The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sachidananda Kar

Inspirational

4.5  

Sachidananda Kar

Inspirational

ଜଙ୍ଗଲ୍ ମଙ୍ଗଲ୍

ଜଙ୍ଗଲ୍ ମଙ୍ଗଲ୍

2 mins
24K


-------------------

         ଜଙ୍ଗଲ୍ ମଙ୍ଗଲ୍

---------------------------------------------

         ଲକ୍ ଡାଉନ୍।


         ଏଇ ସୁଯୋଗରେ ଆମେ କିଛି ବନ୍ଧୁ ବହୁ ବର୍ଷ ପରେ ଗାଆଁରେ ଏକାଠି ହୋଇଗଲୁ।


         ଘରେ ବସି ବସି ବିରକ୍ତ ଲାଗୁଥିଲା।ଫୋନରେ କଥାବାର୍ତ୍ତା ହୋଇ ଗୋଟିଏ ନାଟକ କରିବାକୁ ସ୍ଥିର କଲୁ।ଏମିତିରେ କିଛି ମଜା ହୋଇଯିବ ଭାବିଲୁ।


          ନିରାପଦ ସାମାଜିକ ଦୂରତ୍ୱର କଥା ଉଠିଲା।ତେଣୁ ଆମେ ଗୋଟିଏ ଜଙ୍ଗଲ ନାଟକ କରିବାକୁ ମନସ୍ଥ କଲୁ।


          ଜଙ୍ଗଲରେ ବାଘ,ଭାଲୁ, ଶୃଗାଳ, ହରିଣ, ଠେକୁଆ ନିରାପଦ ଦୂରତ୍ୱ ବଜାୟ ରଖନ୍ତି।ତେଣୁ ସମସ୍ତେ ରାଜି ହୋଇଗଲେ।


          ଦିନ ପ୍ରାୟ ଦଶଟା।ଆମେ ସମସ୍ତେ ଡକାଡକି ହୋଇ ମୁହଁରେ ମାସ୍କ ପିନ୍ଧି ଗାଆଁ ମନ୍ଦିର ପ୍ରାଙ୍ଗଣକୁ ଚାଲି ଆସିଲୁ।


         " ଜଙ୍ଗଲ୍ ମଙ୍ଗଲ୍ " - ନାଟକର ନାଁ ରଖାଗଲା।


          ମନେମନେ ଆମେ ସବୁ ଗୋଟିଏ ନିଘଞ୍ଚ,ନିକାଞ୍ଚନ ଓ ଶ୍ବାପଦ ସଙ୍କୁଳ ଜଙ୍ଗଲର ପରିକଳ୍ପନା କଲୁ।ତା'ପରେ ଭୂମିକା ବଣ୍ଟାବଣ୍ଟି କାର୍ଯ୍ୟ ଆରମ୍ଭ ହେଲା।


          ଆମେ ସମସ୍ତେ ନିରାପଦ ଦୂରତ୍ଵ ରକ୍ଷା କରି ବସିଥାଉ।


          ଆମ ଭିତରେ ବିନାୟକ ବୋଲି ଗୋଟେ ପିଲା ଥିଲା।ଖୁବ୍ ଭୟଙ୍କର ତା'ର ଚେହେରା।ଭାରି ଭୟଙ୍କର ପିଲାଟିଏ ବି ସିଏ।ବଦରାଗୀ।ଟିକେ ଟିକେ କଥାରେ ରାଗି ନିଆଁ ହୋଇଯାଏ।ବଡ ପାଟି କରି ଗର୍ଜ୍ଜନ କରେ।କାହାକୁ କିଛି କୁହାଇ ଦିଏ ନାହିଁ।ଅନ୍ୟର ସୁଖ ଦୁଃଖ ପ୍ରତି ତା' ମନରେ ଟିକେ ବି ଆଗ୍ରହ ନ ଥାଏ।କାହାକୁ ଖାତିର୍ ,ସମ୍ମାନ ବି କରେନାହିଁ ସେ।ନିଜକୁ ସବୁବେଳେ ବଡ ,ଶକ୍ତିଶାଳୀ ଭାବୁଥାଏ।ସବୁ ଜାଣିଥିବା ପରି କଥାବାର୍ତ୍ତା କରେ।


         - " ମୁଁ ବାଘ ହେବି। " ସେ ଆଗ ବାହାରିପଡି କହିଲା।


          କାହାରି ଆପତ୍ତି ନ ଥିଲା।


          ଆଉ ଜଣେ ପିଲା ଥିଲା - ପରମେଶ୍ବର।ହୀନବୁଦ୍ଧିଆଟା।ପରଛିଦ୍ର ଦେଖୁଥାଏ ସବୁବେଳେ।ଝଗଡା ଲଗେଇ ଦିଏ।ଦେଖି ଖୁସି ହୁଏ।ସରଳିଆ ମଣିଷଙ୍କୁ ଖାଲକୁ ଠେଲି ଦେଇ ହସିବାକୁ ଭାରି ଭଲପାଏ।


