Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Satyabati Swain

Tragedy

3  

Satyabati Swain

Tragedy

ଜୀଅନ୍ତା ଶବ

ଜୀଅନ୍ତା ଶବ

3 mins
413


ବୟସଟା କେତେବେଳେ ସମୟର ଆଙ୍ଗୁଠି ଫାଙ୍କରେ ଗଳି ପଡିଲା ଜଣା ପଡିଲାନି।ଗୋଟିଏ ଅଦମ୍ୟ ନିଶାରେ ଦୌଡୁ ଦୌଡୁ ବାଟ ସରି ସରି ଆସିଲା।ପାଦ,ମନ,ଥକିବା ଉପରେ।ଆଶା ସ୍ୱପ୍ନର ଚର୍ମ ଆଜି ଲୋଚା କୋଚା।ଭାରି କାଇଁ ମନେ ପଡୁଛି ପଛକୁ ଟିକେ ଫେରି ଅନେଇବାକୁ।


ଅପରାହ୍ନ ଖୋଜୁଛି କଅଁଳ ସକାଳ।ମନେ ପଡିଲା ଗୋଟେ ମୁହଁ।ଆଖି ବୁଜି ଚିନ୍ତା କଲେ ସେ ଆସି ପାଖରେ ଠିଆ ହୋଇଯାଆନ୍ତି। ମ୍ଳାନ ଦିଶେ ତାଙ୍କ ଅଭିମାନର ମୁହଁ।ଖୁବ୍ ଦୟା ଲାଗେ।ସେମିତି ଆଖି ବୁଜି ତାଙ୍କ ଉପସ୍ଥିତି ଅନୁଭବ କରିବାକୁ ଚାହେଁ।ଡର ଲାଗେ ଆଖି ଖୋଲିବାକୁ।କାରଣ ଆଖି ଖୋଲି ଦେଲେ ମୋ ସଂସାର ଦିଶିବ।ସେ ଅପସରି ଯିବେ ମୋ ସଂସାରରୁ ମୋତେ ଖୁସି କରିବା ପାଇଁ।ପୁଣି ସେଇ ଶୁନ୍ୟ ସେଇ ଉଦାସ ଓ ଅଭାବ ଭିତରେ ମୁଁ ବୁଡିଯିବି।


ଡଟ୍ କମ୍ ଯୁଗ ଏବେ।ଯନ୍ତ୍ର କଥା କହୁଛି।ଆଦେଶ ପାଳୁଛି।ଅସାଧ୍ୟ ସାଧନ କରୁଛି।ଜୀବନ ବିନା ଯନ୍ତ୍ରରେ ଚାଲିବା ଅସମ୍ଭବ।ଶେଯରୁ ଉଠି ଶେଜକୁ ଯିବା ପର୍ଯ୍ୟନ୍ତ ଯନ୍ତ୍ର ହିଁ ମଣିଷ ପାଖା ପାଖେ ଅଛି।କାହାକୁ ମନେ ପକାଇବା ପାଇଁ ବସିଲେ ଆଉ ଖାତା କି ଅଲବମ୍ ଦରାଣ୍ଡିବା ଅନାବଶ୍ୟକ।ନେଟ ଅନ୍ କର ଟାଇମ ଲାଇନ କୁ ଯାଏ ଓ ସର୍ଚ୍ଚ କର।ଯଦି ମୁହଁ ବହିରେ ସେ ଅଛନ୍ତି ମିଳିବା ଖୁବ୍ ସହଜ।


ଏଇ ଯନ୍ତ୍ର ସାରା ପୃଥିବୀକୁ ବାନ୍ଧି ଦେଇଛି ସଂଯୋଗ କରି।ଦୂର ହୋଇ ନାହିଁ କେଉଁ ସ୍ଥାନ କି ଅପହଞ୍ଚ କେଉଁ ଇଲାକା।ବ୍ୟଥା ବେଦନାର ଭାଙ୍ଗି ପଡୁନି ମମତା,ହୃଦ ମନ କି ମାମା।ଆତ୍ମୀୟତା ପୃଥିବୀର ଯେଉଁ କୋଣେ ରହିଲେ ବି ଶୁଣି ପାରୁଛି ସମ୍ପର୍କୀୟଙ୍କୁ।ଶୁଣାଇଁ ପାରୁଛି ନିଜକୁ।ଏବେତ ଆଉ ଦି ପାଦ ଆଗେଇ ଗଲାଣି ମଣିଷ।ଡୁ ଓ କଲ୍ କରି ଦେଖି ପାରୁଛି ସବୁ।ସ୍ୱିଚ ଚିପିଲେ ଧଡ଼କି ହୋଇ ଯାଉଛି ହିସାବ ଓ ପ୍ରତ୍ୟେକ କାମ।


