STORYMIRROR

Lalita Mohan Mishra

Inspirational

3  

Lalita Mohan Mishra

Inspirational

ଈଶ୍ବରୀୟ ଜ୍ଞାନ

ଈଶ୍ବରୀୟ ଜ୍ଞାନ

2 mins
373

  ବେଳେ ବେଳେ ମଣିଷ ଭାବେ ଈଶ୍ବର କେଉଁଠି ଅଛନ୍ତି ? ? ? ଈଶ୍ବରଙ୍କର ସତ୍ତାକୁ କେମିତି ଅନୁଭବ କରି ପାରିବା... ପ୍ରକୃତରେ କ'ଣ ଈଶ୍ବର ଦୀନ ଦରିଦ୍ରର ନା ସମସ୍ତଙ୍କର ? ଏମିତି ଅନେକ ପ୍ରଶ୍ନ ଅନେକ ଜିଜ୍ଞାସା ମନ ଭିତରେ ସୃଷ୍ଟି ହୁଏ କିନ୍ତୁ ପ୍ରଶ୍ନର ସମାଧାନ କରିବା ବା ଉତ୍ତର ପାଇବା ପାଇଁ ମନ ବ୍ୟାକୁଳ ହୁଏ.।


- ଆମ ଗାଁ କୁ ଥରେ "ରାମ ଚରିତ ମାନସ" ପାରାୟଣ ନିମିତ୍ତ ଜଣେ ସାଧୁ ପୁରୀରୁ ଆସିଥିଲେ । ସେ ଧର୍ମ ଉପରେ ବହୁତ ଗୁଡିଏ କଥା କହୁଥାନ୍ତି । ଆମ୍ଭେମାନେ ମନ ଦେଇ ଶୁଣୁଥିଲା । ମୁଁ ସେତେବେଳକୁ ନବମ ଶ୍ରେଣୀରେ ପାଠ ପଢୁଥାଏ । ବାପା ଆମର ତାଙ୍କର ସମସ୍ତ କଥା ବୁଝୁଥିଲେ ।


- ମୁଁ ବେଳେ ବେଳେ ତାଙ୍କ ପାଇଁ ଖାଇବା ନେଇ ଯାଏ । ମୁଁ ଗଲାବେଳେ ସେ କିଛି କହୁଥିବେ... କାହାକୁ ପ୍ରବଚନ ଦେଉଥିବେ ନଚେତ୍ ବହି ପଢୁଥିବେ । ମୋର ଈଶ୍ବରଙ୍କ ବିଷୟରେ ଜାଣିବା ପାଇଁ ପ୍ରଶ୍ନଟି ପଚାରିବାକୁ ଇଛା ହେଉଥାଏ କିନ୍ତୁ କ'ଣ ଭାବିବେ ଭାବି ପଚାରି ପାରୁ ନ ଥାଏ ।


- ଏପରି ଭାବରେ ପାଞ୍ଚ ଦିନ ବିତିଗଲାଣି ଆଉ ଦୁଇ ଦିନ ପରେ ସେ ଚାଲିଯିବେ ? ସେଦିନ କିନ୍ତୁ ଏକା ବସି କ'ଣ ପଢୁଥିଲେ ? ଆଜି ପଚାରିବି ଭାବି ପଚାରି ଦେଲି....


- ମନୁଷ୍ଯ ଈଶ୍ବରଙ୍କ ସ୍ବରୂପ ଏବଂ ଈଶ୍ଵରଙ୍କର ନିକଟବର୍ତ୍ତୀ ହେବାକୁ ହେଲେ କ'ଣ କରିବାକୁ ପଡିବ ? 


