ଜୟ ମାଆ ଭବାନୀ
ଜୟ ମାଆ ଭବାନୀ
ଆଜିର ଇଣ୍ଟରଭ୍ୟୁ ପାଇଁ ଅପେକ୍ଷା କରି ତା ପାଳି ଆସିବାକୁ ସେ ଅପେକ୍ଷା କରି ବସିଥିବା ବେଳେ ତା ନାମ ଡକା ଯାଇଥିଲା. ଭିତରକୁ ନିଜ ଯୋଗ୍ୟତା ପତ୍ର ଫାଇଲ ଧରି ପ୍ରବେଶ କରୁ କରୁ ଏମ. ଡି ଙ୍କ ସିଟ ଉପରେ ବସିଥିବା ରୁପାକୁ ଦେଖି ଫେରିପଡୁଥିଲା ବେଳେ ରୂପା ଚେୟାରରୁ ଉଠି ପଡି ଆଗେଇ ଆସିଥିଲା ଏବଂ ହିତେଶ ପିଠିରେ ହାତରଖି କହିଥିଲା ତୁମେ ମୋ ପାଇଁ ଆଜିବି ସେଇ ବରଗଛର ଛାଇ. ସମୟ ଖରାପଥିବାରୁ ଯାହା କିଛି ଭୁଲଭାଲ ହୋଇସାରିଥିଲା ସତ କହି ଖାଲିଥିବା ଜେନେରାଲ ମ୍ୟାନେଜର ପୋଷ୍ଟର ନିଯୁକ୍ତି ପତ୍ର ହିତେଶ ହାତରେ ଧରାଇ ଦେଇ କହିଥିଲା କ୍ଷମା କରିଦେବ ଏତିକି ଅନୁରୋଧ. ହିତେଶ ଆଖିରୁ ଝରିପଡୁଥିଲା କୃତଜ୍ଞତା ଭରା ଶୀତଳ ଲୁହ କେଇଟୋପା.
ଅଫିସରେ ଜଏନ କରିବାକୁ ହିତେଶ ବାଧ୍ୟ ହୋଇଥିଲା. କାରଣ ବାପାଙ୍କ ଲୁଗା ବ୍ୟବସାୟ ଭଲ ଚାଲୁନଥିଲା. ବୋଉ ପାରାଲିସସ ପେସେଣ୍ଟ ହୋଇଯାଇ କିଛି କରିପାରୁନଥିଲା ତେଣୁ ହିତେଶର ଚାକିରୀ କରିବା ଯେତିକି ଜରୁରୀ ଥିଲା ବିବାହ ମଧ୍ୟ ସେତିକି ଜରୁରୀ ଥିଲା ହେଲେ ନିଜ ଅଲକ୍ଷରେ ସେ ରୁପାକୁ ନିଜ ହୃଦୟ ଦେଇସାରିଥିଲା. ରୂପା ଆଜି ତାର ସହପାଠିନୀ ନୁହେଁ ବରଂ ତା ବସ ଥିଲା. ସେ ଅତୀତରେ ରୂପାକୁ ଯେତିକି ସାହାଯ୍ୟ କରିଥିଲା ସେତିକି ତା ପ୍ରତି କିଛି ଦିନ ଖରାପ ବ୍ୟବହାର ମଧ୍ୟ କରିଥିଲା. ରୂପା ଏବେ ତା ପ୍ରତି କରିଥିବା ସାହାଯ୍ୟର ଋଣ ଶୁଝି ସାରିଛି ତାକୁ ତା ମାମ୍ପାନୀରେ ଚାକିରୀ ଦେଇ ତ କିଏ କଣ ତା ପ୍ରତି କରିଥିବା ଖରାପ ବ୍ୟବହାରକୁ କେବେ ଭୁଲିପାରେ?