STORYMIRROR

MADHU MITA

Comedy Others

3  

MADHU MITA

Comedy Others

ହଇଓ

ହଇଓ

3 mins
533

"ଆଜ୍ଞା ଚିହ୍ନି ପାରିଲିନିକାହାକୁ ଦେଖା କରିବେ?"

ଡ୍ରଇଂ ରୁମରେ ଜଣେ ସୁନ୍ଦରୀ ମହିଳା ବସିବା ଦେଖି ପଚାରିଲେ ସର୍ବଦମନ ବାବୁ, କାନ୍ଧ ଯାଏଁ ପଡ଼ିଥିବା ସୁନେଲି ରଙ୍ଗର ଚୁଟି ସାଙ୍ଗକୁ ତାଙ୍କର ରଙ୍ଗବେରଙ୍ଗ ଚଷମାଟି ଭଲ ମାନୁଥିଲା । ତା ସହିତ ଚଷମାକୁ ଖାପ ଖାଇଲା ପରି ମୁହଁରେ ରଙ୍ଗବେରଙ୍ଗ ମାସ୍କ୍ ଆଉ ମ୍ୟଚିଂ ପର୍ଶ ସହିତ ମ୍ୟାଚିଙ୍ଗ ଚୁଡି ଆଉ ପାଦର ସ୍ୟାଣ୍ଡଲଉପରୁ ତଳ ଯାଏଁ ଖାଲି ମ୍ୟାଚିଂ ଆଉ ମ୍ୟାଚିଂମଝିରେ ମଝିରେ ଚୁଟି ଉପରେ ସେ ଟିକେ ହାତ ବୁଲେଇ ଆଣୁଥିଲେ ।

ସର୍ବଦମନ ବାବୁଙ୍କ ପ୍ରଶ୍ନ ଶୁଣି ସେ ଚଷମା ତଳକୁ କରି ସେ ତାଙ୍କ ଆଡ଼କୁ ତେରଛା କରି ଚାହିଁଲେ । ଚାହାଣୀ ଚିହ୍ନା ଚିହ୍ନା ଲାଗିଲା.. ।

"ଆରେ ଇୟେ ତ ଆମ ଶ୍ରୀମତୀ ଭାନୁମତୀ" କହି ପାଟି କରି ଉଠିଲେ ସେ, "ହଇଓ ଭୂତ ଦେଖିଲା ପରି କଣ ଦେଖୁଛ ମ?"ଭାନୁମତୀ ପାଟି କଲେ ।

"ଆରେ ତମର ଏ କି ରୂପ? ଆଉ ତମ ଚୁଟି ଗୁଡାକ ଏମିତି କଣ ହେଲା? "ସର୍ବଦମନ ବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

"ଆରେ ଏଇଟା ପରା କରୋନା ଷ୍ଟାଇଲ"କହିଲେ ଭାନୁମତୀ, ଆଁ କରି ଚାହିଁଲେ ସର୍ବଦମନ ବାବୁ । କାଳେ ପଚାରିଲେ ପୁଣି ଶ୍ରୀମତୀ ତାଙ୍କ ସୌମ୍ୟ ରୂପ ବଦଳରେ ମହାକାଳୀ ରୂପ ନେଇଯିବେ ସେ ଭୟ ବି ଥିଲା । କିନ୍ତୁ ଏ କରୋନା ଷ୍ଟାଇଲ କଣ ତାହା ଜାଣିବାକୁ ତ ହେବ । ତେଣୁ ପଚାରିଦେଲେ, ଭାଗ୍ୟ ଭଲ ।

ଅଳ୍ପ ହସି ଶ୍ରୀମତୀ କହିଲେ, "ହଇଓ ଏତିକି ବୁଝି ପାରୁନ? ଏବେ ମୁହଁଟା ପୁରା ଅଧା ମାସ୍କରେ ଘୋଡେଇ ହୋଇ ଯାଉଛି । ତେଣୁ ମୁହଁର ସବୁ ସୌନ୍ଦର୍ଯ୍ୟ କେବଳ ଚୁଟି ଉପରେ ରହିବ ନା । ତେଣୁ ହେୟାର କଟ କରିଦେଲି । "

ଓଃ... ଅଣ୍ଟା ତଳକୁ ପଡୁଥିବା ସର୍ପିଳ ବେଣୀର ଦୂରାବସ୍ଥା କାରଣ ତ ଜଣା ପଡିଲା । ହେଲେ ଶାଢ଼ୀ ପରିଧାନ ପ୍ରିୟା ଏ ସଲୱାର୍ ପିନ୍ଧିବା ରହସ୍ୟ ନ ବୁଝି ପୁଣି ସେ ପଚାରିଲେ, "ଓହୋବୁଝି ପାରୁନ ନାଏବେ ଏ କରୋନା ଯୋଗୁଁ ବାରମ୍ବାର ଡ୍ରେସ୍ ବଦଳାଇବାକୁ ପଡ଼ିବ । ଆଉ ଶାଢ଼ୀ ଏତେ ଥର ବଦଳେଇବା ଧୋଇବା ଶୁଖାଇବା ଭାରି କଷ୍ଟ । ତେଣୁ ସଲୱାର୍ କମୀଜ୍ ହେଲା ନୂଆ କରୋନା ଫେସନ୍ ବୁଝିଲ?"କହିଲେ ଭାନୁମତୀ, ମନେ ମନେ ଶ୍ରୀମତିଙ୍କୁ ତାରୀଫ କଲେ ସର୍ବଦମନ ବାବୁ । ଭାରି ବୁଦ୍ଧିଆ ସତରେ ତାଙ୍କ ଶ୍ରୀମତୀ ।

