Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Satyabati Swain

Tragedy Inspirational


3.9  

Satyabati Swain

Tragedy Inspirational


ଝଡ଼

ଝଡ଼

8 mins 611 8 mins 611

  ପୂର୍ଣ୍ଣିମୀ ଜହ୍ନ ମୁଠିଏ ତୋଫା ଆଲୁଅ ଫିଙ୍ଗି ଦେଇଛି ମୋ ଘର ଭିତରକୁ। ମନ କିନ୍ତୁ ଅମାବାସ୍ୟା ଅନ୍ଧାର ଭିତରେ ରାସ୍ତା ଖୋଜୁଛି। ରାସ୍ତା ଅଛି,ଚାଲିବା ସାମର୍ଥ୍ୟ ମୋ ଭିତରେ ଭରପୁର। କିନ୍ତୁ ରାସ୍ତା ସାରା କିଛି କିଛି ଦୁରରେ ଗୋଟେ ଗୋଟେ ଖାଲ ଓ ବଡ଼ ବଡ଼ ପଥର ଖଣ୍ଡ ଚାଲିବାରେ ବାଧକ ହେଉଛନ୍ତି। 

    'ବାପା' ରୋକ ଠୋକ ଶୁଣେଇଁ ଦେଇଛନ୍ତି "ବୁଝି ଖବରଦାର ତୋ ମନମାନି କଲେ ସିଆଡେ ରହିବୁ। ଆସିବୁନି କେବେ। ଏମିତିକି ମୋ ମୁହଁରେ ନିଆଁ ଦେବା ପାଇଁ ମଧ୍ୟ। "

     'ବଡ଼ଭଉଣୀ ଅଙ୍କିତା କହିଛି" ଛି ଛି ରେ କୁଳବାଳୁଙ୍ଗା ଏତେ ପାଠ ଶାଠ ପଢି ଶେଷରେ ତୁ ଏଇଆ କରିବୁ!!ସାଇ ଭାଇରେ ମୁହଁ ଦେଖେଇ ହେବତ!!ପିଲା ବେଳେ କେତେ ରୋଗ ତୋତେ ହେଲା। ମରିଗଲୁଣି ସେତେବେଳେ। ଏବକୁ ଚିନ୍ତା ନଥାନ୍ତା। ତିନି ଝିଅରେ ପୁଅଟେ ହୋଇଥିଲୁ ବୋଲି କେତେ ଗେହ୍ଲା କରିଥିଲୁ। ଫଳ ଏଇଆ ମିଳିଲା!!"

   ' ବଡ଼ ଭିଣୋଇ 'କହିଲେ "ତୁ କେବେଠୁ ଅଇଁଠାଖିଆ ହେଲୁଣି କିରେ? କନ୍ଦର୍ପ ପରି ତ ରୂପ ଖଣ୍ଡେ ପାଇଛୁ। 

ସେଥିରେ ଭଲ ଚାକିରୀ ତ ଅଛି। କେଉଁଥିରେ ତୋର ଅଭାବ ଯେ ଗୋଟେ….। ଆମ ଇଜ୍ଜତ ମହତ ତଳେ ପକାଇଲୁ ଜାଣ। ଏଣିକି ତୁ ମୋ ଶଳା କହିବାକୁ ଲାଜ ଲାଗିବ। ଏବେ ବି ସମୟ ଅଛି ସୁଧୁରୀ ଯା ବେଟା"

   ମଝିଆଁ ନାନୀ ଅନନ୍ୟା କହୁଛି "ତୁ ଗୋଟେ ଏମିତି କାମ କରିବୁ ଆମେ କେହି ଭାବି ବି ନଥିଲୁ। ଏତେ ବଡ଼ ପଦକ୍ଷେପ ନେବା ପୂର୍ବରୁ ଟିକେ ମୋତେ ତ ପଚାରି ପାରି ଥାନ୍ତୁ। ତୁ ପରା ମୋତେ ତୋ ଭଉଣୀ ନୁହେଁ ବେଷ୍ଟ ଫ୍ରେଣ୍ଡ କହୁ!ଅନ୍ତତଃ ମୋତେ କହି ପାରି ଥାଆନ୍ତୁ। "

   ମୋର ସବୁଠୁ ଭଲ ସାଙ୍ଗ ମୁହଁରେ ହାତ ଦେଇ ହସିଲା। କହିଲା ବାଃ ବାଃ ଓମ୍ ତୁ ସତରେ ବଜାଇ ଦେଲୁ ଗୋଟେ ନୂଆ ସକାଳର ଶଙ୍ଖ। କିରେ ତୁ ଗୋଟେ ଏପରି ନୁଙ୍ଗୁରା ମୁଁ ଏତେ ଦିନ ତୋ ସହ ସାଙ୍ଗ ହେଲେବି ଜାଣି ପାରିଲି ନାହିଁ। ଯାହା କହ ତୋତେ ମାନିବାକୁ ପଡିବ। 

