Satyabati Swain

Tragedy

3  

Satyabati Swain

Tragedy

ଜୁଲାଇ ସାତ

ଜୁଲାଇ ସାତ

4 mins
264



ଜୁଲାଇ ସାତ ତାରିଖ ରାତି ଦୁଇଟା ପନ୍ଦର । ବିଜି ମୋ ଭାଇଙ୍କ ସାନ ଝିଅ ଫୋନ୍ କଲା ଦେଇ ବାପାଙ୍କର କଣ ହୋଇ ଯାଉଛି । ସେ କଥା କହୁ ନାହାନ୍ତି।ଏଇ ଅବେଳ ଫୋନ୍ କୁ ମୋତେ ଭାରି ଭୟ।ସେମିତି ଜରୁରୀ ପରିସ୍ଥିତି ନ ହେଲେ ଏ ଅସମୟରେ ମୋତେ କେହି ଫୋନ୍ କରନ୍ତି ନାହିଁ।କାରଣ ଗୋଟେ ବଡ଼ ଦୁର୍ଘଟଣା ରୁ ନୂଆ ଜୀବନ ପାଇଁ ଫେରିଛି ସେ ପାରିରୁ ମୁଁ।ବଂଚି ସିନା ଗଲି ହେଲେ ଲାଇଟି,କଥା ବାର୍ତ୍ତା,ପାଟି ତୁଣ୍ଡ କି ଆକସ୍ମିକ କୌଣସି ଦୁଃସମ୍ବାଦ ଶୁଣିଲେ ମୁଁ ଅଚେତ ହୋଇଯାଏ।ଏଣୁ ମୋ ଚାରି ପାଖ ଲୋକେ ଏମିତି ନ ହେବା ପାଇଁ ଦିଅନ୍ତି ନାହିଁ।ବିଜି ଏକଥା ଜାଣିଛି।କିନ୍ତୁ କାହିଁକି ଫୋନ୍ କଲା?ନିଶ୍ଚିନ୍ତ ଘଟଣା ଅତି ସାଂଘାତିକ।ଏଇ କଥା ଭାବି ଦେଲା ବେଳକୁ ମୁଁ ଦୁଇଥର ଲାଟିନ୍ ଯାଇ ସାରିଥିଲି।ଝାଳରେ ଗୋଡ଼ା ସୁଦ୍ଧା ଓଦା।ମୋ ମିଷ୍ଟର ବିଗୁଡୁ ଥାଆନ୍ତି କାହିଁ ବିଜି ମୋତେ ଫୋନ୍ କଲା ତାଙ୍କୁ ନ କରି।ମୋ ପାଟି ମୁଣ୍ଡ ଅଠା ହୋଇଗଲା କଣ ହେଇଥିବ ଭାବି ମୁଁ ଡଙ୍କ ମୋଡି ପଡିଲି।ପାଗ ବି ଅତି ଖରାପ ଏଣେ ରାତି। ଲାଗି ରହିଛି ଅହରହ ବର୍ଷା।

     ଚାରି ପାଞ୍ଚ ଦିନ ହେବ ବର୍ଷା ଲାଗି ରହିଛି। ଛାଡିବା ନାଁ ନେଉନି। ଭାରି ହନ୍ତ ସନ୍ତ ହେଲେଣି ଲୋକେ। ଘରୁ ବାହାର କରି ଦେଉନି ବଦରାଗି ଅତି ଗୋଟେ ଦେଖେଇ ହେଉଥିବା ବର୍ଷା।ଝଡି ଓ ବଢ଼ିର ଆଶଙ୍କା କରୁଛି ପାଣି ପାଗ।ଟେନ୍ ସନ୍ ହୋଇ ଏପରି ହେଲେ ମୋତେ ଟାଵଲେଟ୍ ଟିଏ ଖୁଆଇ ଦିଆଯାଏ।ମୁଁ ପୁଣି ଫେରି ଆସେ ସ୍ୱାଭାବିକ ଗତିକୁ।

     ତିନିଟା ବେଳକୁ ମୁଁ ପ୍ରକୃତିସ୍ଥ ହେଲି।ଜଲି ଭାଇଙ୍କ ବଡ଼ ଝିଅର ଶାଶୁ ଫୋନ୍ କଲେ।ଜାଣିଛ ! ଜଲି ବାପାଙ୍କ କଥା!!ମୋ ସ୍ୱାମୀ ଫୋନ୍ ଟି ମୋ ଠୁ ଛଡେଇ ନେଇ କଥା ହେଲେ ହଁ ନା ଉତ୍ତର ଦେଇ।ଏଇ କାଲି ତ ମୋ ପାଖକୁ ଆସିଥିଲେ ଭାଇ।ସନ୍ଧ୍ୟା ବେଳେ ମୋ ପାଖରୁ ଯାଇଛନ୍ତି।ରାତିରେ କଣ ହେଲା!!ଆଶା ଆଶଙ୍କାରେ ମୋ ମୁଣ୍ଡ ଫାଟି ଗଲା ପରି ଲାଗୁଥିଲା।

     ଏହା ପୂର୍ବରୁ ଅଦିନିଆଁ ଆକସ୍ମିକ ବଜ୍ର ପାତ ଆମ ଘର ଉପରେ ଦୁଇ ଥର ପଡି ସାରିଛି।ଗୋଟେ ବାପା; ଖାଇ ଶୋଇଛଥିଲେ ତ ଶୋଇଗଲେ ସବୁଦିନ ଡିସେମ୍ବର ତିନି ତାରିଖ ଉଣେଇଶ ତୈୟାନବେ ମସିହାରେ।ଆଉ ଗୋଟେ ସାନ ଭାଉଜ ମାତ୍ର ଅଠଚାଳିଶ ବର୍ଷରେ ସକାଳୁ ଝାଡା ଆସି କହିଲେ ଦେହଟା କଣ ହୋଇ ଯାଉଛି।ଝାଳ ବୋହି ଗଲା ବର୍ଷା ପାଣି ପରି।ପାଣି ଟୋପେ ପିଇଛନ୍ତି ତ ସବୁ ଶେଷ।ସବୁଠୁ ଦୁଃଖ ସାନ ଭାଉଜ ବି ଗୁରୁବାର ମୋ ପାଖକୁ ଆସିଥିଲେ। ରାତି ବସ୍ ରେ ମୋ ପାଖରୁ ଗଲେ ଭଲ ମଣିଷ ଟା।ଶୁକ୍ରବାର ସକାଳ ଛଅ କୁ ଆଉ ନାହିଁ।ଏହା ଥିଲା ଦୁଇ ହଜାର ତେର ମସିହା ଜୁନ ଆଠ ତାରିଖ ଘଟଣା।ଖୁବ୍ କମ୍ ବୟସରେ ଆମେ ହରେଇଛୁ ଦୁଇଟି ଅମୂଲ୍ୟ ମଣିଷ ହୃଦ ଘାତରେ।

   ମନକୁ ମୋର ପାପ ଛୁଇଁଲା।ଟେନ୍ ସନ୍ ଅତି ମାତ୍ରା ରେ ବଢିଗଲା।ଆଉ ଥୟ ହୋଇ ରହି ପାରିଲି ନାହିଁ।ଏଇ ଭାଇଙ୍କ ସ୍ତ୍ରୀ ପାଞ୍ଚ ବର୍ଷ ତଳୁ ତାଙ୍କୁ ଏକା କରି ମୋ ପ୍ରିୟ ସାନ ଭାଉଜ ହୃଦ ଘାତରେ ଆର ପାରିର ଆତ୍ମା ହୋଇ ଯାଇଛନ୍ତି ।ଭାରି କଷ୍ଟ କରୁଥିଲେ ଭାଇଟି।ପାଞ୍ଚଟି ଛୁଆ।ବଡ଼ ଝିଅଟି ଏଇ ମାତ୍ର ଏଗାର ଦିନ ହେବ ବାହା ଘର ହୋଇଛି।ତା ତଳକୁ ଆଉ ଚାରିଟି ଛୁଆ।ସବା ସାନ ପିଲାଟି ବୟସ ବାର।ସାନ୍ ଭାଉଜଙ୍କୁ ହରାଇ ଭାଇଟି ସମ୍ପୂର୍ଣ୍ଣ ଭାଙ୍ଗି ପଡିତଥିଲେ।ପିଲାଙ୍କ ପାଇଁ ଚାକିରୀ ଛାଡି ଘରକୁ ଆସିଲେ।ନଚେତ ପିଲାଙ୍କପାଖେ ରହିବ କିଏ?ବୟସ ତେପନ।

      ମୋ ମିଷ୍ଟର କହିଲେ ଭାଇଙ୍କ ଦେହ ଖରାପ,ଚାଲ ତାଙ୍କୁ ମେଡ଼ିକାଲ ନେଇ ଆସିବା।ମୁଁ ଚଟ୍ କି ନାଇଟି ଉତ୍ତାରି ଶାଢ଼ୀଟି ପିନ୍ଧିଲି କି ଶାଢ଼ୀ ମୋତେ ପିନ୍ଧିଲା ଜାଣି ହେଲାନି।ତିନିଟା ତିରିଶିରେ ବାହାରି ଗଲୁ।ବର୍ଷା କାଚୁଥାଏ।ରେନି କୋର୍ଟ ବର୍ଷା ପାଣି ଅଟକାଇବା ପାଇଁ ଅସମର୍ଥ ହେଉଥାଏ।ସେଇ ଓଦା ଜୁଡୁବୁଡୁ ଦେହ ଓ ହୃଦ ନେଇ ଅନ୍ଧାର ଚିରି ଗତି କଲୁ।ଠିକ୍ ସାଢ଼େ ତିନିଟା ରେ ଅଧା ବାଟରେ ଗାଡିରୁ ତେଲ ସରିଗଲା।ମୋତେ ଲାଗୁଥାଏ ଈଶ୍ୱର ମୋର ପରୀକ୍ଷା ନେଉଛନ୍ତି।ଗାଉଁଳି ରାସ୍ତା।ଦୋକାନ ବଜାର ଏତେ ରାତିରୁ ଖୋଲିବ ବା କାହିଁ! ଜଣେ କିଏ ମଉସା ପରିସ୍ରା କରିବାକୁ ଉଠିଥିଲେ ବୋଧେ।ଆକୁଳରେ ପଚାରିଲୁ ତେଲ କେଉଁଠି ମିଳିବ! ସେ ଗାଁ ଶେଷ ମୁଣ୍ଡ ଘରେ ଜଣେ ତେଲ ବିକନ୍ତି କହିଲେ ।କିନ୍ତୁ ରାତିରେ ପେଟେ ପିଇ ସେ ଶୋଇଥିବ।ଦେଖନ୍ତୁ ଉଠିବ କି ନାହିଁ।

       ଆମେ ଆକୁଳ ବିକଳରେ ପ୍ରଥମେ ଧୀରେ ତାପରେ ଜୋରେ ଜୋରେ ବାଡେଇଲୁ କବାଟ।ଆଖ ପାଖ ଘର ଲୋକେ ଉଠି ପଡିଲେ ଆମ ଡାକରେ, କିନ୍ତୁ ଦୋକାନିଟି ଉଠିଲା ନାହିଁ।ଓଃ କି ଅସହାୟ ଅବସ୍ଥା !।ଯିବାର ଆଉ କେଉଁ ବାଟ ନାହିଁ।ଆମେ ପଚାରିଲୁ ଅଟୋ କି କାର୍ ମିଳିବ?ବାଇକ ଟା ଏଠି ରଖି ସେଥିରେ ଅନ୍ତତଃ ଚାଲିଯିବୁ।ସବୁଠି ନିରାଶ ହେବାକୁ ପଡିଲା।କାରଣ ରାତି ପାହିଲେ ରଥ ଯାତ୍ରା। ସବୁ ଗାଡି ରଥ ଯାତ୍ରା ପାଇଁ ଚାଲି ଯାଇଛନ୍ତି।ତେବେ ଉପାୟ ! ଆଉ କୋଡିଏ କିଲୋ ମିଟର ରାସ୍ତା ଯିବାର ଅଛି।

     ଗାଁ ଲୋକ ସାହାଯ୍ୟ କଲେ।ଦୋକାନୀ ମାକୁ ଡାକିଲେ ପଛ ପଟେ ବୁଲି।ସେ ଦୋକାନୀକୁ ଭିତର ପଟେ ଡାକିଲା।ଏବଂ ତେଲ ନେଇ ଆମେ କ୍ଷିପ୍ର ବେଗରେ ଚାଲିଲୁ।ପବନ ବହିବା ଆରମ୍ଭ କରି ଦେଇଥିଲା।ବର୍ଷା ଛିଟା।ଆଉ ଜୋରେ ଯାଇ ହେଲା ନାହିଁ। ରାସ୍ତାର ଗଛ ଡାଳ ଗୁଡିକ ଭାଙ୍ଗି ପଡୁଥିଲେ।କେତେବେଳେ ଆମ ଉପରେ ଗଛ କି ଡାଳ ପଡିଯିବ କେହି କହିବ ନାହିଁ।

