STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଝରକାର ଆର ପାଖେ

ଝରକାର ଆର ପାଖେ

3 mins
232

ଝରକା ଦେଇ ବାହାରକୁ। ଗୌତମ ନୂଆ ନୂଆ ଭଡା ନେଇ ଆସିଥାଏସେ ଘରକୁ। ଗୋଟିକିଆ ବେଡରୁମ ବାଲା ଘରଟିଏ ଥିଲା ସେଇଟା।ପୂର୍ବ ଦିଗକୁ ଏକ ଝରକା ଥିଲା। ଯେତେବେଳେ ଝରକା ଖୋଲିଲା ତା ଆଖିରେ ପଡିଲା ବଗିଚା ଟିଏ।ବିଭିନ୍ନ ଫୁଲ ଫଳ ଗଛରେ ଭରା ବହୁତ ସୁନ୍ଦର ଦିଶୁଥାଏ ବଗିଚାଟି।ପିଜୁଳି ଗଛଟାଏ ବି ଥିଲା।ପିଜୁଳି ଗୋଟେ ଗୋଟେ ବତୁରିିବାକୁ ବସିଲାଣି।ସୁନ୍ଦର ବଗିଚା ଦେଖି ସେ ଘରରମାଲିକକୁ ବି ଦେଖିବାକୁ ଇଛା ହେଲା। ଏତେ ସୁନ୍ଦର ବଗିଚା କରିଛନ୍ତି ସେ ଲୋକ ଜଣକ କିଏ?

ଦିନେ ଦେଖିଲା ଧଳାଶାଢୀ ପରିହିତା ଯୁବତୀଟିଏ।ଗଛ ମାନଙ୍କରେ ପାଣି ଦେଉଛି।ପତଳା ବସ୍ତ୍ର ଭିତରେ ତାର 

ଅପରୂପ ଶୋଭା ଉକୁଟି ଦିଶୁଥାଏ ବାହାରକୁ।ପଚିସ ଛବିସ ବର୍ଷର ଝିଅଟିଏ ଜଣା ପଡୁଥିଲା।କିଛି ସମୟ ପରେ ଛୋଟ ଝିଅଟେ ବି ଆସି ମାଆ ସହ ସାମିଲ ହେଲା ପାଣି ଦେବାରେ। ସୁନ୍ଦର ପରୀଟିଏ ପରି ଲାଗୁଥିଲା କୁନିଝିଅଟି।ଚଳଚଞ୍ଚଳ ତାର ଚାହାଣୀ।କୋଇଲି ପରି କଣ ସବୁ ମିଠା ମିଠା କଥା କହୁଥାଏ ଯାହା ତାର ବୁଝିବା ବାହାରେ ଥିଲା।ମାଆ ଯେମିତି କରୁଥିଲା ସେବି ତାହା ଅନୁକରଣ କରୁଥିଲା। କିଛି ସମୟ ପରେ ଦିଜଣ ଘର ଭିତରକୁ ପଶିଗଲେ।ସେ ଭାବିଲା ଯାହଉ ଭଲ ଘରଟେ ଭଡାରେ ମିଳିଛି।ସୁନ୍ଦର ଦୃଶ୍ୟ ଦେଖି ସମୟଟା କଟିଯିବ। ପ୍ରତିଦିନ ସକାଳୁ ମାଆ ଝିଅଙ୍କୁ ଦେଖିବାର ସୌଭାଗ୍ୟ ମିଳୁଥିଲା।ସେ ସକାଳ ଆଠଟା ବେଳକୁ ଅଫିସ ବାହାରି ଯାଉଥିଲା।

ଫେରୁଥିଲା ରାତି ସାତ କି ଆଠ ବେଳକୁ।ସେଦିନ ରବିବାର ଥାଏ।ମାଆ ଝିଅ କିନ୍ତୁବଗିଚାକୁ କେହି ଆସିଲେନି। ଆଜି ଅଫିସ ବି ଯିବାର ନଥିଲା। ତେଣୁ ସେ ତଳମହଲାକୁ ଓହ୍ଲାଇ ପଡିଶା ଘର ଆଡେ ଅନାଇଁ ଦେଖିଲା।ଘରେ ବୁଢୀଟିଏ ଥିଲେ।ଝିଅ ଓ ତା ମାଆ ଦିଶୁନ ଥିଲେ।ଗୌତମ ବୁଢୀକୁ ଜୁହାର କଲା।କହିଲା ମୁଁ ପାଖ ଘରେ ଭଡାରେ ରହୁଛି ଏଇ କଛିଦିନ ହେଇଛି। ଆଜିି କାହିଁ କୁନି ଝିଅର ଦେଖା ନାହିଁ? ସେ ପଚାରିଦେଲା।ବୁଢୀ କହିଲା ତୁମେ ରିମ୍ଝିମ୍ କଥା କହୁଛ? ତାର ଦେହ ଅସୁସ୍ଥ ଅଛି।ତେଣୁ ମାଆ ଝିଅ ଭିତରେ ଅଛନ୍ତି।ଝିଅକୁ ରାତିରୁ ଭୀଷଣ ଜ୍ବର। ଡାକ୍ତରଙ୍କ ପାଖକୁ ନେଲେ ନାହିଁ କାହିଁକି?ସେ ପଚାରିଲା ।


