Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lopamudra Parida

Drama Tragedy

4.6  

Lopamudra Parida

Drama Tragedy

ହୋପ୍

ହୋପ୍

3 mins
23



କଡେଇରେ ଲୁହାଖଡିକା ଟିରେ କଣ ଗୋଟେ ଖରଡୁଥାଏ, ସେ ଆଡକୁ ନିଘା ନାହିଁ । ଗ୍ଯାସ୍ ଚୁଲା ଠିକ୍ ସାମ୍ନାକୁ ଥିବା ଝରକାର ଠିଆ ଠିଆ ରେଲିଙ୍ଗ ବାଟେ ଆଗର କଳା ଲହରା ପିଚୁ ରାସ୍ତା ଲମ୍ବା ଜିଭ ପରି ଲହଲହୁଛି ।କୁକୁର ଟି ତ୍ରସ୍ତ, କୁଁ କୁଁ ନିଛାଟିଆ, କେହି ବି ବିଲେଇ ପିଲାଟେ କିକାଉ କୋଇଲି ହସସସସସସ୍କେହି ବି ନାହିଁ ।


ନଜର ବୁଲୁଛି...ଇଇଇ... ।


ଅନ୍ଯମନସ୍କ ରେ ଚେଙ୍ଗି ହେଇଗଲା ବୁଢା ଆଙ୍ଗୁଠି କଡେଇ ଧାରରେ । ଆଃ.... । କଡ ଲେଉଟିଲା ।ଚାଉଁକା ଧରିଛି ।


ପୁଣି ଗାଢେଇଲା ।ସମାନ ସେଇ ରାସ୍ତା ସେଇ କଡେଇ ,ସେମ୍ ଖରଡା ।ବ୍ଯାକ୍ ।


ମକଡି ର ସବାନାଆଜ୍ମୀ ପରି ଦିଶୁଥିବା କିଏ ଗୋଟେ ଇଇଇଇଇଇ…କହରା,ପୁରା ଡୋଳା ନଥିବା ପରି କହରା ଝୁଡି ପରି ବୋଝେ କଳା ଜଟ, ବିକ୍ଷିପ୍ତ ଚାହାଣୀ ଅଦ୍ଭୁତ ମୁଦ୍ରା, ହାତର ଆଙ୍ଗୁଳି ସବୁ ତଳ ଉପର ଏକର ସେକର କରି ଦି ହାତରେ ।ପାଦ ଅଛି କି ନାହିଁ ଦିଶୁନି ଇସ୍ କି ଡରାବନା ଲୋକ ଟା ଲୋ ହିସ୍ ।ରାସ୍ତାରେ ଏକା ।


ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ ,ଡର ଲାଗିବା ସ୍ବରରେ ଗାଇ ଗାଇ ସବୁ ଆଡକୁ ଆଖି ବୁଲଉଛି ଲୋକଟା ।ଅଃ... କି ଦୁର୍ବାର ଭୟ ତିଆରି ପାରୁଛି ଲୋକଟା ।


ଦିନୁ ଦିନ ବଡ ହେଇ ଯାଉଛି ତା କଳା କଫନ୍ ପରି ଫତେଇଟା ।ଖାଲି ଏଇ ଝରକା କି ଫି ଝରକା ତାକୁ ଦେଖାଏ ଜାଣେନି ।


ସେଦିନ ତ ସେମ୍ ଇଟିକିଲି ମିଟିକିଲି ତା ମୁଣା ଟା ଜୋର ହଲୁଛି ।ସବୁ ଦିନ ବେଶୀ ବେଶୀ ହଲୁଛି ।କିଲବିଲ୍ ହଲା ।ତା ପରେ ହଲ୍ ଚଲ୍ ଫୁସ୍ ।


ଯିଏ ଯୋଉଠୁ ଡୁଙ୍ଗୁଥିଲେ, ତା ଆଖିରେ ଆଖି ଯାହାର ପଡିଲା ସେ ହୁସ୍ କି ତା ମୁଣା କୁ ଟାଣି ହେଇ ଗଲା ।ଡର ବଢୁଥିଲା ।ଆହୁରି ଆହୁରି ।ସମ୍ମୋହନ କି କିମିଆଁ ।


ଆଜି ଆଉ ବଡ ନାହିଁ, ଛୋଟ ଚୁନା ସାଇଜ୍ ର ହେଇଯାଉଛି ସଟ୍ କି ।ମକଡି ପରି କି ତା ଠୁ ଛୋଟ ।କଳା ରେ ନାଲି ଛିଟ୍ ଛିଟିଆ  ସାଲୁବାଲୁଆ ।

ଆଉ ମୁଣା କୁ ଟାଣୁନି, ଫାଏଁ କି ଚିପ୍କି ଯାଉଛି ୟା ଗାଲରେ, ତା ନାକରେ କାମୁଡି ଧରୁଛି ବୋଧେ ।ଶୀକାର ର ପାଦ ଥର୍ ଥର୍ ହେଇ ଦବି ଯାଉଛି ।ଆଉ ଶୀକାର ନିଜେ ଗୋଟେ ନୂଆ ମକଡି ।

ହଜାର ହଜାର ମକଡି ରାସ୍ତା ସାରା ଲାଲ୍ ରାସ୍ତା ।

ଆଖିରେ ସେଇ ଲମ୍ବା କଳା ଲହଲହାତା ରାସ୍ତା ହାତ ପାଦ ଥଣ୍ଡା ଧରୁଛି କାଇଁ, ବୋଧେ ଝାଳେଇ।ଧପ୍ ।ଧଡାସ୍ ।ପଚାକ୍ ।