ଏକାଥରେ ରେଜେଷ୍ଟି ମ୍ୟାରେଜ। ଗାଈ ସଂଗେ ବାଛୁରୀ ଫ୍ରି। ଭାଇ ଭଲ କଲୁ କାଳେ ବାଛୁରୀ ଭବିଷ୍ୟତରେ ହୋଇ ନଥାନ୍ତେ ତୁ ଭାବି ଚିନ୍ତି ଗାଈ ସହ ବାଛୁରୀଟେ ନେଇ ଆସିଲୁ। ଗାଈ ତୋର,ବିନା କଷ୍ଟରେ ବାଛୁରୀ ବି ତୋର। 

     ସମସ୍ତଙ୍କଠାରୁ ଟୀକା ଟିପ୍ପଣୀ ଶୁଣି ଓମ୍ ସାଇ ଭାବିଲା କଣ ସେ ଭୁଲ କଲା ଯେ ବେଦ ଅଶୁଦ୍ଧ ହୋଇଗଲା। ବାପାଙ୍କ ଠାରୁ ଆରମ୍ଭ କରି ସାଇ ଭାଇ ବନ୍ଧୁ ବାନ୍ଧବ ସମସ୍ତେ ମୁହଁରେ ହାତ ଦେଇ ହସୁଛନ୍ତି!। କଣ ହୋଇଛି ଆମ ମଣିଷକୁ। ଗୋଟିଏ ହୃଦୟଧାରୀ ମଣିଷ ହେଲି ବୋଲି ଏତେ ଛିଗୁଲେଇ କହୁଛନ୍ତି!। ଜୀବନ ତାର,ବଞ୍ଚିବ ସିଏ,ଅଥଚ ଜୀବନରେ ପ୍ରଥମ ଥର ଗୋଟିଏ ନିଷ୍ପତ୍ତି ନେଲା ଯେ କି ଚହଳ ପଡିଛି?ଛି ଛି,କୁଳାଙ୍ଗାର,ଛତରା, ବେହିଆ,ତଳମୁହାଁ ,ଅଇଁଠା ଖିଆ କେତେ କଣ କହୁଛନ୍ତି। କି ବିଧି ବିଧାନ କେଜାଣି ଏ ସମାଜର!ମଣିଷ ତିଆରି ଶଗଡ଼ ଗୁଳାରେ ନିଜର ଆତ୍ମାକୁ ମାରି ଚାଲିଲେ ଭଲ,ନଚେତ୍ ସୁଦୁ ଖରାପ!!ମୁଁ ଜଣେ ମଣିଷ ର କାମ କରିଛି,ପ୍ରଶଂସା ନ ଦେଇ କି ଝିଙ୍ଗାସ!। ମୁଁ କଣ ବା କରି ପାରିଥାନ୍ତି….ପରିସ୍ଥିତି ସେମିତି ହିଁ ଥିଲା। ମୋ ଆତ୍ମା ଯାହା ନିର୍ଦ୍ଦେଶ ଦେଲେ ତାହା ହିଁ ତ କରିଛି। ଏଠି ପାଇଁ ଏତେ ଝଡ଼……

      ପାଖା ପାଖି ରହୁଥିଲୁ ଦୁଇ ଜଣ,ପଡୋଶୀ ପରି। କଲିକତା ବ୍ୟାଙ୍କରେ ଯେତେବେଳେ ଚାକିରୀ ପାଇଲି ପିଓ ଭାବେ କେଉଁଠି ରହିବି ଭଲ ଜାଗାଟିଏ ପାଉନଥିଲି। 

ମୋରି ବ୍ୟାଙ୍କର ଜଣେ କର୍ମଚାରୀ ମୋତେ ଗୋଟିଏ ଭଲ ଅଫିସ୍ ପାଖ ତାର କେହି ଆତ୍ମୀୟ ଘରେ ଭଡାରେ ନେଇ ରଖିଲା। ତାର ଘର ବି ସେଇ ପାଖା ପାଖି। ଭଡା ଘର କମ୍ ନିଜ ଘର ସୁବିଧା ବେଶୀ ଦେଲା ସେ ମୋତେ। ଛୋଟିଆ ହସିଲା ସଂସାର ତାର। ଘରେ ସ୍ତ୍ରୀ ,ଏକ ବର୍ଷର ପୁଅ ଓ ବାପା ମା। ହଁ ସେ ଜିତ୍ ଗାଙ୍ଗୁଲି। ହୋଟେଲରେ ଖୁଆଇ ଦିଇନି କେବେ। ନିତି ଘରୁ ରୋଷେଇ କରି ଆଣି ଖୁଆଏ। 

