Rasmi Rekha Tripathy

Abstract Others

3  

Rasmi Rekha Tripathy

Abstract Others

ଜନ୍ମଦିନ

ଜନ୍ମଦିନ

1 min
7.5K


କାହିଁକି କେଜାଣି ମୋ ରଣଚଣ୍ଡୀ ଦିଅଁ ଦେବତାଙ୍କ ନାଆଁ ପଡିଲେ ଚିଡି ଯାଏ l କେଉଁ ମନ୍ଦିର କି ଧର୍ମସ୍ଥାନକୁ ଯିବାକୁ ବି ରାଜି ହୁଏନି l ଠାକୁର ଘରକୁ ଯିବା ତ ଦୂରର କଥା ବେଳ ଅବେଳରେ ସନ୍ଧ୍ୟା ଧୂପ ବି ଦେବାକୁ ରାଜି ହୁଏନି l କାଲି ରାକ୍ଷୀ ପୂର୍ଣ୍ଣିମା l ମୋ ଠାକୁରଙ୍କର ଜନ୍ମଦିନ l ବହୁତ କାମ l ମୋତେ ରାତିରୁ ଜର l କଣ କରିବି ଜାଣିପାରୁନି l କେତେବେଳେ ନିଦ ହେଇଯାଇଛି ଜାଣିପାରିନି l ପାହାନ୍ତିଆରୁ ଶଙ୍ଖ ଧ୍ୱନିରେ ମୋ ନିଦ ଭାଙ୍ଗିଲା l ଚମକି ଉଠି ପଡିଲି ମୁଁ l ଠାକୁର ଘରକୁ ଯାଇ ଦେଖେ ତ ମୋ ରଣଚଣ୍ଡୀ ମଠାଟିଏ ପିନ୍ଧି ବସିଛି l ବହୁତ ସୁନ୍ଦର ଫୁଲମାଳ ଦେଇ ଠାକୁରଙ୍କୁ ସଜେଇଛି l ଠାକୁର ନୂଆ ବସ୍ତ୍ର ବି ପିନ୍ଧିଛନ୍ତି l ତା ଜନ୍ମଦିନରେ ମୁଁ ଯେମିତି ଚକୁଳି ପିଠା ପୂଜା କରେ, ସେମିତି ଚକୁଳି କରି ଥୋଇଛି ସାମ୍ନାରେ l ମୋତେ ଦେଖି ପାଖକୁ ଆସିଲାl

: ଦେଖ୍ ! ତୋ ପୁଅକୁ (ରଣଚଣ୍ଡୀ ମୋ ଠାକୁରଙ୍କୁ ସବୁବେଳେ ମୋ ପୁଅ ବୋଲି କହେ) ସଜେଇ ଦେଇଛି l ମୋତେ ଯେମିତି ଆସିଲା ସେମିତି l ତୋ ଦେହ ଭଲ ନାହିଁ l ଆଜି ଫେର୍ ତାର ଜନ୍ମଦିନ l କେବଳ ତୋ ପାଇଁ ଏତିକି କରିଛି l ନ ହେଲେ ତୁ ମନ ଦୁଃଖ କରିବୁ ନା ! ମୋ ରଣଚଣ୍ଡୀର ଏତିକି କଥା ହିଁ ଯଥେଷ୍ଟ ଥିଲା ତା ବିଷୟରେ ଆଉ ଚିନ୍ତା ନ କରିବା ପାଇଁ l


Rate this content
Log in

Similar oriya story from Abstract