Kamal Kumar Dash

Others Drama

5.0  

Kamal Kumar Dash

Others Drama

ଝିଅ -ଦ୍ୱିତୀୟ ଭାଗ

ଝିଅ -ଦ୍ୱିତୀୟ ଭାଗ

3 mins
765



ରବିବାର ସକାଳୁ ଗୀତାର ଫୋନ ଆସିଲା । ଗୁଡ଼ ମର୍ଣ୍ଣି ସାର , ସାର କହିଲେ ଗୁଡ଼ ମର୍ଣ୍ଣି ଗୀତା । କଣ କରୁଛୁ ? ସାର ମୁଁ ଆପଣଙ୍କ ଘରକୁ ବାହାରିଛି ଟିକେ ରାସ୍ତା ଟା କୁହନ୍ତୁ । ସାର ରାସ୍ତା ବତାଇଲେ ଓ ପଚାରିଲେ ତୁ କେମିତି ଆସିବୁ ? ଗୀତା କହିଲା ସ୍କୁଟିରେ । ସାର କହିଲେ ମା'ରେ ହେଲମେଟ ପିନ୍ଧି ଆସିବୁ ,ଆମ ଘର ପାଖ ମାଟି ରାସ୍ତାଟା ଟିକେ କାଦୁଅ ହୋଇଛି ଧୀରେ ଧୀରେ ସ୍କୁଟି ଚଲାଇ ଆସିବୁ ହଁ ଶୁଣ ମିଠା ଫିଠା କିଛି ଆଣିବୁନି ଆମେ ଖାଉନି । ମାଡାମ ପୂଜା ସାରି ବାହାରୁ ଥିଲେ । କହିଲେ କିଏ ଆସୁଛି କି ? ସାର କହିଲେ ଆମ ଅଫିସରେ ନୂଆ ଜଏନ କରିଥିବା ଝିଅ ଗୀତା ଆସୁଛି । ଆରେ କଣ ପାଇଁ ମାଡାମ ପଚାରିଲେ ? ତୁମକୁ ଦେଖିବା ପାଇଁ କହି ଚୁପ ରହିଲେ ସାର । ମାଡାମ କହିଲେ ଆରେ ବର୍ଷା ଦିନରେ ଝିଅଟା  ଏତେ ବାଟ ଆସିବ ପଛରେ ଆସିଥିଲେ ହୋଇଥାନ୍ତା । ସାର କହିଲେ ମୁଁ ତାକୁ କଣ ମନା କରିଥାନ୍ତି , ସେ ପିଲାଟା ସକାଳୁ ଆସିବ ବୋଲି କହିଲା । ମାଡାମ ଟିକେ ରାଗିବାର ଆଭିନୟ କରି କହିଲେ ନିଜର ଝିଅ ନାହିଁ ବୋଲି ଯାହାକୁ ଦେଖିଲେ ଝିଅ କରି ଚାଲିଛ ନା ? ସାର ବି ଧୀରେ କହିଲେ ତୁମେ ବିତ 2 ଟା ଝିଅ କରିଛ ତୁମ ଛାତ୍ରୀ ମାନଙ୍କ ଭିତରୁ , ସ୍ନେହ ବାଣ୍ଟିଲେ ଖୁସିଲାଗେ , ମୁଁ ମୋ ବୋଉଠାରୁ ଶିଖିଛି । 


 କିଛି ସମୟ ପରେ କଲିଂ ବେଲ ବାଜିଲା । ସାର କବାଟ ଖୋଲିଲେ ଆଗରେ ଠିଆ ହୋଇଥିଲା ଗୀତା । ଆରେ ମା ଘର ଭିତରକୁ ଆ । ଗୀତା ଘର ଭିତରକୁ ଆସିଲା ଓ ପାଦ ଛୁଇଁ ପ୍ରଣାମ କଲା ସାର ଓ ମାଡାମଙ୍କୁ । ମାଡାମ କିଛି କହିବା ଆଗରୁ ଗୀତା କହିଲା ମାଡାମ ଆପଣଙ୍କଠୁ ମୁଁ ଟେଷ୍ଟି ତରକାରୀ କରିବା ଶିଖିବି । ମାଡାମ କହିଲେ ମାରେ ତୁ ଠିକ ସେ ଖାଉନୁ ବୋଧେ ,ଏତେ ପତଳା କାହିଁକି ହୋଇଛୁ ? ଗୀତା କହିଲା ଖାଉଛି ଯେ ହେଲେ ଦେହରେ ଲାଗୁନି । 


