STORYMIRROR

Trushna Das

Tragedy

3  

Trushna Das

Tragedy

ଜୀବନ ସଂଘର୍ଷ (ଭାଗ : 6 )

ଜୀବନ ସଂଘର୍ଷ (ଭାଗ : 6 )

5 mins
240


କାହାଣୀଟି ବୁଝିବା ପାଇଁ ଦୟା କରି ଜୀବନ ସଂଘର୍ଷର ପୂର୍ବ ଭାଗଗୁଡିକୁ ପଢନ୍ତୁ।ଆଗରୁ ଆମେ ପଢି ଥିଲୁ ଯେ ମୀରା ଜଣେ କିନ୍ନର ବୋଲି ବିବାହ ଆଗରୁ ତାଙ୍କ ସ୍ୱାମୀ ଦେବ ଓ ଶ୍ୱଶୁର ଶଙ୍କର ବାବୁ ଜାଣି ଥିଲେ।ହେଲେ ବାହାଘରର କିଛି ବର୍ଷ ପରେ ହଠାତ୍ ମୀରା ଚେତାଶୂନ୍ୟ ହୋଇ ସିଡିରୁ ଖସି ପଡିଛନ୍ତି। ଶାଶୁ ଆଶା ଭାବିଛନ୍ତି ମୀରା ବୋଧେ ମାଆ ହେବାକୁ ଯାଉଛନ୍ତି। ଡାକ୍ତରଙ୍କୁ ଘରକୁ ଡକାଇ ଚିକିତ୍ସା କରାଇଛନ୍ତି। ଖୁସି ଖବର ବଦଳରେ ଆଶାଙ୍କୁ ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ଜାଣିବାକୁ ପାଇଲେ ଯେ ମୀରା ଜଣେ ନାରୀ ନୁହେଁ ସେ ହେଉଛନ୍ତି କିନ୍ନର।ଆଶାଙ୍କ ମନରେ ବହୁତ ପ୍ରଶ୍ନ ଯେ ଯଦି ମୀରା । ସେ ଏ ବିଷୟରେ ଘର ଲୋକଙ୍କ ସହ କଥା ହେଉଛନ୍ତି। ମୀରା ବହୁତ ଦୁର୍ବଳ ହୋଇ ଯାଇ ଥିବାରୁ ସେ ତଳେ ବସି ପଡିଛନ୍ତି। ସେହି ସମୟରେ ଚାକର ଆସି କିନ୍ନରମାନେ ଆସିଛନ୍ତି ବୋଲି କହିଲେ। ଏ କଥା ଶୁଣି ମୀରା ଅଚେତ ହୋଇ ଗଲେ। ଦେବ ଗୋଟିଏ ହାତରେ ମୀରାଙ୍କୁ ଧରି ଥାଆନ୍ତି ତ ଆଉ ଗୋଟିଏ ହାତରେ ଆସ୍ଥାକୁ। 


ଆଶା କହିଲେ ସେ ସେମାନଙ୍କୁ ଡାକିଛନ୍ତି ମୀରାଙ୍କୁ ନେଇ ଯିବା ପାଇଁ। ଏତିକି ଶୁଣି ମୀରା ଅଚେତ ହୋଇ ପଡିଲେ। ତାପରେ.......


କିନ୍ନରମାନେ ଘର ଭିତରକୁ ପଶି ଆସିଲେ। ଦେବ ମୀରା ଓ ଆସ୍ଥାକୁ ଧରି ତଳେ ବସି ଥାଆନ୍ତି। ମୀରା ଅଚେତ ଅବସ୍ଥାରେ ବିଳିବିଳି ହୋଇ କହୁଥାଆନ୍ତି ନା ମୁଁ ଯିବି ନାହିଁ। 


ଦେବ ଆଶାଙ୍କୁ କହିଲେ ମାଆ ଏ କଣ। ତୁମେ ଏମିତି କେମିତି କରି ପାରୁଛ। ମୀରା ମୋର ସ୍ତ୍ରୀ..... ସେ କୁଆଡ଼େ ଯିବ ନାହିଁ। 


ହେଲେ ଆଶା କିଛି ଶୁଣିବାକୁ ଚାହୁଁନଥିଲେ। ସେ କହିଲେ ଦେବ କିନ୍ନର କଣ କେବେ କାହାରି ସ୍ତ୍ରୀ ହୋଇ ପାରେ?


