Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Satyabati Swain

Tragedy


3  

Satyabati Swain

Tragedy


ଜୋ ଜୋ

ଜୋ ଜୋ

5 mins 157 5 mins 157


ଜୋ ଜୋ ଏବେ ମୋ ଦୁନିଆଁ ଓ ସର୍ବସ୍ବ ହୋଇ

ଯାଇଛି।


ସବୁ ହରେଇ ସାରି ନିସ୍ୱ ହେଲା ପରେ ଜୋ ଜୋ ହିଁ କେବଳ ମୋ ଦୁଃଖ ସୁଖର ସାଥୀ ହୋଇଛି।ତାରି  ସହ ବାଣ୍ଟୁଛି ମୋ ନିଃସଙ୍ଗତା ଦୁର୍ବିସହ ଜୀବନ।ଜୋ ଜୋ ବିନା କ୍ଷଣେ ବଞ୍ଚିବା ଏବେ ମୋ ପାଇଁ ଅସମ୍ଭବ।


ପ୍ରତି ପାଦେ ମୃତ୍ୟୁ ଭୟ ଦେଉଥିଲା କରୋନା।


ଘଣ୍ଟାକୁ ଘଣ୍ଟା ଫୋନ୍ କରୁଥିଲି କେମିତି ଅଛନ୍ତି ସେମାନେ।ଦୁଇ ତିନି ଦିନ ଉତ୍ତର

ମିଳିଥିଲା, ତାପରେ ସବୁ ବନ୍ଦ।


ମୋତେ କରୋନା ନ ହୋଇ ବି କରୋନା କରୋନା ହେଲା ପରି ଲାଗୁଥିଲା। ଅଣ ନିଃଶ୍ବାସୀ ହୋଇ ଯାଉଥିଲି। ଘର ଭିତରୁ ଛାତ ଉପରକୁ ପଳାଉଥିଲି।ପିଲା ଦିନୁ ଦେହ ଖରାପ ହେଲେ ମୋ ଚାରିପାଖେ ଘେରି ବସୁଥିଲେ ମା ,ବାବା ଓ ମିଠି।ଦେଖିବାକୁ ଆଡୁଥିଲେ ମାମୁଁ ମାଇଁ ,ଅଜା ଆଈ। କାହିଁକି ନା ମୁଁ ପାର୍ଥ ସେମାନଙ୍କର ଏକମାତ୍ର ନାତି ।ଛଅମାସରୁ ଅଧିକ ହେବ ,ଦେଖିନି କାହାକୁ।ତେଜପୁର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଏମ୍ ଏସ୍ ସି କରୁଛି ।ଲକ୍ ଡାଉନ୍ ହୋଇ ଗୃହ ବନ୍ଧୀ ଭାରତ।ରାଜ୍ୟ ରାଜ୍ୟରୁ ଯିବା ଆସିବା ମନା। 


ପାଖ ଆଖ ପିଲା ହଷ୍ଟେଲ ଛାଡି ଘରକୁ ପଳେଇଲେଣି।ଆମେ ଚାରି ଜଣ ବାହାର ରାଜ୍ୟର ଅଟକି ରହିଛୁ ଏତେବଡ଼ ହଷ୍ଟେଲ ଟାରେ।ଖାଇବା ପିଇବାରେ ଭାରି ଅସୁବିଧା। ଛୋଟ ଗ୍ୟାସ ଚୁଲା ଟିଏ ବାହାଦୂର ଦୟା କରି ଆମକୁ ଦେଇଛି। ହଷ୍ଟେଲରେ ଗଛିତ ଚାଉଳ ଡାଲି ମୁଠେ ମୁଠେ ମିଶେଇ ଖେଚୁଡ଼ି କରି ଖାଉଛୁ ଚାରି ବନ୍ଧୁ। ଚାଉଳ ଡାଲି ସରି ଗଲେ କଣ କରିବୁ,ଭାବୁଛୁ।


