Madhabi Patel

Inspirational

4  

Madhabi Patel

Inspirational

ଝଡ଼ ପରର ଦୃଶ୍ୟ

ଝଡ଼ ପରର ଦୃଶ୍ୟ

3 mins
397


ପ୍ରକୃତିର ବି ଅଜବ ମିଜାଜ। କେତେବେଳେ ଶାନ୍ତ ସୁୁଶୀଳ ବାଳକଟିଏ ପରି ସୁଶୀଳ ଓ ମନୋରମ ହେଇଥିଲା ବେଳେ କେବେ ଉଗ୍ର କରାଳ କାଳିକା ସାଜି ଉଜାଡି ଦିଏ ନିଜକୁ ନିଜେ।ସବୁଜ ବୃକ୍ଷଲତାର ସାଗୁଆ ଶାଢୀରେ ଆଚ୍ଛାଦିତ ହେଇ ବଣଫୁଲର ରଙ୍ଗିନ ଗଜରା ନାଇଁ ନବବଧୂ ସାଜେ ପୁଣି ଫୁଲଙ୍କ ଦେହରୁ ନିର୍ଗତ ନାନା ଅତର ବାସ୍ନାରେ ମହକୁଥାଏ କ୍ଷଣକ୍ଷଣ।ନଈ ଝରଣାଙ୍କ କୁଳୁକୁଳୁ ନିନାଦରେ ଛନ୍ଦତୋଳି ବହିଯାଉଥାଏ ସୁଦୂର ସାଗର କୋଳକୁ।ରାତ୍ରୀରେ ରୂପା ତାରକସିର ଚନ୍ଦ୍ରାତପ ଚାନ୍ଦୁଆ ଟାଣି କୌମୁଦୀରେ ଭିଜାଉଥାଏ ତାର ତନୁ।କେବେ ଗ୍ରୀଷ୍ମ,କେବେ ବର୍ଷା ଶୀତ ହେମନ୍ତ ଓ ବସନ୍ତର ରାଜୁତିରେ ନିଜର ରୂପ ବଦଳାଇ ରୂପମୟୀ ସାଜେ। ଅନନ୍ୟା ଏଇ ପ୍ରକୃତିର ରୂପ ସୁଷମା।କେଉଁଠି ସାଗରର କଳକଳ ନିର୍ଘୋଷରେ ଆତ୍ମଗର୍ବି ମନେ ହେଉଥିଲାବେଳେ,କେବେ ମରୁଭୂମିର ବାଲୁକା ପାହାଡ ଭିତରେ ଗୁମ୍ସୁମ୍ ପଡିଥାଏ। କୋଉଠି ବରଫ ର ଆସ୍ତରଣରେ ଅଣନିଶ୍ବାସୀ ହେଇ ଯାଉଥିବାବେଳେ କୋଉଠି ବସନ୍ତର ମଳୟ ସ୍ପର୍ଶରେ ବିମୋହିତ ହେଉଥାଏ।କୋକିଳର ମଧୁ ଗାନର ମଜାନେଇ ଦୋଲାୟିତ ହେଉଥାଏ ବଣଫୁଲର ସୁରଭିରେ।

