Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Tragedy

3  

Satyabati Swain

Tragedy

ଜରି ଗୋଟାଳି

ଜରି ଗୋଟାଳି

4 mins
192



ଶ୍ମଶାନ ଶୁନ୍ୟତା ଦେଉଥିଲା ମୃତ୍ୟୁ ଭୟ ପ୍ରତିକ୍ଷଣେ।


ଆଗେ ସମାଜ ବାସନ୍ଦକୁ ମିଳୁଥିଲା ନାକଟେକା।


ଅସାମାଜିକ, ପଶୁ ହେଉଥିଲା ସେ କାଳେ।


ଏକୁଟିଆ କିଛି କଲେ ଲୋକେ କହୁଥିଲେ କାଳି ଗାଈର ଭିନ୍ନ ଗୋଠ।


କାଳ ମଥା ଘୁରିଗଲା।


ଓଲଟି ଗଲା ସମାଜର ସାମାଜିକତା,ବିଧି ବିଧାନ ଓ ଲକ୍ଷ୍ମଣ ଗାର।


ଯେତେ ଏକା, ଯେତେ ଦୂରତ୍ୱ ,ଯେତେ ସଙ୍ଗରୋଧ ସେତେ ସୁରକ୍ଷିତ।


ବିରୋଧଭାଷ କଟୁକ୍ତି ହୋଇଗଲା ସୁ ସନ୍ଦେଶ।ଗୃହେ ଏକା ରୁହ,ସାମାଜିକତା ଦୂରତା ବଜାଅ ଓ ସଂକ୍ରମଣରୁ ରକ୍ଷା ପାଅ।


ଛଅ ସାତ ମାସ ହେଲାଣି ଆମର ଏ ଲଢେଇ।


ଅନେକ ଦିନ ହେଲାଣି ତାର ବି ଦେଖା ନାହିଁ।


ଘର ଦୁଆର ମୁହଁକୁ କୁକୁର କି ଗାଈ ଟିଏ ବି ଆସୁନାହାନ୍ତି।


ଛାତରେ ନାହାନ୍ତି ପାରା କି କାଉ।


ଗଲେ କୁଆଡେ ସେମାନେ!


ସେଇ ପିଲାଟି ଆଉ ତ କାଇଁ ଦେଖା ନାହିଁ?


ବ୍ୟସ୍ତ ଲାଗିଲା ;କାଉ କୁକୁର ବିହୀନ ଜୀବନ।


ବ୍ୟସ୍ତ ଲାଗିଲା ବାସୁ ପାଇଁ।


ଘରେ ସେଦିନ ମହାଭାରତ କରିଦେଇଥିଲା କାକୁ ମୋ ପୁଅ। କାମବାଲି ମଲ୍ଲୀ ଘର ଅଳିଆ ସହ କେଉଁଠି ପକାଇ ଦେଇଥିଲା ତା ମୂଲ୍ୟବାନ ପେନ୍ଟି।ସିଙ୍ଗାପୁର ଦାଦା କାକୁ କୁ ତା ଅଷ୍ଟମ ଜନ୍ମତିଥିରେ ପେନ୍ ଟି ଗିଫ୍ଟ କରିଥିଲେ। ଖୁବ୍ ଯତ୍ନରେ ରଖିଥିଲା କାକୁ ସେଇଟିକୁ।


ପେନ୍ ଟି ବି ସେମିତିଆ।କ୍ୟାପ୍ ରେ ଲାଗିଥିଲା ହୀରା।

ପେନ୍ ଟି ସୁନାର।ମୂଲ୍ୟ ଅତି କମ୍ ରେ ପଚାଶ ହଜାର ହେବ।ଏତେ ମୂଲ୍ୟବାନ ଜିନିଷଟି ପାଇଁ ସମସ୍ତଙ୍କ ମନ ଦୁଃଖ ହେଲା। କାକୁ ରାତିରେ ତା ପେନ୍ ବହୁତ ଖୋଜିଲା,ପାଇଲା ନାହିଁ। ମୋ ପେନ୍, ମୋ ଅଙ୍କ ଦେଇଥିଲେ , ମୋ ପେନ୍ ହୋଇ ଖାଲି କାନ୍ଦିଲା। ପେନ୍ ନ ପାଇଲାରୁ ରୁଷିଲା,ଖାଇଲା ନାହିଁ।ଯେତେ ଜୁଆଡୁ ଖୋଜିଲୁ ପାଇଲୁ ନାହିଁ।ମଲ୍ଲୀ ସେଦିନ ଘର ଝଡାଝଡି କରୁଥିଲା,ଲକ୍ଷ୍ମୀପୂଜା ହେବ ବୋଲି। ସେ ଭୟରେ କିଛି କହୁ ନଥାଏ।ମୁଁ ଅନୁମାନ ଲଗେଇଲି ଅଳିଆ ସହିତ ଫିଙ୍ଗି ଦେଇଛି ବୋଧେ।ସକାଳୁ ରାସ୍ତାରେ ଥିବା ଡଷ୍ଟବିନ୍ ରେ ପକାଇ ଆସିଛି।ମୁନିସିପାଲଟି ଗାଡି ଆସି ନେଇ ଯିବଣି,ଏତେ ବେଳ ଯାଏ କଣ ଥିବ !


ତାପର ଦିନ ଡ଼ଷ୍ଟବିନ୍ ପାଖରେ ମୁଁ ଯାଇ ଖୋଜୁଛି କାଳେ ପାଇଯିବି । କିନ୍ତୁ ଡଷ୍ଟବିନ୍ ରେ ତ ଅଳିଆ ନଥିଲା ପେନ୍ କେଉଁଠୁ ଆସିବ ! ସେଥିରେ ପେନ୍ ଟି ଚକ୍ ଚକ୍ କରୁଥିବ।ଆଖିରେ ପଡ଼ିଥିଲେ ଗାଡି ବାଲା ଉଠାଇ ନେଇଥିବେ।


ଠିକ୍ ଏଇ ସମୟରେ ଦଶ ଏଗାର ବର୍ଷର ପିଲାଟିଏ ସେଠିକୁ ଆସିଲା।ପିଠିରେ ଗୋଟେ ଥଳି।ପ୍ଲାଷ୍ଟିକ ବଟଲ୍ ,ଜରି, ଭଙ୍ଗା ଜିନିଷ ଓଜନରେ ଅଣ୍ଟା ଭାଙ୍ଗି ପଡୁଛି।


ମୋତେ କହିଲା,କଣ ଖୋଜୁଛନ୍ତି ମାମ୍!


ମୁଁ ଏଯାଏ ଭଲ କରି ଦେଖି ନଥିଲି। ଛୋଟ ଫଟା ପ୍ୟାଣ୍ଟଟିଏ ସହ ବଡ଼ ମଣିଷଙ୍କ ଗଞ୍ଜିଟିଏଗଲାଇଥାଏ ଦେହରେ।ଗୋରା ପତଳା ଛୁଆ ଟା। ଉଦାସିଆ ମୁହଁ।

ଗହବା କଳା ମେଞ୍ଚି ମେଞ୍ଚି ଚୁଟି। ଦେଖିଲେ ଦୟା ସହ ମମତା ଲାଗିବା ପରି ଚେହେରା।


ଭାବିଲି ଏ କାଳେ ପେନ୍ ଟି ପାଇ ନେଇଥିବ।


ଯଦି ପାଇଥିବ ଆଉ କଣ ଦେବ?


ତୋ ନାଁ କଣ ମୁଁ ପଚାରିଲି।


ବାସୁ।


ତୁ କଣ ସବୁଦିନେ ଏଇ ଜରି ଗୋଟାଉ ?ପାଠ ପଢୁ ନାହୁଁ?