 ଡ୍ରଇଂ ରୁମରେ ବସୁ ବସୁ ଗୀତା କହିଲା ସାର ଏ ଫଟ ଟା ଶୁଭମ ର ନାଁ ? ସାର କହିଲେ ହଁ ,ତୁ ତାକୁ ଚିହ୍ନିଛୁ କି ,ସେ ଆମ ପୁଅ । ଗୀତା କହିଲା ଆମେ ଏକ ସାଙ୍ଗରେ କେବି 3 ରେ ପଢ଼ୁଥିଲୁ , ଡିବେଟ ଓ କୁଇଜ ଭାଗନେଉଥିଲୁ ।


କେବେ ସିଏ ଜିତୁଥିଲା କେବେ ମୁଁ । ହେଲେ ମୋ ସାଥିରେ ସେ ବେଶୀ କଥା ହେଉନଥିଲା , ଏବେ ସେ କେଉଁଠି ଅଛି ? ସାର କହିଲେ ସେ ଏବେ ଆମେରିକାରେ ଅଛି ।ତାର ବୋଧେ ଏବେ ରାତି 11ଟା ହୋଇଥିବ । ସାର ରିଂ କଲେ ହ୍ବାଟସ ଆପରେ ହେଲେ ତାର ଫୋନ ଏନଗେଜ ଆସିଲା । ଟିକେ ପରେ ଶୁଭମ ଭିଡିଓ କଲ କଲା । କିଛି ସମୟ କଥା ହେଲା ପରେ ଫୋନ ଗୀତା ପାଖକୁ ଆସିଲା , ଗୀତା କହିଲା ଶୁଭମ କଣ ଚିହ୍ନି ପାରୁଛ ନା ଭୁଲିଗଲଣି ? ସେ କହିଲା ତୋ କଥା ମାନେ ଅଛି ,ହେଲେ ତୁ ଆମ ଘରକୁ କଣ ବୁଲି ଆସିଛୁ ? ଗୀତା କହିଲା ହଁ ,ମୁଁ ତୁମ ବାପାଙ୍କ ଅଫିସ୍ ରେ ଜଏନ କରିଛି ତ ,ତମ ଘରକୁ ଆସିଛି ,ତମେ କେବେ ଆସିବ ? ସେ କହିଲା ଡିସେମ୍ବରରେ । ତା ପରେ ଶୁଭମ କିଛି ସମୟ ମାମା ଙ୍କ ସାଙ୍ଗରେ କଥା ହୋଇ ଫୋନ ରଖିଲା ।


    ମାଡାମ ତା ପରେ ଆସି ବସିଲେ ଗୀତା ପାଖରେ ଆରେ ମା ମୁଁ ଜାଣି ନଥିଲି ତୁ ଶୁଭମର ସାଙ୍ଗ ବୋଲି । । ତା ପରେ ତାଙ୍କ ଘର କଥା ପଚାରି ବୁଝିଲେ । ଗୀତା କହିଲା ତା ମାଆଙ୍କ ଦେହ ଖରାପ ହେଲାରୁ ତାର ପରୀକ୍ଷାରେ ଖରାପ ହୋଇଗଲା ତେଣୁ ସେ ଇଞ୍ଜିନିୟରିଂ ନ ପଢି ବିଏସି ପଢିଲା ଓ ତା ପରେ ପରୀକ୍ଷା ଦେଇ ଏ ଚାକିରୀ ପାଇଛି , ଏବେବି କିଛି ପରୀକ୍ଷା ପାଇଁ ପଢା ପଢି କରୁଛି । ତା ପରେ ମାଡାମ ରୋଷେଇ କଲେ ଓ ଗୀତା ପାଖରେ ଠିଆ ହୋଇ ପୁରା ରୋଷେଇ ଶିଖିଲା । ସମସ୍ତେ ଏକାଠି ବସି ଖାଇଲେ । ଖାଇ ସାରିବା ପରେ ଗୀତା ତା ଘରକୁ ବାହାରୁଥିଲା ସାର ଆଉ ମାଡାମଙ୍କ ଆଶିଷ ନେଇ । ଝିଅ ରଂକୁଣି ମାଡାମ ତାକୁ କୋଳେଇ ନେଲେ ଓ ଗୋଟେ ଚକଲେଟ ପ୍ୟାକେଟ ଦେଇ କହିଲେ ନେ ମା ଚକଲେଟ ତୁ ଖାଇବୁ ଓ ତୋ ସାଙ୍ଗ ମାନକୁ ଦେବୁ ,ଶୁଭମ ପଠାଇଥିଲା ଆମେରିକାରୁ । ମଝିରେ ମଝିରେ ଆମ ଘରକୁ ବୁଲି ଆସିବୁ ଓ ନୂଆ ଡ଼ିସ ଶିଖିକି ଯିବୁ । ଗୀତା ଆଗକୁ ଆସି ଗାଡି ଷ୍ଟାର୍ଟ କଲା , ପଛରୁ ସ୍ନେହରେ ତାକୁ ଚାହିଁ ରହିଥିଲେ ସାର ଓ ମାଡାମ । 


Rate this content
Log in