     ବର୍ଷଣ ମୁଖର ଅନ୍ଧାର ରାତି,ପବନ,ଘଡ଼ ଘଡି ସହ ମୋ ମିଷ୍ଟର ଓ ମୋର ମୁକାବିଲା।ପ୍ରକୃତି ଯେମିତି ଚାହୁଁ ନଥାଏ ଆମେ ଆଗକୁ ଯାଉ।ବର୍ଷା ରାତି ଏତେ ଭୟଙ୍କର ହୋଇ ପାରେ ମୋ କଳ୍ପନା ବାହାରେ ଥିଲା।ଜୀବନରେ ପ୍ରଥମ ବାର ଭେଟ ହେଲି ଗୋଟେ ଭୟାନକ ପରିସ୍ଥିତିର। ଲାଗୁଥାଏ ଏ ଝଡ଼ ପବନ ବର୍ଷାରୁ ଆମେ ବର୍ତ୍ତିବୁ କି ନାହିଁ;ଆଉ ଭାଇର ଜୀବନ ବଞ୍ଚେଇବୁ କଣ!ରାସ୍ତାରେ ଗଛ ଡାଳ ପତ୍ର ଗଦା ହୋଇ ଯାଇଥାଏ।ଗାଡିରୁ ଓଲ୍ହାଇ ଡାଳ ଆଡେଇବାକୁ ବି ପଡୁଥାଏ।ମୁଁ ଅସୁସ୍ଥ ମଣିଷ।ସେତେବେଳେକୁ କୋଲାପ୍ସ

ହୋଇ ଗଲାଣି ମୋ ଶରୀର। ଦାନ୍ତରେ ଦାନ୍ତ ବାଜିଲାଣି।

       ମରଣ ସହ ଲଢେ଼ଇ କରି ସେଦିନ ରାତିରେ ଆମେ ଠିକ୍ ପାଞ୍ଚଟାରେ ଯାଇ ଘରେ ପହଂଚିଲୁ।ସେତେବେଳେକୁ ଲୋକମାନେ ଗଦା ହୋଇଥିଲେ ଆମ ଘରେ।ସବୁ ଶେଷ ହୋଇ ଯାଇଥିଲା।ପ୍ରକୃତରେ ଭାଇ ଖାଇକି ଶୋଇଥିଲେ।ରାତିରେ ଉଠି କହିଲେ ପାଣି ପିଇବାକୁ।ବିଜି ପାଣି ଦେଲା।ଗୋଟିଏ ଢୋକ ପିଇଛନ୍ତି ଆର ଢୋକ ଢୋକି ପାରିଲେ ନାହିଁ।ଦେହ କଣ ହୋଇ ଯାଉଛି କହି ଶୋଇ ପଡିଲେ।ବିଜି ଯେତେ ହଲାଇଲା ଆଉ ଶୁଣିଲେ ନାହିଁ।ବିଜି ତା ବଡ଼ ବାପାଙ୍କୁ ଡାକ ପକାଇ ଆଣି ଦେଖେତ ଭାଇ ଆଉ ନଥିଲେ।ତା ପରେ ମୋ ପାଖକୁ ଫୋନ୍ କରିଥିଲେ।ସେମାନେ ଭାବୁଥିଲେ ବୋଧେ ବେହୋସ ହୋଇଛନ୍ତି।ଗାଁ ରେ ଜଣେ ଡାକ୍ତର ଥିଲେ।ତାଙ୍କୁ ଆଣି ଦେଖାଇବାରୁ ସେ ଘୋଷଣା କଲେ ଆଉ ନାହାନ୍ତି।ହୃଦ ଘାତ ଜନିତ ମୃତ୍ୟୁ।

      ମୋତେ ଦେଖି ବିଜି ଦେଇ ମୋ ବାପା କହି ଜାଵ ପଡିଗଲା।ମୁଁ ପଡି ଗଲି ତଳେ।ଚେତା ଆସିଲା ବେଳକୁ ମୁଁ ମେଡ଼ିକାଲ ସାତ ନମ୍ବର ବେଡ଼ରେ ଥିଲି।ଭାଇ ମରିବା ଦୁଇ ଦିନ ହୋଇ ଯାଇଥିଲା।ମୁଁ କାନ୍ଦି ପାରୁ ନଥିଲି,କେବଳ ଲୁହ ମୋ କାନ ଭିତର ଦେଇ ମେଡ଼ିକାଲ ବେଡ଼ ଭିଜାଉଥିଲା।କଣ ହୋଇଛି ଆମ ପରିବାରକୁ!!ତିନି ତିନି ଜଣ ହୃଦ ଘାତରେ ଅକାଳ ବିୟୋଗ ହେଲାଣି!କେମିତି ବଞ୍ଚିବେ ଚାରି ଚାରିଟା ଉଡି ଶିଖି ନଥିବା ଛୁଆ!!! ତଥାପି ବର୍ଷା କମି ନଥାଏ।


      


Rate this content
Log in

Similar oriya story from Tragedy