Madhabi Patel

Inspirational

2.5  

Madhabi Patel

Inspirational

ଜି ପି ଏପ

ଜି ପି ଏପ

3 mins
397



ପୁଅ ଦିଲ୍ଲୀରୁ ଆଜି ବସିଛି ଟ୍ରେନରେ କାଲିସନ୍ଧ୍ୟା ବେଳକୁ ଘରେ ପହଞ୍ଚିବ। ଅନେକ ଦିନପରେ ଘରକୁ ଆସୁଛି।ପୁଅ ପସନ୍ଦର କିଛି ଜିନିଷ ତାକୁ କିଣି ଆଣିବାକୁ ପଡିବ।ସେ ଛୋଟ ଛୋଟ କୁନି କୁନି ମାଛଭଜା ଭଲ ପାଏ।ଛୋଟ କଲରାଭଜା,କଞ୍ଚା ବାଦାମ୍ ସିଝା,ତାଜା ସଜନା ବା ଭାଜିସାଗ ଏ ଭିତରୁ ଯାହା ଯାହା ପାଇବ ଆଜି ବଜାରରୁ ନେଇ ଆସିବ।

ରାଶି ଓ ବାଦାମ ମିଶାଇ ଲଡୁ କରିବ।ଠେଠରି ପିଠା ତାର ଭାରି ପସନ୍ଦ ସେଥିରୁ ବି କିଛି କରିବ ନିଶ୍ଚୟ।

ପିଲାଙ୍କ ଖୁସିରେ ହିଁ ତ ତାଙ୍କର ଖୁସି।ଯେତେବେଳେ 

ପିଲାମାନେ ଘରେ ଥିଲେ ଘର କେମିତି ଖୁସିରେ ଉଠୁଥିଲା ପଡୁଥିଲା।କେତେ ହୋ ହଲ୍ଲା ଭାଇଭଉଣୀ ଭିତରେ ଲାଗି ରହିଥିଲା।ପିଲାଙ୍କ ଖୁସି ପିଲାଙ୍କ ପାଠପଢା ପାଇଁ ସ୍ବାମୀ ସ୍ତ୍ରୀ ଲାଗିପଡି ଟଙ୍କା ଉପାର୍ଜନ କରୁଥିଲେ।ଭଲଭଲ ସ୍କୁଲ କଲେଜରେ ପଢାଇଲେ  ସବୁ ଇଛାକୁ ତାଙ୍କର ପୁରା କଲେ।ଝିଅର ବାହାଘର ସାରି ସ୍ବାମୀ ଚାଲିଗଲେ।ପୁଅର ପଢା ସରି ନ ଥାଏ।ମାଳତୀ ମାଷ୍ଟରାଣୀ ଥିଲା ବୋଲି ଦରମା ପଇସାରେ