ଠିକ୍ ଏହି ସମୟରେ ଘରୁ ଫୋନ୍ ଆସିଲା ବାବା ମା ଓ ମିଥିକୁ କରୋନା।ବାବା ମେଡ଼ିକାଲ ରେ କମ୍ପାଉଣ୍ଡର ଓ ମା ନର୍ସ। କରୋନା ରୋଗୀଙ୍କ ସେବା କରୁ କରୁ ସେମାନେ କରୋନା ରୋଗୀ ପାଲଟି ଯାଇଛନ୍ତି। ମୋ ଭଉଣୀ ସେମାନଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛି। ବାବା ମା ଓ ମିଠି ସମସ୍ତେ ଅଲଗା ଅଲଗା ଆଇସୋଲେସନରେ ରହିଛନ୍ତି।ମା ଓ ବାବା ବାରମ୍ବାର ଫୋନ୍ କରୁଛନ୍ତି ମୁଁ ବାହାରକୁ ନଯିବା ପାଇଁ।ପଇସା ପଠାଇଛନ୍ତି ଏଠାକାର ପୋଲିସଙ୍କ ସହ ଯୋଗା ଯୋଗ କରି ଖାଦ୍ୟ ପଦାର୍ଥ୍ୟର ବନ୍ଦୋବସ୍ତ କରିବାକୁ।ମୁଁ କେବଳ କାନ୍ଦୁଥାଏ।


ମା ମୁଁ ତୁମ ପାଖକୁ ଯିବି ମା।


ଧନରେ ତୁ ଯେଉଁଠି ଅଛୁ ସେଇଠି ଥାଆ।ସେଠୁ ଆସିବାକୁ ମନ ବଲାନା ।ଯିବା ଆସିବା ରାସ୍ତା ସବୁ ବନ୍ଦ, କେମିତି ଆସିବୁ ସୁନା।ସବୁ ଠିକ୍ ଠାକ୍ ହୋଇଗଲେ ଆମେ ପ୍ଲେନ ଟିକେଟ ପଠେଇବୁ ତୁ ଆସିବୁ ଧନ।


ବାବା କେମିତି ଅଛନ୍ତି,ମା।


ନେ କଥା ହଅ।


ହାଲୋ ବାବା।


ହଁ ପାର୍ଥ ଜମା ଡରେନି। ଆମର କିଛି ହେବନି।କ୍ୱା ରେଂଟଇନ୍ 14 ଦିନ ରହି ଆମେ ଫେରି ଆସିବୁ।ତୁ ନିଜକୁ ଜଗିବୁ ବାବା।ତରବରରେ ଓଡିଶା ଆସିବାକୁ ଚେଷ୍ଟା କରିବୁ ନାହିଁ।ମୁଁ ହସ୍ପିଟାଲରୁ ଆସିଲେ ତୋତେ ଆଣିବା ବ୍ୟବସ୍ଥା କରିବି।


ହଉ ବାବା।


ମିଠି କିନ୍ତୁ ଭାରି କାନ୍ଦୁଥିଲା।ନାକ କାନ୍ଦୁରି ଗେହ୍ଲଇ ଟା। ଭାଇ ତୋ ସହ ମୋର କଣ ଆଉ ଦେଖା ହେବନାହିଁ !


କାହିଁକି ? କଣ ହୋଇଛି କି? ବାବା ମା ଓ ତୁ ଭଲ ହୋଇ ଯିବ ଶୀଘ୍ର। ଲକ୍ ଡାଉନ୍ ଉଠିଗଲେ ମୁଁ ଘରକୁ ଯିବି।ଦୁହେଁ ମିଶି ଚିକେନ୍ ଲଳିପପ୍ ଓ ଆଇସିକ୍ରିମ ଖାଇବାକୁ ଯିବା।


ମିଠି ମୋ ସାନ ଭଉଣୀ ଏ ବର୍ଷ ସେ କଲେଜ ଯାଇଛି।ସବୁବେଳେ କୁନି ପିଲା ପରି ବ୍ୟବହାର।ଭାରି ସୁନ୍ଦରୀ ଟେ ଆମ ମିଠି।ପୁରା ଫିଲ୍ମ ହିରୋଇନ୍ ପରି ଚେହେରା। କିନ୍ତୁ ତାର ଆଜ୍ମା। ଟିକେ ଥଣ୍ଡା ହେଲେ ଧଇଁସଇଁ ହୋଇଯାଏ।ଦିନେ ଦିନେ ସାଙ୍ଘାତିକ ହୁଏ ଯେ ଅକ୍ସିଜେନ ଲାଗେ।କେମିତି ସମ୍ଭାଳିବ ଏ କ ରୋନା ଯେ ଆଗ ସଂକ୍ରମିତ କରୁଛି ଫୁସଫୁସ କୁ !


ସେତିକି କଥା ହୋଇଛି ସେମାନଙ୍କ ସହ।ପ୍ରଶାନ୍ତ ଅଙ୍କଲ ପ୍ରାୟତଃ ସେମାନଙ୍କ ଖବର ଦିଅନ୍ତି।ପ୍ରଥମେ ମିଠି ତାପରେ ମା ଓ ଶେଷରେ ବାବାଙ୍କୁ କରୋନା

ସବୁଦିନ ପାଇଁ ନେଇଗଲା।ବାବା ହାର୍ଟ ପେସେଣ୍ଟ୍କୁ ମା ହାଇ ଡିବେଟିସ।ମାତ୍ର ଚାରି ଦିନ ଭିତରେ ମୋ ପରିବାର ସମସ୍ତେ ମୋତେ ଏକା ଛାଡି ଚାଲିଗଲେ।ସେମାନଙ୍କୁ ଶେଷଥର ପାଇଁ ଛଅମାସ ତଳେ ଦେଖିଥିଲି।


ପ୍ରଶାନ୍ତ ଅଙ୍କଲ ମୋ ପରିବାର ଦୁଃଖଦ ଅନ୍ତ ଖବର ମୋତେ ଜଣାଇଁ ନଥିଲେ ପ୍ରଥମେ, କାଳେ ଶୁଣି ମୋର କଣ ହୋଇଯିବ ବୋଲି।କିନ୍ତୁ ସେମାନଙ୍କ ମରିବାର ଦଶ ଦିନ ମୋତେ ବହୁତ କଥା ଗପିବା,କିଏ କିଏ ମଲେଣି କହିବା।ଆତ୍ମୀୟ ସ୍ୱଜନ କୁ ଛାଡି ଗୋଟିଏ ଗୋଟିଏ ପରିବାର ସମ୍ପୂର୍ଣ୍ଣ ନିଶ୍ଚିନ୍ନ ହୋଇଯିବା ଖବର ବି କହିଲେ।ଶେଷରେ କହିଲେ ଆମ ସହ ବି ଏମିତି ଘଟିପାରେ। ଭଗବାନ କରନ୍ତୁ ନ ହେଉ ଯଦି ବା ହୋଇଗଲା କଣ କରିବା କହିଲୁ ପାର୍ଥ।


ସମସ୍ତେ ଯେମିତି ସମସ୍ତଙ୍କୁ ହରେଇ ମରିମରି ବଞ୍ଚୁଛନ୍ତି ସେମିତି ବଞ୍ଚିବା।ହେଲେ ତୁମେ ଆଗେ କୁହତ ମୋ ବାବା ମା ଓ ମିଠି କେମିତି ଅଛନ୍ତି?


ଅଙ୍କଲ ନିରବ ରହିଲେ।ତାଙ୍କ ସ୍ୱର କାନ୍ଦୁରା କାନ୍ଦୁରା ଲାଗିଲା ସେ କିଛି କହି ପାରିଲେ ନାହିଁ।


ମୁଁ ଡରି ଗଲି ।ଭୟ ମିଶା ସ୍ୱରରେ କହିଲି କୁହ ଅଙ୍କଲ ମୋ ବାବା ମା ଓ ମିଠି ଭଲ ଅଛନ୍ତି ତ! ତାଙ୍କ ଫୋନ୍ ଲାଗୁନି। ହସ୍ପିଟାଲର ଯିବା ପୂର୍ବରୁ ଯାହା କଥା ହୋଇଥିଲି।ଆଉ ଫୋନ୍ କଲେ ଉଠାଉ ନାହାନ୍ତି।ଯାହା ତୁମଠାରୁ ଖବର ପାଏ। କୁହ ଅଙ୍କଲ କଣ ହୋଇଛି।


