ଝିଅ କିଛିରେ କମ୍ ନୁହେଁ
ଝିଅ କିଛିରେ କମ୍ ନୁହେଁ
ଆଜି ପଲ୍ଲବୀ ଛାଇ ଯାଇଥିଲା ଚାରିଆଡେ।ପତ୍ରିକା ,ଖବର କାଗଜ ,ଟିଭି ଯୋଉଟା ଖୋଲିଲେ ତାର ଫଟୋ ବାହାରିଛି।ସେ ପ୍ରଥମ ମହିଳା ଯିଏ ଚନ୍ଦ୍ରଯାନ ନିର୍ମାଣରେ ସୁଯୋଗ ପାଇଛି।ଜଣେ ବଡ ସାଇଣ୍ଟିଷ୍ଟ ହେବାର ଗୌରବ ପାଇଛି।ତା ରି ନାଆଁ ସାଙ୍ଗରେ ଯୋଡି ଯାଇଛି ବାପା ମାଆ ସ୍ବାମୀଙ୍କ ନାମ।ଭାଇ ଭଉଣୀ ବନ୍ଧୁ ବାନ୍ଧବ ଆଜି ତାର ନାଆଁକୁ ନିଜସହ ଯୋଡି ଗର୍ବ କରୁଛନ୍ତି।ହେଲେ ଦିନଥିଲା ତାକୁ ଗର୍ଭରେହିଁ ମାରିଦେବାକୁ ସମସ୍ତେ ଯୋଜନା କରିଥିଲେ। ବାପା ମାଆଙ୍କର ସେଚତୁର୍ଥ ସନ୍ତାନ ଥିଲା।ତା ଆଗରୁ ତିନୋଟି ଭଉଣୀ ହେଇସାରିଥିଲେ ତାର।ପୁଅଟିଏ ଖୋଜି ଖୋଜି ଏତେବଡ ଲାଇନ ଲାଗି ସାରିଥିଲା।ଏଥର ପୁଅଟେ ହେବାର ବଡ ଆଶା ଥିଲା ସମସ୍ତଙ୍କର।ହେଲେ ପରୀକ୍ଷାରେ ଜଣା ପଡିଲା ସେ ବି ଝିଅଟିଏ।ସେଦିନ ହିଁ ତାର ମରଣର ନିସ୍ପତି ନିଆଗଲା।ମାଆର ଅନେକ ବିରୋଧ ସତ୍ତ୍ବେ ତାର ଏବୋରସନ କରାଇବାକୁ ହସ୍ପିଟାଲ ନିଆହେଲା।ହେଲେ ଡାକ୍ତର ମନାକଲେ ସମୟ ଗଡିଗଲାଣି।ଏବେ ଆଉ ହେଇ ପାରିବ ନାହିଁ।ଏବେ ମାଆପାଇଁ ବି ବିପଦ ଆସିବ।ମାଆର କଣ ହେଇଗଲେ ଏତେ ବଡ ଜଞ୍ଜାଳ ସମ୍ଭାଳିବ କିଏ।ତେଣୁ ସମସ୍ତେ ପୁଣି ଚୁପ୍ ରହିଲେ।କିନ୍ତୁ କାହାରି ମନରେ ସରସତା ନଥିଲା।ସେ ଯେଉଁଦିନ ଜନ୍ମହେଲା କେହି ଦେଖିବାକୁ ଆସିଲେନି।ଏମିତି ସେ ଦେଖିବାକୁ ସାଓଁଲିରଂଗ ଥିଲା।ତାକୁ ସମସ୍ତେ ହିନ ନଜରରେ ଦେଖୁଥିଲେ।ଅନାଦର ଭିତରେବି ସମୟ ସହ ସେ ବଢିବାକୁ ଲାଗିଲା।ଯେମିତି ଅନାଦର ଭିତରେ ବି ଘାସଲଟା ବଢିଯାନ୍ତି ଆପେ ଆପେ।ତାପାଇଁ କେବେ ଖେଲଣାଟେ ଆସୁନଥିଲା ନାଁ ଭଲ ଫ୍ରକଖଣ୍ଡେ।ବଡ ନାନୀ ମାନଙ୍କ ପୁରୁଣା ପନ୍ଧି ଧିରେ ଧିରେ ବଡ ହେଉଥିଲା।ହେଲେ ସ୍କୁଲ ଗଲାପରେ ତାର ମେଧା ଶକ୍ତିର ପରିଚୟ ମିଳିିଲା।