STORYMIRROR

Kshirabdhi Tanaya Nayak

Classics Inspirational

2  

Kshirabdhi Tanaya Nayak

Classics Inspirational

କାହାଣୀ ରୁନୁ ର

କାହାଣୀ ରୁନୁ ର

2 mins
165

ରୁନୁ.. ରୁନୁ ..ଡାକ ଶୁଭିଲା । ଓଃ.. ଅପା ତୁମେ.. ମୁଁ ଡାକେ ଅପା । ଯାହାଙ୍କ ପାଖେ ରହି କାମକରେ ମୁଁ. ବାସ୍ତବରେ ଏକ ଅସହାୟ ଝିଅ ଆଉ ରୋଗୀଣା ମା'ର ସାହା କିୟେ ଏ ଜଗତରେ. ଦେବୀ ରୂପି ସେ ମୋ ଜୀବନରେ ମହକ ଭରିଛନ୍ତି । ଅପା ଜଣେ ଅଧ୍ୟାପିକା । ଆଣ୍ଠୁ ବାତ ଯୋଗୁ ବେଶି ସମୟ ଠିଆ ହେଇପାରନ୍ତିନି ସେ ।ଉପରେ ସୋନୁ(ପୁଅ ) ର ଦୁଷ୍ଟାମୀ ଆଉ ଭାଇ ଙ୍କ ପାଇ ଖାଇବା ବନେଇବାରେ. ମୁଁ ସକାଳୁ କିଛି ସାହାଯ୍ୟ କରିଦିଏ ପରିବା କଟା ଆଉ ମସଲା ବଟା ଆଦିରେ. ମାସରେ ପର୍ବ ପର୍ବାଣିରେ ମୋ ଦରମା ଟଙ୍କା ଛଡା ସେ ମୋ ପାଇ କିଣି ଦିୟନ୍ତି ଚୁଡ଼ି, ଡ୍ରେସ ପିନ୍ଧିବା ପାଇଁ, ରହିବା ଖାଇବା ବାଦ ସବୁ ଦରମା ଥାଏ ମୋ ହାତରେ. ମାସରେ ଥରେ ଯାଏ ମା ପାଖକୁ ସବୁ ଦରମା ତାକୁ ଦିଏ । ହାତରେ ଟଙ୍କା ଦେଖି ଆଉ ମତେ ଦେଖି ବହୁତ ଖୁସି ହେଇଯାଏ ସେ. 

ଯୋଉ ଝିଅ କେଭେ ରୋଜଗାର କରିପାରିବନି । ବାହାହେଇ ଯିବ ପର ଘରକୁ । ପୁଅ ଯିଏ ସାହା ହବ ଭବିଷ୍ୟତରେ, ଭାବି ପଢ଼େଇଥିଲା ପାଠ । ସେଇ ପୁଅ ଯାହା ପାଇ ଆମର ଜାଗା ବିକ୍ରି କରିଥିଲୁ ବଡ ହେଇ ପଢି ସାରିଲେ କେତେ କିଣି ଦେବ ଜମି ଭାବି. ବାପାଙ୍କ ଦେହାନ୍ତ ପରେ କେମିତି କଟୁ ଥିଲା ଦିନ ଇଚ୍ଛା ହୁଏ କେଭେ ଲେଖିବାକୁ ଚିଠି ତା ହଷ୍ଟେଲକୁ । ପୁଣି ଭାବେ କାଳେ ସେ ମନ ଉଣା କରି ପଢା ଛାଡ଼ିଦେବ .। ନା ନା ଥାଉ.. ମନ କହେ.. ଏମିତି ଦିନ କଟୁ ଥାଏ ଆଉ ଭାଇ ଆସି କହେ, "ମା ମୁଁ ବାହା ହେଇଚି ଏଠି ଗାଁ ରେ ରହିପାରିବିନି ଏ ଛୋଟ ଘରେ ଯାଉଛି ବିଦେଶ "କହି ଚାଲିଗଲା ସେ, ଥରେ ଭି ପଛକୁ ଚାହିଁନି ସେ (ଭାଇ).ଜୀବନର ବାସ୍ତବତା ବୁଝି ସାରିଥିଲି ମୁଁ 14 ବର୍ଷରେ, ସେବେ ଦେଖା ହେଲେ ଅପା..... ଆଜି ଅପାଙ୍କର ଘରେ ରହି ପଢାସରିଛି +2.

କେଭେ ବି ପୁଅ ର ପଢା ପାଇ ଝିଅର ପଢାକୁ ରୋକନ୍ତୁନି ଅଧାରୁ.. ଉଭାୟଙ୍କ ପାଇଁ ପଢ଼ା ନିତ୍ୟାନ୍ତ ଆବଶ୍ୟକ.... ଛୋଟ ବାର୍ତ୍ତା ଏ ରୁନୁ ର...॥ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics