Kamal Kumar Dash

Inspirational

2  

Kamal Kumar Dash

Inspirational

ଝିଅ ( ପଞ୍ଚମ ଭାଗ )

ଝିଅ ( ପଞ୍ଚମ ଭାଗ )

3 mins
456


ଗୀତIକୁ ଓଏସ ପୋଷ୍ଟିଂ ମିଳି ଯାଇଥାଏ । ସେ 90 ଦିନ ନୋଟିସ ପିରିୟଡ଼ରେ କାମ କରୁଥାଏ । ବଡ଼ବାବୁଙ୍କର ରିଟାୟାର୍ଡ଼ ମେଣ୍ଟ ଦିନ ବି ପାଖେଇ ଆସୁଥାଏ । ଦିନେ ୧୧ଟା ହେବ ବଡ଼ ବାବୁଙ୍କର ଫୋନ ଆସିଲା । ସେ ଅଫିସ ରୁମ ବାହାରକୁ ଯାଇ ଫୋନ ରିସିଭ କଲେ ଓ ତା' ପରେ ଆସି ପାଣି ପିଇଲେ ଓ ମୁଣ୍ଡରେ ହାତ ଦେଇ ବସିଗଲେ । ଗୀତI ପଚାରିଲା କ'ଣ ହେଲା ସାର, ସେ କହିଲେ ପୁଅର ଗୋଟେ ଆକ୍ସିଡେଣ୍ଟ ହୋଇଯାଇଛି ,ଶୁଣି ଭଲ ଲାଗୁନି, କ'ଣ କରିବି ଜାଣି ପାରୁନି.. ଘରେ ନକହିଲେ ଖରାପ ଓ କହିଲେ ତାର ବିପି ବଢ଼ିଯିବ ସେ ଆମେରିକା ଯିବା କୁ ବାହାରିବ ।

ଗୀତI ପାଖକୁ ଆସି ଚେୟାର ନେଇ ବସିଲା ଓ କହିଲା ମୁଁ ଏବେ ଶୁଭମ ସହ କଥା ହେଉଛି ତାର କଣ ହୋଇଛି ଦେଖିବା । ଆପଣ ଶାନ୍ତ ହୋଇ ବସନ୍ତୁ ସେ ତା ଲାପଟପ୍ ରେ ଶୁଭମ କୁ ଭିଡିଓ କଲ କଲା ଶୁଭମ କିଛି ସମୟ ପରେ ଆସିଲା ତା ମୁଂହ ଟିକେ ଫୁଲିଥିଲା ଆଖି ତଳ କଳା ପଡିଥିଲା ଓ ସେ ଠିକ ଦେଖାଯାଉଥିଲା । ଗୀତା ପଚାରିଲI ଆରେ ଏ ସବୁ କେମିତି ହେଲା । ସେ କହିଲା ସକାଳୁ ବୁଲି ଯିବୁ ବୋଲି ମୋ ସାଙ୍ଗକୁ ଉଠାଉଥିଲି ସେ ଅଜାଣତରେ ମୋ ମୁଁହକୁ ଗୋଟେ ଗୋଇଠା ମାରିଦେଲା । ସେଥିରେ ନାକ ରୁ ରକ୍ତ ବାହାରି ପଡିଲା ଓ ଚଶ୍ମା ଭାଙ୍ଗିଗଲା ଆଖିରେ ବି ମାଡ଼ ଲାଗିଛି , କିଛି ସମୟ ପାଇଁ ମତେ ଦେଖା ଯାଉନଥିଲା , ଏବେ ଠିକ ଦେଖାଯାଉଛି । କାଲି ବ୍ରେନ ସ୍କାନିଂ କରିଛି ସବୁ ଠିକ ଅଛି । ହେଲେ ମୁଂହର କିଛି ଭାଗରେ ସେନ୍ସ ନାହିଁ ଡାକ୍ତର କହିଲେ ୭ରୁ ୧୫ ଦିନ ଲାଗିବ ପୁରା ସେନ୍ସ ଆସିବା ପାଈଁ । ବଡ଼ ବାବୁ ତା ପାଖରେ ବସି ସବୁ ଶୁଣୁଥିଲେ ଓ କହିଲେ ତୋ କଥା ମାମା ଜାଣିଛି କି ? ଶୁଭମ କହିଲା ନ।, ମୁଁ ମାମାକୁ କିଛି କହିନି ସେ ଜାଣିଲେ ବହୁତ କାନ୍ଦିବ ଓ ଏଠିକୁ ଆସିବାକୁ ଜିଦ କରିବ । ସେ ଶୁଭମକୁ କହିଲେ ଭଲ କରିଛୁ ତାକୁ କିଛି କହିନୁ, ଏବେ କିଛି ବି କହିବୁନି କି ଭିଡିଓ କଲ କରିବୁନି ଟିକେ ଭଲ ହେଲା ପରେ ତାକୁ ସବୁ କହିବା । ତୋର ଟଙ୍କା କିଛି ଦରକାର ଅଛିକି ? ସେ ମନା କଲା । ଓକେ ଟେକ କେୟାର କହି କଲ କାଟିଲା ଗୀତା । ଗୀତା ବଡ଼ବାବୁଙ୍କୁ ବୁଝାଇଲା ବ୍ୟସ୍ତ ହେବାର କିଛି ନାହିଁ ଡାକ୍ତର କହିଛନ୍ତି ସେତ ଠିକ ହୋଇଯିବ ଖାଲି ମାମଙ୍କୁ ଏ କଥା କହିବେନି । ସେତେବେଳକୁ ଲଞ୍ଚ ଟାଇମ ହୋଇ ଯାଇଥିଲା ଗୀତା ଟେବୁଲ ଉପରେ ନେଇ ଦିଜଣଙ୍କ ଖାଇବା ବାଢ଼ିଲା ଓ ସେମାନେ ସାଙ୍ଗ ହୋଇ ବସି ଖାଇଲେ ।

ମାସ ଶେଷ ରେ ବଡ଼ବାବୁ ରିଟାୟାର୍ଡ଼ ହେଲେ ଗୀତା ବି ଚାକିରୀ ଛାଡିଲା । ଶେଷଦିନ ଅଫିସ ରେ ଗୋଟେ ବଡ଼ ପାଟି ହେଲା ଗୀତା ଓ ବଡ଼ବାବୁ ଙ୍କୁ ବିଦାୟ ଦେବାପାଇଁ । ଶେଷ ମିଟିଂ ରେ ସମସ୍ତେ କିଛି କିଛି କହିଲେ । ବଡ଼ବାବୁ କହିଲା ବେଳେ ବିଗତ ଦିନର ସମସ୍ତ ଙ୍କର ସ୍ନେହ ଶ୍ରଦ୍ଧା କଥା ମନେପଡି ତାଙ୍କର ଆଖିରେ ଲୁହ ଆସିଗଲା । ଦୀର୍ଘ 35ବର୍ଷର ଚାକିରୀ କେମିତି ସରିଗଲା ସେ ଭାବି ପାରୁ ନଥିଲେ । ପୁଅ ବାହାରେ ଥିଲା, ଦେହ ଖରାପ ହେଲେ ଅଫିସକୁ ଜଣାଇବାକୁ ସମସ୍ତେ କହିଲ । ବଡ଼ବାବୁ ହସିକି କହିଲେ ଆରେ କିଛି ହେବନି ଭଗବାନ ଅଛନ୍ତି ଆଉ ତୁମ ଭଳି ମୋର ଏତେ ବଡ଼ ପରିବାର ଅଛି । ମାଡାମ ବି ଆସିଥିଲେ ଅଫିସ । ଗୀତାକୁ ଡାକି କହିଲେ ମା'ରେ ଛୁଟି ଦିନରେ ଆମ ଘର ଆଡେ ଆସିବୁ । ଆମେ କିଛିଦିନ ଆମେରିକା ଯାଉଛୁ । ମୁଁ ଆସିଲେ ତୋତେ ଡାକିବି । ଗୀତା କହିଲା ନିଶ୍ଚୟ ଆସିବି ମାମା ,ନ ଡାକିଲେବି ଆସିବି । ତା ପରେ ବଡ଼ବାବୁ ଓ ମାଡାମ ଗାଡ଼ିରେ ବସି ଘରକୁ ବାହାରିଲେ ଶେଷ ଥର ନିଜ ପ୍ରିୟ ଆଫିସ ଆଡେ ଚIହିଁ ଓ ସମସ୍ତଙ୍କ ସାଥିରେ ହାତ ମିଳାଇ ।


Rate this content
Log in

Similar oriya story from Inspirational