STORYMIRROR

Sunanda Mohanty

Thriller

4  

Sunanda Mohanty

Thriller

ଜହ୍ନରେ କଳଚିହ୍ନ ସୁନ୍ଦର

ଜହ୍ନରେ କଳଚିହ୍ନ ସୁନ୍ଦର

3 mins
10


ରିକ୍ସା ଟାଣୁଥିଲେ ବି ରୁନୁ ମନରେ ଦୁଃଖ ନଥିଲା.ତା ସ୍ୱାମୀର ଏଇ ଶେଷ ସନ୍ତକ ରିକ୍ସାଟିକୁ ସେ ଖୁବ ଯତ୍ନରେ ବ୍ୟବହାର କରୁଥିଲା. ମଣିଷ ବଦଳରେ କେବଳ ପତ୍ର ବୋହି ନେଉଥିଲା ରିକ୍ସାରେ ତାହାର. ଗଛ ଓ ଗଛର ପତ୍ର ମଣିଷ ଜୀବନରେ ଏକାନ୍ତ ଜରୁରୀ ବୋଲି ଆଜିର ମଣିଷ ବୁଝିସାରିଥିଲା ବୋଲି ପ୍ରାକ ଐତିହାସିକ ଯୁଗ ଭଳି ତେଲ ମସଲା ଗୋଳେଇ ଖାଦ୍ୟକୁ ପତ୍ରରେ ବାନ୍ଧି ପତ୍ରପୋଡା କରି ଖାଇବାର ଆଗ୍ରହ ପୁଣି ସୃଷ୍ଟି ହୋଇଛି ମଣିଷର ନୂଆ ଢଙ୍ଗରେ ନୂଆ ରୂପରେ ତ ରୁନୁ ଲଗେଇଚାଲିଥିଲା ପଣସ, ପଳାଶ, ଶିଆଳୀ, ଶାଳ, ପିପ୍ପଳ, କରଞ୍ଜ, ବଟ , କୁରେଇ, ଲିମ୍ବ, ଓସ୍ତ ଗଛ ସବୁକୁ.ଖାଲି ନିଜ ବଗିଚାରେ ନୁହେଁ ବରଂ ବାଟେ ଘାଟେ ଓ ଖୋଲା ସ୍ଥାନରେ,କାରଣ ସେ ବୁଝି ସାରିଥିଲା ଏହି ଗଛସବୁ ଲଗାଇବାର ଉପକାରିତା ସହ ପରିବେଶକୁ ସୁରକ୍ଷିତ ରଖିବାର ସାହାରା ହିଁ ବୃକ୍ଷ. ତା ଛଡା ତା ହାତ ପ୍ରସ୍ତୁତ ଏହି ଗଛ ସବୁର ପତ୍ରରେ ପ୍ରସ୍ତୁତ ଠୋଲା, ଦନା, ଥାଳିରେ ଦାନା ଖାଇବାର ଆଗ୍ରହ ଯୋଗୁଁ ତ ତାର ଭଲ ବେଉସା ଚାଲିଛି ଏଯାବତ. ସେଇଥିରୁ ସଞ୍ଚୟ କରି ସେ ପୁଅ ଝିଅଙ୍କ ସହିତ ନାତି ନାତୁଣୀଙ୍କ ଆବଶ୍ୟକତା ପୁରଣ କରିଛି ଯଥାସାଧ୍ୟ୍ୟ ଓ ପାରୁପର୍ଯ୍ୟନ୍ତ. ତାକୁ କେହି ମାଆ ବୋଲି ଭାବୁ ଅବା ନଭାବୁ ହେଲେ ସାବତମାଆର ନାମରେ କଳଙ୍କ ଛଡେଇବାକୁ ସେ ଯଥା ସମ୍ଭବ ଚେଷ୍ଟା କରିଚାଲିଛି.ଡାକୁଛି ପ୍ରଭୁ ଜଗନ୍ନାଥଙ୍କୁ ଠିକ ଶବରୀ ପରି ଠିକ କୁବଜା ପରି ଠିକ ଅହଲ୍ୟା ପରି.।