ହଁ ମାମ୍ ଏଇ ଆବର୍ଜନା ଜିନିଷ ଗୋଟାଏ।ଚତୁର୍ଥ ପାସ୍ କରି ପଞ୍ଚମ ହୋଇଥିଲା।ଆଉ ପଢ଼ିଲି ନାହିଁ।


କାହିଁକି?


ବାପା ଜଙ୍ଗଲରେ ଲୁଚି ବନ୍ଧୁକ ଧରି ଥିବା ଲୋକଙ୍କ ଗ୍ୟାଙ୍ଗରେ ମିଶି ଗଲା। ମା ସେଇ ଦୁଃଖରେ ଦଉଡ଼ି ଲଗାଇ ମରି ଗଲା। ଘରେ ମୋତେ ମିଶାଇ ଆମେ ଚାରି ଜଣ ଭଉଣୀ ଭାଇ।ମୁଁ ସମସ୍ତଙ୍କଠାରୁ ବଡ଼। ମୋ ତଳେ ଦୁଇ ଭାଇ ଓ ମାତ୍ର ଦୁଇ ବର୍ଷର ଛୋଟ ଭଉଣୀଟିଏ।ସେମାନଙ୍କ ପେଟ ପୋଷିବା ଭାର ମୋ ଉପରେ।


ସରକାର ତ ନିୟମ କରିଛନ୍ତି ଅଠର ବର୍ଷ ନହେଲେ କେହି ପିଲାଙ୍କୁ କାମରେ ରଖିବେ ନାହିଁ।ମୋତେ ଦଶ ବର୍ଷ। କେହି କୁଆଡେ କାମ ଦେଲେ ନାହିଁ।ବାଧ୍ୟ ହୋଇ ଆବର୍ଜନା ଗୋଟାଏ।ଯାହା ମିଳେ କବାଟି ଵାଲା କୁ ନେଇ ଦିଏ।


ବେଳେବେଳେ କିଛି ରୁଟି,ପାଉଁରୁଟି କି ତରକାରୀ ଆଳୁ କି ଫିଙ୍ଗା କଟା ଫଳ କେତେ ଖଣ୍ଡ ବି ପାଏ।ଧୋଇ ଧାଇ ନେଇଯାଏ ମୋ ଭାଇ ଭଉଣୀ ଙ୍କ ପାଇଁ।


ମାମ୍ ଭୋକ ହେଲେ କେବେ କେବେ ଆମେ ଚୁଲି ପାଉଁଶ ନଲେ ମାଟି ଖାଇ ପାଣି ପିଇ ଦେଉ।


ମୁଁ ଆଉ ଶୁଣି ପାରୁ ନଥିଲି। ଏତେ କଷ୍ଟର ଜୀବନ ଭୋଗୁଛି ଏଇ ପେଟ ଛୁଆଟି!


ଶୁଣ୍ ବାସୁ ତୁ ଗୋଟେ କାମ କରିବୁ।ପ୍ରତିଦିନ ଏଇ ଘରକୁ ଫେରିଲା ବେଳେ ଆସିବୁ।ତୋ ଭାଇ ଭଉଣୀଙ୍କ ପାଇଁ କିଛି ଖାଦ୍ୟ ନେଇ ଯିବୁ।


କିନ୍ତୁ ମୁଁ ତୁମର କି କାମ କରି ପାରିବି!


କାମ କରିବାକୁ କିଏ କହୁଛି ତୁ ସେମିତି ନେବୁ।


କିନ୍ତୁ ବିନା କାମରେ କିଛି ନେବା ଠିକ୍ ହେବ!


ତୁ ବା ପିଲାଟା କି କାମ କରିବୁ? ତୁ ବଡ଼ ହୋଇଯା, ମୁଁ ଯଦି ବଞ୍ଚି ରହିବି ଆମ ଘର କାମରେ ତୋତେ ନିଶ୍ଚୟ ରଖିବି।


ହେଉ ମାମ୍।


ଆପଣ କହିଲେନି କଣ ଖୋଜୁଥିଲେ?


ଆରେ ଯା ଭୁଲି ଯାଇଛି।କାକୁ ପେନ୍ ଟି କାଲିଠାରୁ ପାଉନି। ତା ଦାଦା ସେଇଟି ଗିଫ୍ଟ ଦେଇଥିଲେ।ପେନ୍ ମିଳୁନି ବୋଲି ଖାଉନି ବି। ଭାବିଲି କାମବାଲି ଅଳିଆ ସହ ଆଣି ଏଇଠି ପକାଇଥିବ ତ..


ମଇଲା ଚିରା ପ୍ୟାଣ୍ଟରୁ କଲମଟି ବାହାର କରି ସେ ମୋତେ ଦେଖାଇ କହିଲା," ଏଇ ପେନ୍, ଦେଖିଲେ" ?


ଆରେ ହଁ ହଁ।ତୁ କେମିତି ପାଇଲୁ?


କାଲି ଗୋଟେ ପଲିଥିନ୍ ଅଳିଆ ଭିତରେ ବାସି ରୁଟି ପରିବା ଚୋପା, ଓ କାଗଜ ବନ୍ଧା ହୋଇ ପଡିଥିଲା।ମୁଁ ଉଠେଇ ନେଇଥିଲି।କାଗଜ ମିଳିଲେ ଖୁସି ଲାଗେ।କିଲେ କାଗଜ ହୋଇଗଲେ ଆଠ ଟଙ୍କା ମିଳେ; ଯାହା ଦିନକର କମେଇଁ ମୋର।ଘରେ ଖୋଲି ଦେଖିଲି ସୁନ୍ଦର ପେନ୍ ଟିଏ ତା ଭିତରେ।ସେଥିପାଇଁ ପରା ଆଜି ଟିକେ ସହଳ ଆସିଛି,କାଳେ କିଏ ଖୋଜୁଥିବ ବୋଲି।


ମୁଁ ବାସୁର ସଚୋଟତା ଓ ଉଦାରତା ପାଖରେ ଛୋଟ ହୋଇଗଲି।ଛିଃ ଏ ବଡ଼ଲୋକୀ ମନ କି ସନ୍ଦେହି! କି ଛୋଟ !


ହୁଏତ ଏ ପେନ୍ ହୀରା ଓ ସୁନା ବିକିଥିଲେ ଚଳି ଯାଇଥାନ୍ତେ ବର୍ଷେ ଭଲରେ ସେ।କିନ୍ତୁ କି ସାଧୁ , ନିର୍ଲୋଭ ପିଲାଟା।


ସେଇଦିନୁ ପ୍ରାୟତଃ ସେ ଘରକୁ ଆସେ ଖାଦ୍ୟ ବାସି ଓ ସଜ ମିଶେଇ କିଛି ନିଏ।କାକୁ ପ୍ୟାଣ୍ଟ ସାର୍ଟ ବି ନିଏ।ଦଶହରାରେ ହଳେ ନୂଆ ପ୍ୟାଣ୍ଟ ସାର୍ଟ କରେ ତା ପାଇଁ।ବକଟେ ଛୁଆ ଯାହା ଖାଇବାକୁ କି ପିନ୍ଧିବାକୁ ଦେଲେ ଜାକି ଜୁକି ନେଇଯାଏ ଭାଇ ଭଉଣୀ ପାଇଁ।ଚାରିଟା ପେଟ ପାଳୁଛି ସେ।ତିନି ଭାଇ ଭଉଣୀଙ୍କର ବାପା ମା ହୋଇ ଯାଇଛି।


