Sanuja Meghamala

Tragedy

3  

Sanuja Meghamala

Tragedy

ଜୀବନ : କିଛି ପାଇବା, କିଛି ହରେଇବା

ଜୀବନ : କିଛି ପାଇବା, କିଛି ହରେଇବା

3 mins
253



ଅପରାହ୍ନରେ ମାନିନୀ ଦୁଇ ଥର ଫୋନ କରିଛନ୍ତି, କାର୍ଯ୍ୟ ବ୍ୟସ୍ତତା ଭିତରେ ଫୋନ ଧରି ପାରି ନାହାନ୍ତି,  । ପୁଣି ଅଫିସରୁ ଫେରିଲା ବେଳକୁ ଡେରି । ତର ତର ହୋଇ ଘରେ ପହଞ୍ଚିଲେ ଶାନ୍ତନୁ ବାବୁ । କିଛି ଆସନ୍ନ ସଙ୍କଟର ସାମନା କରିବାକୁ ମନେ ମନେ ପ୍ରସ୍ତୁତ ହୋଇ ଡୋର ବେଲ୍କୁ ଚିପି ପକେଇଲେ ଘନ ଘନ । । ଆଜି ପ୍ରିୟ ଏକମାତ୍ର ଶାଳକଙ୍କ ବିବାହ ବାର୍ଷିକୀ । ବହୁ ପୂର୍ବରୁପହଞ୍ଚି , ସେମାନଙ୍କୁ ଶୁଭ ଆଶୀର୍ବାଦ ଦେବାକୁ ଶ୍ରୀମତୀ ଆଗ୍ରହ କରି ଥିଲେ । ସବୁ ଗଡବଡ ହେଇଗଲଣି । ବେଳା ଖରାପ ଜାଣ !

ତଥାପି ଶ୍ରୀମତୀ ଆସୁନାହାନ୍ତି କବାଟ ଖୋଲିବାକୁ । ଯେତେ ଡେରି , ମନର ଭୟ ଟା ସେତେ ବଢ଼ିଚାଲିଛି, ପରିସ୍ଥିତି କୁ

କଳ୍ପନା କରି । 

କିଛି ସମୟ ପରେ ଝିଅ ଆସି କବାଟ ଖୋଲିଲା, ସେ ତାକୁ ଧିରଭାବେ ପଚାରିଲେ , ମାମା ! ଉତ୍ତର ଅପେକ୍ଷା ନ କରି ଶୟନ କକ୍ଷକୁ ପଶିଗଲେ, ଇଏ କଣ ଆଶ୍ଚର୍ଯ୍ୟ ହୋଇଗଲେ, ମାନିନୀ ସେମିତି ସ୍ଥିର ନିଶ୍ଚଳ ମୂର୍ତ୍ତିଟି ପରି ବସିଛନ୍ତି , ଅନେକ କୋହକୁ ତାଙ୍କ ଛାତି ଭିତରେ ଚାପି ଧରି । 

କିଛି ଗୋଟେ ଘଟିଛି ବୋଲି ଅନୁମାନ କରି ପାଖରେ ବସି ପଡ଼ିଲେ ଶାନ୍ତନୁ ବାବୁ । କଣ ହେଲା ! ଦେହ ଭଲ ଲାଗୁନି । ଘରକୁ ଫେରିଲେ ମାନିନୀଙ୍କ ସହିତ କଥା କଟା କଟି, ଯୁକ୍ତି ତର୍କ, ହସ ଖୁସି ଗପ, ଦିନ ଯାକ ଘଟିଥିବା ଘଟଣା ବିଷୟରେ ଆଲୋଚନା ଗୋଟେ ନିୟମିତ ଅଭ୍ୟାସ । ଆଜି ବ୍ୟତିକ୍ରମ ଅସହ୍ୟ । 