କୁହେ ସାର୍ ସବୁଦିନେ ହୋଟେଲ ରେ ଖାଇଲେ ଦେହ ବିଗିଡି ଯିବ। 

    ମୁଁ କୁହେ ସବୁଦିନେ ଏସବୁ ଭଲ ନୁହେଁ ଗାଙ୍ଗୁଲି ବାବୁ। ହଁ ଥରେ ଅଧେ ଚଳିବ, କିନ୍ତୁ…

   ମୋ ମୁହଁରୁ ଛଡେଇ ନେଇ ସେ କହିଲେ ଠିକ୍ ଅଛି ମିଲ୍ ପେଇଙ୍ଗ୍ ଗେଷ୍ଟ୍ ହୁଅନ୍ତୁ ମୋର। ମାସକୁ ମାସ ଖାଇବା ବାବଦକୁ ପେମେଣ୍ଟ୍ ବି ଦେଇଦେବେ। 

    ହଁ ଏମିତି ହୋଇପାରେ ମୁଁ କହିଲି। କାରଣ ମୋର ପିଲାଦିନୁ ଗ୍ୟାସ ରୋଗ। ବାହାରେ ଖାଇବା ମୋ ଦେହରେ ଯାଏନି। ମୋତେ ବି ରୋଷେଇ କରି ଆସେ ନାହିଁ। ଈଶ୍ୱର ବୋଧେ ମୋ ଅବସ୍ଥା ଜାଣି ଏପରି କରୁଛନ୍ତି। ମୁଁ ଖୁସିରେ ରାଜି ହୋଇଗଲି। ଜିତ୍ ମୋ ବୟସର ବ୍ୟାଙ୍କ କ୍ଳର୍କ। 

ଯେହେତୁ ମୁଁ ପି ଓ ମୋତେ ସାର୍ ଡାକେ। ମୁଁ କହିଲି ଜଣେ ଉତ୍ତମ ବନ୍ଧୁ ପରି ଏତେ ଉପକାର କଲ ପୁଣି ସାର୍ ଡାକୁଛ। ଆମେ ସାଙ୍ଗ ବୁଝିଲ। 

    କିନ୍ତୁ ଅଫିସିରେ ସାର୍ ନ ଡାକିଲେ ମୋତେ ଖରାପ ଲାଗିବ। ଅନ୍ୟ ଷ୍ଟାଫ୍ ମାନେ କଣ ଭାବିବେ!

    ଆରେ ସେ ପାଇଁ ଚିନ୍ତା କରନି। ମୁଁ ସେ ବ୍ୟବସ୍ଥା କରି ଦେବି କହିଲି। ତାପର ଦିନ ସବୁ ଷ୍ଟାପ୍ ଆଗେ ଜିତ୍ ଗାଙ୍ଗୁଲି ମୋ ସାଙ୍ଗ କ୍ଲାସ ମେଣ୍ଟ୍ ବୋଲି କହିଦେଲି। ସେଇ ଦିନଠୁ ଜିତ୍ ଓ ମୁଁ ବେଷ୍ଟ୍ ଫ୍ରେଣ୍ଡ୍ ହୋଇଗଲୁ। କିନ୍ତୁ ସାର୍ ଡାକଟି ତାର ଗଲାନି। ଅତି ଭଲ ପିଲାଟି ସେ। ସବୁ ଭଲ ଭିତରେ ଗୋଟାଏ ଖରାପ ଗୁଣ ତାର। କୁହେ ବୁଝିଲେ ସାର୍ ଏଥିରୁ ଟିକେ ନହେଲେ ନ ହୁଏ। ନିଦ ହେବନି। ବାଜେ ଅଭ୍ୟାସ ମୁଁ ଜାଣେ। ଛାଡି ପାରୁନି। ମୋ ସ୍ତ୍ରୀ 'ରୁବି' ଏ ଅଭ୍ୟାସ ପାଇଁ ପ୍ରାୟ ମୁହଁ ଫୁଲେଇ କଥା ହେବା ବନ୍ଦ କରିଦିଏ। ଆସ୍ତେ ଆସ୍ତେ ଛାଡିବାକୁ ଚେଷ୍ଟା କରୁଛି। କିନ୍ତୁ ସମ୍ପୂର୍ଣ୍ଣ ଛାଡି ହେଉନି। ପାର୍ଟି ସାର୍ଟିରେ ଟିକେ ପକେଇ ଦେଉଛି ସାଙ୍ଗ ମେଳେ। 

   ମୁଁ କହିଲି ଜାଣୁଛ ଯଦି ଏହା ଖରାପ ସମ୍ପୂର୍ଣ୍ଣ ଛାଡି ପାରୁନ କାହିଁକି?"