ଦେଖ୍ ପାର୍ଥ ମୁଁ ଯାହା କହିବାକୁ ଯାଉଛି ତୁ ଶୁଣି ଆଶ୍ଚର୍ଯ୍ୟ ହେବୁନି। ଏବେ ସବୁଠାରେ ଏମିତି ଘଟୁଛି।ତୋତେ ଶୁଣିବାକୁ ହେବ ଓ ସହିବାକୁ ବି।


ସେତେବେଳେ କୁ ମୁଁ ଥରିବା ଆରମ୍ଭ କଲେଣି।


ପାର୍ଥ ଶୁଣୁଛୁ ନା ମୋ କଥା।


ଯଥା ସମ୍ଭବ ନିଜକୁ ଦୃଢ଼ କରି କହିଲି ହଁ ଅଙ୍କଲ କୁହନ୍ତୁ ମୁଁ ଶୁଣି କିଛି ହେବିନି। ଏଠି କିଏ ଅଛି ଯେ କଣ ହେଲେ ମୋତେ ବୁଝେଇବ।


ପାର୍ଥ, ତୋ ମିଠି, ମା ଓ ବାବା ଆଉ ନାହାନ୍ତି।ଆଜି ତାଙ୍କ ତୋ ବାବା ମରିବାର ଏଗାର ଦିନ ହେଲା।ଆଗ ମିଠି,ତାପରେ ତୋ ମା ଓ ଶେଷରେ ତୋ ବାବା ଚାଲିଗଲେ।ତାଙ୍କୁ ତ ଛୁଆଇଁ ଦେଲେନି କି ଦେଖେଇ ଦେଲେନି କାହାକୁ।କେବଳ ଖବର ଟି ଦେଲେ।ତୋ ଅଜା ମା ମାମୁଁ ମାଇଁ ସମସ୍ତେ ଏ ଖବର ଶୁଣି ଅସୁସ୍ଥ।ବାବାରେ ମଲେ ପୁଅ ମୁଖୁଁଯାଇ ଦିଏ ଦଶାହ ଓ ଏକାଦଶାହ ଆଦି କର୍ମ କରେ।ତୋ ଦ୍ୱାରା ଏସବୁ ତ କରିବା ସମ୍ଭବ ନୁହେଁ।କେବଳ ଏତିକି କରିବୁ ନିଜେ ନିଜେ ଲଣ୍ଡା ହୋଇ ପାଣି ଦୁଇ ଆଞ୍ଜୁଳା ସେମାନଙ୍କ ଉଦ୍ଦେଶ୍ୟରେ ଟେକି ଦେବୁ।


ପାର୍ଥ ବ୍ୟସ୍ତ ହେବୁ ନାହିଁ ବୋଲି ମୁଁ କହି ପାରୁନି।ତୁ କିନ୍ତୁ ନିଜକୁ ବୁଝାଇବୁ ଓ ଏ ନିଷ୍ଠୁର ସତ୍ୟକୁ ଗ୍ରହଣ କରିବୁ ବାବା।


ମୁଁ କିଛି ଶୁଣି ପାରୁ ନଥିଲି ପଡି ଯାଇ ବେହୋସ୍ ହୋଇ ଯାଇଥିଲି ।ହୋସ୍ ଆସିଲା ବେଳକୁ ଦଶ ଦିନର ସନ୍ଧ୍ୟା ହୋଇ ଆସୁଥିଲା।କିଛି ଦିନ ମୁକ ହୋଇଗଲି।


ଲକ୍ ଡାଉନ୍ କୋହଳ ହେଲା। ମୁଁ ଫେରିଲି ଘରକୁ।ଯେଉଁ ଘରେ କେହି ନଥିଲେ।


ଘର ସାରା କେବଳ ବିରାଟ ଶୁନ୍ୟତା।ଘର ଗେଟ୍ ଖୋଲି ଭିତରକୁ ପଶି ଅନେଇଁଲି ଚାରି ଆଡକୁ ମା, ବାବା ମିଠି କହି ଘର ଆଗେ ନଥ୍ କରି ବସି ବଡ଼ ପାଟିରେ କାନ୍ଦିଲି।