ନିଜ ମନତଳେ ରୂପା ପ୍ରତି ତା ଭଲପାଅଇବାକୁ ଜାହିର କରିନପାରି ଜଳୁଥିଲା ହିତେଶ. କର୍ତ୍ତବ୍ୟରେ କେବେ ଅବହେଳା କରୁନଥିବା, ସମୟର ମୂଲ୍ୟ ବୁଝୁଥିବା ହିତେଶକୁ କେବେ କେବେ କଫି ପିଇବାକୁ ରୂପା ନିମନ୍ତ୍ରଣ କରୁଥିଲା ସତ ହେଲେ ହିତେଶ କେବେ ମନଖୋଲି ରୁପାକୁ ତା ପରିବାର ବିଷୟରେ ବା ତା ଭବିଷ୍ୟତ ଇଛା ବିଷୟରେ କିଛି ପଚାରୁନଥିଲା କାଳେ ତା ମନରେ ହିତେଶ ପ୍ରତି ଘୃଣା ସୃଷ୍ଟି ହେବ ସେଥିପାଇଁ ସେ ସତର୍କ ଥିଲା ।
ସେଦିନ ହିତେଶ ବାଇକରେ ଫେରିବା ବେଳେ ସହର ଉପକଣ୍ଠରେ ରୁପାର ଖାଲି ଗାଡି ଦେଖି ଯେତିକି ବିସ୍ମିତ ହେଲା ରୂପା ଗୋଲାପ ଫୁଲ ତୋଡ଼ା ବିକୁଥିବାର ଦେଖି ସେତିକି ଆଶ୍ଚର୍ଯ୍ୟ ହେଲା. ସବୁତକ ଗୋଲାପ ଫୁଲତୋଡ଼ା ବିକ୍ରୀ ହୋଇସାରିବା ପରେ ରୂପା ଗୋଟେ ବାଳଶ୍ରମରେ ପବେଶ କଲା ସେଠାରେ ପ୍ରତ୍ୟେକ ପିଲାଙ୍କୁ କିଛି ପ୍ୟାକେଟ ଦେଇ ପୁଣି ଗୋଟେ ବସ୍ତିରେ ପଶିଲା ଯୋଉଠି ରୁପାର ପିଲାଦିନ ବିତିଥିଲା. ସେଠି ପ୍ରତ୍ୟେକ ଘରକୁ ଯାଇ ଯାହାର ଯାହା ଆବଶ୍ୟକ ଶାଢ଼ୀ, ଟଙ୍କା, ପରିବା, ଗ୍ରସରି ସାମଗ୍ରୀ ପ୍ରଦାନ କରି ଫେରିବା ବେଳେ ସିଧା ହିତେଶ ସଙ୍ଗେ ଦେଖାହେଲା ତ ରୂପା ଇତସ୍ତତଃ ହେଲା ସତ କିନ୍ତୁ ସବୁକଥା କହିଥିଲା ଯେ ସେ ବି ଦିନେ ଗୋଟେ ଭିକାରୁଣୀର ଝିଅ ଥିଲା. ତୁମ ପରି କାହାରି ସାହାଯ୍ୟ ସହଯୋଗ ନପାଇଥିଲେ ମୁଁ କଣ ଆଜି ଏଇଠି ପହଞ୍ଚି ପାରିଥାନ୍ତି? ଆହୁରି ମଧ୍ୟ ମୁଁ ଜାଣେ ଗରୀବମାନେ ଭାରି ସ୍ୱାଭିମାନୀ ତେଣୁ ତାଙ୍କ ଦ୍ୱାରା ଫୁଟିଥିବା ଫୁଲକୁ ବିକି ତାଙ୍କୁ ସାହାଯ୍ୟ କରୁଛି ମାତ୍ର ଯେଉଁମାନେକି ମୋ ମାଆ ପରି ଅନ୍ଧ ଛୋଟା ତଥା ଅକ୍ଷମ ବ୍ୟକ୍ତି. ଦିବ୍ୟାଙ୍ଗମାନଙ୍କ ସହାୟତା କରି ତାଙ୍କ ପିଲାଙ୍କ ଭବିଷ୍ୟତ ଗଢିବା ମୋର ଏକମାତ୍ର ଲକ୍ଷ. ତୁମ ଲକ୍ଷ ସାଙ୍ଗରେ ମତେ ସାମିଲ କରିପାରିବ ରୂପା? ରୂପା ଥରେ ଚାହିଁଲା ହିତେଶ ମୁହଁକୁ ତା ପରେ କହିଥିଲା ହଉ ପରେ କଥା ହେବା ।
ସେଦିନ ହିତେଶ ହାତରେ ଇସ୍ତଫା ପତ୍ର ଦେଖି ଚମକି ପଡିଲା ରୂପା. ହିତେଶ କହିଲା ରୋଜଗାର କରିବା ଯେତିକି ଜରୁରୀ ଘରେ ବାପା ମାଆଙ୍କ ସେଵା କରିବା ସେତିକି ଜରୁରୀ. ତାହାଲେ ବିବାହ କରିବା ଜରୁରୀ ନା ଚାକିରୀ ନଛାଡ଼ି କରିବା ଜରୁରୀ?ଦୁଇଟା ଯାକ ରୂପା. କିନ୍ତୁ ମତେ କିଏ ବିବାହ କରିବ. କାହିଁକି ତୁମ ପରି ବରଗଛକୁ କିଏ ବିବାହ କରିବାକୁ ନଚାହିଁବ ହିତେଶ. କିନ୍ତୁ ଯୋଉ ବରଗଛ ଜଳି ଯାଇଛି ତା ଥୁଣ୍ଟା ଗଛ ଶାଖରେ କୋଉ ପକ୍ଷୀ ବସା ବାନ୍ଧିବ? ଅବସ୍ଥା ଚକ୍ରରେ ଓ ଭାଗ୍ୟ ଚକ୍ର ଦ୍ୱାହିରେ ଜଳୁଥିବା ବରଗଛ ପୁଣି କଅଁଳେ ହେତେଶ. ଏବେ ତ ତୁମେ ସମ୍ପୂର୍ଣ୍ଣ କଅଁଳି ସାରିଛ. ଅତୀତକୁ ଭୁଲି ଆଗକୁ ବଢିଛ. ତୁମେ ଅତୀତକୁ ଭୁଲି ପାରିବ ରୂପା? କୋଉ ଅତୀତ କଥା କହୁଛ ହିତେଶ. ଅତୀତକୁ ଭୁଲିନି ବୋଲି ଅବସ୍ଥା ଚକ୍ରକୁ ଖାତିର ନକରି ମୋ ପୁରୁଣା ବସ୍ତିବାସିନ୍ଦାଙ୍କ କଥା ବୁଝୁଛି ଆଉ ଅତୀତର ଭାଗ୍ୟ ଚକ୍ର ଭୁଲିନି ବୋଲି ଭଗବାନ ତୁମ ପରି ସାଥିକୁ ଫେରିପାଇଛି ଆଉ କୋଉ ଅତୀତ କଥା କହୁଛ ହିତେଶ? ଯୋଉ ଡ଼ାଳ ଆଶ୍ରୟ ହୋଇ ପୁଣି ଘୃଣାରେ ଡ଼ାଳ ଭାଙ୍ଗିଦେଇ ନିରାଶ୍ରୟ କରିପାରେ ସେହି କଥା କଣ ଭୁଲିପାରିବ ରୂପା? ନିଶ୍ଚୟ କାରଣ ଦୁରାବସ୍ଥା ବେଳେ ଆଶ୍ରୟ ଦେଇଥିବା ଡ଼ାଳ ଭାଙ୍ଗିପାଡିବା ତ ସହାଜାତ କଥା. ମତେ ଜୀବନ ସାଥି କରିବାକୁ ତୁମର ଆପତ୍ତି ନାହିଁ ତ ରୂପା. ରୂପା କହୁଥିଲା ଏହି ସୌଭାଗ୍ୟର କଥାକୁ ଏଯାଏଁ ଶୁଣିବାକୁ ଅପେକ୍ଷା କରିଥିଲି ତୁମରି ମୁଁହରୁ ହିତେଶ. ଖୁସିରେ ହିତେଶର ପାଦ ତଳେ ଲାଗୁନଥିଲା କହୁଥିଲା ଡ଼ାଳ ଏଥର ମଜଭୂତ ହୋଇସାରିଛି ଆଉ ଭାଙ୍ଗିପଡି କାହାକୁ ନିରାଶ୍ରୟ କରିବନି. ରୂପା ହସୁଥିଲା ବିଜୟିନୀର ହସ. ଠିକ ମାଆ ଦୁର୍ଗାଙ୍କ ଭଳି ।