"ଏଥର ମୁଁ କହିବି ତୁମ ମ୍ୟାଚିଂ ଫେସନ ବିଷୟରେ । ଏଇଟା ନିଶ୍ଚୟ ନୂଆ କରି କିଛି ଆସିଥିବ ନା ମାର୍କେଟ କୁ? "ବାବୁ ଖୁସିରେ କହି ଉଠିଲେ

"ଆରେ ନାଇଁ ମଏଇଟା ଆମର କ୍ଳବର ନୂଆ ଆବିଷ୍କାର । ଯେତେ ପ୍ରକାର ମେକଅପ୍ ଆମେ ଲେଡିଜ୍ କରୁଥିଲୁ ଓଠ କି ମୁହଁର ସେସବୁ ଏଥର ଆଉ ଆଉ ଲାଭ ନାହିଁ । ଏମିତିରେ ମୁହଁ ଅଧା ଦେଖା ଯିବନି । ତେଣୁ ଆମ କ୍ଲବ୍ ଏଇ ନୂଆ ଫେସନ୍ ବାହାର କରିଛୁ । ଆମେ ଦୁନିଆକୁ ଏସବୁ ଶିଖେଇବୁ । ତା ହେଲେ ସାରା ଦୁନିଆରେ ଫେସନ ମଧ୍ୟ ଗୋଟିଏ ନିଉ ଟଚ୍ ପାଇବ । ଶୁଣତୁମ ପାଇଁ ମଧ୍ୟ ତୁମ ସାର୍ଟ ସହ ମୟାଚିଂ ମାସ୍କ୍ କିଣି ସାରିଛିବୁଝିଲ?"ଚୁଟି ସହ ଖେଳୁ ଖେଳୁ ଶ୍ରୀମତୀ ଉତ୍ତର ଦେଲେ ।

"ହେଲେ ତୁମେ ଏଇ ଲକ୍ ଡାଉନ୍ ସମୟରେ ସଜବାଜ ହୋଇ କୁଆଡେ ବାହାରିଲ ଯେ? "ପଚାରିଲେ ସର୍ବଦମନ ବାବୁ ।

ଏଥର ଆହୁରି ଜୋରରେ ହସି ଶ୍ରୀମତୀ କହିଲେ, "ହଇଓ ବୁଝିଲତୁମେ କିଛି ବୁଝି ପାରୁନ । ଲକ୍ ଡାଉନ୍ ରେ ଖାଲି କଣ ତୁମେ ଅଫିସ୍ ପାଇଁ ବାହାରକୁ ଯିବ? ଆରେ ତୁମ ସହିତ ମୁଁ ବି ଯିବି ନା । ଆଉ କେତେ ଦିନ ଏମିତି ଘରେ ବନ୍ଦୀ ରହିବି? ଆଉ ଏ କରୋନା ଷ୍ଟାଇଲ ବାହାରକୁ ଗଲେ ତ ଲୋକେ ଦେଖିବେ ଆଉ ଶିଖିବେ ନା? ତେଣୁ ଆମେ ଲେଡିଜ୍ କ୍ଳବ୍ ମେମ୍ବର ସବୁ ଏମିତି ନିଜ ନିଜ ପତିଙ୍କ ସହ ବାହାରିବୁ । ହେଲା?"

"କିନ୍ତୁ ଆମ ପରି କେବଳ ନିହାତି ଆବଶ୍ୟକୀୟ ଅଫିସ୍ କର୍ମଚାରୀ ଯାଇ ପାରିବୁ ଗୋ ଶ୍ରୀମତୀଏଇଟା କଣ ବୁଲିବା ସମୟ କି"ଅପେକ୍ଷାକୃତ କଁଅଲେଇ କହିଲେ ସର୍ବଦମନ ବାବୁ ।

"ହଇଓ ବୁଝିଲ ଏଇ ଯେଉଁ କରୋନା ଷ୍ଟାଇଲ ମୁଁ କରିଛି ଏଥିରେ କିଏ କେମିତି ଜାଣିବ କହିଲ ମୁଁ କିଏ? ଆଉ ତମେ ମଧ୍ୟ ଶୁଣି ରଖ । ଖାଲି ଆଜି ନୁହେଁ ମ ଏଥର ତୁମେ ଯେତେବେଳେ ବି ବାହାରକୁ ଯିବ ମୁଁ ତୁମ ସାଙ୍ଗରେ ଯିବି । କିଏ ପଚାରିଲେ କହିବ ମୁଁ ତୁମର ସେଇ ଅତ୍ୟାବଶ୍ୟକୀୟ ଅଫିସ ଷ୍ଟାଫ୍କଣ ବୁଝିଲ ତ? "ପର୍ଶ ଉଠାଇ ଚାଲିବାକୁ ଆରମ୍ଭ କରି ଭାନୁମତୀ କହିଲେ ।

ବୁଝିଲେ କି ନାହିଁ କେଜାଣି ସର୍ବଦମନ ବାବୁ ଟିକେ ମୁଣ୍ଡ କୁଣ୍ଡେଇ ଠିଆ ହୋଇଥିଲେ କିନ୍ତୁ ଶ୍ରୀମତୀ ପାଟି କରି କହିଲେ" ହଇଓଡେରି ହେଉଛି ପରା । ଚାଲ ଅଫିସ୍ ଯିବା ମୟାଚିଂ ମାସ୍କ ପିନ୍ଧିକି ଆସିବ ହେଲା? "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy