Kamal Kumar Dash

Others Drama

3  

Kamal Kumar Dash

Others Drama

ଝିଅ

ଝିଅ

2 mins
801



ଅଫିସ ରେ ଖାଇବା ଛୁଟି ହେଲା । ନୂଆ ହୋଇ ଜଏନ କରିଥିବା ଝିଅ ଗୀତା  ଆସି ବଡ଼ ବାବୁଙ୍କୁ ପଚାରିଲା, ସାର ମୁଁ ଟିଫିନ ଆଣିଛି ଚାଲନ୍ତୁ ମିଶିକି ଖାଇବା । ବଡ଼ ବାବୁଙ୍କ ବୟସ ଷାଠିଏ ପାଖା ପାଖି ହେଲାଣି ଆଉ ବର୍ଷେ ପରେ ରିଟାର୍ଡ଼ ହେବେ । ଝିଅଟି କଥା ଶୁଣି ନିଜ ଟିଫିନ ଧରି ବଡ଼ ବାବୁ ଚେୟାରରୁ ଉଠିଲେ ଓ କିଛି ଦୂରରେ ପଡିଥିବା ଏକ ଖାଲି ଟେବୁଲ ପାଖରେ ଯାଇ ବସିଲେ । ବଡ଼ ବାବୁ ଭାବୁଥିଲେ ଅନେକ ଦିନ ତଳେ ସେ ଯଦି ତାଙ୍କ ଘର ଲୋକଙ୍କ କଥାରେ ପଡି ନିଜ ସ୍ତ୍ରୀ ଙ୍କର ଆର୍ବସନ କରି ନଥାନ୍ତେ ତେବେ ତାଙ୍କର ବି ଗୀତା ଭଳି ଝିଅ ଟିଏ ଥାନ୍ତା । ତାଙ୍କ ଆଖିଟିକେ ଜକେଇ ଆସିଲା ପୁରୁଣା କଥା ମାନେ ପଡିବାରୁ । ଗୀତ ପଚାରିଲା ,ସାର ଆଖିରେ କିଛି ପଡ଼ିଗଲାକି ?

ବଡ଼ ବାବୁ କହିଲେ ନାରେ ମା' ମୋର କିଛି ପୁରୁଣା କଥା ମାନେ ପଡିଗଲା ତ ଦି ଟୋପା ଲୁହ ବୋହିଗଲା ଆଖିରୁ । ବଡ଼ ବାବୁ ତାଙ୍କ ଟିଫିନ ଖୋଲିଲେ ଭାତ ଡାଲମା ,ପୋଟଳ ତରକାରୀ ଆଉ ଶାଗ ଭଜା ଥିଲା । ଗୀତାକୁ ପଚାରିଲେ ତୁ କଣ ଆଣିଚୁରେ ମା ? ସେ କହିଲା ଘରେ କିଛି ପାରିବା ନଥିଲା ଭାତ ଡାଲି ଆଉ କଲରା ଭଜା ଆଣିଛି । ବଡ଼ ବାବୁ କହିଲେ ଆରେ ମା କଲରା ଭଜା ସାଥିରେ କଣ ଭାତ ଖାଇ ହୁଏ ? ଗୀତା ହସିଲା ଓ କହିଲା ସାର ମତେ କଲରା ଭଜା ବହୁତ ଭଲ ଲାଗେ ମୋର କିଛି ଅସୁବିଧା ହେବନି । ବଡ଼ବାବୁ ତାକୁ ତରକାରୀ ଓ ଭଜା ଦେଲେ ଗୀତା ବି କିଛି କଲରା ଭଜା ତାଙ୍କୁ ଦେଲା । ଗୀତା ପଚାରିଲା ସାର ସକାଳୁ ଉଠି ମାଡାମ ଏତେ ସବୁ ସୁଆଦିଆ ତରକାରୀ ଓ ଭଜା କେମିତି କରନ୍ତି ? ବଡ଼ ବାବୁ କହିଲେ ଖାଲି ଏତିକି ନୁହେଁ ସେ ଟିଫିନ ବି କରେ , ଫୁଲ ତୋଳି ଠାକୁର ପୂଜା କରେ ତା ପରେ ପାଖ ଇଂଲିସ ମିଡିୟମ ସ୍କୁଲ୍ କୁ ପାଠ ପଢ଼େଇବାକୁ ଯାଏ । ଏଇଟା ତାର ନୀତିଦିନ କାମ । ଗୀତା ବହୁତ ଖୁସି ହୋଇଗଲା ଓ କହିଲା ସାର ମୁଁ ସଣ୍ଡେ ଦିନ ଆପଣଙ୍କ ଘରକୁ ଯିବି ମାଡାଙ୍କ ଠାରୁ ରୋଷେଇ ଶିଖିବାକୁ । ହସିକି ବଡ଼ ବାବୁ କହିଲେ ହଉ ହଉ ଆରେ ମାଆ ଆମକୁ ବି ତୋ ଭଳି ଗୋଟେ ଝିଅ ମିଳିଯିବ । 



Rate this content
Log in