Satyabati Swain

Tragedy

4  

Satyabati Swain

Tragedy

କାଳ ରାତି

କାଳ ରାତି

6 mins
24.3K


Day-3,P-3

କାଳ ରାତି

ଦାଣ୍ଡ ଦୁଆର ମୁହଁରୁ ଘର,ଘରୁ ଦାଣ୍ଡ ଦୁଆର ମୁହଁକୁ ବାରମ୍ବାର ଦୌଡୁଥିଲି ମୁଁ ଅଂଶୁ,ଅଂଶୁମାନ ମଣ୍ଡଳ।ଫୋନ୍ କରୁଥିଲି ବି ଲାଗ ଲାଗ।ହେ ବଇଆ,ନରି,ରାମୁ ଡାକ ଛାଡ଼ୁଥିଲି ମୁଁ।ଘଣ୍ଟାରେ ଏଗାର।ରାତି ଶୋଇ ପଡିଛିସଟ୍ ଡାଉନ୍ ରେ।କୋ ରୋ ନା ରେଡ୍ ଜୋନ ଭାବେ ଘୋଷଣା ହୋଇଛି ଯାଜପୁର। କଡା କଡ଼ି ଜଗିଛନ୍ତି ପୋଲିସ୍ ପହରା ଦେଇ।କନ୍ଭେଣ୍ଟ ଏରିଆ ଆମ ଅଞ୍ଚଳ।ସେଇ ଟାଉନ ଠାରୁ ଅଳ୍ପ ଦୂରରେ ଆମ ଘର।ଆମ ଘରେ କେବଳ ମୁଁ ,ଛୋଟ ଭଉଣୀ କୁନି, ସ୍ତ୍ରୀ କଇଁ ଓ ପକ୍ଷଘାତ ରୋଗୀ ବାପା ରହୁ।କ ରୋ ନା କଣ ମାରିବ; ଆମେ ଖାଇବା ବିନା ମରି ସାରିଲୁଣି।ଭୋକରେ ଭାଜି ହୋଇ ଗଲୁଣି ଚାରିଟା ମଣିଷ।ପେଟର ଜ୍ବାଳା ଅତି ଉତ୍କଟ।


ବାପା ବିଛଣାରେ ପଡି ଛନ୍ତି ଅହରହ।ଖାଲି ଖାଇବାକୁ ବିକଳ ହୋଇ ଅନେଇଁ ଥିବେ।କଣ ଦିଟା ଖାଇବା ଚିନ୍ତା ବ୍ୟତୀତ ତାଙ୍କର ଆଉ କିଛି ଦକ କରିବା ଶକ୍ତି ନାହିଁ।କେବଳ କରୁଣ ଭାବେ ଜୁଳୁ ଜୁଳୁ କରି ଅନାଉଛନ୍ତି।କିଛି ଖାଦ୍ୟ ନେଇ ଗଲେ ମୁହଁଟି ଟିକେ ହସିଲା ଦିଶୁଛି।କଣ କରନ୍ତେ ବସିବା ଲୋକର ଭୋକ ଅଧିକ।ପାଟି ଟି ବଙ୍କା ହୋଇ ଯାଇଛି।କଥା ବି କହି ପାରନ୍ତି ନାହିଁ।ବାଁ ପଟ ଟି ପୁରା ଅଚଳ।ଝାଡା ପରିସ୍ରା ବି ବେଳେବେଳେ ଶେଯରେ କରି ଦିଅନ୍ତି।କଇଁ ଓ କୁନି ସମ୍ଭାଳନ୍ତି ବାପାଙ୍କୁ।ମୁଁ ସମ୍ଭାଳେ ଚାରିଟା ପେଟ।


କଇଁର ପିଲା ପିଲି ହେବ।ପେଟ ପୁରା ଦିଟା ଖାଇବାକୁ ନ ପାଇ ଛଟ୍ ଛଟ୍ ହେଉଛି।ଏଠି ସେଠି ଆଲିଜା ଦେଇ ପଡୁଛି ତଳେ।କୁନି ମୁହଁଟି ଶୁଖି ଯାଉଛି ଖାଇବା ବିନା।ମୁଠେ ଚୁଡା ଓ ନାଲି ଚାରେ ଚଳେଇ ନେଉଛୁ ଆମେ ଦିନେ ଦିନେ।ଭାତ ଆଳୁ ଚକଟା ଦୁଇ ବେଳା ଜୁଟିବା ଆମ ଭାଗ୍ୟରେ ନାହିଁ।ଯାହା ଯେମିତି ରଖିଥିଲି ସେତିକ ଶେଷ ହୋଇ ଗଲାଣି।ପ୍ରତିଦିନ ସକାଳୁ କଇଁ ଆଳୁ

ଦମ୍,ଭୁଗୁନି,ଇଟିଲ୍ ବରା କରିଦିଏ।ମୁଁ ସାଇକେଲ୍ ର ଆଗ ପଛରେ ଓହ୍ଲେଇ ବଜାର ଉପରେ ଠିଆ ଠିଆ ହୋଇଯାଏ।ମୋ ପ୍ରସ୍ତୁତ ଦହିବରା ଓ ଆଳୁଦମ୍ ତଥା ଇଟିଲ୍ ଭୁଗୁନିର ଭାରି ଚାହିଦା।କଇଁ ହାତ ଟା ସେମିତି।ଭାରି ମହକେ ତା ହାତ ତିଆରି ଖାଦ୍ୟ।ଆଠ ଟାରୁ ଏଗାର ଭିତରେ ସକାଳେ ସବୁ ସେଲ୍ ହୋଇ

ଯାଏ।ପକେଟ ଫୁଲ୍ ହୋଇଯାଏ ଟଙ୍କା ପଇସାରେ।ସଉଦା ପତର କିଣି ନେଇ ଯାଏ।ସୁରୁଖୁରୁରେ ଚଳିଯାଉ।ପୁଣି ବରା ତରକାରୀ ନେଇ ସନ୍ଧ୍ୟାରେ ଦି ଘଣ୍ଟା ଠିଆ ହୋଇଗଲେ ପେଟ ପାଇଁ ଚିନ୍ତା ରୁହେ ନାହିଁ।


କିନ୍ତୁ ଦିନେ ଅଧେ ହେଲେଲ ଚଳି ଥାନ୍ତା।ଦେଢ଼ ମାସରୁ ଅଧିକ ହେଲାଣି ହାତ ବାନ୍ଧି ଘରେ ବସିଛି।କେଉଠୁ ଆସିବ ଖାଇବାକୁ। ଏ କରୋନା ଆଇଲା ନାହିଁ ଯେ ମୋ ପରି ଖଟିଖିଆ ଦିନ ମଜୁରିଆଙ୍କ ଭୋକ ବଢ଼େଇ ଦେଲା ଖାଦ୍ୟ ନ ଥାଇ।ବସିଲାରୁ ଟାକୁ ମାକୁ ହେଉଛି ପାଟି।ଆମକୁ ତ ଭାତ ଆଳୁଚକଟା ଅମୃତ ଲାଗୁଛି।ସେତିକି ମିଳନ୍ତା ହେଲେ ସବୁଦିନ।କୁନି କହୁଛି ଭାଇ କେଉଁ ଦିନ ଆମର ଡାଲି କି ମାଛ ତରକାରୀ ହେବ।ଦେଖିଲୁ ଭାଉଜ ଟା ଖାଇଆକୁ ନ ପାଇ କେମିତି ଦିଶିଲାଣି।ତୁ ତ ସେଲୁନ ଖୋଲୁନି ବୋଲି ଗୋପବନ୍ଧୁ ହେଲୁଣି।କଣ କିଛି ବ୍ୟବସ୍ଥା କର।ଚୁଡା ଚା ଖାଇ ଆମେ ସିନା ଚଳେଇ ଦେଉଛେ;ହେଲେ ଭାଉଜର ବା ଦିନ ବାର ହୋଇ ଆସିଲାଣି।ତା ପେଟ ଭିତରେ ଛୁଆଟା ବି ଭୋକ ବିକଳରେ ଭାଉଜ ପେଟକୁ ଗୋଇଠା ମାରୁଛି।ଭାଉଜର ତ ବଳ ପାଉ ନାହିଁ ଉଠିବାକୁ।ଦେଢ଼ ମାସ ହୋଇଗଲା ଖାଇଆ ପିଇଆ ଠିକ୍ ନାହିଁ।ତୁ କିଛି କର ଭାଇ।


ମୁଁ ଦିର୍ଘଶ୍ଵାସ ଛାଡ଼ିଲି।ଭାଗ୍ୟକୁ ଚୁଡା ପାଞ୍ଚ କିଲେ କିଣି ଆଣି ଥିଲି।ନଲେ ଖାଲି ପାଣି ପିଇ ବଞ୍ଚିବାକୁ ପଡ଼ିଥାନ୍ତା।କଇଁ ଟା ଭାରି ଶୁଖି ଗଲାଣି।ପେଟଟି ଅହଣ୍ଡିଆ ହୋଇ ବାହାରି ପଡିଛି ଆଗକୁ।ଗୋରା ଦିହଟା ମଳିନ ଦିଶୁଛି।କଣ କରିବି ଠାକୁରେ କାଳେ ଏଇ ସଟ୍ ଡାଉନ୍ ରେ ଯଦି କିଛି ହେଲା ଡାକ୍ତର ଖାନା ନେବା କାଠିକର ପାଠ ହେବ।ଠିକ୍ ଏଇ ଦିନ ଆର ସନ

ଫନି ମାଡ଼ ସହି ନ ପାରି ବୋଉ ଚାଲିଗଲା।ଭଲ ହୋଇଛି ।ନଲେ ବଞ୍ଚିଥିଲେ ଟକ୍ ଟକ୍ ଫୁଟୁଥିବା ଭୋକ କଡେଇରେ ଆମ ଭାଜିଲା ଅବସ୍ଥାକୁ ଦେଖି ଖୁ କାନ୍ଦିଥାନ୍ତା।ବୋଉ ଟା କେତେ ଦିଅଁ ଦେବତା ଡାକୁଥିଲା ନାତି କି ନାତୁଣୀ ସଂଗେ ଖେଳିବ ବୋଲି।କିନ୍ତୁ ବାହା ଘର ସାତ ବର୍ଷ ପରେ କଇଁ ମା ହେବାକୁ ଯାଉଛି।ବୋଉ ଏ ଖୁସି ଖବର ଜାଣିବା ପାଇଁ ଆଉ ନାହିଁ।


ଭାରି ଅସ୍ତ ବ୍ୟସ୍ତ ହେଉଛି କଇଁ।ଡାକ୍ତର କହିଥିଲେ ଭଲ ଭାବେ ଯତ୍ନ ନେବ।ଭଲ ଖାଇବା ପିଇବାକୁ ଦେବ।ଠିକ୍ ଠାକ୍ ଚାଲିଥିଲା।କିନ୍ତୁ ଏ କ ରୋନା ଆଇଲା।ଲକ୍ ଡାଉନ୍ ବଢୁଛି ବରକୁ ବର।ସଟ୍ ଡାଉନ୍ ବି ହେଉଛି।ମୁଁ ଏବେ କଣ କରିବି।କଇଁର ଶୁଖିଲା ମୁହଁକୁ ଟିକେ ଅନେଇଁଲି।ଥିଲା ଵାଲା ଘର ଝିଅ।ପ୍ରାୟତଃ କଲେଜ ଗଲା ବେଳେ ମୋରି ପାଖେ ଟିଫିନ୍ କରି ଯାଉଥିଲା।ସେ ମୋ ପାଖେ ପ୍ରତିଦିନ ଟିଫିନ୍ ଖାଇବା ନିଶ୍ଚିନ୍ତ।ଏମିତି ଦେଖା ଚାହାଁ ହେଉ ହେଉ କେତେବେଳେ ଭାଵ ହୋଇଗଲା ଆମ ଭିତରେ।ସେ ଦିନେ ଖାଇବାକୁ ନ ଆସିଲେ ମୋତେ କାଇଁ ଭଲ ଲାଗେ ନାହିଁ ସବୁ ବିକ୍ରି ହୋଇ ଯାଇଥିଲେ ବି।ଦିନେ ଦିନେ ଅଧା ଜିନିଷ ବିକ୍ରି ହୋଇ ପାରେ ନାହିଁ।କିନ୍ତୁ କଇଁ କୁ ଦେଖି ଦେଲେ ବିକ୍ରି ହେଉ କି ନ ହେଉ ଭାରି ଖୁସି ଲାଗେ।


ସେ ବି ଏ ପଢୁଥାଏ।ତା ବାପା କଲିକତାରେ ଚାକିରୀ କରନ୍ତି।ସେଇଠୁ ଗୋଟିଏ ଟୋକାକୁ ସାଙ୍ଗରେ ଆଣି ଆସିଥିଲେ କଇଁକୁ ବାହା କରିବା ପାଇଁ।କଇଁ କିନ୍ତୁ ରୋକ୍ ଠୋକ୍ କହିଦେଲା ବିଏ ନ ସରିବା ଯାଏ ବାହା ହେବନି।କିନ୍ତୁ ସେ ଟୋକା ନୁଙ୍ଗୁରା ଟିଏ ଥିଲା।ଦିନେ ରାତିରେ କଇଁ ଶୋଇବା ଘରେ ପଶି ବଳତ୍କାର ଉଦ୍ୟମ କଲା।କଇଁ ରଡି ଛାଡିବାରୁ ଘର ଲୋକେ ଉଠି ପଡିଲେ।ଓଲଟି ସଫେଇ ଦେଇ ଟୋକାଟା କହିଲା ମୁଁ ତ ୟାକୁ ବାହା ହେବି। ନିଦ ହେଲାଣି ଯେ ଟିକେ ଗପସପ ହେବାକୁ ଆସିଥିଲି।କଇଁ ମୋତେ ଦେଖି ଛାନିଆଁରେ ରଡି ଛାଡ଼ୁଛି।ମୁଁ ବାଘ ନା ଭାଲୁ।ସେ ଦିନେ ମୋ ସ୍ତ୍ରୀ ତ ହେବ।ଏତେ ନଖରାମି ଦେଖେଇଲେ ମୁଁ ଚାଲିଯିବି।


ଟୋକାଟା ବଡ଼ ଘରର ପୁଅ ଥିଲା।କଇଁ ବାପା ଚାହୁଁଥିଲେ କଇଁଟି ତାକୁ ବାହା ହେଲେ ରାଜରାଣୀ ହୋଇ ରହିବ।ସେଥିପାଇଁ ପ୍ରସ୍ତାବ ହାତ ଛଡ଼ା କରିବାକୁ ଚାହୁଁ ନ ଥିଲେ।କହିଲେ ଜ୍ବାଇଁପୁଅ ଟିକେଖୁସି ବାସିଆ କଥା ହେବେ ।ଏଡ଼େ ରଡି ଟା ଛାଡ଼ୁଥିଲୁ କାଇଁକି?ହେଉ ଜ୍ବାଇଁ ପୁଅ; ପିଲା ଲୋକ କଇଁ ,ଆସ୍ତେ ଆସ୍ତେ ସବୁ ଶିଖି ଯିବ।ତାକୁ ଟିକେ ସମୟ ଦିଅ।


ତାପର ଦିନ କଇଁ ଆସି କହିଲା-"ଅଂଶୁ ଭାଇ ତୁମେ ମୋତେ ବାହା ହୋଇ ପାରିବ?ମୁଁ କାବା ହୋଇଗଲି।ଯଦିଓ ମୋତେ କଇଁ ଭଲ ଲାଗେ,ଏତେ ଆଗକୁ କିନ୍ତୁ ଯାଇ ନ ଥିଲି ତ।ହଠାତ୍ ଏ ପ୍ରସ୍ତାବରେ ମୁଁ ଘାବେରେଇ ଗଲି।ଲାଜରା ହେଲି ବି।ସେ ମୋ ନୀରବତାକୁ ହଁ ଭାବି ମୋ ହାତ ଧରି ଗୋଟିଏ ଅଟୋରେ ନେଇଗଲା କୋର୍ଟ ମ୍ୟାରେଜ ଅଫିସ୍।ସେଠି ମୋର ଓ ତା ସହିତ କୋର୍ଟ ମ୍ୟାରେଜ କରେଇ ଦେଲା।ସେଇଠୁ ସିଧା ମୋ ସହ ଆମ ଘରକୁ ବୋହୁ ହୋଇ ଆସିଲା।ମୁଁ କାବା ହୋଇ ଗଲି।ପୁଅ ପିଲା ଏମିତି ସାହସ କରି ପାରିବେ ନା?ମୁଁ ତାକୁ ପଚାରିଲି ତୋ ବାପା ଠିକ୍ କରିଥିବା ବଡ଼ ଘର ପୁଅଟାକୁ ଛାଡି ମୋ ପରି ଜଣେ ଅଧା ପାଠୁଆ,ଦହିବରା ବିକୁଥିବା ପୁଅଟାକୁ କାହିଁକି ବାହା ହେଲୁ?


କଇଁ ଟିକେ ହସିଦେଲା ଫୁଟିଲା କଇଁ ଫୁଲ ପରି।କହିଲା ଝିଅଟିଏ ପୁରୁଷର୍ ପ୍ରେମ ଚାହେଁ,ଚରିତ୍ର ଚାହେଁ।ଯାହା ପାଖେ ଭଲ ପାଇବା ସହ ବିଶ୍ୱାସ ଥିବ।ଯାହା ଉପରେ ଭରସା କରି ହେଉଥିବ।ଟଙ୍କା ପଇସାକୁ କଣ ମୁଁ ବାହା ହୋଇଥାନ୍ତି?ବାପା ସ୍ଥିର କରିଥିବା ପୁଅଟି ପାଖରେ ଏଥିରୁ କେଉଁଟି ନଥିଲା?


ଆଉ ମୋ ପାଖରେ?ମୁଁ ଉତ୍କଣ୍ଠିତ ହୋଇ ପଚାରିଲି।


ଲାଜେଇ ଯାଇ କଇଁ କହିଲା ମୁଁ କିଛି ଜାଣିନି।ମୋ ମନ କହିଲା ଏ ମହା ବିପଦରୁ ଯଦି କେହି ରଖି ପାରିବ ସେ ଜଣକ ହେଉଛ ତୁମେ?ଏତକ କହି ମୋ ଗାଲରେ ବିଦ୍ୟତ ର ସକ ଦେଲା ପରି ଚୁମା ଟିଏ ଦେଇ ଘର ଭିତରକୁ ପଳେଇଲା।


ସେଇ ଦିନଠୁ କଇଁ ମୋର,ଅଂଶୁର।ସମସ୍ତେ ମୋ ସାଙ୍ଗ ବେପାରୀ ନକଲିଆ କରି କୁହନ୍ତି ଅଂଶୁ ଇଟିଲ୍ ଭୁଗୁନି ଖୁଆଇ କିମିଆଁ କରିଦେଲା।ଦେଖ ଟୋକାଟା କି ସୁନ୍ଦର ଝିଅଟି ପାଇଁ ଗଲା।


ସତରେ କଇଁ ମୋର ସର୍ବଗୁଣ ସମ୍ପର୍ଣ୍ଣା ଝିଅଟିଏ।ସବୁ ଠିକ୍ ଥିଲା।ପିଲା ହେଉ ନ ଥିଲେ ବୋଲି ମୋ ମନ ଊଣା ନଥିଲା।କଇଁ କେଉଁ ଜନ୍ମ କରିବାକୁ ବୁଢ଼ୀ ହୋଇଗଲାଣି କି ଛବିଶି ବର୍ଷର ଝିଅଟା।ହେଉ ଯେଉଁ ଦିନ ମା ହେଉଛି।କିନ୍ତୁ ମା ହେଲା ତ ଦେଖ କି ବେଳ।ଖାଇବାକୁ ଗଣ୍ଡିଏ ଠିକ୍ ରେ ଦେଇ ପାରୁ ନାହିଁ।ଏମିତି ବସି ଭାବୁଛି କଇଁ ପାଖେ।ତା ଦିହ ଆଉଁସି ଦେଉଛି ତ କହିଲା ଅଂଶୁ ମୋ ଦେହ କଣ ହୋଇ ଯାଉଛି।ପେଟଟି ଭାରି ବିନ୍ଧୁଛି।ବୋଧେ ମୋର ପିଲା ଜନ୍ମ ସମୟ ହୋଇଗଲା।ମୁଁ ଆଉ ସମ୍ଭାଳି ପାରୁନି ଅଂଶୁ।ଆଜି ସକାଳୁ ଟିକେ ଟିକେ ପେନ୍ ହେଉଥିଲା।ଭାବିଲି ଏମିତି ପ୍ରାୟତଃ ହୁଏ ,ହେଉଛି ଭଲ ହୋଇ ଯିବନିକି।କିନ୍ତୁ ବେଳୁ ବେଳୁ ପେନ୍ ବଢୁଛି।ମୋତେ ଡାକ୍ତର ଖାନା ନିଅ।


କୁନି କୁ ଡାକ ପକେଇଲି।ଭାଇ ଭଉଣୀ ଦୁହେଁ କଣ କରିବୁ ଭାବି ପାରିଲୁ ନାହିଁ।କଇଁ ରଡି ଛାଡ଼ୁଛି ଯନ୍ତ୍ରଣାରେ।ମୁଁ ଆମ୍ବୁଲାନ୍ସକୁ ଫୋନ୍ ଲଗାଉଛି।ଧରୁ ନାହିଁ ଫୋନ୍।ଓହୋ ଦଶ ବାର ଥର କଲା ପରେ ଆମ୍ବୁଲାନ୍ସ ଫୋନ୍ ଲାଗିଲା ଓ ଆସୁଛନ୍ତି ବୋଲି କହିଲେ।ହେଲେ ଏଯାଏ ଆମ୍ବୁଲାନ୍ସ ଦେଖା ନାହିଁ।ଫୋନ୍ କଲାରୁ କହୁଛନ୍ତି ବ୍ୟସ୍ତ ହେଲେ ହେବ।ହଜାର ହଜାର ରୋଗୀ ସମସ୍ତଙ୍କ କଥା ବୁଝୁଛୁ ତ।କଣ କରିବୁ ଯାଉଛୁ।


ଓଃ ଘର ସାରା ରକ୍ତ ଓ ନାଳରେ ଭାସିଲାଣି।କୁନି ତାଟକା ହୋଇ ଗଲାଣି।ପକ୍ଷାଘାତ ଯୋଗୁ କଥା କହି ପାରୁ ନଥିବା ବାପା ବି ବୋହୂର ଯନ୍ତ୍ରଣା ସହି ନ ପାରି ଖନେଇ ଖନେଇ ଅ ଅ ଅ ହେଉଛନ୍ତି।ମୋତେ କଇଁ ଜାବୁଡି ଧରି ପାଗଳ ପରି ହୋଇ ଯାଉଛି।ଲୁହରେ ତା ମୁହଁ ଓ ଲହୁରେ ତା ଦିହ ଗୋଟା ସୁଦ୍ଧା ଓଦା।ମୁଁ ବି ରକ୍ତ ସାଲୁ ବାଲୁ।ମୋ ଦେହରେ ଆଉ ପ୍ରାଣ ନଥାଏ।ଖାଲି କହୁଥାଏ ବ୍ୟସ୍ତ ହଅନା କଇଁ ଆମ୍ବୁଲାନ୍ସ ଆସୁଥିବ।ମୁଁ କାନଉଁ ଥିଲି ଆମ୍ବୁଲାନ୍ସ ଶବ୍ଦକୁ।କିନ୍ତୁ ଦାଣ୍ଡ ଦୁଆରେ ଆମ୍ବୁଲାନ୍ସକୁ ଅପେକ୍ଷା କଲା ବେଳେ କଇଁ ଡାକିଲା ଭାଇ ଦଉଡ଼ି ଆସ ଆମର ଦିଟା ପିଲା ଜନ୍ମ ହେଲେଣି।ଆମ୍ବୁଲାନ୍ସ ଶବ୍ଦ ନୁହେଁ କୁଆଁ କୁଆଁ ଶବ୍ଦ ମୋ କାନରେ ପଡିଲା।ମୁଁ ଦାଣ୍ଡ ଘରୁ ଗୋଟିଏ ଡିଆଁରେ କଇଁ ପାଖେ ପହଞ୍ଚି ଗଲି।ହେ ଭଗବାନ!କି "କାଳ ରାତି" ଥିଲା ଏ।'କୁନି' ପିଲା ଦୁଇଟିକୁ ପୋଛା ପୋଛି କରୁଥାଏ।ଯାଆଁଳାପିଲା ହୋଇଛି ଆମର।କୁନି କହୁଥାଏ ଭାଇ ଆମର ପୁଅଟିଏ ଅଝିଟିଏ ହୋଇଛି।