ଗୃହର ଦାୟିତ୍ବ ସୁରୁଖୁରୁରେ ଚଳାଇ ନେଉଛି। ପୁଅକୁ ଇଞ୍ଜିନିୟର କଲା।ପୁଅର ପସନ୍ଦ କରିଥିବା ଝିଅସହ ବାହାଘର କଲା।ଏବେ ତାର ବି ପୁଅଟେ ଝିଅଟେ ନେଇ ସଂସାର।ଦିଲ୍ଲୀିପରିମହଙ୍ଗା ସହରରେ ଭଡାଘରେ ରହୁଛନ୍ତି।ଭଡା ବହୁତ।ସେଥିପାଇଁ ଭାବୁଛି ଘରଟିଏ କିଣିନେବ ଲୋନ୍ କରି।ପ୍ରତିମାସ ଦେଉଥିବା ଘରଭଡାଟା କିସ୍ତିରେ କଟିବ।ହେଲେ ଘରଟାତ ସବୁଦିନପାଇଁ ନିଜର ହେଇଯିବ। ସ୍ବାମୀ ସ୍ତ୍ରୀ ଦୁଇଜଣ ଇଞ୍ଜିନିୟର।ଶଶୁର ଘର ବି ଥିଲାବାଲା ପାର୍ଟି।ସେମାନେ ବି କିଛି ସାହାଯ୍ୟ କରୁଛନ୍ତି ଘରକିଣାରେ।ଏବେ ପୁଅ ଆସୁଛି ଘରକୁ ଆସିଲେ ଜଣା ପଡିବ ତାର ପ୍ରସ୍ତୁତି କେତେ ଦୂର ଆଗେଇଲା। ମାଳତୀର ମନେ ପଡିଲା ଆଜି ତାର ସହକର୍ମି ସାଙ୍ଗ ସୁବାସିନୀର ଜନ୍ମଦିନ।ଅନେକ ବର୍ଷ ହେଲାଣି ତା ସହ ଭେଟ ହେଇନିସେ ବଦଳି ହେଇ ଅନ୍ୟ ଜାଗାକୁ ଚାଲିଗଲାଦିନୁ।ଏବେ ପୁଣି ଏ ସହରକୁ ଫେରିଛି ସେ।ନୂଆଘରଟେ କରିଛି ଏ ସହରରେ ବୋଲି କହୁଥିଲା ଦିନେ ଫୋନରେ।ସେ ଗୋଟେ ନିତିପିନ୍ଧା କରିପାରବା ପରି ସୂତାଶାଢୀ ତାପାଇଁ ଉପହାର ଦେବାକୁ କିଣିଲା।ଖାଲି ହାତରେ କେମିତି ଯିବ।ବାକି ଗୃହସଜା ଫୁଲ ଗିଫ୍ଟ ଗୁଡାକ ନେଲେ କିଛି କାମରେ ଆସିବନି ଘର କୋଣରେ ପଡି ରହିବ।ଶାଢୀଟା ନେଲେ ପିନ୍ଧିବ ହେଲେ।ସେ ସବୁବେଳେ ସୂତାଶାଢୀହିଁ ପିନ୍ଧେ।ସେ ରିକ୍ସାଟେ କରି ତା ଘରେ ପହଞ୍ଚିଲା। ସତରେ ଭଲ ଘରଟେ ହେଇଛି।ସାମନାରେ କିଛି ମାଟି ଜାଗା ରଖିଛି।ସେଠି ଅନେକ ଫୁଲଗଛ ଲଗାଇ ବଗିଚାଟେ କରିଛି।କିଛି ପିଜୁଳି ଅମୃତଭଣ୍ଡା ଲେମ୍ବୁ ଆମ୍ବ ଡାଲିମ୍ବ କଦଳୀ ପ୍ରଭୃତି ଗଛବି ଲଗାଇଛି ସ୍ଥାନେ ସ୍ଥାନେ।ସହରରୁ ଟିକେ ଦୂରରେ ଥିବାରୁ ଶାନ୍ତ ବାତାବରଣ।ପକ୍ଷୀ ମାନଙ୍କରେ ଚହ ଚହ କାକଳୀରେ ଅମୃତ ଘୋଳି ହେଇଯାଉଥିଲା ବାତାବରଣରେ। ନାନା ରଙ୍ଗର ପ୍ରଜାପତି ଓ ମହୁମାଛି ମାନେବି ଉଡି ବୁଲୁଥିଲେ ଫୁଲମାନଙ୍କ ଉପରେ।ଟିଉବଓ୍ବେଲ ଟେ କରିଛି ପାଣିର ଅଭାବ ନାହିଁ।ସୁଖୀ ଘରର ବାର୍ତ୍ତାବହ ଥିଲା ଘରଟା ।ମାଳତୀ ଡୋରବେଲ୍ ବଜାଇଲା।