ବିଶ୍ୱାସ ଓ ଭରସା ସବୁ ପର୍ଯ୍ୟବେସିତ ବିଜ୍ଞାନ ଉପରେ।ପିଲା କାହାର ପରୀକ୍ଷା ଜାଣିବା ପାଇଁ ମା ନୁହେଁ ଭରସା କରା ଯାଉଛି ହ ଡି ଏ ଏନ ଉପରେ।ଏଇଥି ପାଇଁ ତ 'ସ୍ୱାଭିମାନୀ' ସବୁଦିନ ପାଇଁ ପଛ କରି ଚାଲି ଆସିଥିଲା ବିଜ୍ଞାନକୁ।ବିଜ୍ଞାନ ଯେଉଁଦିନ ଚାହିଁଲା ପ୍ରମାଣ ପିଲା ତାର ନା ଆଉ କାର ଜାଣିବା ପାଇଁ।


ନିଶା ଖାଇଦେଲେ ସତରେ ମଣିଷ କିଛି ମନେ ରଖି ପାରେନା।ସେଦିନ କଥା ଏବେବି ମନେ ଅଛି। ସ୍ୱାଭିମାନୀ ଓ ବିଜ୍ଞାନ ପ୍ରେମ ବିବାହ କରିଥିଲେ ଅନେକ ବାଧା ବିଘ୍ନ ସତ୍ତ୍ୱେ।ବିଜ୍ଞାନଙ୍କ ଟୁର ଜବ୍ ।ମାସ ମାସ ଧରି ସେ ବାହାରେ ରୁହନ୍ତି।ବିବାହ ମାସେ ହୋଇଥାଏ।ଗୋଟେ ପାର୍ଟିକୁ ଯାଇଥିଲେ ବିଜ୍ଞାନ।ସ୍ୱାଭିମାନୀକୁ ସାଙ୍ଗରେ ନେଇଥିଲେ ବି।ଗଲା ବେଳେ ଦୁଇଟି ଖୁସିରେ ଡେଣା ଝାଡ଼ି ନୂଆ ନୂଆ ଉଡାଣ ଭରୁଥିବା ପକ୍ଷୀ ଯାଇଥିଲେ।ମାତ୍ର ଫେରିଲା ବେଳକୁ ଗୋଟେ ପକ୍ଷୀର ମସ୍ତକ ତଳକୁ ଝୁଲିଥିଲା।ଅନ୍ୟ ପକ୍ଷୀଟି ଘୋଷାରି ଘୋଷାରି ବହୁ କଷ୍ଟରେ କାନ୍ଧପରେ ଭରା ଦେଇ ଆସିଥିଲା।


ଚାରିକାନ୍ଥ ପୃଥିବୀ ମଧ୍ୟରେ ବଳତ୍କାର ହୋଇଥିଲା ସ୍ତ୍ରୀ ଟି।ଇଚ୍ଛା ନଥାଇ ସଂଭୋଗ ପୀଡ଼ାରେ ଜଳୁଥିଲା ସ୍ୱାଭିମାନୀ।ଇସ୍ କି କଦର୍ଯ୍ୟ ଏଇ ସହବାସରେ।ନିଶାରେ ଚୁର୍ ବିଜ୍ଞାନ ମୁଣ୍ଡରେ ସଂଭୋଗ ନିଶା ଏତେ ମାତ୍ରାରେ ହାବି ହୋଇଥିଲା ଯେ ସ୍ୱାଭିମାନୀର ବାରଣ କି ଅନୁନୟର କୌଣସି ମୂଲ୍ୟ ନଥିଲା।ଜଣେ କାମାନ୍ଧ ପୁରୁଷ ପାଲଟି ଯାଇଥିଲା ବିଜ୍ଞାନ।ସେଦିନ ସ୍ୱାଭିମାନୀ କେବଳ ମାତ୍ର ଜଣେ ନାରୀ ଥିଲା,ନଥିଲା ପ୍ରେମିକା କି ସ୍ତ୍ରୀ।ବିଜ୍ଞାନ ଜଣେ କାମତୁରା ଅବିବେକି ବଳତ୍କାରୀ।ଉଦଣ୍ଡ ପରି ସ୍ୱାଭିମାନୀକୁ ଭୋଗ କରିଥିଲା।ଜଣେ ବଳିଷ୍ଠ ପୁରୁଷ ଯିଏ ତାର ପ୍ରେମିକ, ଯାହାକୁ ସେ ଏଇ ମାତ୍ର ମାସେ ହେବ ବିବାହ କରିଛି ସେ କରୁଛି ବଳତ୍କାର!!


ବିବାହିତ ନାରୀର ଏଇତକ ଦୁଃଖ ଯୁଗେ ଯୁଗେ।ସେ କେବଳ ମାତ୍ର ଉପଭୋଗ୍ୟା।ବିବାହ ଲାଇସେନ୍ସ ମିଳିଛି ବିଜ୍ଞାନକୁ।ସେ ଯାହା କରୁ,ସ୍ୱାମୀ କରୁଛି। ତେଣୁ ଅପରାଧ ନୁହେଁ।କିନ୍ତୁ କେହି କେବେ ବୁଝି ନାହିଁ ଅନିଚ୍ଛାକୃତ ସହବାସ ନର୍କ ଯନ୍ତ୍ରଣା ଦିଏ ଗୋଟେ ସ୍ତ୍ରୀକୁ।

ଯେଉଁଠି ମନ ନାହିଁ,ଶରୀର ସେଠି ତୁଚ୍ଛା କାଠ।ତଥାପି ସେ କାଠକୁ ଜଣେ ପୁରୁଷ ଧର୍ଷଣ କରି ଚାଲେ।ଏଇଟା ସବୁ ସ୍ତ୍ରୀଙ୍କ ଭାଗ୍ୟ।


ତାପର ଦିନ ଟୁର୍ ଗଲେ ବିଜ୍ଞାନ।ଗଲାବେଳେ କହିଲେ ସରି ଡାର୍ଲିଂଗ।ପିଆ ପିଇ କରେନି ତ।ସାଙ୍ଗ ମାନେ ଦେଖିଲ ତ କାଲି କେମିତି ଜୋର ଜବରଦସ୍ତ ପିଆଇ ଦେଲେ!ସରି ଡାର୍ଲିଂଗ।ମନରେ ନିଆଁ ଜଳିଲେ ବି ସ୍ୱାମୀ ଯେହେତୁ ଦୁଇ ମାସ ଟୁର୍ ରେ ଯାଉଛନ୍ତି ଅଭିମାନ କି ରାଗ ନ କରି ବିଦାୟ ଦେଲା।


ମାତ୍ର ଫେରିଲା ବେଳକୁ ଯେଉଁ ଖବର ଖୁସିରେ ତାଙ୍କୁ ଘର ଲୋକେ ଦେଲେ ସେ ଶୁଣି ସଂଗେ ସଂଗେ ଫାୟାର ହୋଇଗଲେ।ନୋ ନୋ ସ୍ୱାଭିମାନୀ କେମିତି ମା ହେଲା।ପୁଣି ଏକଜ଼ାକ୍ଟ ଦୁଇ ମାସ।କୁହ ସ୍ୱାଭିମାନୀ ଏ ପିଲା କାହାର?ମୋ ଅନୁପସ୍ଥିତରେ କାହା ସହ ସମ୍ପର୍କ ରଖିଥିଲ?ସେ ଆଉ ସାହିତ୍ୟ ତୁମ ପଛରେ ପଡିଥିବା ପୁରୁଣା ପ୍ରେମିକ ନୁହଁନ୍ତ??


କଣ...!!!କଣ କହୁଛ ବୁଝି ପାରୁଛ ତ ବିଜ୍ଞାନ !!ମନେ ପକାଅ...ସେ ଦିନ ପାର୍ଟିରୁ ଫେରି କୌଣସି ପିକ୍ସନ ନେଇ ମୋ ସହ ଜୋର ଜବରଦସ୍ତ ଯେଉଁ ସମ୍ପର୍କ ରଖିଥିଲ ତାରି ଫଳ ଏ।ଆଉ ତୁମେ କହୁଛ...


ଠିକ୍ ଅଛି ଡି ଏନ ଏ ଟେଷ୍ଟ କରିଦେବା।କେହି କିଛି ଜାଣିବେନି।ଚୁପ୍ ଚାପ୍ ଏ କାମ କରିନେବା।ମୁଁ ନିଶ୍ଚିନ୍ତ ହେବାକୁ ଚାହେଁ ଏ ପିଲା ମୋର ନା ଆଉ କାହାର।


ଠାଏ କରି କଷି ଦେଲି ଚାପୋଡ଼ଟିଏ ବିଜ୍ଞାନ ଗାଲରେ।ଆଉ ବାହାରି ଆସିଲି ତାଙ୍କ ଘରୁ ସବୁଦିନ ।ଯେଉଁ ସ୍ୱାମୀ ତା ସ୍ତ୍ରୀକୁ ଅବିଶ୍ୱାସ କରେ ଚରିତ୍ରହୀନ ବୋଲି ପୁଣି ସେ ସ୍ୱାମୀଟି ଯଦି ହୋଇଥାଏ ପ୍ରେମିକ।କି ଲଜ୍ଜା!!ଛିଃ

ଏପରି ସନ୍ଦେହି ପୁରୁଷକୁ ସ୍ୱ ଜୀବନ ସାଥୀ ରୂପେ କେମିତି ନିର୍ବାଚନ କଲା!!


ଭାଗ୍ୟକୁ ପିଲାଟା ନଷ୍ଟ ହୋଇଗଲା ପେଟରେ।ଗୋଟେ ଅବିଶ୍ୱାସୀ ବାପାର ପିଲା ହେବାକୁ ଚାହୁଁ ନଥିଲା ବୋଧେ।ଆଜକୁ କୋଡିଏ ବର୍ଷ ହୋଇଗଲା ସେ ଦେଖିନି ବିଜ୍ଞାନକୁ।ଛାଡିଦେଲା ତା ଘର ସହର ଏପରିକି ତା ପ୍ରେମ।ଆଜି କେଜାଣି କାହିଁକି ଭାରି ମନେ ପଡୁଛନ୍ତି ସେ।


ଗୁଗୁଲ୍ ସର୍ଚ୍ଚ କରି ଟାଇମ ଲାଇନ୍ କୁ ଗଲା ଓ ଦେଖିଲା ବିଜ୍ଞାନକୁ।ଟିକେ ଛୁଇଁଲା ତାଙ୍କ ଫୋଟୋକୁ।ଖୁବ୍ ବୁଢା ଲାଗୁଛନ୍ତି।ଦ୍ଵିତୀୟ ବିବାହ କରିଛନ୍ତି ସେ ଜାଣିଛି।ତାଙ୍କର ଝିଅଟିଏ ବି ଅଛି।ସମସ୍ତଙ୍କ ଫୋଟୋ ଦେଖିଲା।ଆଖିରୁ ଗଳି ପଡିଲା କେଇ ବୁନ୍ଦା ଅଶ୍ରୁ।ଏଇ ତାର ସନ୍ଦେହି ପ୍ରେମିକ ଓ ସ୍ୱାମୀ।ଦୀର୍ଘଶ୍ଵାସଟିଏ ଥରାଇ ଦେଲା ହୃଦୟ।ସ୍ୱାଭିମାନୀ ଯଦିଓ ସ୍ୱାଭିମାନର ସହ ବଞ୍ଚୁଛି କିନ୍ତୁ ଗୋଟେ ନିର୍ଜୀବ କଣ୍ଢେଇ ପରି।ପ୍ରେମ ବିନା ଜୀବନ କଣ ଜୀଇଁ ହୁଏ !!! ଯିଏ ଜୀଏଁ କେବଳ "ଜୀଅନ୍ତା ଶବ" ହୋଇ ସିନା।



Rate this content
Log in

More oriya story from Satyabati Swain

Similar oriya story from Tragedy