ଦେବ ହଁ କିନ୍ନର ବି ସ୍ତ୍ରୀ ହୋଇ ପାରେ। ମୀରା ଗୋଟିଏ ଭଲ ସ୍ତ୍ରୀ ବି ଆଉ ବୋହୂ ବି। 


ଆଶା କହିଲେ ନା କିନ୍ନର ଗୋଟିଏ ମୋ ପରିବାରର ବୋହୂ ହୋଇ ପାରିବ ନାହିଁ। ମୋ ପରିବାର ଉତ୍ତରାଧିକାରୀ କେମିତି ଆସିବ? 


ଆଶା କିନ୍ନରମାନଙ୍କୁ କହିଲେ ମୀରା ଗୋଟିଏ କିନ୍ନର। ତୁମେମାନେ ତାକୁ ନିଜ ସାଙ୍ଗରେ ନେଇ ଯାଅ।


କିନ୍ନରମାନେ ମୀରାଙ୍କୁ ନେବା ପାଇଁ ପାଖକୁ ଗଲେ।ଦେବ ପ୍ରତିବାଦ କରି କହିଲେ ସେ ମୋର ଆଇନତଃ ସ୍ତ୍ରୀ। ତୁମେମାନେ ମୀରାଙ୍କୁ ନେଇ ଯାଇ ପାରିବ ନାହିଁ।


ଦେବ ଆଶାଙ୍କୁ କହିଲେ ମୀରା ଆଉ ମୁଁ ପରିପୂରକ। ମୀରା ପରି ମୁଁ ବି ଆଉ କେବେ ଏ ଦୁନିଆକୁ ଏ ଘରର ଉତ୍ତରାଧିକାରୀକୁ ଆଣି ପାରିବି ନାହିଁ। 


ଆଶା ପଚାରିଲେ ମାନେ କଣ ଦେବ? 


ଦେବ କହିଲେ ସେ କାଳ ରାତ୍ରି ମୋ ଠାରୁ ମୋର ସବୁ କିଛି ଛଡାଇ ନେଲା। ମୋ ଝିଅ ଖୁସିକୁ ଛଡାଇବା ସଙ୍ଗେ ସଙ୍ଗେ ମୋ ଠାରୁ ବାପା ହେବାର ଶାରୀରିକ କ୍ଷମତା ବି ଛଡାଇ ନେଲା।କୁହ ମାଆ ମୀରାକୁ ଛାଡି ଦେଲେ ଆଉ କିଏ ଝିଅ ମୋ ସହ ଘର ସଂସାର କରି ପାରିବ। ମୀରା ମୋତେ ସବୁବେଳେ ମାନସିକ ଭାବରେ ଦେଢ କରାନ୍ତି। ସେ ମୋ ସୁଖ ଦୁଃଖର ସାଥୀ। ମୁଁ ମୀରାଙ୍କୁ ଭଲ ପାଏ। 


ଶଙ୍କର ବାବୁ କହିଲେ ହଁ ମୁଁ ଜାଣେ ଏ ବିଷୟରେ ଯେ ତୁ ଶାରୀରିକ ଅକ୍ଷମ। ହେଲେ କାଳେ ମୁଁ ଜାଣିଛି ଜାଣିଲେ ତୁ ଦୁର୍ବଳ ହୋଇ ଯିବୁ ସେଥିପାଇଁ ମୁଁ କାହାକୁ କିଛି କହି ନ ଥିଲି। ଆଉ ମୀରା କିନ୍ନର ବୋଲି ଜାଣି ମଧ୍ୟ ତୋ ପାଇଁ ମୁଁ ବିବାହ ପ୍ରସ୍ତାବ ଦେଇଥିଲି। 