ପୁଣି କେବେ ଝଡର ଉଗ୍ରରୂପ ଧରି ପହଞ୍ଚିଆସେ ତାର ସେ ସୁନ୍ଦର ମନୋରମ ରୂପକୁ ବିଗାଡିବା ପାଇଁ।କ୍ଷଣକେ ଛିନ୍ନ ବିଛିନ୍ନ କରିପକାଏ ନିଜର ସୁନ୍ଦର କାୟାକୁ। ଆଜି କିଛି ଘଣ୍ଟା ଆଗରୁ ଘଟିଥିଲା ସେମିତି ଘଟଣା ଟିଏ।ଶାନ୍ତ ସରଳା ପ୍ରକୃତି ରାଣୀ କ୍ଷଣକେ ବାଉଳା ହେଇ ଉଠିଥିଲା।ଧୂଳି ଧୂସରିତ ହେଇ ପ୍ରବଳ ବେଗରେ ମାଡି ଆସିଥିଲା ସମୁଦ୍ର କୂଳରେ ରହୁଥିବା ମଛୁଆରା କେଉଟ ବସ୍ତିଆଡେ।ଆକ୍ରୋଶରେ ନାଲି ପଡି ଧୂଳିବାଲି ବୋଳିହୋଇ ନିଜକୁ ବିକୃତ କରିସାରିଥିଲା ସେ। ବୃକ୍ଷଲତା ବିଜୁଳିଖମ୍ବ ସବୁ ଉପାଡି ଫିଙ୍ଗି ଦେଉଥିଲା।ବୃକ୍ଷମାନେ କାକର ଥିପିଲାପରି ତଳେ ଭୂପତିତ ହେଇ ଲୋଟିପଡୁଥିଲେ କ୍ଷଣକେ। ଉତ୍ତୁଙ୍ଗ ଆକାଶ ଛୁଆଁ ହେବାର ଆତ୍ମଗର୍ବସବୁ କ୍ଷଣକେ ଚୂର୍ମlର ହେଇ ଯlଉଥିଲା। ଏତେଦିନ ମେଲେଇଥିବା ଶାଖା ପ୍ରଶାଖା ମାନ କଟକଟ ଶବ୍ଦକରି ଭୂମିଲଗ୍ନା ହେଇପଡୁଥିଲେ।ତା ସାଙ୍ଗରେ ବୃକ୍ଷରେ ବସବାସ କରିଥିବା ଛଢେଇ ଓ ସରିସୃପମାନେ ମଧ୍ୟ ବାସହରାହେଇ ଏଣେ ତେଣେ ଦଉଡୁଥିଲେ।କେଉଟବସ୍ତିରେ ମୃତ୍ୟୁର ଆତଙ୍କ ଖେଳିଯାଇଥିଲା।ସେଦିନ ଘରେ ଖାଇବାକୁ କିଛି ନଥିବାରୁ ସ୍ତ୍ରୀ ସୁରମାର କଥାରେ ଭୁକୁଲୁ ତା ଡଙ୍ଗାନେଇ ମାଛମାରିବାକୁ ଚାଲି ଯାଇଥିଲା ନିଜଚଉଦ ବର୍ଷର ପୁଅ କେଦାରକୁ ଧରି।