ମାନିନୀ ତାଙ୍କ ହାତ ଟା ଜୋରରେ ଭିଡ଼ି ଧରି କହି ପକେଇଲେ, ବୁଝିଲ ଶିବାଙ୍ଗୀ ଫୋନ କରି କହିଲା ସୁମିତ୍ରା ମୋ ସାଙ୍ଗ ଚାଲି ଗଲା । ବୁଝି ପାରୁ ନ ଥିଲେ ଶାନ୍ତନୁ ବାବୁ ସୁମିତ୍ରା କିଏ ? ତାଙ୍କ ପତ୍ନୀଙ୍କ ଏମିତି ସାଙ୍ଗ ନା ସେ ପ୍ରଥମ ଥର ଶୁଣୁଛନ୍ତି । ଏମିତି ଆଖି କରି ଦେଖୁଚ କଣ ?ମାନିନୀ କହିଲା, ସେ ମୋ room-mate । ସୋମା । ଏବେ ଜାଣି ପାରୁଚ!ଏଥର ହୃଦବୋଧ ହେଇଥିଲା ଶାନ୍ତନୁ ବାବୁଙ୍କର । ଅନ୍ତରଙ୍ଗ ବାନ୍ଧବୀ । ନିବିଡ଼ ବନ୍ଧୁତା । କେବେ ଭେଟି ନାହାନ୍ତି ସତ ମାନିନୀ ଠାରୁ , ଶୁଣି ଶୁଣି ତାଙ୍କୁ ଲାଗେ ସେ ବୋଧେ ବହୁତ ଥର ଭେଟିଛନ୍ତି ସୋମା(, ସୁମି, ମୋଟି)ଆଜି ନୂଆ ଶବ୍ଦ ସୁମିତ୍ରା ଶୁଣିଲେ । କଣ ହୋଇଥିଲା । ନିଜେ ବି ବ୍ୟସ୍ତ ହୋଇ ପଡିଲେ । ବୁଝିଲ, ବିଚରା ଟା କେତେ କଷ୍ଟ ପାଇଲା । ଭଲରେ ବଞ୍ଚି ପାରିଲାନି । 

ମା ନ ଥିଲେ , ତିନି ଭଉଣୀରେ ସାନ ଦୁଇ ବଡ଼ ଭଉଣୀ ବାହା ହୋଇଯାଇ ଥିଲେ । ବାପା ଶିକ୍ଷକ, ଝିଅ ମାନେ ଭଲ ପଢୁଥିଲେ ସ୍ବାବଲମ୍ବୀ ହେବା ପୂର୍ବରୁ ବାହା କରେଇ ଦେଇଚନ୍ତି । ଯୁକ୍ତି, ମା ନଥିବା ଘର, ଭଲ ମନ୍ଦ କଣ ହେଇଯିବ । ସୋମାର ଇଚ୍ଛା , ଚାକିରି କଲେ ଯାଇ ବାହାଘର, କିନ୍ତୁ ତା ଇଚ୍ଛାର କିଛି ମୂଲ୍ୟ ନାହିଁ । , ବଡ଼ ନିରୀମାଖି, ମାଆ ପାଇଁ ଲୁଚେଇ ଲୁଚେଇ କାନ୍ଦେ । କେବେ କାହା ସାମନାରେ କହେ ନାହିଁ ତାର ଆବଶ୍ୟକତା ବିଷୟ ରେ । ନିଜେ ପସନ୍ଦ କରିଥିବା ପିଲା କଥା ଭଉଣୀ ମାନଙ୍କୁ କହି ପାରି ନ ଥିଲା , ହଷ୍ଟେଲରେ ନୂଆ ନୂଆ ଜାଣି ପାରୁ ନଥିବା ମାନିନୀ, ମଶାରୀ ଭିତରେ ସୋମା ମାଙ୍କ ଫଟୋ ଧରି ଲୁଚେଇ କାନ୍ଦିବା ଯେବେ ଠୁ ଆବିଷ୍କାର କଲା , ତାକୁ ଘଡ଼ିଏ ଏକା ଛାଡେନି ।  ତା ସହିତ ଛାଇ ପରି ଥାଏ । ଏଇ ଟିକିଏ ଯତ୍ନ ସେମାନଙ୍କ ଭିତରେ ଏକ ଅକଳ୍ପନୀୟ ବନ୍ଧୁତା ସୃଷ୍ଟି କରିଥିଲା । ବନ୍ଧୁତା ଦେବା ନେବାରେ ହୁଏନି । ବରଂ ବିଶ୍ୱାସ ଓ ଭଲ ପାଇବା , ତ୍ୟାଗ ଯୋଗୁ ବନ୍ଧୁତ୍ୱ ସୁଦୃଢ ହୁଏ । ଘରୁ ହଷ୍ଟେଲ ଆସିଲା ବେଳେ ମାଆକୁ କହି ସୋମା ପାଇଁ ଆଚାର , ବଡ଼ିଚୁରା, ଘିଅ , ବାଦାମ ଭଜା , ତ ପ୍ରିୟ ବାଦାମ ଲଡୁ ଅଲଗା ଆଣୁଥିଲା । କେବେ କେବେ ସୋମାକୁ ଘରକୁ ନେଉଥିଲା । କେତେ ଖୁସି ହୁଏ । କେବେ ଭୂତ ଗପ କହି ସୋମାକୁ ଡରାଏ ତ କେବେ ରାତି ୨ ଟାରେ ଉଠେଇ ଗାଧେଇ ବାକୁ ପଠେଇଦିଏ । ଯେତେ ଦୁଷ୍ଟାମୀ ତା ସହିତ କଲେ ଟିକେ ବି ରାଗୁ ନ ଥିଲା, କି ଉପାଦାନରେ ଗଢା ହେଇଥିଲା କେଜାଣି । ସେତେବେଳେ ସେମାନଙ୍କ ବନ୍ଧୁତାକୁ ଅନେକ ଈର୍ଷା କରୁଥିଲେ । ହସ ଖୁସିର ଦିନ ସବୁବେଳେ ରହେ ନାହିଁ, ହଠାତ୍ ଗୋଟେ ଖରା ଦିନ ଛୁଟିରେ ସୋମାର ବାହାଘର ହେଇଗଲା, କଲେଜ ଖୋଲିଲା ପରେ ଜାଣିଲୁ, ତା ବେଡ ଖାଲି ଦେଖି, ତାର ସବୁ ସ୍ୱପ୍ନ, ଇଚ୍ଛା ଓ ସମ୍ପର୍କ ଅଧା ରହିଗଲା । 

