KAMALKUMAR DASH

Drama

3  

KAMALKUMAR DASH

Drama

ଈଂଟେ ରିଅର

ଈଂଟେ ରିଅର

2 mins
11


ମିଶ୍ର ବାବୁ ବହୁତ ପରିଶ୍ରମ ପରେ ଭୁବନେଶ୍ୱରର ଏକ ଫ୍ଲାଟ ରେ ୨ ବଖରା ଵାଲା ଘରଟିଏ ନେଲେ ।ପିଲାଙ୍କ ପାଠ ପଢା ଓ ମାସକ ଘର ଚIଲିବI ପରେ ଦରମାରୁ ବେଶୀ କିଛି ବଂଚୁ ନଥିଲା । ହେଲେ ଶ୍ରୀମତିଙ୍କୁ ଖୁସି କରିବାକୁ ବାଧ୍ୟ ହୋଇ ଏଠି ଘର ନେଲେ । ଦି ବର୍ଷ ବିଲ୍ଡରପାଖକୁ ଦୌଡିଲା ପରେ ଘର ମିଳିଲା ।ତାପରେ ଘରର ଈଂଟେ ରିଅର କାମ ଆରଂଭ ହେଲା ଓ କିଛିଦିନ ଗଲା ପରେ କରୋନା ପାଇଁ ଲକ ଡାଉନ ଆରଂଭ ହୋଇଗଲା ୪ ଜଣ କାରପେଣ୍ଟର ରୁ ଦି ଜଣ ତାଙ୍କ ଗାଁ କୁ ଚାଲିଗଲେ । ଦୋକାନ ଖୋଲିଲାନି କି ଜିନିଷ ମିଳିଲାନି I ଦିମାସ ପରେ ଲକ୍ଡାଉନ ଟିକେ ଖୋଲିଲା । ହେଲେ ଗାଡ଼ିରେ ୨ ଜଣ ବସି ଯାଇପାରୁ ନଥିଲେ । ମିଶ୍ର ବାବୁ ଏକI ଯାଇ ଦେଖିଲେ ଘରକାମ ଅଧା ହୋଇଛି । ଜିନିଷ ପତ୍ର ଯୋଗାଡ଼କରୀ ଦେଲେ ଓ ମାସେ ପରେ କାମ ସରିଲା । ରଥଯାତ୍ରାରେ ଘର ପ୍ରତିଷ୍ଠା ହେବ ବୋଲି ସ୍ତିରହେଲା । ଘରେ ଖାଲି ପୂଜା ହେବ ଓ ବନ୍ଧୁ ବାନ୍ଧବ କିଏ ଆସିବେନି । ପୂଜାର ଦି ଦିନ ଆଗରୁ ମିଶ୍ର ବାବୁ ଓ ତାଙ୍କ ସ୍ତ୍ରୀ ଘର ଦେଖି ବାକୁ ଆସିଲେ । ହେଲେ ଘରର ଈଂଟେରିଅର ଦେଖି ତାଙ୍କ ସ୍ତ୍ରୀ ଙ୍କର ରାଗ ପଞ୍ଚମକୁ ଉଠି ଗଲା । ସେ ମିଶ୍ର ବାବୁଙ୍କୁ ପାଖକୁ ଡାକି ଏଇଟା କାହିଁକି ଏମିତି ହୋଇଛି ସେମିତି ହୋଇଛି କହି ଶୁଣାଇଲେ । ସାଥିରେ ପୁଅ ବି ଆସିଥାଏ । କିଛି ସମୟ ପରେ ସେ ,ଘର କେମିତି ଈଂଟେରିଅର ହୁଏ ଦେଖିବ ଆସ କହି ପାଖ ନାୟକ ବାବୁଙ୍କ ଘରକୁ ନେଇ ଦେଖାଇଲେ । ସେଠୁ ଈଂଟେରିଅର ଦେଖି ଫେରିଲା ପରେ ମିଶ୍ର ବାବୁଙ୍କୁ ବହୁତ ଗାଳି ଦେଉଥାନ୍ତି । ମିଶ୍ର ବାବୁ କହିଲେ ତୁମେତ ସବୁ ଫଟ ଦେଖି ଅର୍ଡର ଦେଉଥିଲ ,ଏବେ କାହିଁକି ଚିଡ଼ୁଛ ? ଶ୍ରୀମତୀ କଣ କହିଲ କହି ପାଖ ଆଇନାକୁ ଶକ୍ତ ଗୋଇଠାଏ ମାରିଲେ । ସେ ଆଇନା ଟା ଖଣ୍ଡ ଖଣ୍ଡ ହୋଇ ଖସି ପଡିଲା ଓ ତାଙ୍କ ଗୋଡ଼ ରୁ କିଛି ରକ୍ତ ବାହାରୀ ପଡିଲା । ସେ କହୁଥାନ୍ତି ମୁଁ ତିନି ଜାଗାରେ ୨ ବେଡ୍ରୁମ ଘର ନେବାକୁ ରାଜି ହୋଇଗଲି ବୋଲି ତୁମ ଘଟିଆ ଈଂଟେରିଅର ରେ ରାଜି ହୋଇଯିବି ବୋଲି ଭାବିଛ ? ଏ ଘର ଦେଖିଲେ ମତେ ଘୃଣା ଲାଗୁଚି , ମୁଁ ଏ ଘରେ କେମିତି ରହିବି? 


 ପାଖ ଘରୁ ପୁଅ ଦୌଡ଼ି ଆସିଲା । ଦେଖିଲା ତା ମା' ରାଗରେ ଥରୁଛନ୍ତି । ସେ ମା' ଗୋଡ଼ରେ ନିଜ ରୁମଲ କାଢି ବାନ୍ଧିଲା ଓ କହିଲା ମା' ଚାଲ ଆମ ଘରକୁ ଚାଲ ,ଏଠି ରହି ବା ଆଉ ଭଲ ନୁହେଁ । ମିଶ୍ର ବାବୁ ତାକୁ କହିଲେ ବାପା ରେ ମା କୁ ଗୋଟେ ଟିଟି ଦେଇ ଦେବୁ । ସେମାନେ ଘରେ ପହଁଚିଲା ପରେ ଅନେକ ଆଲୋଚନା ହେଲା ହେଲେ ଶ୍ରୀମତୀ ରାଜି ହେଲେନି । ସେ କହିଲେ ସେ ଘର ଈଂଟେରିଅର ବଦଳିଲା ପରେ ପୂଜା ହେବ ତା ଆଗରୁ ନୁହେଁ । ତାଙ୍କ ରାଗ ଦେଖି ମିଶ୍ରବାବୁ ଈଂଟେରିଅର ବଦଳାଇବା ପାଇଁ ରାଜି ହେଲେ କାରଣ ତାଙ୍କ ପାଖରେ କିଛି ବିକଳ୍ପ ନଥିଲା । ପୁଅ ପଚାରିଲା ବାପା ଟଙ୍କା କେଉଁଠୁ ଆସିବ ? ସେ କହିଲେ ଆଉଟିକେ ଅଧିକ ଲୋନ ନେଇଯିବା ।


ତା ପରଦିନ ନୂଆ କାରପେଁଟର ଆସିଲେ ଓ ସମସ୍ତଙ୍କ ଆଗରେ ପୁରୁଣା ଈଂଟେରିଅର ଭଙ୍ଗI ହେଲା ପରେ ,ନାୟକ ବାବୁଙ୍କ ଘର ଡିଜାଇନରେ ଈଂଟେରିଅର କାମ ଆରଂଭ ହେଲା । 


Rate this content
Log in

Similar oriya story from Drama