      ରବିବାର ଦିନଟା ରୁନୁ ଗଛ ପତ୍ରର ଯତ୍ନ ନେଲାବେଳେ ସେଦିନ ଝଙ୍କାଳିଆ ବରଗଛ ଛାଇରେ ଘଡିଏ ବସିଯାଇ ରୁନୁ ଜାତି ଜାତି ପକ୍ଷୀଙ୍କ ପରିବାର ଓ ମାଙ୍କଡ଼ ଦଳଙ୍କୁ ନିରୀକ୍ଷଣ କରି କେତେ କଣ ଭାବୁଥାଏ.ସତରେ ଏଇ ଗଛ ସବୁ ନଥିଲେ ଏତେ ଏତେ ପକ୍ଷୀ ଓ ଗୁଣ୍ଡୁଚି ମୂଷା, ଜନ୍ଦା ପିମ୍ପୁଡି, ମାଙ୍କଡ଼, ଓଧ ଓ ସରୀସୃପ ଜାତୀୟ କୀଟ ପତଙ୍ଗ ଇତ୍ୟାଦି ପଶୁ ପକ୍ଷୀ କୋଉଠି ରହନ୍ତେ?କେହି କେହି ଗଛକୁ ସେମାନଙ୍କର ଘର କହୁଥିଲା ବେଳେ ରୁନୁ ମନରେ ଭାବାନ୍ତର. ପକ୍ଷୀ ପଶୁ ପ୍ରତ୍ୟେକଙ୍କର ମାଆ ବାପା ଥିଲାବେଳେ ଏ ଗଛସବୁ ସେମାନଙ୍କ ଦ୍ୱିତୀୟ ମାଆ ବା ସାବତ ମାଆ ଠିକ ଯଶୋଦାଙ୍କ ଭଳି, ଠିକ କୈକେଇଙ୍କ ଭଳି କାହିଁକି ନୁହେଁ!ଯଶୋଦା ସାବତ ମାଆ ହୋଇ ବିଶ୍ଵରୂପ ଦେଖିଲେ ଆଉ କୈକେଇ ସମୁଦାୟ ନିନ୍ଦା ଅପବାଦ ଓ ବୈଧବ୍ୟ ମୁଣ୍ଡେଇ ରାମଙ୍କୁ ଚଉଦ ବର୍ଷ ବନବାସ ପଠେଇବାକୁ ପୁତ୍ର ରାମଙ୍କୁ କଥା ଦେଇଥିଲେ.ଏକଥା ଖୁବ ଅଳ୍ପ ଲୋକ ଜାଣନ୍ତି ସତ କିନ୍ତୁ ରାମଙ୍କ ଅବତରି ରୂପକୁ ନୁହେଁ ବରଂ ଅବତାର