ବାହା ଘର ପରେ ଦେଖା ହୋଇ ନାହିଁ । ବହୁ ଖୋଜା ଖୋଜି ପରେ ଏବେ ତା ନମ୍ବର ପାଇ କଥା ହେଇଛନ୍ତି । ଏତିକି ଜାଣିଲି ଯାହାକୁ ଭଲ ପାଇଥିଲା ବାହା ହେଇ ପାରିନି., ଜୀବନ ଯାକ ଏତେ adjust । ଅନ୍ତତଃ ଥରେ ଦେଖା ହେଇ ଯାଇ ଥାଆନ୍ତା , ପଚାରି ଥାନ୍ତି କଣ ଲାଭ ଏ ସବୁ ରେ । । ଥରୁଟିଏ ବି ତା ଦେହ ଖରାପ କଥା କହି ଥାଆନ୍ତା । ଭଗବାନଙ୍କ ଉପରେ ରାଗ ଆସୁଥିଲା । । କିଛି ନ ହେଲେ ବି ତାଙ୍କ ବନ୍ଧୁତା ଗୋଲାପ ଫୁଲ ପରି ସତେଜ ଥିଲା, ମହକ କମି ନ ଥିଲା ଏତେ ବର୍ଷର ବ୍ୟବଧାନରେ । କେବେ ନାକେବେ ଏତେ ବଡ଼ ଦୁନିଆରେ ତା ସହ ଭେଟ ହେବ ବୋଲି ଆଶା ନେଇ । ଆଜି ସେ ବିଶ୍ୱାସ ହଜି ଗଲା ।।। ସବୁ ସମ୍ପର୍କ କାଗଜ ଫର୍ଦ୍ଦ ପରି ସାଇତା ହୋଇ ଥାଏ, ଗହନମନର ଗୋପନ ତେଜୋରି ରେ । ସମୟ ଅସମୟରେ ଉଙ୍କି ମାରି ପୁଣି ଲୁଚି ଯାଆନ୍ତି । ସୋମା ସବୁଦିନ ସେମିତି ଥିବ ମାନିନୀଙ୍କ ଆଖିରେ, ମନରେ , ଯେମିତି ଥିଲା । 



Rate this content
Log in

Similar oriya story from Tragedy