ଏ ସବୁ ଶୁଣି ଆଶା ଆଶ୍ଚର୍ଯ୍ୟ ହୋଇ ଚୁପ କରି ଚାହିଁ ରହିଛନ୍ତି। 


କିନ୍ନରମାନେ ମୀରାଙ୍କୁ ନେବା ପାଇଁ ଚେଷ୍ଟା କରିବାରୁ ଦେବ ପୋଲିସର ଧମକ ଦେଇଛନ୍ତି। 


କିନ୍ନରମାନେ ସେଠାରୁ ପଳାଇଲେ। 


ତାପର ଦିନ ସକାଳୁ ମୀରା ଉଠି ଦେଖିଲେ ଦେବ ଚେୟାରରେ ବସି ତାଙ୍କ ହାତକୁ ଧରି ଶୋଇଛନ୍ତି। ସେ ଦେବଙ୍କୁ ଉଠାଇ ଖଟକୁ ଆସିବା ପାଇଁ କହିଲେ। ଦେବ ଉଠି ଆସିବାରୁ ଦେବଙ୍କୁ କୁଣ୍ଢାଇ ଛୋଟ ପିଲା ପରି କାନ୍ଦିବାକୁ ଲାଗିଲେ। 


ଦେବ କହିଲେ ଏମିତି କାନ୍ଦୁଛ କଣ ପାଇଁ? 


ମୀରା ମୁଁ ଜାଣେ ମୁଁ ଗୋଟିଏ କିନ୍ନର। ମୋର ଘର ସଂସାର କରିବା ଅଧିକାର ନାହିଁ। ହେଲେ କଣ କରିବି? ମୁଁ ଯେ ଅନ୍ୟ ସ୍ତ୍ରୀ ପରି ଘର ସଂସାର କରିଛି। ନିଜକୁ ଏ ଘରର ସଦସ୍ୟ ରୂପେ ଗ୍ରହଣ କରିଛି। ଆମର ତିନୋଟି ଛୁଆ ବି ଅଛନ୍ତି। ଏତେ ସବୁକୁ ଛାଡି ମୁଁ କେମିତି ସେ କିନ୍ନରମାନଙ୍କ ପାଖକୁ ଯିବି? 


ଦେବ କହିଲେ ଏ ପୁରା ଚୁପ। କିଏ କହିଲା ତୁମେ କିନ୍ନରମାନଙ୍କ ସହ ରହିବ। ମୁଁ ପରା ଅଛି। ତୁମେ କୁଆଡେ ଯାଇ ପାରିବ ନାହିଁ। ତୁମେ ସବୁ ବେଳେ ମୋ ସ୍ତ୍ରୀ ହୋଇ ରହିବ। 


ମୀରା କହିଲେ ହେଲେ ମାଆ? 


ଦେବ କହିଲେ ମୁଁ ମାଆଙ୍କୁ ଆସ୍ତେ ଆସ୍ତେ କରି ବୁଝାଇ ଦେବି। 


ଆଶା ଆଉ ମୀରା ସହ ଠିକ ସେ କଥା ହେଉନଥାନ୍ତି। ମୁହଁ ଶୁଖାଇ ରହୁ ଥାଆନ୍ତି। ମୀରା ରୋଷେଇ କଲେ ସେ ଆଉ ଖାଉନଥାନ୍ତି ।ମୀରାକୁ ଠାକୁର ଘରକୁ ପଶିବା ପାଇଁ ମନା କଲେ। ମୀରା ଭିତରୁ ଭିତରୁ ଭାଙ୍ଗିବାକୁ ଲାଗିଲେଣି। 


ଏବେ ସାହି ପଡିଶାରେ ମୀରାଙ୍କ ଅସ୍ତିତ୍ୱ ବିଷୟ ହୋଇ ଯାଇଛି ଚର୍ଚ୍ଚାର ବିଷୟ। ସବୁ ନାନା ପ୍ରକାରର କଥା କହିବାକୁ ଲାଗିଲେଣି। ମୀରାଙ୍କ ସେ ସବୁ କଥା ସହିବା କଷ୍ଟ ବି ହେଲାଣି। ତଥାପି ଦେବ ଓ ଶଙ୍କର ବାବୁ ସବୁବେଳେ ମୀରାଙ୍କ ସପକ୍ଷରେ ଥାଆନ୍ତି। 


