଲା ସେ ଟଲି ଖୋଜିବାକୁ ଧାଇଁଲେ । ଖୋଜି ଖୋଜି ପାଇଲେ ନାହିଁ । ଘରକୁ ହତାସରେ ଫେରିଲେ । ରୁକ୍ମଣୀ ଦେବୀ କ’ଣ ହେଲା ? ପଚାରିଲେ । ପୁରୁଷୋତ୍ତମ କହିଲେ, ଟଙ୍କା ପେଟିରେ ଥିଲା ତୁମ ପାଇଁ ଗଲା । ସେଠି କେଉଁଥି ପାଇଁ ରଖିଥିଲା ?ରୁକ୍ମଣୀ ପଚାରିଲେ । କେବଳ ତୁମ ପାଇଁ ତୁମର ଟଙ୍କାର ଲୋଭ ପାଇଁ । ରୁକ୍ମଣୀ ଦେବୀ କହିଲେ ମୋ ପାଇଁ, ସତ କଥା ହେଲା ମତେ ଲୁଚେଇ ତୁମର କେଉଁଠି କାରବାର ଚାଲିଛି । ଗଲା ଭଲହେଲା । ଭାରି ମରଦପଣିଆ ଦେଖେଇ ହେଉଛ । ମୋ ହାତକୁ ନଦେଇ ଲୁଚେଇ ରଖୁଛ ତ ଗଲା କ’ଣ ହେଲା ! କେତେ ଟଙ୍କା ବା’ ? ପୁରୁଷୋତ୍ତମ ବାବୁ ରକ୍ତଚାଉଳ ଚୋବେଇ କହିଲେ ଏବେ ଶାନ୍ତିତ । ଚାଳିଶଟଙ୍କା ପାଇଁ ପାଞ୍ଚହଜାର ଗଲା । ରୁକ୍ମଣୀ କହିଲେ, ବେଶ ହେଲା । ତୁମ ରୋଜଗାରରେ ସେମିତି କାହାକୁ ଠକି ଟଙ୍କା ରଖିଥିଲ ଗଲା । ମୋର କ’ଣ ଦୋଷ ହେଲା ?


ସନ୍ଧ୍ୟା ସମୟ । ବାରଣ୍ଡାରେ ବସି ଚାହା ପିଉଥିଲେ ପୁରୁଷୋତ୍ତମ । ଭୁଲିଯାଇଥିଲେ ଟଙ୍କା କଥା । କବଡ଼ିଆ ପିଲାଟି ଆସି କହିଲା ବାବୁ ମା’ କାହାନ୍ତି ? ତୁ କିହେ ତୋ ଘର କେଉଁଠି? ପଚାରିଲେ ପୁରୁଷୋତ୍ତମ । ପିଲାଟି ସବୁ କଥା କହି ଟଙ୍କା ମୁଣିଟା ଦେଲା । ପୁରୁଷୋତ୍ତମ ଟଙ୍କା ଗଣୁଗଣୁ ପିଲାଟି ଚାଲିଗଲା । ପୁରୁଷୋତ୍ତମ ବାବୁ ପିଲାଟିକୁ ଡାକି କିଛି ଟଙ୍କା ଦେଲେ ହେଲେ ପିଲାଟି ନନେଇ ଚାଲିଗଲା ।


Rate this content
Log in

More oriya story from Akshayakumar Dash

Similar oriya story from Inspirational