Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Satyabati Swain

Tragedy


3  

Satyabati Swain

Tragedy


ଜଣେ ବାପାର ଦୁଃଖ

ଜଣେ ବାପାର ଦୁଃଖ

5 mins 205 5 mins 205


ମା ମଲା ବେଳକୁ ସୁରଜ ଅଷ୍ଟମ ଶ୍ରେଣୀରେ ପଢୁଥିଲା। ତା ମା'କୁ ବହୁ ଡାକ୍ତରଙ୍କୁ ଦେଖାଇଛନ୍ତି ମନୋଜ ବାବୁ।କିଏ ଥାଇ ରଏଡ୍ କହି ଔଷଧ ଦେଇଛନ୍ତି ତ କିଏ ଟି ବି,କିଏ ଲିଭର୍ ଜଣ୍ଡିସ୍ ତ ପୁଣି କିଏ ଟିୟୁମର୍ କହି ଔଷଧ ଦେଇଛନ୍ତି।ଏଣୁ ତେଣୁ ଔଷଧ ଖାଇ ଖାଇ ଶେଷରେ ମାତ୍ର ଅଣ ଚାଳିଶ ବର୍ଷରେ ମୃତ୍ୟୁବରଣ କଲେ ସୁରଜର ମା।ଏମିତି କି ରୋଗ ହେଲା କେଜାଣି ଡାକ୍ତର ବି ଚିହ୍ନି ପାରିଲେ ନାହିଁ!!। କେମିତିକା ଡାକ୍ତର!ଏ ପ୍ରଶ୍ନ କିଶୋର ସୁରଜ ପ୍ରାଣରେ ବିସ୍ମୟ ଭାବଟିଏ ସୃଷ୍ଟି କଲା। ମା ମରିବା ଘଟଣା ତାକୁ ଡାକ୍ତର ହେବାକୁ ଉସ୍କେଇଲା।


ସେବେଠୁ ମନରେ ଅଭିଳାଷ ରଖିଛି ଭଲ ଡାକ୍ତରଟିଏ ହେବ,ଯେପରିକି ତା ମା ପରି ଆଉ କାହାକୁ ରୋଗ ଠିକଣା ନକରି ପାରିବାରୁ ମରିବାକୁ ପଡିବ ନାହିଁ। ହେଲେ ହେବ କଣ ମେଡ଼ିକାଲ ଏଣ୍ଟ୍ରାନସ୍ ରେ ଭଲ ରାଙ୍କ ରଖିଲେ ତ !! ଏଣୁ ପୁଅଟି ଭାଙ୍ଗି ପଡିଛି ଦୁଃଖରେ।ବେଳେବେଳେ କହୁଛି" ନନା ମୋ ସାଙ୍ଗ ଜିତୁ,ନିତା, ପ୍ରଶାନ୍ତ ପ୍ରାଇଭେଟ୍ ରେ ମେଡ଼ିକାଲ ଆଡ଼ମିଶନ୍ କରିଛନ୍ତି"।ପୁଅ କଣ କହିବାକୁ ଚାହୁଁଛି ବୁଝି ପାରନ୍ତି ମନୋଜ ବାବୁ।


ମନୋଜ ବାବୁ ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ। ଚାକିରୀ ସରିବା ସରିବା ଉପରେ। ଝିଅଟିଏ ବି ଟେକ୍ କରୁଛି । ଝିଅକୁ ପଇସା ଯୋଗାଇ ହେଉନି ରୀତିମତ। ସେମିଷ୍ଟାର ପିଛା ଷାଠିଏ ହଜାର। ତା ଛଡା ବିବାହ ଚିନ୍ତା ବି ଅଛି ଝିଅଟି ପାଇଁ। ଯାହି ଜି ପି ଏଫ୍ ଥିଲା ଉଠାଇ ପୁଅ ପାଇଁ କୋଚିଂଗ୍ ପିସ୍ ଓ ହଷ୍ଟେଲ୍ ଖର୍ଚ୍ଚ ଦେଇଥିଲେ। ପୁଅ ସାଙ୍ଗମାନେ ଷାଠିଏ ଲକ୍ଷ ଲେଖାଏଁ ଟଙ୍କା ଦେଇ ପ୍ରାଇଭେଟ୍ କଲେଜରେ ନାମ ଲେଖାଇଛନ୍ତି। ପୁଅ ମନଦୁଃଖ କରି କହିବା କଥା ବୁଝି ପାରନ୍ତି ମନୋଜ ବାବୁ।