ବିଦ୍ୟାଳୟରେ ରିନି ଓ ଦୀପୁକୁ ସାଙ୍ଗମାନେ ଚିଡାଇବାକୁ ଲାଗିଲେଣି। କେହି ସେମାନଙ୍କ ସହ ଖେଳୁନଥିଲେ। ସେମାନେ କାନ୍ଦି କାନ୍ଦି ଆସି ଘରେ କହିଲେ। ଏ କଥା ଶୁଣି ମୀରା ଓ ଦେବ ଚିନ୍ତିତ ହେଲେ। ସେମାନେ ବିଦ୍ୟାଳୟକୁ ଯାଇ ରିନି ଓ ଦୀପୁର ଶିକ୍ଷକମାନଙ୍କୁ ଏ ବିଷୟରେ କହିଲେ ଏବଂ ପ୍ରଧାନ ଶିକ୍ଷକଙ୍କ ଅନୁମତି ନେଇ ସେମାନେ ରିନି ଓ ଦୀପୁର ସାଙ୍ଗମାନଙ୍କ ସହ କଥା ହୋଇ ବୁଝାଇଲେ। 


ମୀରା ଏବେ ଆସ୍ତେ ଆସ୍ତେ ମାନସିକ ଚିନ୍ତା ବଢିବାରେ ଲାଗିଲାଣି। 


ଏମିତି କିଛି ଦିନ ଗଲା ପରେ କୋର୍ଟରୁ ନୋଟିସ ଆସିଲା। କିନ୍ନରମାନେ ମୀରାଙ୍କୁ ନିଜ ସହ ନେଇ ଯିବାକୁ ଚାହୁଁଛନ୍ତି। କୋର୍ଟରେ କେସ ଚାଲିଥାଏ। 


କିଛି ମାସ ଗଡି ଗଲାଣି। ଶଙ୍କର ବାବୁଙ୍କ ଦେହ ବି ଭଲ ରହୁ ନ ଥାଏ। ଡାକ୍ତର କହିଲେ ଯେ ଶଙ୍କର ବାବୁଙ୍କ କିଡନି ଦୁଇଟି ଯାକ ନଷ୍ଟ ହୋଇ ଯାଇଛି। ଅପରେଶନ କରି ଗୋଟିଏ ହେଲେ ବି ବଦଳାଇବାକୁ ପଡିବ। ନ ହେଲେ ଶଙ୍କର ବାବୁ ମରିଯିବେ। କିଡନି ଡନର ଖୋଜା ଚାଲି ଥାଏ।କିଛି ଦିନ ପରେ ଡାକ୍ତର କହିଲେ କିଡନି ଦେବା ପାଇଁ ଲୋକ ମିଳିଗଲେ। ହେଲେ ସେ ନିଜ ପରିଚୟ ଦେବା ପାଇଁ ଚାହୁଁ ନାହାନ୍ତି। 


ଅପରେଶନ ଦିନ ସକାଳୁ ମୀରା ମନ୍ଦିରରେ ଯଜ୍ଞ କରିବେ କହି ବାହାରି ଗଲେ।ସେପଟେ ଅପରେଶନ ବି ହୋଇ ଗଲା। ହେଲେ ମୀରା ନ ପହଞ୍ଚି ଥିବାରୁ ଦେବ ଚିନ୍ତିତ ଥାଆନ୍ତି। ଅପରେଶନ ପରେ ଶଙ୍କର ବାବୁଙ୍କୁ ICUକୁ ନେବା ସହ ମୀରାଙ୍କୁ ନିଆ ଗଲା। ଏବେ ଆଉ ବୁଝିବାରେ ବାକି ରହିଲା ନାହିଁ ଯେ ମୀରା ହିଁ ସେ କିଡନି ଡୋନର।


ଏବେ ଆଶାଙ୍କ ମନ ପୁଣି ପରିବର୍ତ୍ତନ ହେଲାଣି। ସେ ଆଉ ଥରେ ମୀରାଙ୍କ ସହ ମିଶିବା ପାଇଁ ମନେ ମନେ ଭାବୁଛନ୍ତି। ମୀରାଙ୍କ ଚେତା ଫେରିଲାରୁ ଦେବ ମୀରାଙ୍କୁ ପଚାରିଲେ ତୁମେ କିଡନି ଦେଲ..... ହେଲେ ମୋତେ ଟିକେ ବି ଜଣାଇଲ ନାହିଁ। 


