Akshayakumar Dash

Inspirational Children

4.0  

Akshayakumar Dash

Inspirational Children

କାନ୍ଦିକାନ୍ଦି ହସିବାର ଶିକ୍ଷା

କାନ୍ଦିକାନ୍ଦି ହସିବାର ଶିକ୍ଷା

1 min
243


ବିଧ୍ୟାଧର ଙ୍କ ଛୋଟ ପରିବାର। ବିଧ୍ୟାଧର ଜଣେ କୃଷି ବିଭାଗର କର୍ମଚାରୀ । ପତ୍ନୀ ନିରୂପମା ସରକାରୀ ହସ୍ପିଟାଲ ର ନର୍ସ । ବିଧ୍ୟାଧରଙ୍କ ଝିଅଟିଏ ଓ ପୁଅଟିଏ । ପୁଅକୁ ଛ ମାସ । ଝିଅ କୁ ଆଠ ବର୍ଷ । ବିଧ୍ୟାଧରଙ୍କ ପତ୍ନୀ ନିରୂପମାଙ୍କ ପୁତ୍ର ସନ୍ତାନ ହସ୍ପିଟାଲରେ ହେଲା । ପୁଅକୁ କରୋନା ନେଗେଟିଭି ବାହାରିଲା । ମା ମଧ୍ୟ ସୁସ୍ଥ ହୋଇ ଘରକୁଗଲେ । ବିଧ୍ୟାଧରଙ୍କୁ ଜର ହେବାରୁ ପରୀକ୍ଷା କରି ଜଣାପଡିଲା କରୋନା ପଜେଟିଭ । ସ୍ଥାନୀୟ ଚିକିତ୍ସାରେ ଆରୋଗ୍ୟ ନହେବାରୁ ତାକୁ ଭୁବନେଶ୍ୱର ସ୍ଥିତ କରୋନା ହସ୍ପିଟାଲ ରେ ଚିକିତ୍ସା ଚାଲିଲା । ସମସ୍ତ ଚେଷ୍ଟା ସତ୍ୱେ ଜୀବନ ଗଲା । କିଛିଦିନ ପରେ ନିରୂପମାକୁଂ ବି ଜ୍ଵର ହୋଇ ଚିକିତ୍ସା କରଗଲା । ତାଙ୍କର ଆବସ୍ଥା ବି ଜଟିଳ ହେବାକୁ ବସିଲା । ସେବି ମୃତ୍ୟୁ ମୁଖରେ ପଡିଲେ । ଘରେ ଝିଅ ଓ ପୁଅ । ଭଉଣୀ ନିଜ ସାନ ଭାଇକୁ ଧରି କ୍ଷୀର ବୋତଲ ପେଇଦିଏ । ଭାଇ କାନ୍ଦେ, ତାକୁ କୋଳରେ ଧରି ପିଠି ଥପୁଡ଼େଇ ଘର ଅଗଣାରେ ବୁଲେ । ନିଜେ ଭାଇକୁ ଶୋଇଦେଇ ରୋଷେଇ କରି ଖାଏ । ଭାଇ ନିଦରୁ ଉଠି କାନ୍ଦିଲେ ତାକୁ କୋଳକୁନେଇ କୁହେ, କାନ୍ଦିଲେ ଦୁଃଖ ଯାଏନି, ବରଂ ବଢେ । ଏବେ ତୁ ହସ ମୁଁ ବି ହସୁଛି ।ବଞ୍ଚିବାକୁ ତତେ ପଡିବ । ମୁଁ ବି, ଯେତେ ଆଉ ଝଞ୍ଜାଆସୁ ଆଉ କାନ୍ଦିବାକୁ ଦେବାନି ଚାଲ । ପୂର୍ବରୁ ଦୁଃଖ ସବୁ ସରିଗଲା ପରେ ବାକି ତକ ହସିହସି କାଟିବା । ତତେ ମୁଁ ରଖିବି । ତୋର ଯତ୍ନ ମୁଁ ନେବି। ତତେ ପାଠ ସ୍କୁଲ ରେ ପଢେଇବି । କାନ୍ଦି କାନ୍ଦି ମରିଗଲେବି ମା ବାପା ଆଉ ଫେରିବେ ନାହିଁ । ଆମକୁ ବଂଚିବାକୁ ପଡିବ, ଏଥର ଆସ ଦୁଇଜଣ ହସିବା।


  





Rate this content
Log in

Similar oriya story from Inspirational