ପୁଅକୁ ବୁଝାଇ କୁହନ୍ତି"ବାବୁରେ ମୋର ବି ପଇସା ଥିଲେ ମୁଁ ବି ତୋତେ ମେଡ଼ିକାଲ ପଢ଼ାଇ ଥାଆନ୍ତି। କଣ କରିବି କହିଲୁ ଧନ ତୁ କାଇଁ ମୋ ପରି ଗୋଟିଏ ଗରିବ ଶିକ୍ଷକ ଘରେ ଜନ୍ମ ନେଉଥିଲୁ।"


କାନ୍ଦେ ପୁଅ ପଢିନପାରି କାନ୍ଦନ୍ତି ବାପା ପଢ଼ାଇ ନପାରି।


ଶିକ୍ଷାକୁ ନେଇ ତ ଏବେ ଭଲ ବେପାର ଚାଲୁଛି। ବିଭିନ୍ନ ବେସରକାରୀ ଅନୁଷ୍ଠାନ ମୋଟା ଅଙ୍କର ନାମ ଲେଖା ଫିସ୍ ନେଇ ଭଲ ଖେଳୁଛନ୍ତି ପିଲା ଓ ପିଲା ବାପାମା'ଙ୍କ ଜୀବନକୁ ନେଇ। ଯାହା ବାପାର ପଇସା ଅଛି ତା ପୁଅ ଥାର୍ଡ କ୍ଲାସ୍ ପାଇଲେ ବି ଫାଷ୍ଟ କ୍ଲାସ୍ ସ୍କୁଲ, କଲେଜରେ ନାମ ଲେଖାଉଛି,ପଢୁ କି ନ ପଢୁ। ନାହିଁ କିଛି କାଇଦା କି କଟକଣା। ବିଚରା ଗରିବ ମେଧା ପିଲାଟିଏ ବଳି ପଡୁଛି ଅର୍ଥ ଅଭାବରୁ ଭଲ ସ୍କୁଲ କଲେଜ କି ମନ ମୁତାବକ ପାଠ ନ ପାଇ।


ମନୋଜ ବାବୁ ଭାବିଲେ ଯଦି ପଢିବ ଏକ ନମ୍ବର ହୋଇ ରକ୍ଷା ନଲେ ତା ତଳକୁ ଟିକେ ଖସିଥିବା ଅର୍ଥ ନଥିବା ପିଲାଙ୍କ ଭାଗ୍ୟ ଏପରି। ସବୁ ସଖା, ସଖୀ,ସମ୍ପର୍କ ଭିତରେ ଶିକ୍ଷା ହେଲା ମଣିଷର ମଶାଣୀ ଯିବାର ସଖା। ଶିକ୍ଷା ହିଁ ମଣିଷ ଓ ପଶୁ ମଧ୍ୟରେ ଫରକ ସୃଷ୍ଟି କରିଥାଏ। ପ୍ରକୃତ ଶିକ୍ଷିତ ବ୍ୟକ୍ତିର ଆଚରଣ ଓ ଉଚ୍ଚାରଣ ସମ୍ପୂର୍ଣ୍ଣ ବାରି ହୋଇଯାଏ ଅନ୍ୟ ମାନଙ୍କ ଠାରୁ। ଶିକ୍ଷା ଶିଖାଏ ସାମାଜିକତା ଓ ମଣିଷ ପଣିଆଁ ଦିଏ ସଂସ୍କାର ଓ ବିଚାର ଶକ୍ତି। ଭରେ ମାନବୀୟ ଗୁଣାବଳୀ ପ୍ରାଣରେ। କରେ ସ୍ଵାବଲମ୍ବୀ। ଶିକ୍ଷା ବିନା ଜଣେ ମଣିଷ ଅନ୍ଧ,ମୁକ ଓ ବଧିର ସଦୃଶ୍ୟ ଦିବ୍ୟାଙ୍ଗ।


ଶିକ୍ଷାର ଗୁଣବତ୍ତା ନିର୍ଭର କରେ ଉତ୍ତମ ଶିକ୍ଷା ଆୟତନ,ଆନନ୍ଦଦାୟୀ ଶିକ୍ଷଣ ପରିବେଶ,ସକାରାତ୍ମକ ମନୋବୃତ୍ତି,ଧୈର୍ଯ୍ୟ,ପିଲା ଶିଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କାରିପାରୁଥିବା ସୁଯୋଗ୍ୟ ସୁଶିକ୍ଷକ,ସୁପରୀକ୍ଷଣ ,ସରକାରୀ ,ସୁନୀତି ଓ ଯୋଜନା, ତଥା ଶିକ୍ଷା ପ୍ରତି ଅନୁରକ୍ତ ଛାତ୍ର ଉପରେ। ଯଦି ଶିକ୍ଷାନୁଷ୍ଠାନ,ଶିକ୍ଷଣ,ପରିବେଶ,ଉଚ୍ଚପଦସ୍ଥ ଅଫିସରଙ୍କ ଉଚିତ ପନ୍ଥାନୁସରଣ, ସୁଶିକ୍ଷକ,ସ୍ୱଚ୍ଛ ପରୀକ୍ଷା ବ୍ୟବସ୍ଥା ମିଳି ପାରିବ,ଛାତ୍ରଟିଏ ନିଶ୍ଚିନ୍ତ ଶିକ୍ଷା କ୍ଷେତ୍ରରେ ମନୋନିବେଶ କରି ଉନ୍ନତି କରିବ ଏଥିରେ ଦ୍ଵିରୁକ୍ତି ନାହିଁ।


 କାହିଁ ସେଇ ଚାହାଳି, ଗୁରୁକୂଳ ଆଶ୍ରମ ଶିକ୍ଷା ବ୍ୟବସ୍ଥା ?କାହିଁ ଛତୁ ଫୁଟିଲା ପରି ବହୁତଳ ବିଶିଷ୍ଟ ଆକାଶକୁ ଛୁଇଁଲା ପରି ବିରାଟ ବିରାଟ ଶିକ୍ଷା ଆୟତନ।ସ୍ୱୟଂ ଶ୍ରୀକୃଷ୍ଣ ବଣରେ ରହି ଗୁରୁ ସନ୍ଦିପନୀଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ।ଆଗେ ରାଜକୁମାର ମାନେ ସବୁ ରାଜଶୁଖ ତ୍ୟାଗ କରି ବଣ ଜଙ୍ଗଲ ଭିତରେ ଗୁରୁକୂଳରେ ଶିକ୍ଷା ଗ୍ରହଣ କରୁଥିଲେ ନଥିଲା ଖଡ଼ି,ସିଲଟ,କଲମ,କାଗଜ,ବହି,କମ୍ପୁଟର ,ଗୁଗୁଲ ସର୍ଚ୍ଚ କି ଗଣ୍ଡା ଗଣ୍ଡା କୋଚିଂ ସେଣ୍ଟର ବା ଟିଉସନର ସୁବିଧା।ମାତ୍ର ଉତୁରୁଥିଲେ ଉତ୍ତମ ଛାତ୍ର,ହେଉଥିଲେ ସୁନାଗରିକ।ଯେଉଁ ମାନେ ମରି ବି ଇତିହାସ ସୃଷ୍ଟି କରିବାକୁ ଯୋଗ୍ୟ।


ମନୋଜ ବାବୁ ଏସବୁ ଭାବି ଭାବି ବଡ଼ ଦ୍ବିବିଧାର ସମ୍ମୁଖୀନ।ତାଙ୍କ ପୁଅ ପରି କେତେ ଛୁଆ ଶିକ୍ଷା ବେପାର ରାକ୍ଷସ ଆଁରେ ଗଳି ଭବିଷ୍ୟତ ନଷ୍ଟ କରୁଛନ୍ତି,ହତାଶ ହୋଇ ମଦର ଆଶ୍ରୟ ନେଇ ଅବାଟରେ ପାଦ ଦେଉଛନ୍ତି।କାହାରି ନିଘା ନାହିଁ ଏ ଭଲ ବିନା କଞ୍ଚା ମାଲ ଶିକ୍ଷା ବ୍ୟବସାୟ ଉପରେ।ନାହିଁ କିଛି ଅଙ୍କୁଶ।


ଆଜିକାଲି ସବୁ ବାପମା ପିଲାଟିଏ ଜନ୍ମ ହେଉ ହେଉ ଆଗ ଚିନ୍ତା କରୁଛନ୍ତି ତା ଶିକ୍ଷା ପାଇଁ।ବିଭିନ୍ନ ପଲିସ୍,ଡିପୋଜିଟ୍ ,ଯୋଜନା କରୁଛନ୍ତି।ବେଳେବେଳେ ଆସାଧୁ ଉପାୟ ଅବଲମ୍ବନ କରି ଅର୍ଥ ଜମା କରୁଛନ୍ତି ନିଜ ପିଲାଟିକୁ ଭଲ ଶିକ୍ଷା ଓ ଜୀବନ ଦେବାକୁ।ପେଟ ମୁଣ୍ଡରୁ କାଟି ଖାଲି ବ୍ୟାଙ୍କ ଖାତାର ଅଙ୍କ ଡାହାଣ ପଟେ ଶୁନ ବଢାଇବାରେ ବ୍ୟସ୍ତ ରହୁଛନ୍ତି।