          - " ମୁଁ ଶୃଗାଳ ହେବି। " ସେ କହିଲା।


          କାହାରି ଆପତ୍ତି ନ ଥିଲା।


          ସୁରେନ୍ଦ୍ର ବୋଲି ପିଲା ଜଣେ ଥିଲା ଆମ ଭିତରେ।ବେଶ୍ ଗୋରା, ସୁନ୍ଦର ପିଲାଟିଏ।କାହାର ଅନିଷ୍ଟ କରିବାକୁ ଆଦୌ ଭଲପାଏନି ସେ।ସର୍ବଦା ନିଜ ପେଟ ଚିନ୍ତାରେ ଥାଏ।ଜୀବନ ପ୍ରତି ବିପଦ ଆସିଲେ ଦୌଡି ପଳାଏ ବରଂ କାହା ସାଙ୍ଗରେ ବାଡି ଧରେନାହିଁ।


          - " ମୁଁ ହରିଣ ହେବି। " ସେ କହିଲା।


          କାହାରି ଆପତ୍ତି ନ ଥିଲା।


          ଆଉ ଜଣେ ପିଲା ଥିଲା - ନିମାଇଁ।ଅନେଶୋତିଆଟା।ପରିଶ୍ରମୀ।ଧନ ସଞ୍ଚୟ କରିବାରେ ମାହିର୍।ଭାରି ହୁସିଆର।ବେଳ ଥାଉ ଥାଉ ସାବଧାନ ହୋଇଯାଏ ସେ।


          - " ମୁଁ ପିମ୍ପୁଡି ହେବି। " ସେ କହିଲା।


          କାହାରି ଆପତ୍ତି ନ ଥିଲା।


          ବାକି ଆଉ ଆମେ ଦୁଇ ଜଣ ରହିଗଲୁ।ମଧୁମିତା ଓ ମୁଁ।


          ମଧୁମିତା ଭାରି ସୁନ୍ଦରୀ।ଚାଲିଗଲେ ପଦ୍ମଫୁଲ ଫୁଟିଯାଏ।ହେଲେ କ'ଣ ହେବ, ଭାରି ଆତ୍ମଗର୍ବୀ।ଖୁବ୍ ଅଭିମାନୀ।ପାଦେ ଆଗକୁ ଯାଇଥିବ କି ନାହିଁ ଭାବିବ ଯେମିତି କୋଶେ ଆଗରେ ଅଛି।ସବୁବେଳେ ସ୍ବର୍ଗକୁ ହାତ ବଢାଉଥିବ।


         - " ମୁଁ ଗୁଣ୍ଡୁଚି ହେବି। " ସେ କହିଲା।


          କାହାରି ଆପତ୍ତି ନ ଥିଲା।


          ଶେଷରେ ଠେକୁଆ ଭୂମିକାଟି ବଳକା ଥିଲା।ନିଜର କୁନି କୁନି ପାଦରେ ଖୁବ୍ ଆନନ୍ଦରେ ଧାଉଁଥିବା ଜୀବଟିଏ ସେ।ମନ ସବୁବେଳେ ପବିତ୍ର।ହୃଦୟ ନିଷ୍ପାପ।ମୋର ମନେହେଲା ମତେ ଦେଖି ଜାଣି ବୁଝି ସେମାନେ ସେହି ଭୂମିକାଟି ମୋ ପାଇଁ ଛାଡି ଦେଇଛନ୍ତି।ହେଲେ ସେହି ଭୂମିକାଟି ନେବାପାଇଁ ମୁଁ ରାଜି ହେଲିନାହିଁ।


          ପିମ୍ପୁଡିଟା ଗାତରେ ପଶିଯିବ।ଗୁଣ୍ଡୁଚି ଯାଇ ବସିଯିବ ଗଛ ଅଗରେ।ଠେକୁଆ ବିଚରା କରିବ କ'ଣ !ବାଘ,ଶୃଗାଳଙ୍କ ପରି ଭୟଙ୍କର ନ ହେଲେ ଜଙ୍ଗଲରେ ରହି ହେବ !ଜଙ୍ଗଲରେ ତା'ପରି ନିରୀହ ଜୀବଟିଏ ପାଇଁ ସ୍ଥାନ କାହିଁ ସତରେ !


          ପହିଲି ନାଟରୁ ଗୋଡ ଫେରକଟା ହେଲା ଭଳି ଆମ ନାଟକ କରିବା ସେଇଠୁ ବନ୍ଦ ରହିଲା।ଆମେ ଯେମିତି ଯାଇଥିଲୁ ସେମିତି ନିଜ ନିଜ ଘରକୁ ଫେରି ଆସିଲୁ।


         କହିଲେ ବନ୍ଧୁ ! ହିଂସ୍ରଙ୍କ ମେଳରେ ନିରୀହ ଜଣେ ରହିପାରେ କ'ଣ !


Rate this content
Log in

Similar oriya story from Inspirational