Akshayakumar Dash

Abstract

0.8  

Akshayakumar Dash

Abstract

ଜୀଅନ୍ତା ପଥର

ଜୀଅନ୍ତା ପଥର

2 mins
450


ସୃତି ପଚାରିଲା। ତୁମେ କଣ କଥା କହିପାର? ହଁ ,ଦେଖ ଆମ ଭାଷା କେବଳ ସେଇମାନେ ବୁଝନ୍ତି, ଯେଉଁମାନେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଦେଇ ଆମକୁ ସାଧାରଣ ଦର୍ଶକକଂ ନିକଟରେ ଦୃଷ୍ଟିଆକର୍ଷଣ କରାଇପାରିଛନ୍ତି । ସତକଥା,ଭାରତୀୟ କଳା ଚାତୁଯ୍ୟ ପର୍ବତଶିଖରରେ ପଦ୍ମ ଫୁଟାଇବାର ନମୁନା ଅଛି ।

ଉତ୍କଳ,ଉତ୍କୃଷ୍ଟ କଳାର କ୍ଷେତ୍ର । ଯେଉଁଠି ସ୍ୱୟଂ ଜଗନାଥ କଳାର ପ୍ରତୀକ । ଚକ ପରି ଆଖି, ଅଧା ଗଢା ହାତକୁ ଗୋଡ଼ନାହିଁ । ତଥାପି ଜଗତର ମାଲିକ। ନିର୍ଗୁଣ ଆଉ ସଗୁଣ ର ଉପାସକ । ମଣିଷକଂ ପରି ଭୋଜନ ପ୍ରିୟ ତ ଦୁନିଆଁଜାଙ୍କ ଖବର ତାଙ୍କ ଆଖିରେ । ସେଥିପାଇଁ ମୁଁ କୁ ଛାଡି ତୁମର କହିଲେ ଠାକୁର ଖୁସି । ଛାଡ଼ ,ଏହି ଭାରତ ଭୂଖଣ୍ଡରେ ଶ୍ରୀକ୍ଷେତ୍ର କଳିଙ୍ଗ ଉତ୍କଳ ବା ବର୍ତମାନର ଓଡିଶା । ବିଶ୍ୱପ୍ରସିଦ୍ଧ । ସାଗରକୂଳରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର । ବିଶ୍ୱପ୍ରସିଦ୍ଧ ଭୋଜନ କେନ୍ଦ୍ର ଛପନପଉଟି ପ୍ରସାଦ ପ୍ରସ୍ତୁତ ହୁଏ । ସେଇ ବିଶ୍ୱକର୍ମା କିଛି ନକହିଲେବି ଭକ୍ତ ତାଙ୍କର ଭାଷା ବୁଝନ୍ତି ସେବ ଭକ୍ତକୁ ତାର ମନବାଞ୍ଚା ପୂରଣକରନ୍ତି । ଭାଷା ନ କହି ଯେ ବୁଝିପାରେ ସେ ହିଁ ଭାବଗ୍ରାହୀ । ସୃତି ର ପ୍ରଶ୍ନ ଉତ୍ତର ଦେବାକୁ ଯାଇ ନଟି କୁ ଏତେକଥା କହିବାକୁ ପଡିଲା ।

କୋଣାର୍କ ର ନଟି, ନଟ, ଯୌନସମ୍ପର୍କ ରତ । ବତ୍ସାୟନ କାମଶାସ୍ତ୍ର ର ନମୁନା। ଯାହାକୁ ଦେଖି ଶରୀର ଓ ମନରେ ଖେଳିଯାଏ ଉନ୍ମାଦନା ମାଦକ । କାମ କଳା କୌଶଳବିକାଶ। ଯାହାକୁ ଦେଖି ଭାଷାରେ ପ୍ରକାଶ କରିବାକୁ ମଣିଷ ଲଜ୍ୟାପ୍ରକାଶ କରେ ତାହା ଉର୍ଣ୍ଣତ ଭାବଭଙ୍ଗୀ ରେ ମୂର୍ତି କଳାରୁ ବୁଝାଇଦିଏ। ଭାଷା ଏଠି ପ୍ରତିଛାୟା । ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଛୁଟିଆସନ୍ତି ସହସ୍ରାଧିକ ଦର୍ଶକ । ସୃତି ଜଣେ ଶିଳ୍ପୀ । ଜୀବନରେ ପଥର କୁ ଧରି ନିହାଣ ମୁନରେ କେତେ ମୂର୍ତିମାନ ଗଢ଼ିଛି । ହେଲେ ଏହି ନଟି ପାଖରେ କିଛିସମୟ ଭାବବିନିମୟ ଲାଗି ଅଟକିଯାଇଛି । ଅଳ୍ପସମୟମଧ୍ୟରେ ନଟି ତାକୁ ନିଜର ବଂଧୁ ଭାବିନେଇଛି । ଜଣେ ବଂଧୁ ତାର ବଂଧୁକୁ ଦେଖିଲେ ଯେମିତି ଅଟକିଯାଏ । ଚାନ୍ଦପରି ମୁଖମଣ୍ଡଳ ,ଗଭା କୁଞ୍ଚିତ କେଶ ପୁଷ୍ପ ମଞ୍ଜୁଳ । ଭୃଲତା ବିମ୍ବଫଳ ପରି ଓଠ ,ଅଳଙ୍କାର ମାନ ଉର୍ଣ୍ଣତ ସ୍ତନ ପଯ୍ୟନ୍ତ,ଗ୍ରୀବା ଓ ବାହୁ ,ସୁନ୍ଦର କଟି ମେଖଳା ବେଷ୍ଟିତ ନିତମ୍ବ ,ପଦ୍ମ ଜାତୀୟ ରମଣୀଟି ନୃତ୍ୟଭଙ୍ଗୀରେ ବାମଗୋଡ଼ର ପାଦକୁ ଡାହାଣ ପାଦ ଆଡକୁ ବାଙ୍କି ଡାହାଣ ହାତକୁ କାଖରେ ରଖି ବାମ ହାତକୁ ପେଟଉପରେ ଆଗକୁନେଇ ଡାହାଣ ହାତକୁ ଛୁଇଁଛି । ସୁନ୍ଦର ଉର୍ଣ୍ଣତ ଦିଶୁଛି ତାର ମୁଖ,ଗଣ୍ଡଦେଶ ,ଗଭା,ସ୍ତନ,ନାଭି,ଜଙ୍ଘନ ଓ ପାଦ । ଭଞ୍ଜଙ୍କ କାବ୍ୟ ନାୟିକା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ସତେ ।

ସୃତିର ଦୃଷ୍ଟି ଟାଣିନେଲା ନିକଟରେ କାମରତ ଦମ୍ପତିକଂ ଉପରକୁ । ନିର୍ଲଜ ଭାବଭଙ୍ଗୀରେ ନାରୀର ଯୌନାଙ୍ଗ ଲେହନ କରୁଥିବା ପୁରୁଷଟି ଉପରେ । ସୃତି କୁ ସଦା ଜାଗ୍ରତ ରଖିବା ପାଇଁ ନିଜ ପକେଟରୁ ମୋବାଇଲ ବାହାରକରି ଫଟୋକୁ ଉଠାଇବା ପୂର୍ବରୁ ଆସପାସ କୁ ନଜର ପକାଇଲା । ଦେଖିଲା ପାଖରେ ଦୁଇଜଣ ବିଦେଶୀ ମହିଳା ତାଙ୍କର କାମେରା ରେ ଏସମସ୍ତ ଉଠାଇଚାଲିଛନ୍ତି । ନିର୍ଲଜ ସୃତି ମନେମନେ କହିଲା । ସେମାନେ ଗଲାପରେ ସୃତି ଫଟୋ ଉଠାଇଲା । ମନଭିତରେ ସ୍ଥାନଅଧିକାର ଏହି ଜୀଅନ୍ତା ପଥର


Rate this content
Log in

Similar oriya story from Abstract