ଯେଉଁ ବାପା ମାଙ୍କ ଏପରି ଦୂର ଦୃଷ୍ଟି ନାହିଁ ତା ଛୁଆ ଯେନତେନ ପାଠ ପଢି ବଢ଼ାଉଛନ୍ତି ବେକାରୀ ସଂଖ୍ୟା ଓ ବଦନାମ।


ଅତି ପଇସା ଵାଲାର ଚିନ୍ତା ନାହିଁ କି ଅତି ତଳ ଵାଲାର ବି କିଛି ଦକ ନାହିଁ।ପଇସା ଵାଲା ପଇସା ପବନରେ ଉଡାଇ ନେଉଛନ୍ତି ସେମାନଙ୍କ ପିଲାଙ୍କୁ କାହିଁ କୁଆଡେ।ତଳ ଵାଲା ମେଟ୍ରିକ୍ ବା ପ୍ଲସ୍ ଟୁ ଟିଏ ପାସ୍ କରି ଲାଗି ଯାଉଛନ୍ତି ବିଭିନ୍ନ ବେଉସା ବା ଛୋଟ ମୋଟ କାମରେ।


ଏଇ ଯେମିତି ସାଇକେଲ ମରାମତି,ଝାଲ ମଟର ବିକା,ଆଇସିକ୍ରିମ ବିକା,ଫେରିବାଲା,ରାସ୍ତା କଡ଼ ପରିବା ଉଠା ଦୋକାନଛକରେ ତେଜରାତି ଦୋକାନ,ଦହିବରା,ପାନ,ଚପଲ ସାର୍ଟ ପ୍ୟାଣ୍ଟ ବିକ୍ରି।ଯେ କୌଣସି ବେପାର ବଣିଜ କରି ସେମାନେ କଞ୍ଚା ପଇସା ଦେଖୁଛନ୍ତି।


ମାତ୍ର ବାକି ରହିଗଲେ ଯେଉଁ ମଝି ମଝିଆ ତକ ସେମାନଙ୍କ ଅବସ୍ଥା ବାରଣ୍ଡା ଦି କଡା ହେଉଛି।ହତାଶ,ଶ୍ରମ ବିମୁଖ ହୋଇ କିଏ ଆତ୍ମହତ୍ୟା କଲାଣି ତ କିଏ ଡନ୍ ସାଜିଲାଣି ବା ରାସ୍ତା ମଝିରେ ଗଡି ଲାଣି ବେହୋସ ହୋଇ।


ପିଲାଟିକୁ ନିକିତିରେ ଗୋଟିଏ ପଟରେ ବସାଇ ତା ତଉଲ ଆରପଟ ପଲାରେ ସେତିକି ଟଙ୍କା ରଖିଲେବି ଭଲ ଡୋନେସନ୍ ଦେଇ ପିଲାଟି ବେଳରୁ ପଠାଇବା ବି ସମ୍ଭବ ହେଉନି ଭଲ ଶିକ୍ଷାୟତନରେ ଏବେ। ଶିକ୍ଷା ବେପାର ବଜାର,ହାଟରୁ ନିଜ ପିଲା ପାଇଁ ସଉଦା କଲା ବେଳକୁ ଆହୁରି କିଛି କମ ପଡି ଯାଉଛି।ହତାଶ ବାପା ମା,ହତାଶ ପିଲା।

 

ମନୋଜ ବାବୁ ଭାରି ଭାଙ୍ଗି ପଡିଲେଣି। ପୁଅର ଉଦାସ ଶୁଖିଲା ମୁହଁ ଦେଖିଲେ କାନ୍ଦ କାନ୍ଦ ଲାଗୁଛି।ଧିକ୍କାର କରୁଛନ୍ତି ନିଜ ପାରିଲା ପାଣିଆଁକୁ।ଜୀବନ କାଳ ଭିତରେ କିଛି ବି କରି ପାରିଲେ ନାହିଁ।ଶିକ୍ଷକତା ବୃତ୍ତି ରେ ଭାତ ଡାଲିର ଅଭାବ ରହେ ନାହିଁ ସିନା ମଟନ୍ ଖାଇବା ସଉକ କରି ହୁଅନି।ସବୁବେଳେ ଟଣା ଟୁଣିର ଜୀବନ।ହଁ ଯିଏ ଟିଉସନ୍ କି କୋଚିଂଗ୍ କ୍ଲାସ୍ ବେପାର କରି ପାରେ ତା କଥା ନିଆରା।କିନ୍ତୁ ମନୋଜ ବାବୁ ପରି ଆଦର୍ଶ ଶିକ୍ଷକ ଏପରି କରି ପାରିବେ ନାହିଁ।ଯେଉଁ ପିଲା ଚାହିଁଲା ସେ ଆସି ସେମିତି ପଢିଲା ମନୋଜ ସାର୍ ଙ୍କ ପାଖେ।ବିକି ପାରିବେ କି ସେ ପାଠ!।ଯଦି ହେବ ଦାନ କରି ପାରିବେ।ସେ ଶିଖି ପାରି ନାହାନ୍ତି ଶିକ୍ଷାକୁ ନେଇ ବେଉସା କରି।ସୁତରାଙ୍ଗ ସେ କାନ୍ଦିବେ ଓ କାନ୍ଦିବ ତାଙ୍କ ପୁଅ।


ଭାରି ଅସହାୟ ଲାଗୁଛି ମନୋଜ ବାବୁଙ୍କୁ।ସୁରଜକୁ ସେ ଶିଖାଉଛନ୍ତି ବାପାରେ!ନ ଖା କି ନ ପିନ୍ଧି ପଛେ ଆଉ ମୋ ପରି ଭୁଲ କରିବୁ ନାହିଁ।ଆଗ ତୋ ପିଲାଙ୍କ ଶିକ୍ଷା ପାଇଁ ଅର୍ଥ ସଞ୍ଚୟ କରିବୁ।ତାହେଲେ ପଇସା ଫେକୋ ତାମସା ଦେଖୋ" ସମାଜରେ ବଂଚି ପାରିବୁ।ତୁ ବି ଗହ ଗହ ଟଙ୍କା ଦେଇ ପଢ଼ାଇ ପାରିବୁ ତୋ ପିଲା ଝିଲା।


ମନୋଜ ବାବୁ ବୁଝି ପାରନ୍ତି ଶିକ୍ଷା ବିକା ବେଉସା ହାଟରେ ତାଙ୍କ ପରି ଲୋକ ସଉଦା କରିବାକୁ ଗ୍ରାହକ ହେବା କେତେ ଦୂର ସମୀଚିନ।କିନ୍ତୁ ସେ ପୁଅକୁ ଏ ଶିକ୍ଷା ନିଶ୍ଚୟ ଦେଉଛନ୍ତି ଯେଉଁଥିରେ ମନ ବଳଉଛୁ ସେଥିରେ ଶ୍ରମ,ସାଧନା,ଅଧ୍ୟବସାୟ ବଳରେ ହଣ୍ଡ୍ରେଡ୍ ପରସେଣ୍ଟ୍ ଦେଦେ, ଟପ୍ କର,ନହେଲେ ଯାଇ ତାଇ ପଢି ଜମି ଅଛି ଆମର ଚାଷ କର,ସ୍ୱାଧୀନ ଜୀବନ ବଞ୍ଚ।କାହିଁକି କୁହୁଡି ପହଁରିବୁ ବାପା।


ମନୋଜ ସାର୍ ଆର୍ଦ କଣ୍ଠରେ କହୁଥିଲେ ଲକ୍ଷ ଲକ୍ଷ ଟଙ୍କା ଦେଇ ତୁଚ୍ଛାକୁ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ତୋତେ କଣ ପଢେଇ ପାରିବ ରେ ସୁରଜ!।ଭାଙ୍ଗି ପଡୁଥିଲା "ବାପା ପଣିଆଁ "ଅଣ୍ଟା ମନୋଜ ସାର୍ ଙ୍କର କିଂ କର୍ତ୍ତବ୍ୟ ବିମୁଢ ହୋଇ।ସୁରଜର ସ୍ବପ୍ନ ,ଆଶା ଆତ୍ମହତ୍ୟା କରୁଥିଲେ ଅଭାବ ଡାଳରେ ଓହଳି।




Rate this content
Log in

More oriya story from Satyabati Swain

Similar oriya story from Tragedy