   ଆପଣ ଜଣନ୍ତିନି ସାର୍ -------ସେ ଗୋଟେ ମାୟାବିନୀ,କୁହୁକିନୀ, ସୁନ୍ଦରୀ ନାରୀ ଠାରୁ ବି ଅଧିକ ଆକର୍ଷଣୀୟ। ସେ ଯେବେ ମନ ଭିତରେ ଇଛାଟିଏ ଜଗାଏ, ଭାରି ଛଟପଟ କରେ। ତାକୁ ହାସଲ ନକରିବା ଯାଏ ନିସ୍ତାର ନଥାଏ। ବୁଢ଼ିଆଣି ସୂତା ପରି ଏ ବାଜେ ଜୀବନ ନେବା ଅଭ୍ୟାସଗୁଡାକ ଆସନ୍ତି। ଆସିଲା ବେଳେ ଭାରି ଭଲ ଲାଗେ। ହେଲେ ସାର୍ ଏ ଅଭ୍ୟାସ ଆସ୍ତେ ଆସ୍ତେ ଅଜଗର ସାପ ପରି ଗୁଡେଇ ହୋଇ ଯାଏ । ଆରମ୍ଭ ରେ କି ଆନନ୍ଦ!ଆହା ସ୍ୱର୍ଗ ଟା ସତେ କି ହାତ ପାନ୍ତାରେ। କିନ୍ତୁ ସମୟ କ୍ରମେ ପ୍ରାଣ ଘାତି ହୁଏ। ଅଜଗର ଗୁଡେଇ ହୋଇ ହୋଇ ଶେଷକୁ ଗିଳି ଦିଏ। ଏ ଅଭ୍ୟାସରୁ ମୁକୁଳିବା ଦୁରୁହ ବ୍ୟାପାର। କିନ୍ତୁ ପୁଅଟି ହେବା ପରେ ମୋ ସ୍ତ୍ରୀ ରୁବି ଭାରି ସୁନ୍ଦର ଗୁଣର ବୁଦ୍ଧିମତୀ ଝିଅଟିଏ ସାର୍। ମୋତେ କହିଲା" ଜିତ୍! ଏଥର ପୁଅ ତୁମେ ଆଉ ମୁଁ ମିଶିକି ଠିପିଏ ଠିପିଏ ମାରିବା। ଭଲ ହେବ। ପେଟକୁ ଭାତ ଅଣ୍ଟୁନ ଥିଲା ସାର୍। କିନ୍ତୁ ସେଥିରୁ ପେଗ୍ ନେବା ନିଶ୍ଚିନ୍ତ ଥିଲା। ଏଇ ରୁବି ଟା ଆସି ବଦଳେଇ ଦେଲା ମୋ ଜୀବନ ରାସ୍ତା। ହ୍ୱିସ୍କି କବଳରୁ ସେ ମୋତେ ମୋ ପୁଅ ମୁଣ୍ଡ ଛୁଆଁଇ ଶପଥ କରାଇଛି। ଆଉ ହ୍ୱିସ୍କି ମାୟାରେ ପଡୁନି। 

    କିନ୍ତୁ କଣ କରିବି,ବେଳେବେଳେ ହ୍ୱିସ୍କି ଡାକାରା ବାଇଆ କରିଦିଏ। ଏବେ କେବେ କେମିତି ତା ମାୟାରେ ପଡେ। ଖୋଲା ପିଲାଟି ଜିତ୍। ତା ବାବା ମା ବି ମୋତେ ନିଜ ପୁଅ ପରି ଶ୍ରଦ୍ଧା କରନ୍ତି। ଆଉ ରୁବି ଖୁବ ଭଲ ଭଦ୍ର ଝିଅଟି। ଆଗରୁ ଚିହ୍ନା ଲୋକ ପରି କଥା ହୁଏ। ପ୍ରତି ରବିବାର ମୁଁ ସେମାନଙ୍କ ସହ ଡାଇନିଂ ଟେବୁଲରେ ବସି ତାଙ୍କ ଘରେ ଖାଏ। ପ୍ରିୟ ଘର ଲୋକ ପରି ବ୍ୟବହାର କରନ୍ତି। 

      ସବୁ ଠିକ୍ ଠାକ୍ ଥିଲା। ହଠାତ୍ ଦିନେ କେଉଁ ବନ୍ଧୁଙ୍କ ବିବାହ ଭୋଜି ଖାଇବାକୁ ଯାଇଥିଲା ଜିତ୍। ସେଠି ସାଙ୍ଗ ମାନେ ହୁଅନ୍ତୁ ବା ପୁରୁଣା ଅଭ୍ୟାସ ପୁଣି ମାଗଣା ପାଇ ଦଶ ବାର ପେଗ୍ ହ୍ୱିସ୍କି ମାରି ଦେଇ ଘରକୁ ଫେରିଲା ବେଳେ ଟ୍ରକ ସହ ତା ବାଇକ ପିଟି ହୋଇ ହସ୍ପିଟାଲରେ ପଡିଲା। ବଞ୍ଚିବା ମୁସ୍କିଲ ଡାକ୍ତର କହିଲେ। ଅପରେସନ ହୋଇ ଅଚେତ ଅବସ୍ଥାରେ ତିନି ଦିନ ରହିଲା ପରେ ଜିତ୍ ଆଖି ଖୋଲିଲା। କଥା କହି ପାରୁ ନଥାଏ। ତା ପରିବାର ଲୋକଙ୍କ ଅବସ୍ଥା ଫନି ବାତ୍ୟାରେ ପୁରୀ ଅବସ୍ଥାକୁ ପ୍ରାପ୍ତ ହୋଇଥିଲେ। ତା ବାବା ମା ଓ ସ୍ତ୍ରୀ ପାଗେଳି ହୋଇ ଯାଇଥିଲେ। ବର୍ଷକ ପୁଅଟି ହସ୍ପିଟାଲରେ ଗୁରୁଣ୍ଡି ଗୁରୁଣ୍ଡି ବୁଲୁଥାଏ। ସତେକି ସେ ବି ବୁଝି ପାରୁଥାଏ ଅବସ୍ଥାର ଗୁଋତ୍ୱ। ଅଖିଆ ଅପିଆ ଥିଲେ ବି ଟିକେ କାନ୍ଦୁ ନଥାଏ। 

    ମୁଁ ତା ବେଡ଼ ପାଖରେ ବସିଥାଏ। ଇଶ୍ୱରଙ୍କ ଉପରେ ଭରସା କରିବା ବ୍ୟତୀତ ଆଉ କିଛି ଚାରା ନଥାଏ। ସେ ଆଖି ଖୋଲିଲା। ତା ଦୁଇ ଆଖିରୁ ଗଡି ପଡୁଥାଏ ଲୁହ ଧାର ଧାର। ସେ ଆଖି ବୁଲାଇ ଆଣିଲା ତା ପରିବାର ଲୋକଙ୍କ ମୁହଁକୁ ଚାହିଁ । କି ଭୟ କି ଆକୁଳ ଭାବ ସେ ଆଖିରେ!!

ଠାରରେ ବହୁ କଷ୍ଟରେ ତା ବାବାମା ଓ ରୁବିକୁ ଯେମିତି ପାଖକୁ ଡାକିଲା। ତା ମା କହୁଥାନ୍ତି "ମୋ ଧନ ଆଖି ଖୋଲିଲାଣି। କିଛି ହେବନି ତୋର ବାପା। "ରୁବି ଆଖି ଆକାଶକୁ କେବଳ ଶ୍ରାବଣ ଜାବୁଡି ଧରି ଥାଏ। ଜିତ୍ ରୁବି,ତା ବାବା ମାଙ୍କ ହାତ ମୋ ହାତରେ ଧରାଇ ସବୁଦିନ ପାଇଁ ଆଖି ବୁଜିଲା। 