କିନ୍ତୁ ତାଲା ବନ୍ଦ ହେବା ଦିନଠୁ ତାର ଦେଖା ନାହିଁ।ଖାଇବା ରଖି ରଖି ଫିଙ୍ଗୁଛି।କୁକୁର ବିଲେଇଙ୍କର ବି ଦେଖା ନାହିଁ।


ଦୁଇ ମାସ ପରେ ସେ କହିଥିବା ବସ୍ତିକୁ ଖୋଜି ଖୋଜି ଯାଇ ଯାହା ଦେଖିଲି ଛାତି ଫାଟିଲା ପରି।ଦୋକାନ,

ବଜାର ସବୁ ବନ୍ଦ ହୋଇଗଲା।ସଭିଏଁ ଘରେ ରହିଲେ।କିନ୍ତୁ ବାସୁ ଘରେ ରହିଲେ ଖାଇବେ କଣ?ପାଖରେ ଥିବା ଗୋଟେ ନର୍ଦ୍ଦମା ଖାଲରେ କଇଁ ବେଣ୍ଟ, ଓ ମୂଳ ଆଣି ଖାଇ କିଛି ଦିନ ବଞ୍ଚିଲେ।ଭୋକ ସମ୍ଭାଳି ନ ପାରି ତଳ ଭାଇ ଭଉଣୀ ଦୁଇଟି ମାଡି ଖାଇ ଖାଇ ଶେଷରେ ମରି ଯାଇଛନ୍ତି।


ବାସୁ ଓ ତା ଭାଇ ଏଣୁ ତେଣୁ ଯାହା ବସ୍ତି ବାଲାଙ୍କ ଫୋପାଡା ଖାଦ୍ୟ ଖାଇ ବଞ୍ଚିଛନ୍ତି।


ମୋତେ ଦେଖି ଭୋ ଭୋ ବାଜିଲା ବାସୁ।


ଆରେ ତୁ ସବୁଦିନେ ଯାଇଥିଲେ କିଛି ଖାଇବା ଆଣି ନଥାନ୍ତୁ?


ଖୋଜେ ଚାଲିବାକୁ ମୋର ବଳ ନାହିଁ ମାମ୍।ଆପଣଙ୍କ ଘର ଏଠୁ ଆଠ କିଲୋମିଟର ଦୂର।ମନ କହୁଥିଲେ ବି ଗୋଡ଼ ଚାଲୁ ନଥିଲା ମାମ୍।ସେଥିରେ ସୁକୁ ସୁକୁ ହେଉଥିବା ଭାଇ ଭଉଣୀ ଦିଟା....


ମୁଁ କିଛି ଶୁଣି ପାରୁ ନଥିଲି। ତା ମୁଣ୍ଡ ଆଉଁସି କହିଲି ତୁମ ଦୁଇ ଭାଇଙ୍କୁ କରୋନା ଡରିବ ବାସୁ।ଚିନ୍ତା କରନା।ନେ ମୁଁ କିଛି ଖାଦ୍ୟ ଆଣିଛି।ତୁମ ଦୁଇ ଜଣଙ୍କ ଦୁଇ ଚାରିଦିନ ଯିବ।ଖାଇ ପିଇ ଭଲ ଲାଗିଲେ ତୁ ସବୁ ଦିନେ ଯାଇ ମୋ ଠାରୁ ଖାଦ୍ୟ ଆଣିବୁ ,ବୁଝିଲୁ।


ସେ ମୁଣ୍ଡ ଟୁଙ୍ଗାରୀ ହସିଦେଲା ବେଳେ ତା ଭାଇଟି ଆମ ବ୍ୟାଗ୍ ଖେଳେଇ ଶୁଙ୍ଘି ପକାଉଥିଲା ବିସ୍କୁଟ,ପାଉଁରୁଟି

ଚୁଡା ଚିନି ବାସ୍ନାକୁ।


Rate this content
Log in

More oriya story from Satyabati Swain

Similar oriya story from Tragedy