ଭିଷଣ ଥିଲା ତାର ସ୍ମୃତି ଶକ୍ତି।ଯାହା ଥରେ ଶୁଣୁଥିଲା ମନେ ରଖିନେଉଥିଲା।ପଢା ପଢିରେ ପ୍ରଥମ ହେଉଥିଲା ସବୁବେଳେ।ମାଟ୍ରିକ ପରୀକ୍ଷାରେ ଟପ୍ପରଙ୍କ ଭିତର ଏକ ନମ୍ବରରେ ସ୍ଥାନ ପାଇଲା।ସେଦିନ ତାକୁ ଅନେକ ସମ୍ବର୍ଦ୍ଧନା ମିଳିଲା।ଆଉ ପ୍ରଥମ କରି ବାପାଙ୍କର ହାତ ତା ମୁଣ୍ଡ ଆଉଁସିଥିଲା।ସେ ବହୁତ ଖୁସିଥିଲା ବାପାଙ୍କର ଏତେଦିନର ଘୃଣାପରେ ଭଲପାଇବାର ହାତସ୍ପର୍ଶ ଟିକେ ପାଇ।ସମସ୍ତ ଗୁରୁଜନ ତାକୁ ଆଗକୁ ପଢାଇବା ପାଇଁ ବାପାଙ୍କୁ ଅନୁରୋଧ କଲେ।ଏବେ ତାକୁ କଲର୍ସିଟଙ୍କା ବି ମିଳିବାକୁ ଲାଗିଲା।ସେ ପଢାରେ ମନପ୍ରାଣ ଢାଳିଦେଲା।ତାର ପରିଶ୍ରମ ସାର୍ଥକ ହେଉଥାଏ।ପ୍ରତି ପାହଚରେ ସେ ପ୍ରଥମ ସ୍ଥାନ ଅଳଙ୍କୃତ କରୁଥିଲା।
ଏବେ ତାର ଗୁଣର ସୌରଭରେ ତାଙ୍କ ପରିବାର ଚିହ୍ନା ଯିବାକୁ ଲାଗିଲେ।ଛୋଟବେଳେ ତାର କଳା ରଙ୍ଗ ପାଇଁ କିଏ ବାହା ହେବ ବୋଲି ଦାଦୀ ଓ ମାଆ ଚିନ୍ତିତ ଥିଲେ।ହେଲେ ଏବେ ଅନେକ ବଡବଡ ପ୍ରସ୍ଥାବ ଆସିବାକୁ ଲାଗିଲା ତାପାଇଁ।ଜଣେ ଇସ୍ରୋ ସାଇଣ୍ଟିଷ୍ଟଙ୍କ ହାତ ଧରିଥିଲା ସେ।ତାପରେ ତାର ଉନ୍ନତି ର ସୋପାନ ଲମ୍ବି ଲମ୍ବି ଗଲା।ତାକୁ ସହଯୋଗ କରିବାକୁ ସାଥିଟିଏ ମିଳିଯାଇଥିଲେ।ସେ ଏବ ଜଣେ ବଡ ଇସ୍ରୋ ବୈଜ୍ଞାନିକ ଭାବେ ଜଣାଶୁଣା।ଏବେ ସେ ଆକାଶରୁ ମହାକାଶ ଯାଏ ସବୁ ରହସ୍ୟ ଜାଣି ପାରୁଛି।ଦିନେ ଯାହାକୁ ସମସ୍ତେ ଘୃଣା କରୁଥିଲେ ସେ ଆଜି ଆକାଶରୁ ମହାକାଶଯାଏ ଉଡି ପାରୁଛି।
ଏକ ସୁପ୍ତ ପ୍ରତିଭା ଜ୍ଞାନାଲୋକର ରୋଷଣୀରେ ଆଲୋକିତ କରି ପାରିଛି ସାରା ପୃଥିବୀକୁ।କାହା ଭିତରେ ଭଗବାନ କେଉ ଗୁଣ ଦେଇ ପୃଥିବୀକୁ ପଠାଇଥାନ୍ତି ହେଲେ ମଣିଷ ଅଜାଣତରେ କେତେ ପ୍ରତିଭାଙ୍କୁ ଗର୍ଭ ଭିତରେହିଁ ସମାପ୍ତ କରିଦିଏ।
ଦିବାଲୋକ ଦେଖିବାର ସୌଭାଗ୍ୟଟିକେବି ଦିଏନି।