ଅଃ... ୟାକ୍ ନୋଃଓଓଓଓ ।


ଝରକା ରେ ଚିପ୍କିଛି ।ରେଲିଙ୍ଗ୍ ଧରି ଓହଳିଛି ।


କହୁଣୀ ଆପେ ଉଠିକି ଆଖି ନାକ କୁ ଅଢୁଆଳି ଦେଇଛି ।ଶୀର ଶୀର ଝିଁଇଇଇଇଇ ।


ଥ୍ଯାଙ୍କ ଗଡ୍ କାଚ ବି ଲକ୍ ଅଛି । ଓଃ... ।ସିଟ୍... । ବାହାର ପଟ ଗ୍ଲାସ୍ ଟା ବରବାଦ ।ଇମ୍ପୋଟେଡ୍ ଥିଲା ।


ଇଇଇଇଈଇଇ.. ସାରା କାଚ ସନ୍ଧି ଅଣ୍ଡାଳୁଛି ।ତା ଅହଂ କୁ କାଟିଛି ।ଧରିପାରିନି ସେ ଶୀକାର କୁ ।ଖସି ନ ପାରେ ।ପୁଣି ଗାୟବ ।ନେକ୍ସଟ ଟ୍ରାଏଲ୍ ।


ଭୁମ୍ ।କାଚ ହଲିଗଲା ।ପବନ ନିରୁଧିଷ୍ଟ କେବେଠୁ ।ମକଡି ଧରି ପାରୁନି ।ଉଗ୍ର, ହିଂସ୍ର ହେଇଉଠୁଛି ।କଣ ଗାରୁଡି କରୁଛି ବୋଧେ ।


ତଣ୍ଟି ଟା କାଇଁ ଆପେ ଅଠେଇଯାଉଛି ।ଆଃ... ଆଃ... ଛାଆଡ୍ ।


******

ଆଃ... କି ବେକାର ସ୍ବପ୍ନ, ଓଃ... ଏ ସ୍ବପ୍ନ ଗୁଡା ବି କି ଡରଉଛନ୍ତି ବେ ।ମୁଣ୍ଡ ଝିମ୍ ଝିମ୍ କରିଦେଲା ଶଃ.. ।ଉଫ୍... ।


ଦୀର୍ଘଶ୍ବାସ।ନେକ୍ସଟ କଫି ଅନ୍ ବେଡ୍ ର ଇଚ୍ଛା ।ନେକ୍ସଟ ରିମୋଟ୍ ।ଅନ୍ ।


ଡବ୍ଲୁ ଏଚ୍ ଓ ର ସୁଚନା ଅନୁଯାୟୀ କରୋନା ଏବେ ଏକ ବାୟୁ ବାହିତ ରୋଗ ଭାବରେ ଆହୁରି ସଙ୍କଟର କାରଣ ହେବ ବୋଲି ସୂଚନା ।ପୃଥିବୀ ସାରା ର ଡାକ୍ତର ମାନଙ୍କର ଆଜି ବୈଠକ ରେ ଏ ନେଇ ଗଭୀର ଆଲୋଚନା ।

ଜନସାଧାରଣଙ୍କୁ ଏତେ ଦ୍ବାରା ଜଣାଇ ଦିଆଯାଉଅଛି ଯେ ସମସ୍ତେ ବାୟୁ ଠାରୁ ସାବଧାନତା ଅବଲମ୍ବନ କରନ୍ତୁ ।


ଭାରତ ସରକାର ଦ୍ଵାରା ଜନହିତ ରେ ଜାରୀ ।


ଏଁ କଣ ନିଶ୍ବାସ ନବାରେ ବ୍ଯାନ୍ ।


*****


ପାପା ,ପାପା ଦେଖିବ ଆସ ,ଏପଟେ ସ୍କାଇ ରେ ରେନ୍ ବୋ ଦିଶୁଛି ।ପାପା ପା କ୍ବିକ୍ କମ୍ ।


ଏ ଏ ଏ ତତେ କିଏ କହିଲା ହାଁ ।ଏ ଡୋର୍, ୱିନ୍ଡୋ କେବେ ବି କିଛି ଓପନ୍ ହବନି ଓକେ ।ଇଟ୍ସ ଅ ଷ୍ଟ୍ରିକ୍ଟ ରୁଲ୍, ନିଡ୍ ଟୁ ଫଲୋ ।ଆ ଇଆଡେ ।ଦୂର କୁ ଉଠ୍ ।ଯା କଲରିଂ ରେ ତୋର୍ ରେନ୍ ବୋ କର୍ ।ଚାଲ୍ ଏଇଠୁ ।ଚାଲ୍ ।


ରୁଟ୍ ରୁଟ୍ ରେ ବ୍ଲାକ୍, ବାଲ୍କୋନୀ ସାରା ।ସବୁ ଫୁଲ କୁଣ୍ଡରେ ।


ଏଁ ଏଁ ପାପା ମତେ ରାଗିଲେ ଏଁ ଏଁ ।


********


ନୋ ୱରି ବେଟୁ ।କିଛି ହବନି ।ସନ୍ ଇଜ୍ ଦେୟାର୍ ନୋ ।ଗୋ ପ୍ଲେ ।


ଆୟେ ଆସ ଟିକେ ଉଷୁମ ଉଷୁମ ରସୁଣ ସିଝା ପାଣି ଆଉ ମହୁ ଚାମଚେ ଖାଅ ଆଗେ ।ଏତେ ଡରିଲେ ହବ ??? 


ହରେଇବାକୁ ପଡିବ ନା ,ଯେମିତି ହଉ ।


ଏ ଝରକା କାଚ ସବୁ ଗରମ ପାଣି ଡେଟଲ୍ ଦେଇ ପୋଛି ଦେଇଛି ବା ।ତମେ ଆସ ।



Rate this content
Log in

More oriya story from Lopamudra Parida

Similar oriya story from Drama