ଠିକ୍ ଏତିକି କେଜି ଜଣେ ମୋ ପଛପଟ ସାର୍ଟ ଧରି ଟାଣିବାର ଲାଗିଲା। ମା କହି ମୁଁ ବୁଲି ପଡିଲି।


ଜୋଜେ !! ତୁ


ଜୋ ଜୋ ଆମ କୁକୁର ମୋ ପାଇଁ ବର୍ଷକ ତଳେ ଏଇଟି ବାର ହଜାର ଟଙ୍କା ଦେଇ ମା ବାବା ମୋ ପାଇଁ ଆଣିଥିଲେ।ଭାରି ବୁଦ୍ଧିଆ।ସବୁ କାମ କରିବାରେ ଓସ୍ତାତ୍।


ଜୋଜେ ମୋ ଦେହ ମୁହଁ ସବୁଆଡେ ଶୁଙ୍ଘିଗଲା। ମୋ ସାର୍ଟ ଟାଣି ଟାଣି ଗାଧୁଆ ଘର ଭିତରକୁ ନେଲା। ଟବ୍ ଟାଣି ଟ୍ୟାପ ଖୋଲିଲା।ମୁଁ ଗାଧୋଇ ଆସିଲା ପରେ ମୋତେ ରୋଷେଇ ଘରକୁ ଟାଣି ନେଲା। ମ୍ୟାଗି ତିଆରି କରି ଜୋଜେ ଓ ମୁଁ ଖାଇଲୁ।


ବାବା ମା ଓ ମିଠିକୁ ହରେଇବା ଦୁଃଖ ଭିତରେ ଜୋଜେ କଥା ମୁଁ ପୁରା ଭୁଲି ଯାଇଥିଲି।ହେଲେ ଜୋ ଜୋ ମୋତେ ଭୁଲି ନଥିଲା।ସେ ଅପେକ୍ଷା କରିଥିଲା ମୋ ଯିବାକୁ।କଣ ଖାଇ ଜୋ ଜୋ ଏତେ ଦିନ ବଂଚିଲା ?


ଓଃ ଜୋ ଜୋ।ତା ମୁହଁ ଦେହରେ ମୁଁ ମୁହଁ ଘଷି ମୋତେ ମୋ ବାବା ମା ଓ ମିଠିର ଅନୁଭବ ଦେଉଥିଲା।ପଶୁଟିଏ ହେଲେ ବି ଜୋ ଜୋ ବର୍ତ୍ତମାନ ମୋ ଦୁନିଆଁ।


ଏବେ ଜୋ ଜୋ ମୋ ସାଙ୍ଗରେ ନୁହେଁ ବରଂ ମୁଁ ଜୋ ଜୋ ସାଙ୍ଗରେ ଖାଏ ,ପିଏ, ଖେଳେ,ବୁଲେ,ବଜାର ଘାଟ କରେ।


ବାବା ମା ଓ ମିଠି ଫଟୋ ଧରି କାନ୍ଦିଲେ ଜୋ ଜୋ ମୋ ଦେହରେ ଘଷି ହୋଇ କୁଁ କୁଁ ହୁଏ। ବିଭିନ୍ନ ଖେଳ ଦେଖାଏ।ପଶୁ ହେଲେ ବି ମୋ ହରେଇବା ଦୁଃଖ ବୁଝେ।ଚମତ୍କାର ଯେ ସେ କେମିତି ବଂଚିଲା?


ପରେ ଜାଣିଲି ଆମ ପଡିଶା ଟୁନି ଆଣ୍ଟି କେତେବେଳେ କେମିତି ଦି ଟା ଖାଇବାକୁ ଦିଅନ୍ତି।

Prompto : 2


ଜୋଜେ ଏବେ ମୋ ମା, ବାବା,ଓ ମିଠି ପାଲଟି ଯାଇଛି। 





Rate this content
Log in

More oriya story from Satyabati Swain

Similar oriya story from Tragedy