ଝଡର କଳାଳ ଗ୍ରାସର ଶିକାର ହେଇପଡିଥିଲା ତାଙ୍କର

ନାଆ ଖଣ୍ଡିକ।ଟଳମଳହେଇ ବିଳୀନ ହେଇଯାଇଥିଲା ସମୁଦ୍ର ଗର୍ଭରେ।ମଛୁଆରା ବସ୍ତିରେ କାନ୍ଦବୋବାଳି ଚାଲିଥାଏ।ସରମା ର ହୃଦୟ ବିଦାରକ କାନ୍ଦଣାରେ ବିଳପି ଉଠୁଥାଏ ସାରା ପରିବେଶ। ବ୍ୟଥାତୁର ହେଇପଡିଥିଲା ସାରା କେଉଟ ବସ୍ତି।ନିଜର ପରିବାର ହଜାଇ ବିଚାରୀ ପୂରା ଏକା ହେଇ ଯାଇଥିଲା।ଝଡର କି ଯାଏ ଆସେ କିଛି କ୍ଷଣ ଆଗରୁ କରାଳ ଉଦଣ୍ଡୀ ସାଜିଥିବା ପ୍ରକୃତି ଏବେ ଶାନ୍ତ ସୁଗୃହିଣୀଟେ ପାଲଟି ସାରିଥିଲା।ଏବେ ପୁଣି ତାର ନିର୍ମଳ ରୂପର ପସରା ମେଲାଇ ଦେଇଥିଲା।ମନ୍ଦମନ୍ଦ ଶୀତଳ ଶମୀରଣ ବହି ଆସୁଥିଲା ସମୁଦ୍ର କୂଳରେ।ସୂବର୍ଣି ଖରା ବିଛେଇ ହେଇପଡିଥିଲା ସମୁଦ୍ର ବାଲି ଉପରେ।।ସମୁଦ୍ରର ଲହରୀ ତା ଛନ୍ଦରେ ନୃତ୍ୟ ଜାରି ରଖିଥିଲା ଆଗପରି।କେବଳ ବଦଳି ଯାଇଥିଲା ସୁରମାର ଜୀବନ।ଉଜୁଡି ଯାଇଥିଲା ତାର ସୁନ୍ଦର ସଂସାର।ସେ ବିଧବା ଓ ପୁତ୍ରହରା ପାଲଟି ଯାଇଥିଲା।ଏବେବି ଝଡର ସନ୍ତକ ରୂପରେ ବୃକ୍ଷର ଭଗ୍ନ ଶାଖା ପ୍ରଶାଖା ସବୁ ଚାରିଆଡେ ବିଛେଇ ହେଇ ପଡିଥିଲା।ଲାଇନ ଖୁଣ୍ଟସବୁ ବଙ୍କାହେଇ ପୁଣି କିଏ ପୁରା ଉପାଡି ହେଇ ପଡିଥିଲେ।ରାସ୍ତାଘାଟ ଶୁଖା ଓ କଞ୍ଚାପତ୍ରରେ ଅସନା ହେଇ ଯାଇଥିଲା।ଅନେକ ଜୀବଙ୍କ ମୃତ୍ୟୁ ହେଇ ଯାଇଥିଲା।ବାକି ବଞ୍ଚିଯାଇଥିବା ଜୀବମାନେ ପୁଣି ନିଜର ନୂଆ ଆଶ୍ରୟର ସନ୍ଧାନରେ ଲାଗି ପଡିଥିଲେ।ଯେତେ ବିପଦ ଆସିଲେ ବି ଜୀବଟିଏ ବଞ୍ଚିବାର ଆଶା ଛାଡେ ନାହି,।ନିଜର ଆପଣା ଲୋକଙ୍କୁ ହରାଇବା ଦୁଃଖଭୂଲି ପୁଣି ପେଟପାଟଣାକୁ ବାହାରିଯାଏ।ପଶୀପକ୍ଷୀଙ୍କ ମନୋବଳ ଟାଣ ବୋଲି ତାଙ୍କ ସମାଜରେ ଏହା ଟିକେ ସହଜ ଓ ଦୃତ ହେଇଥିବା ବେଳେ ମଣିଷପାଇ କିଛିମାସ ବର୍ଷ ସମୟ ବିଲମ୍ବ ଲାଗିଯାଇଥାଏ ମନ ପରିବର୍ତ୍ତନ ହେବାପାଇଁ।ସୁରମାର ଜୀବନରେ ଆସିଥିବା ଖାଲିପଣ ର କ୍ଷତ ବି ସମୟର ମଲମରେ ଭରି ଆସୁଥିଲା।କେତେଦିନ ଆଉ ଭୋକଶୋଷରେ ପଡିରହିବ ଭଙ୍ଗା କୁଡିଆରେ।ପୁଣି ନିଜକୁ ବଞ୍ଚାଇବାକୁ କିଛି ଖଟିବାକୁ ତ ପଡିବ।ଏବେତ ସ୍ବାମୀର ସହାରା ବି ନାହିଁ।ନିଜପାଇଁ ନିଜକୁହିଁ ରୋଜଗାରକ୍ଷମ କରିବାକୁ ପଡିବ।ସେ ଚାରିଆଡେ ନିଘା କରି ଦେଖିଲା।ଝଡରେ ଧ୍ବଂସ ହେଇଯାଇଥିବା ଗଛ ଲତାମାନେ ପୁଣି ନୂତନ ପିଲରେ ସଜାଇ ହେଇ ସବୁଜ ହେଇସାରିଥିଲେ।ହେଲେ ତା ଜୀବନରେ ସେ ଯାହା ହଜାଇ ଦେଲା ତାର କଣ ନୂତନ ପିଲ ଧରିବ।ତାର ସ୍ବାମି ପୁଅ କଣ ଫେରି ଆସିପାରିବେ ଏ ପିଲ ମାନଙ୍କପରି।ସେ ଗଛ ଲତାଙ୍କ ଭାଗ୍ୟପାଖରେ ନିଜକୁ ବଡ ଛୋଟ ଭାବୁଥିଲା।ଯଦି ଏମିତି ତା ଭାଗ୍ୟ ବି ହୁଅନ୍ତା ତା ହୃତ ପରିବାର ଫେରିଆସନ୍ତେ ତା ପାଖକୁ?ସେ ଆଖିର ଅଶ୍ରୁ ପୋଛି କାମର ଅନ୍ବେଷଣରେ ବାହାରିପଡିଲା। ନିଜ ଚିରା ଭାଗ୍ୟରେ ତଳିପକେଇ ଶକ୍ତ କରିସାରିଥିଲା ତା ମନକୁ।


Rate this content
Log in

Similar oriya story from Inspirational