ଘର ଖୋଲିଲା ତାର ବୋହୁ ମିନତୀ।ଭିତରକୁ ଯାଇ ସୁବାସିନୀ କୁ କହିଲା ମାଆ କିଏ ଜଣେ ନୂଆସ୍ତ୍ରୀଲୋକ ଆସିଛନ୍ତି ତୁମକୁ ଖୋଜୁଛନ୍ତି।ତାକୁ ପୁଣି କିଏ ଖୋଜୁଛି। ଏ ଅଦରକାରି ମଣିଷକୁ।ସେ ବାହାରକୁ ଆସି ଦେଖିଲା।ଆରେ! ମାଳତୀ ଏତେ ଦିନପରେ ମୋ କଥା ମନେ ପଡିଲା।ମୁଁ ଏଠି ଆସୁ ଆସୁ ତତେ ଫୋନ କଲି ଆଉ ତୁ ଏତେ ଦିନ ଲଗାଇଦେଲୁ ଆସିବାକୁ। ମାଳତୀ କହିଲା ଏକା ମଣିଷ ସବୁ କାମ ନିଜକୁ କରିବାକୁ ପଡେ ତେଣୁ ଆସି ପାରିନି।ଆଉ ତୁ କେମିତି ଅଛୁ କହ?ଆଜି ତୋର ଜନ୍ମଦିନ।ଆଉ ଏମିତି କଣ ଦିଶୁଛୁ?ସୁବାସିନୀ ଏ ଭିତରେ ପୁରା ବୁଢୀପରି ଦିଶୁଥିଲା।ଧଳାବାଲ ଡାଇ ଟିକେ ବି କରୁନି।ଆଖିତଳ କଳା।ଗାଲ ଗୁଡାକ ରୁଖା ଶୁଖା ଦିଶୁଛି।ବୋଧହୁଏ ଏବେ କ୍ରିମ ଟିକେ ବି ଲଗାଉନି ମୁହଁରେ।ଚାକିରି ସମୟରେ ତାର ଗାଲଗୁଡାକ ପାଚିଲା ସେଓ ପରିଫୁଲ୍କା ଗୋଲାପି ଓ ଚକ୍ ଚକ୍ କରି ଚମକୁଥିଲା।ଆଉ ଆଜି ପୁରୁଣା ଫଟା ରଙ୍ଗଛଡା ଶାଢୀଟେ ପିନ୍ଧିଛି।ଆଜି ତାର ଜନ୍ମଦିନ ବୋଧହୁଏ କାହାକୁ ଜଣାନାଇଁ।ତାର ଏପରି ଅବସ୍ଥା ଦେଖି ସେ କଣ କହିବ କିଛି ଭାବି ପାରିଲାନି। ପାଖରେ ସୁବାସିନୀର ବୋହୁ ଠିଆ ହେଇଥିଲା।ସେ ବୋହୁକୁ ପାଣିଗ୍ଲାସେ ପିଇବାକୁ ମାଗିଲ।ସେ ଚାହୁଁଥିଲା କିଛି ଏକାନ୍ତ।ବୋହୁ ପାଣି ଆଣିବାକୁ ଚାଲିଗଲା।

ମାଳତୀ ତୁନି ତୁନି ପଚାରିଲା ତୁ ଏଠି ଠିକରେ ଅଛୁତ?

କଣ ଏମିତି ଦୟନୀୟ ଅବସ୍ଥା ହେଇଛି ତୋର?

ସେ କହିଲା କଣ କହିବି ମାଳତୀ ପୁଅ ମୋହରେ ମୋର ଯାହା ଡିପୋଜିଟ୍ ଓ ଜିପିଏଫ ଥିଲା ଉଠାଇ ଘରବନା ପାଇଁ ଦେଇଦେଲି।ଏବେ ଘରଭଡା ଲଗାଇଛି।ମତେ ବାରଣ୍ଡାରେ ରଖିଛି।ଯାହା ପେନ୍ସନ ମିଳୁଛି ସେତକ ବି ନେଇ ଯାଉଛି।ମାଗିଲେ କିଛି ଦେଉନି।ଘରକଥା କାହାକୁ କହିବି।ତାରି ପାଖରେ ହିଁ ତ ରହିବାକୁ ପଡିବ।ଭଗବାନ ହେଲେ ଜଲଦି ନେଇଯାନ୍ତା ତାଙ୍କ ପାଖକୁ।ସେ ଆଗରୁ ଚାଲିଗଲେ ଠିକକଲେ।ପୁଅ ବୋହୁଙ୍କ ଏପରି ହତାଦର ସହିପାରିନଥାନ୍ତେ।

ମିନତୀ ପାଣି ଗ୍ଲାସ ନେଇ ଆସିଗଲା।ମାଳତୀ ଶାଢୀ ଖଣ୍ଡକ ସୁବାସିନୀ ହାତରେ ଦେଇ ପାଣି ଗ୍ଲାସଟା ପିଇ 

କାମଅଛି କହି ଫେରି ଆସିଲା।ସନ୍ଧ୍ୟାକୁ ପୁଅ ଆସିଲା।ଡିନର୍ ସରିଲା ପରେ ଆରମ୍ଭ କଲା ଘରକଥା।ସେ ମାଁ କୁ ଜିପିଏପ୍ କାଢି ଦେବାକୁ କହୁଥିଲା।ହେଲେ ମାଳତୀ ମନା କରିଦେଲା ଦେବାକୁ।ଜିପିଏପ୍ ବୁଢାବୁଢୀଙ୍କ ଶେଷ ସମ୍ବଳ ।ଏହା କୌଣସି ପ୍ରକାରେ ଦେଇପାରିବିନି।ତୁ ତୋର ସାମର୍ଥ୍ୟ ହିସାବରେ ଯାହା ପାରୁଛୁ କର।


Rate this content
Log in

Similar oriya story from Inspirational