ୀ ଲକ୍ଷକୁ ପୁରଣ କରିବାରେ କେବଳ କୈକେଇଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ. ଶବରୀର ଭକ୍ତି, ଅହଲ୍ୟା ଉଦ୍ଧାର ଇତ୍ୟାଦି ଅନେକ କାରକର କାରଣ ହେବାପାଇଁ ବହୁ ଆଗରୁ ରାମ ମାଗିନେଇଥିଲେ ମାଆ କୈକେଇଙ୍କ ଠାରୁ ପ୍ରତିଶ୍ରୁତି ରକ୍ଷା କରିବାର ଅଭୟ ବାଣୀ. ଉପରକୁ ସାବତ ମାଆ ମନ୍ଥରା କଥାରେ କୈକେଇ ରାମଙ୍କୁ ବନବାସ କରିବାକୁ ପଠାଇଥିବା କଥାଟାର ଗୁଢ ରହସ୍ୟ କିନ୍ତୁ ରାମ ଜାଣିଥିଲେ ସତ୍ୟ କୋଉଠି! କୈକେଇ ସବୁଠୁ ଭଲ ପାଆନ୍ତପୁତ୍ର ରାମଙ୍କୁ ବୋଲି ରାମ ମାତା କୈକେଇଙ୍କୁ ସମୟ ଆସିଲେ ଏପରି କରିବାକୁ ରାଜି କରେଇ ନେଇଥିଲେ,ଯେମିତି ପକ୍ଷୀ ଛୁଆ ବା କୌଣସି ପଶୁ ଶାବକମାନଙ୍କର ବନ୍ୟା ବାତ୍ୟା ଆଦି ବିପଦ ବେଳେ ନିଜ ମାଆ ବାପାଙ୍କ ପଳାୟନ ପରେ ସାହାରା ହୋଇଥାଏ ଏଇ ଗଛ. ଏମିତି ସବୁ ଭାବୁ ଭାବୁ ଏକ ଅଭାବନୀୟ କଥା ରୁନୁଙ୍କ ଦୃଷ୍ଟିଗୋଚର ହେଲା. ସେ ଯଦିଓ ଶୁଣିଥିଲେ ମାଙ୍କଡ଼ ଦଳର ଦଳପତି ବୁଢାମାଙ୍କଡ଼ ସବୁ ପୁତ୍ର ବା ଅଣ୍ଡିରା ମାଙ୍କଡ଼କୁ ମାରିଦେଇଥାଏ କିନ୍ତୁ ନିବଳୁଆ, ଅପାରଗ ସନ୍ତାନ ମାଙ୍କଡ଼କୁ ନିଜେ ମାଆ ମାରିଦେଇଥାଏ ବୋଲି ଜାଣିନଥିଲେ. ମାଙ୍କଡ଼ ମାଆ ନିବଳୁଆ ତଥା ନିପାରିଲା ଓ ଅକର୍ମା ପିଲାଟିକୁ ସେଦିନ ଗଛତଳକୁ ଫିଙ୍ଗି ଦେଲା ପୂର୍ବରୁ ଆହତ ହେବା ପୂର୍ବରୁ ଧରି ନେଇଥିଲେ ରୁନୁ. ମାଙ୍କଡ଼ଟି ମଧ୍ୟ କିଛି ପ୍ରତିବାଦ କରିନଥିଲା. କ୍ଷୀର, ଫଳମୂଳ ଖାଇ ଅଚିରେ ଠିକ ହୋଇଯାଇନଥିଲା ଏବଂ ସୁସ୍ଥ ସବଳ ହୋଇଯାଇଥିଲା. ଘରସାରା ନିର୍ଦୋନ୍ଦରେ ବୁଲାଚଲା କରିବା ସହ ଛୋଟ ମୋଟ କାମରେ ମାଆ ରୁନୁଙ୍କୁ ସାହାଯ୍ୟ କରୁଥିଲା. ସେତିକିବେଳେ ରୁନୁଙ୍କ ପୁଅର ବେଉସା ବୁଡିଯିବା ପୂର୍ବରୁ ସେ ଘରକୁ ମାଆ ପାଖକୁ ଫେରିଆସିଥିଲା. ଝିଅର ମଧ୍ୟ ତିନି ତିନୋଟି ଝିଅ ହେବାରୁ ସେ ମନଦୁଃଖ କରୁଥିଲା ତ ତିନି ନାତୁଣୀଙ୍କୁ ନିଜ ପାଖରେ ରଖି ରୁନୁ ସେମାନଙ୍କର ପାଠ ଶାଠ ପ୍ରତି ଦୃଷ୍ଟି ଦେବା ସହ ସେମାନଙ୍କୁ ଯୋଗ, ପ୍ରାଣାୟାମ ଓ ସଂଗୀତରେ ବେଶ ଆଖିଦୃଶିଆ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଘର ପୁରିଲା ପୁରିଲା ଲାଗୁଥିଲା. ମାଙ୍କଡ଼ ମଧ୍ୟ ମନ ଖୁସିରେ ଚଲାବୁଲା କରିବା ସହ ବେଶ ଆନନ୍ଦରେ ଥିଲା ବେଳେ ଅଦୂର ବରଗଛରେ ଏକାକୀ ହନୁମାଙ୍କଡ଼ଟିଏ ଚାହିଁରହୁଥିଲା ତାକୁ. ରୁନୁଙ୍କ ପୁଅ ଝିଅ ଓ ନାତିନାତୁଣୀ କହୁଥିଲେ ସେ ନିଶ୍ଚୟ ତା ମାଆ ହୋଇଥିବ. ମାଙ୍କଡ଼କୁ ଛାଡିଦେଲା ପରେ ସତକୁ ସତ ସେ ତା ମାଆକୁ ପାଇ କୁଆଡେ ଯେ ଚାଲିଗଲା.ରୁନୁ ଦୀର୍ଘନିଶ୍ୱାସ ପକାଇ ତାକୁ ଖୋଜୁଥିଲେ ଏ ଗଛରୁ ସେ ଗଛକୁ ଅନେଇ ଓ ଡାକୁଥିଲେ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖ ଦୀନବନ୍ଧୁ .।


Rate this content
Log in

Similar oriya story from Thriller