କାନ୍ଥ ଓ ମୁଣ୍ଡ
କାନ୍ଥ ଓ ମୁଣ୍ଡ
ଦିନେ ଅଫିସରୁ ଲଞ୍ଚ ଟାଇମରେ ମୀରା ଆପlଙ୍କୁ ରିଂ କଲା ମନୁ | ଆପl ପଚାରିଲେ ଘରେ ସବୁ ଠିକ ଅଛି ତ | ମୀରା ଅପା ହେଲେ ମନୁର ସ୍ତ୍ରୀ ମିନାର ବଡ଼ ଭଉଣୀ, ଯିଏ ପାଖ ସହରରେ ରୁହନ୍ତି | ମନୁ କହିଲା ଅପା ମିନା ରାଗି ଗଲେ ଖାଲି କାନ୍ଥରେ ମୁଣ୍ଡ ପିଟୁଛି, ଯେତେ କହିଲେ ଶୁଣୁନି | କlଲି ସେ ମୁଣ୍ଡ ପିଟିଲା ବେଳେ ମୁଁ କାନ୍ଥରେ ମୋ ହାତ ରଖି ଦେଲି, ସେ ମୋ ହାତ ଉପର ମୁଣ୍ଡ ପିଟି ଦେଲl ଓ ମୋର ଦିଟା ଆଙ୍ଗୁଠି ଫାଟିଗଲା | ଅପା ସବୁ ଶୁଣିଲେ ଓ ନିରବ ରହିଲେ | କିଛି ସମୟ ପରେ କହିଲେ ବାବାରେ ଏଇଟା ତାର ପିଲା ଦିନର ରାଗ | ପିଲା ଦିନେ ଆମର ଗୋଟେ ଛେଳି ଛୁଆ ଥିଲା ସେ ଆମ ସମସ୍ତଙ୍କ ସଂଗେ ଖେଳୁଥିଲା | ତା ଆଗରେ କଥା କି ପଟl ଧରିଲେ ସେ ଛେଳି ଛୁଆ ସେଥିରେ ତା ମୁଣ୍ଡ ପିଟୁ ଥିଲା | ସେ ଛେଳି ଛୁଆ ପ୍ରାୟ ମିନା ପାଖରେ ରହୁଥିଲା ତା ହାତରୁ ବିସ୍କୁଟ, ମିକ୍ସଚର, ଭାତ, ଚୁଡା ସବୁ ଖାଉଥିଲା | ସେ ଛେଳି ଛୁଆ ର ନାଁ ଥିଲା ଲିଟିଲ | ମିନା ତାକୁ କେବେ ବି ଛାଡୁ ନଥିଲା ସ୍କୁଲ ଗଲା ବେଳେ ସେ ଗୋଟେ ଘରେ ରହୁଥିଲା ଓ ଆମେ ସବୁ ସ୍କୁଲ ଯାଉଥିଲୁ | ରାତିରେ ସେ ଆମ ଘରେ ତଳେ ଶୋଉଥିଲା | ଅଜା ଘରକୁ ଗଲେ ବି ସେ ଆମ ସାଙ୍ଗରେ ଯାଉଥିଲା | ଦିନେ ଆମେ ସ୍କୁଲ ଗଲା ପରେ, ସେ ଆମ ପଛରେ ଘରୁ ବାହାରି ଗଲା ଓ ଘରକୁ ଫେରିଲାନି | ତାକୁ ଲିଟିଲ ଡାକିଲେ ସେ ଯେଉଁଠି ଥିଲେ ବି ଦୌଡ଼ି ପଳାଇ ଆସେ,ହେଲେ ସେଦିନ ଆମେ ଆଉ ତାକୁ ଖୋଜି ପାଇଲୁନି | ଅନେକ ରାତି ଯାଏଁ ବାପା ଓ ଅନ୍ୟ ମାନେ ଲିଟିଲକୁ ଖୋଜି ପାଇଲେନି | କିଏ ତାକୁ ଧରି ବୋଧେ ବିକି ଦେଇଥିଲା | ସେ ଦିନ ମିନା ବହୁତ କାନ୍ଦିଲା ଓ ରାଗିକି କହିଲା ବାପା ମୋ ଲିଟିଲକୁ ଆଣିଦିଅ ନହେଲେ ମୁଁ ମରିଯିବି, କହି କାନ୍ଥରେ ମୁଣ୍ଡ ବଡ଼ାଇଲା | ଯେତେ ବୁଝାଇଲେ ବି ବଝିଲାନି | ତା ପରେ ବାପା ଆଉ ଗୋଟେ ଛେଳି ଛୁଆ ଆଣିଲେ ହେଲେ ସେ କହିଲା ଏଇଟା ମୋ ଲିଟିଲ ନୁହେଁ | ସେଇ ଦିନରୁ ସେ ରାଗିଲେ ମୁଣ୍ଡ ବାଡାଏ,ତାକୁ ମୋ ପାଖକୁ ଆଣି ଆସିବ ମୁଁ ତାକୁ ବୁଝେଇ ଦେବି |