- ସେ ଆରମ୍ଭ କଲେ... ଈଶ୍ବରଙ୍କର ନିକଟବର୍ତ୍ତୀ ହେବାକୁ ହେଲେ ତିନୋଟି ଜିନିଷ ପ୍ରତି ମନ ଦେବାକୁ ପଡିବ - ୧. ଧାରଣା ୨. ଧ୍ୟାନ ୩. ସମାଧି


- ୧. ଧାରଣା - "ଦେଶବନ୍ଧଚିତ୍ତସ୍ୟ ଧାରଣା" ଅର୍ଥାତ୍ ଚିତ୍ତ ବା ମନକୁ ଏକାଗ୍ରତା ରଖିବା ଧାରଣା । ଶରୀର ଭିତରେ ମନକୁ ସ୍ଥିର ରଖିବା ଉଚିତ୍ । ମନ ଅସ୍ଥିର ବା ଚଞ୍ଚଳ ହେଲେ ଈଶ୍ବରଙ୍କର ନିକଟବର୍ତ୍ତୀ ହୋଇ ପାରିବ ନାହିଁ । ପାଣି ଢ଼ଳ ଢଳ ହେଲେ ବା ମୁକରି ହଲିଲେ ଯେପରି ପ୍ରତିବିମ୍ବ ସଠିକ୍ ଭାବରେ ଦେଖି ହୁଏ ନାହିଁ ସେହିପରି ମନ ଅସ୍ଥିର ହେଲେ ଈଶ୍ବରୀୟ ସତ୍ତା ଅନୁଭବ କରି ପାରିବ ନାହିଁ । ଅନ୍ତଃ ଅନୁଭବ ଦ୍ବାରା ଈଶ୍ବରଙ୍କର ସମୀପ ହୋଇ ପାରିବ...


- ୨. ଧ୍ୟାନ - "ଧ୍ୟେୟୀ ଚିନ୍ତାୟାଂ ଧ୍ୟାନମ୍" । କୌଣସି ପଦାର୍ଥର ଚିନ୍ତନ ଧ୍ୟାନ। ପଦାର୍ଥର ଗୁଣ, କର୍ମ, ସ୍ବଭାବକୁ ନେଇ ଚିନ୍ତନ ଧ୍ୟାନ । ଈଶ୍ବରଙ୍କ ଭିତରେ ଥିବା ଗୁଣ, କର୍ମ, ସ୍ବଭାବ ଈଶ୍ବରୀୟ ଜ୍ଞାନ ହେଉଛି ଧ୍ୟାନ । ଜ୍ଞାନ ଠିକ୍ ଥିଲେ ଧ୍ୟାନ ସମ୍ଭବ ...


- ୩. ସମାଧି - " ତଦେବ ଅର୍ଥମାପନ୍ନଂ ଅଭିଳାଷଂ ସ୍ବରୂପ ଶୂନ୍ଯ ନିର୍ମାଣଂ ସମାଧି" ଅର୍ଥାତ୍ ଯେ ନିଜକୁ ଆତ୍ମ ବିସ୍ମୃତ ହୋଇ କେବଳ ଈଶ୍ବରଙ୍କର ନିର୍ବାପକ ହୁଏ ତାହାକୁ ସମାଧି କୁହାଯାଏ ।


ଈଶ୍ବରଙ୍କୁ ପାଇବାକୁ ହେଲେ ଏସବୁର ଜ୍ଞାନ ରହିବା ଦରକାର ତତ୍ ସଙ୍ଗେ ସଙ୍ଗେ ସମର୍ପଣ ଭାବ ରହିବା ଉଚିତ୍ ସାଧୁଙ୍କ ଠାରୁ ଶିକ୍ଷା ଲାଭ କଲି । ସାଧୁ ଜଣକ ବିସ୍ତୃତ ଭାବରେ ସବୁ ବୁଝାଇ ଦେଲେ ମୁଁ ଅଳ୍ପ ବହୁତେ ବୁଝିଲି କିନ୍ତୁ ଗୋଟିଏ କଥା ଶିଖିଲି ନିଜକୁ ପ୍ରଥମେ ଚିହ୍ନ ପରଖ ତା ପରେ ଈଶ୍ବରୀୟ ଜ୍ଞାନ, ଈଶ୍ବରୀୟ ଶକ୍ତିପ୍ରାପ୍ତ ହୋଇ ପାରିବ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational