kamal kumar dash

Abstract Drama Inspirational

3  

kamal kumar dash

Abstract Drama Inspirational

ଜମାଟୋ ଝିଅ

ଜମାଟୋ ଝିଅ

1 min
208


 ରିତା ଦେବୀ ତାଙ୍କ ବାଙ୍ଗାଲୋରରେ ଥିବା ଝିଅ ସାଥିରେ କଥା ହେଉଥିଲେ | ଝିଅ କହିଲା ରାତିରେ ବାବା କଣ ଖାଇବେ ? ସେ କହିଲେ ଗୋଟେ ମାଗି କରି ଖାଇ ଦେବୁ | ସେ କହିଲା ନାଇଁ ମା ମୁଁ ଅର୍ଡର କରି ଦେଉଛି | ବାବା କଣ ଖାଇବେ ପଚାରି କୁହ ? ରିତା ଦେବୀ କହିଲେ ସେ କିଛି ଖାଇବେନି ତୁ ମଗାନି | ଝିଅ କହିଲା ମୁଁ ବିରିୟାନୀ ମଗାଇଦେଉଛି ବାବାଙ୍କୁ ଭଲ ଲାଗେ | ମା ମନା କଲେ ,ସେ ତା ପସନ୍ଦର କିଛି ମଗାଇଲା | ମା ଝିଅ କଥା ନସରୁଣୁ ତାଙ୍କ କଲିଂବେଲ ବାଜିଲା | ଝିଅ କହିଲା ମା ଯା ନେଇଆସ ,କେମିତି ଲାଗିଲା ଖାଇ ସାରିଲା ପରେ କହିବ | ମା ଗେଟ ଖୋଲିଲେ ଦେଖିଲେ ଗେଟ ପାଖରେ ଝିଅଟିଏ ତାଙ୍କ ହାତକୁ ଦିଟା ପାକେଟ ବଢ଼ାଇଦେଲା ଓ ଭଲ ରେଟିଂ ଦେବାକୁ କହିଲା | ରିତା ଦେବୀ ତାକୁ କହିଲେ ମାଆରେ ତୁ ଏତେ ରାତିରେ ବୁଲୁଛୁ ତତେ ଡର ଲାଗୁନି ? ନାଇଁ ମାଡାମ କହି ସେ ବାହାରି ଯାଉଥିଲା | ରିତା ଦେବୀ ତାକୁ ଡାକିଲେ ଓ କହିଲେ ମାରେ ତୁତ ଖାଇନଥିବୁ ,ଚାଲ ମିଶିକି ଖାଇବା ମୋ ଝିଅ ସବୁ ପଠାଇଛି | ସେ ମନା କଲା ଓ କହିଲା ଆଉ ଦିଟା ଘରେ ଡେଲିଭରି ଦେବାର ଅଛି ମୋର ଡେରି ହୋଇଯିବ | ରିତା ଦେବୀ ତା ହାତକୁ ଗୋଟେ ପାକେଟ ବଢ଼ାଇଦେଲେ ଓ କହିଲେ ନେ ଘରେ ପହଁଚି ଖାଇବୁ | ସେ କହିଲା ନାଇଁ ମାଡାମ ଏମିତି ନେଲେ କିଏ କଣ ଭାବିବ, ସରି ମୁଁ ନେଇ ପାରିବିନି | ରିତା ଦେବୀ ଫୁଣି କହିଲେ ତୁ ଦିଟା ପାକେଟ ଡେ଼ଲିଭରି କରି ଆସ ମିଶିକି ଖାଇବା | ମୁଁ ଏଇଠି ଅଛି | କିଛି ସମୟ ପରେ ତାଙ୍କରି ଫ୍ଲାଟର ଦିଜଣ ଆସି ତାଙ୍କ ପାକେଟ ନେଇଗଲେ | ତା ପରେ ରିତା ଦେବୀ ଝିଅଟିକୁ ଘରକୁ ଡାକି ନେଲେ ଓ ସମସ୍ତେ ମିଶି ଖାଇବା ପରେ ଝିଅଟି ଗୁଡ଼ ନାଇଟ କହି ଚାଲିଗଲା ଓ ତା ବାଟକୁ ଚାହିଁ ରହିଥିଲେ ରିତା ଦେବୀ | 


Rate this content
Log in

Similar oriya story from Abstract