କିିଏ ଜଣେ ରିକ୍ସା କି ଅଟୋ ଟେ ଡାକିଦେଲେ ମେଡିକାଲ ନେଇଥାନ୍ତୁ,ଆମେ ଦୁଇଜଣ ବୁଢା ବୁଢୀ ଲୋକ। ଭଲ ଚଲାବୁଲା କରି ପାରୁନୁ। ପୁଅଟା ଥିଲା ଯେ ଅଦିନରେ କରୋନାରେ ଚାଲିଗଲା। ସେ ଜଣେ କରୋନା ଯୋଦ୍ଧା ଥିଲା।ଡାକ୍ତର ଥିଲା ମୋ ପୁଅ।

ଏବେ ବୋହୁ ଉପରେ ଆକାଶ ମାଡି ପଡିଛି।ଘରଟା ଯାକର ଦାୟିତ୍ବ ତା ଉପରେ।ବେଶି କିଛି ପାଠ ପଢିନି।ସୁନ୍ଦର ଦେଖି ଆମେ ବୋହୁକରି ନେଇ ଆସିଲୁ।କିଏ ଜାଣିଥିଲା ତା ଭାଗ୍ୟରେ ସଂସାର ଚଳାଇବାର ଗୁରୁ ଦାୟିତ୍ବ ପଡିବ ବୋଲି। ଆମେ ମରିଗଲେ ତାର ଯେ କଣ ହେବ କେଜାଣି?

କଣ ତା ବାପା ଘରେ କେହି ନାହାଁନ୍ତି? ସେ ପଚାରିଲା।

ବୁଢୀ କହିଲା ବାପ ମାଆତ ନାହାନ୍ତି।ଭାଇ ଭାଉଜ ସବୁ ଦିନକୁ ରଖିବାକୁ ଇଛୁକ ନାହାଁନ୍ତି।ତାକୁ କିଛି କାମ କରି ଆତ୍ମ ନିର୍ଭର ହେବାକୁ ପଡିବ ଭବିଷ୍ୟତରେ।ନହେଲେ ଚଳିବ କିପରି? ଝିଅର ପାଠପଢା ବି ତ ଅଛି ।


ଗୌତମ କହିଲା ଯଦି ଭୂଲ ନ ବୁଝନ୍ତି ମୋ ଗାଡିରେ ଝିଅକୁ ମେଡିକାଲ ନେଇଯିବି।ବୁଢୀ କହିଲେ ଭଲ ହେବ ବାବୁ ଭଗବାନ ତତେ ଆମ ସାହାଯ୍ୟ ପାଇଁ ପଠାଇଛନ୍ତି। ଗୌତମ ଗାଡି ବାହାର କରି ମାଆ ଝିଅଙ୍କୁ ଧରି ମେଡିକାଲ ନେଲା।ବାଟରେ ସେ ମହିଳା ଟିର ନାଆଁ ପଚାରିଲା।ସେ ଯୁବତିଟି ତା ନାଆଁ ପୁଷ୍ପା ବୋଲି କହିଲା।ଝିଅର ନାଆଁ ଝିଲ୍ମିଲ।ତିନିବର୍ଷର ଝିଲମିଲ୍।ଏବେ କିଛି ମାସତଳେ ସ୍ବାମୀ ମୋ ଚାଲିଗଲେ।ଝିଲ୍ମିଲ୍ ଆଜିବି ତା ବାପାକୁ ଅପେକ୍ଷା କରିଛି ଆସିବେ ବୋଲି।ମୁ ବାହାର ଦେଶକୁ କାମରେ ଯାଇଛନ୍ତି କହି ଭୂଲେଇ ରଖିଛି ତାକୁ।

ତାଙ୍କର ଦୁଃଖ କଥା ଶୁଣି ବଡ ଦୟା ଆସୁଥିଲା ଗୌତମକୁ।ହେଲେ ସେ ବା କଣ କରିପାରିବ?ଯାହା ସାହାଯ୍ୟ ଦରକାର ସେ ଏବେ କରିଦେବ।ସେଦିନ ମେଡିକାଲ୍ ରୁ ଔଷଧ ଧରି ଫେରିଲେ ସେମାନେ ।ଦିନେ ପରେ ଝିଲ୍ମିଲ୍ ଭଲ ହେଇ ଯାଇଥିଲା।ଏବେ ଥରେ ଥରେ ସେ ତା ଗାଡିରେ ବୁଲିବାକୁ ଯାଏ।ବହୁତ ମିଠ ମିଠା କଥା କୁହେ ବାଟରେ ଗଲାବେଳେ।ଗୌତମ ଚକଲେଟ କିଣିଦିଏ ତାକୁ।ସେ ଏବେ ଗୌତମ ଭିତରେ ତା ବାପାକୁ ଆବିସ୍କାର କରୁଥିଲା।ଗୌତମ ବି ମାଆ ଝିଅଙ୍କ ମାଆ ଜାଲରେ ବାନ୍ଧି ହେଇ ଯାଇଥିଲା।

ସୁବିଧା ଦେଖି ସେ ପୁଷ୍ପାକାନରେ ବାହା କଥା ପକାଇଥିଲା।ପୁଷ୍ପା କହିଲା ଶାଶୁ ଶଶୁରଙ୍କୁ ଛାଡି ସେ ବାହା ହେବନି।ସେ ତାଙ୍କ ଦାୟିତ୍ବ ତୁଲାଇବାକୁ ବି ରାଜି ହେଇଗଲା।ପୁଷ୍ପା କଥା ଦେଇଥିଲା ସେ ଘରେ ଶାଶୁ ଶଶୁରଙ୍କୁ ବୁଝି ଉତ୍ତର ଦେବ।ସେଥିପାଇଁ ସେ ଝରକା ଆରପାଖେ ଅନେଇଁ ବସିଛି।ପୁଷ୍ପା କଣ ଉତ୍ତର ଆଣିବ ବୋଲି।ବଗିଚାର ଫୁଲମାନେ ଆଜି ବହୁତ ସୁନ୍ଦର ଲାଗୁଥିଲେ ତାକୁ।ଯଦି ପୁଷ୍ପାର ଉତ୍ତର ହାଁ ହୁଏ ତାହେଲେ କାଲିଠୁ ଏ ବଗିଚା ତାର ପାଲଟିଯିବ।

ସେ ଘରର ଲୋକମାନେ ତାର ପାଲଟି ଯିବେ।ଗାଆଁରୁ ମାଆକୁ ନେଇ ଆସିବ ସଭିଏଁ ଏକାଠି ରହିବେ ହସ ଖୁସିରେ।ମାଆ ତା କଥା କେବେ କାଟିବେନି, ସେ ଜାଣିଛି।ଏମିତି ଭାବୁଥିବା ବେଳେ ବାଡିପଟ କବାଟ ଖୋଲିଲା।ପୁଷ୍ପା ବାହାରି ଆସିଲା ଘର ଭିତରୁ।ସେ ହାତ ଇସାରାରେ ହଁ ବୋଲି ଜଣାଇଦେଲା ସେମାନଙ୍କର ସମ୍ମତି।ଏବେ ଗୌତମ ବହୁତ ଖୁସି ହେଇଗଲା।ଏ ଭଡା ଘର ତାପାଇଁ ଲକି ଥିଲା। ନୂତନ ସଂପର୍କ ମାନଙ୍କ ସହ ଭେଟ କରିଦେଲା। ପିତୃ ହରା ସନ୍ତାନ କୁ ଏକା ସାଂଗରେ ପରିବାରର ସ୍ନେହ ମିଲୁଥିଲା।ସେ ନିଜେ ପିତୃହରା ଥିଲା ବୋଲି ବାପା ନ ଥିବାର ଅଭାବ ବୋଧ କୁ ବୁଝି ପାରିଛି।ରିମ୍ଝିମ୍କୁ ସେ ଅଭାବ ଜାଣିବାକୁ ଦେବନି ।ଏବେଠୁ ସେମାନେ ତାର ଦୁନିଆଁ ପାଲଟି ଯିବେ।ସେ ଯେବେ ମାଆକୁ ଏ ଖବର ଦେଲା ମାଆ ଖୁସି ହେଇଗଲେ।ତାଙ୍କ ପୁଅ ଏତେ ଦାୟିତ୍ବ ବାନ ଓ ଉପକାରି ଜାଣି ନିଜକୁ ଗର୍ବିତ ଭାବୁଥିଲେ।ଏବେ ବାହାଘର ହେଇଗଲା ଓ ସଭିଏଁ ଏକାଠି ରହିଲେ ସୁଖରେ। ଭଡା ଘରର ଝରକା ଆରପାଖେ ଥିବା ଦୀନିଆଁଟି ଏବେ ତାର ଦୁନିଆଁ ବନି ଯାଇଥିଲା। ସେ ଝରକାକୁ ଦେଖିଲେ ତାର ପ୍ରଥମ ଦିନ କଥା ମନେ ପଡିଯାଏ।



Rate this content
Log in

Similar oriya story from Inspirational