ମୀରା କହିଲେ ତୁମକୁ କହିଥିଲେ ତୁମେ ନିଷ୍ପତ୍ତି ନେବାରେ ଡେରି କରିଥାଆନ୍ତ। ବାପାଙ୍କ ଜୀବନ ତ ଆମ ପାଇଁ ବଡ ନା। 


ମୀରାଙ୍କ ଏପରି କଥା ଶୁଣି ଆଶାଙ୍କ ଆଖିରେ ପାଣି ଆସିଗଲା। ସେ ଏବେ ନିଜ ବ୍ୟବହାର ପାଇଁ ଅନୁତାପ କରୁଥାଆନ୍ତି। 


କିଛି ଦିନ ଭିତରେ ମୀରା ଓ ଶଙ୍କର ବାବୁ ଘରକୁ ଫେରି ଆସିଲେ। ଏବେ ଆଶା ଆଗ ଭଳି ମୀରାଙ୍କ ସହ ଭଲରେ କଥା ହେବାକୁ ଲାଗିଲେ। ଘରେ ପୁଣି ଖୁସିର ଲହରୀ ଖେଳି ଗଲା। ଆଶା ସାହି ପଡିଶା ସମସ୍ତଙ୍କୁ ଡାକି କହିଲେ ମୋ ମୀରା ପରି ବୋହୂ ମିଳିବା ଭାଗ୍ୟର କଥା। 


ଦିନେ ହଠାତ୍ ରିନିର ବିଦ୍ୟାଳୟରୁ ଫୋନ ଆସିଲା ଯେ ରିନି ଓ ତା ଶରୀରେ ପଢୁଥିବା ଗୋଟିଏ ଝିଅ ସହ ଜୋରରେ ଝଗଡା ହୋଇଛି।ମୀରା ଓ ଦେବକୁ ବିଦ୍ୟାଳୟକୁ ଡକା ହେଲା। ହେଲେ ଦେବ ସହରରେ ନ ଥିବାରୁ ମୀରା ଗଲେ। ସେଠାକୁ ସେହି ଝିଅର ମାଆ ବି ଆସିଥିଲେ। ପ୍ରଧାନ ଶିକ୍ଷକ ଦୁଇ ମାଆଙ୍କ ସମ୍ମାନରେ ରିନି ଓ ତା ସାଙ୍ଗକୁ ବୁଝାଇଲେ। ତାପରେ ମୀରା ରିନିକୁ ନେଇ ଘରକୁ ଆସିଲେ। ମୀରା ରିନି ଡ୍ରେସରୁ ଗୋଟିଏ ସୁନା ହାର ସହ ଲକେଟ ପାଇଲେ। ଲୋକେଟଟିରେ ଲେଖା ହୋଇ ଥାଏ ଖୁସି। 


ଖୁସି ନାମ ଦେଖି ଆଶ୍ଚର୍ଯ୍ୟ ହୋଇ ରିନିକୁ ପଚାରିଲେ ଏଇଟା କାହାର?


ରିନି କହିଲା ଏଇଟା ସେଇ ଝିଅର।ତା ନାମ ଖୁସି। 


ମୀରା ମନେ ମନେ ଭାବିଲେ ସେ ତାପର ଦିନ ବିଦ୍ୟାଳୟକୁ ଯାଇ ଖୁସିକୁ ଦେଖା କରିବେ। 


ରାତିରେ ଦେବ ଘରକୁ ଫେରିଲା ପରେ ସେହି ହାର ସହ ଲକେଟ ଦେଖି ଆଶ୍ଚର୍ଯ୍ୟ ହୋଇ ମୀରାଙ୍କୁ ପଚାରିଲେ ଏ ଲକେଟ ତୁମେ କେଉଁ ଠାରୁ ପାଇଲ। 


ମୀରା ସବୁ ଖୋଲି କହିଲେ। 


ଦେବଙ୍କ ଆଖିରୁ ଲୁହ ବହି ଗଲା। ସେ ମୀରାଙ୍କୁ ଜାକି ଧରି କହିଲେ ଜାଣିଛ ଏ ଲକେଟଟି ମୋ ଖୁସିର। ମାନେ ମୋ ଖୁସି ବଞ୍ଚିଛି। 


କ୍ରମଶଃ.....



Rate this content
Log in

Similar oriya story from Tragedy