    ଓଃ କି କରୁଣ ସେ ଦୃଶ୍ୟ!ଜିତ୍ ର ମା ପାଗଳ ପ୍ରାୟ। ବାବା ମୁକ। ରୁବି ମଥା ପିଟି ପିଟି ଫଟାଇ ଦେଇଥିଲା। ମୁଁ ଓମ୍ ସାଇ କିଂକର୍ତ୍ତବ୍ୟବିମୁଢ। ଯଥାରୀତି ଶୁଦ୍ଧିକ୍ରିୟା ସରିଗଲା। ରୁବି ଦିନେ କହିଲା ସାର୍ ଏଣିକି ଆପଣ ଆଉ ଆସିବେନି ଆମ ଘରକୁ। ପଡୋଶୀ ଅନେକ ଟିପ୍ପଣୀ ଦେଉଛନ୍ତି। ପାରିବେ ଯଦି ଜିତ୍ ଜାଗାରେ ମୋତେ ଚାକିରୀଟିଏ ମିଳିବା ଉପାୟ କରି ଦିଅନ୍ତୁ। ଜଣେ ବନ୍ଧୁ ଭାବେ ଆପଣ ବହୁତ କଲେଣି। ମୁଁ ଅଣନିଃଶ୍ୱାସୀ ହୋଇ ଯାଉଛି ସାର୍ ଆପଣଙ୍କ ଦୟା ତଳେ ଚାପି ହୋଇ। ମୋତେ ଖରାପ ଭାବେବେନି ଏମିତି କହିଲି ବୋଲି। ଆପଣଙ୍କ ଭବିଷ୍ୟତ, ପରିବାର ଅଛି। କେତେ ଦିନ ଆଉ ଆପଣ ଆମ ପାଇଁ କଷ୍ଟ କରିବେ । ମୋତେ ମୋ ପରିବାର ଚଳାଇବାକୁ ପଡିବ। 

     ଜିତ୍ ବାବା ମା କେବଳ ଜୁଳୁ ଜୁଳୁ କରି ଅନାନ୍ତି। 

ଛୋଟ ପୁଅଟି ଏବେ ଏବେ ଡାକି ଶିଖିଲାଣି। ମୋତେ ଦେଖିଲା କ୍ଷଣି ବା ବା କହି ଦଉଡି ଆସେ। କଣ କରିବି। ରୁବି ଯାହା କହୁଛି ସତ୍ୟ। ମୋ ଘର ବାପା ମା ଭଉଣୀ ଅଛନ୍ତି। ମୋ ବାହାଘର ପାଇଁ ଘରେ ବ୍ୟସ୍ତ। ତିରିଶି ପୁରି ଏକତିରିଶି ପଶିଲାଣି। ବୋଉ ମୋର ବୋହୁଟିଏ ପାଇଁ ଅନେଇଁ ବସିଛି ମୋ ହଁ ନା କୁ। ମୋ ଭିତରେ ଯୁଦ୍ଧ,ଦ୍ଵନ୍ଦ୍ୱ। 

କଣ କରିବି?ଜିତ୍ ମରିବା ଦେଢ଼ ବର୍ଷ ହେଲାଣି। କେବଳ ଆର୍ଥିକ ସାହାଯ୍ୟ କରୁଛି ସେ ଏବେ ତା ପରିବାରକୁ। 

ଗୋଟେ ଟଣା ଓଟରା ଜୀବନ ଭିତରେ ଓମ୍ ଥକି ପଡିଲାଣି। 

     କିଛି ତ ଗୋଟେ କରିବାକୁ ପଡିବ। କଣ କରି ପାରିବ ଭାବି ଭାବି ସେ ଶେଷରେ ଏଇ ସିଦ୍ଧାନ୍ତ ରେ ପହଞ୍ଚି ଲା। ଜିତ୍ ପରିବାରକୁ ଆପଣେଇ ନେବ ସାରା ଜୀବନ। 

ଭାବିବ ତାକୁ ଈଶ୍ୱର ଦୁଇଟି ପରିବାର ଦେଇଛନ୍ତି। ଅନେକ କଷ୍ଟ ହେବ ତାକୁ। କିନ୍ତୁ ବଞ୍ଚିଯିବେ ଚାରିଟା ପ୍ରାଣୀ। ସେ ତା ମନ କଥା ପ୍ରଥମେ ଜିତ୍ ବାବା ମା ଙ୍କୁ ଜାଣାଇଁଲା। ଜିତ୍ ବାବାମା ମୋ କଥା ବିଶ୍ୱାସ କରି ପାରିଲେ ନାହିଁ। କିନ୍ତୁ ଅତି ଖୁସି ହୋଇ ଗଲେ। ତାପରେ ରୁବିର ମତାମତ ନେବାକୁ ଯାଇ କହିଲି"ରୁବି ମୁଁ ତୁମକୁ ବିବାହ କରିବାକୁ ଚାହେଁ;ଯଦି ତୁମ ଆପତ୍ତି ନଥାଏ। ବହୁତ ଚିନ୍ତା କରିଲା ପରେ ମୁଁ ଏ ନିଷ୍ପତ୍ତି ନେଇଛି। "

     ରୁବି ପ୍ରଥମେ ନିଜ କାନକୁ ଅବିଶ୍ୱାସ କଲା। 

ସନ୍ଦେହ ବି। ନାରୀ ସ୍ଵଭାଵ ସେମିତି। ହଠାତ୍ ଅଭାବନୀୟ ପରିସ୍ଥିତି କୁ ଗ୍ରହଣ କରି ପାରନ୍ତି ନାହିଁ। ସେ କହିଲା "ମୋତେ ଆପଣ ଦୟା କରି ଏପରି ନିଷ୍ପତ୍ତି ନେଉ ନାହାନ୍ତି ତ!ମୁଁ ଜଣେ ବିଧବା,ପୁଣି ଗୋଟିଏ ସନ୍ତାନର ମା। ମୁଁ ଜଣେ ବଙ୍ଗାଳି ବ୍ରାହ୍ମଣ। ଆପଣଙ୍କ ଘରେ ମୋତେ ବୋହୂର ସମ୍ମାନ ଦେବେ ତ!ଆପଣ ନିଜେ ମୋତେ ସ୍ତ୍ରୀ ରୂପେ ଆତ୍ମାରୁ ଭଲ ପାଇଁ ପାରିବେ ତ!"

      ମୁଁ କହିଲି "ରୁବି ଜାଣି ନାହିଁ କଣ କେତେ ପାରିବି। ମୋ ହୃଦୟ ମୋତେ ଯାହା କହିଲା ମୁଁ ସେଇ ନିଷ୍ପତ୍ତି ହିଁ ନେଉଛି। ମୋ ଘରେ ଅତି ସହଜରେ ଗ୍ରହଣ କରୁବେ ନାହିଁ,ମୁଁ ଜାଣେ। କିଛି ନୂଆ ଧାରା, ନୂଆ ରାସ୍ତାରେ ଚାଲିବାକୁ ହେଲେ ଅନେକ ବାଧା ବିଘ୍ନ ଆସିବ। ସେ ସବୁ ସାମନା କରିବାର ସାହସ ଓ ନିଜ ଉପରେ ଦୃଢ଼ ବିଶ୍ୱାସ ରଖିବାକୁ ପଡେ। ମୁଁ ଭାବୁଛି ମୁଁ ଏ ସବୁ ପାରିବି। ତୁମେ କୁହ ମୋତେ ସ୍ୱାମୀ ଭାବେ ଗ୍ରହଣ କରି ପାରିବ କି ନାହିଁ। "

     ମୋତେ ବି ବହୁତ କଷ୍ଟ ହେବ ସାର୍। ଜିତ୍ ସ୍ଥାନ ଆପଣଙ୍କୁ ଦେବାକୁ। ଆପଣ ବୋଧେ ଜାଣି ନାହାନ୍ତି ଜିତ୍ ମୋତେ ଭଲ ପାଇ ବିବାହ କରିଥିଲେ। ଆପଣଙ୍କୁ ବିବାହ କଲେ ମୋ ପୁଅକୁ ବାବା ମିଳିଯିବ। ମୋ ଶାଶୁ ଶଶୁରଙ୍କୁ ପୁଅ ମିଳିଯିବ। ମୋତେ ମିଳିଯିବ ସିନ୍ଦୂର,ଶଙ୍ଖା। କିନ୍ତୁ ସମୟ ଲାଗିବ ଆପଣଙ୍କୁ ଜିତ୍ ସ୍ଥାନ ଦେବା ପାଇଁ। କାରଣ ଏବେ ବି ଜିତ୍ ଙ୍କ ଅବର୍ତ୍ତମାନ ରେ ବି ମୁଁ ତାଙ୍କୁ ଅନୁଭବ କରେ ଜହ୍ନ ଯେତେବେଳେ କର ଲେଉଟାଏ। ତାଙ୍କ ପ୍ରଦତ୍ତ ପ୍ରତିଟି ଜିନିଷରେ। ତାଙ୍କୁ ସ୍ପର୍ଶ କରେ ମୋ ପୁଅ ପ୍ରୀତ୍ ଭିତରେ। 

ଆପଣ ମୋତେ ବିବାହ କଲେ କେବଳ ବୋଝ ମୁଣ୍ଡେଇବେ ବେଶୀ ଖୁସୀ ପାଇବେ କମ୍। ମୁଁ କଣ ଏତେ ସ୍ୱାର୍ଥ ପର ଯେ ମୋ ଦୁର୍ଦ୍ଦିନରେ ଯେ ସାହା ହେଲେ ତାଙ୍କ ଜୀବନ ନଷ୍ଟ କରିଦେବି!!। ଆପଣ ଭଲ ଭାବେ ଚିନ୍ତା କରି କୁହନ୍ତୁ ଏମିତି ବୋଝ ମୁଣ୍ଡେଇ ଚାଲିପାରିବେ ତ ସାର୍"। ମୋ ଭିତରୁ ସବୁ ଭଲ ପାଇବା ଜିତ୍ ତାଙ୍କ ସହ ନେଇ ଯାଇଛନ୍ତୁ। ମୁଁ ଏବେ ଗୋଟେ ଏମିତି ନଈ ଜେଇଥିରେ ଟୋପେ ପାଣି ନାହିଁ। ଶୁଖି ଯାଉଛି ଜିତ୍ ଗଲା ପରଠୁ। ଏମିତି ଗୋଟେ ମଲା ନଈରେ ଜୀବନ ଓ ସଂସାର୍ ଡଙ୍ଗା ବାହି ପାରିବେ ତ। 

   ମୁଁ କିଛି ସମୟ ଗୁମ୍ ରହି ଭାବିଲି ଠିକ୍ ତ କହୁଛି ରୁବି। କିନ୍ତୁ ରୁବି ଲାଲଚି ନୁହେଁ ଅନ୍ୟ ଝିଅଙ୍କ ପରି ଏହା ସ୍ପଷ୍ଟ। ତାର ସ୍ପଷ୍ଟ ବାଦିତା ମୋତେ ଖୁବ ଭଲ ଲାଗିଲା। ଏବଂ ମୁଁ ମୋ ନିଷ୍ପତ୍ତିରେ ଅଟଳ ରହିଲି। ରୁବିକୁ ମୁଁ ରେଜେଷ୍ଟି ମ୍ୟାରେଜ କଲି। ରୁବି ଇଚ୍ଛା ନ ହେବା ଯାଏ ତାକୁ ସ୍ତ୍ରୀ ରୂପେ ଛୁଇଁବି ନାହିଁ ବୋଲି ମଧ୍ୟ ଶୁଣାଇ ଥିଲି। ରୁବିକୁ ନେଇ ଘରକୁ ଆସିଲା ପରେ ବହୁଛି ମହାବାତ୍ୟା। ଟିକ୍କା ଟିପ୍ପଣୀ ରେ ପୋତି ହୋଇ ପଡୁଛି ସେ। ମୋ ବୋଉ କିନ୍ତୁ ସମ୍ମତି ଦେଇଛି ମୋର ଏପରି ଏକ କ୍ରାନ୍ତିକାରୀ ନିଷ୍ପତ୍ତିରେ। 

    ଆଉ ମୁଁ ବୁଝି ପାରୁନାହିଁ କଣ ଅପରାଧ କରିଛି। ମୋ ନିଜ ଲୋକ ମୋ ନିଷ୍ପତ୍ତିରେ ଖୁସି ହେବା ପରିବର୍ତ୍ତେ ଏତେ କ୍ଷୁବ୍ଧ କାହିଁକି!!!କେବେ ବଦଳିବ ଆମ ସମାଜ!!ଜଣେ ପଚିଶି ବର୍ଷୀୟା ମହିଳା ଆଜୀବନ ଏକା ଚାଳିବ କାହିଁକି??

ସେ ବି ଜଣେ ମଣିଷ। ପଚାଶ, ପଂଚାଵନ ବର୍ଷର ବିପତ୍ନୀଙ୍କ ପୌଢ଼ ବା ବୃଦ୍ଧ ଅନେକ ବାର ବିବାହ କରିବାରେ ସମାଜର ନାହିଁ କିଛି ନୀତି ନିୟମ କି ବାଧା ବା ନାକ ଟେକା। ଅଥଚ ପଚିଶ ବର୍ଷୀୟା ବିଧବା ତରୁଣୀ ବିବାହ କରିବାରେ ଏତେ ଝଡ଼!!

    ସେ ତ ଜାଣି ଜାଣି ଝଡକୁ ନିଜେ ବରି ନେଇଛି,

ବିଚଳିତ ହେବେ କାହିଁକି??କେବଳ ଅପେକ୍ଷା ରୁବି ତାଙ୍କୁ କେବେ ଦେଉଛନ୍ତି ସ୍ୱାମୀ ଅଧିକାର ଓ କେବେ ତାଙ୍କ ପରିବାର ଓ ସମାଜ ବୁଝୁଛି ତାଙ୍କୁ। 

    ଏଇ ଭିତରେ ପ୍ରୀତ୍ ଡାକୁଥଲା ବାବା ବାବା। ଲାଗୁଥିଲା ଜିତ୍ ସତେକି ଡାକୁଛି ସାର୍ ସାର୍। 



Rate this content
Log in

More oriya story from Satyabati Swain

Similar oriya story from Tragedy