ମୁଁ କିନ୍ତୁ କଇଁ ମୁଣ୍ଡ ଆଉଁସୁ ଥାଏ।ପିଲା ଦିଟା ଖୁବ୍ ଜୋରେ କାନ୍ଦୁଥାନ୍ତି।କୁନି କହିଲା ଭାଉଜଙ୍କୁ ଡାକି ଉଠାଅ।ପିଲାଙ୍କୁ ଭୋକ ହେଉଛି ବୋଧେ।ଭାଉଜ କ୍ଷୀର ଦେବେ।ମୁଁ ହଲେଇ ହଲେଇ ଡାକିଲି କଇଁ ,କଇଁ ଲୋ ଉଠ୍।ଦେଖ୍ ଆମର ଯାଆଁଳା ପିଲା ହୋଇଛି।ମନ ଊଣା କରୁଥିଲୁ ପରା।ଚାତକ ପରି ଚାହିଁଥିଲୁ ପରା ଏଇ ଦିନକୁ।ଦେଖ୍ ଭଗବାନ ଏକାଥରେ ଝିଅ ଓ ପୁଅ ଟିଏ ଦେଇଛନ୍ତି।ଉଠିଲୁ ଉଠିଲୁ ଛୁଆ ଦି ଟାଙ୍କୁ ଟିକେ ଛାତିକୁ ନେଲୁ।କାନ୍ଦୁଛନ୍ତି ଭାରି।ନେ ନେ କ୍ଷୀର ଟିକେ ଖୁଆଇଲୁ କଇଁ।କି ନିଘୋଡ଼ ନିଦରେ ଶୋଇଛୁ ବା।କୁନି କହିଲା ଭାଇ ପାଣି ଆଣି ଭାଉଜ ମୁହଁରେ ଛାଟିଲ ହୋସ୍ ଫେରି ଆସିବ।


ଛୁଆ ଦିଟା କାନ୍ଦ କଣ ତୋତେ ଶୁଭୁନି ଲୋ କଇଁ।ମୁଁ କାବା ହୋଇଗଲି କଇଁ ଏମିତି କି ନିଦରେ ଶୋଇଛି ଯେ ଛୁଆ ଦିଟା ଙ୍କ କାନ୍ଦ ତାକୁ ଉଠାଇ ପାରୁ ନାହିଁ?ମୋ ଭଉଣୀ କୁନି ଛୁଆ ଦିଟାଙ୍କୁ ସଫା କନାରେ ଗୁଡାଇ ମୋ କୋଳକୁ ଦେଲା।ମୁଁ ଛୁଆ ଦିଟାଙ୍କୁ ଧରି କହିଲି ଉଠ୍ କଇଁ ଉଠ୍ ।କୁନି କହୁଥାଏ ଉଠ ଭାଉଜ ଉଠ।କାଳ ରାତି ପାହି ଯାଇଛି ଭାଉଜ ।ଏଥରକ ତ ଉଠି ପଡ଼।


ଆମ୍ବୁଲାନ୍ସ ଆସିଲା।କଇଁ କିନ୍ତୁ ମେଡିକାଲ୍ ନୁହେଁ ମଶାଣୀକୁ କୋକେଇରେ ଶୋଇବାକୁ ଗଲା।।



Rate this content
Log in

Similar oriya story from Tragedy