KAMALKUMAR DASH

Abstract Comedy Drama

2  

KAMALKUMAR DASH

Abstract Comedy Drama

ହେୟାର କ୍ଲିନିକ

ହେୟାର କ୍ଲିନିକ

1 min
33



ରାକେଶ ବାବୁ ଓ ରମଣ ବାବୁ ଦି ଜଣ ବଡ଼ ସାଙ୍ଗ ,ଘର ପାଖ ପାଖି ଗୋଟିଏ ଫ୍ଲାଟରେ । ରାକେଶ ବାବୁ ବୟଷ ରେ ଟିକେ ବଡ଼ ରମଣ ବାବୁଙ୍କ ଠାରୁ । ରମଣ ବାବୁଙ୍କ ସରକାରୀ ଚାକିରୀ ଓ ରାକେଶ ବାବୁଙ୍କ ବିଜନେସ । ଦିଜଣ ବଡ଼ ଖୁସି ବlସିଆ ଲୋକ ,ହେଲେ ଦି ଜଣ ଙ୍କର ଗୋଟିଏ ପ୍ରୋବ୍ଲେମ , ମୁଣ୍ଡ ରେ ଟିକେ ବାଳ କମି ଯାଇଛି ମାନେ ଆଗ ଆଡୁ ଟିକେ ଚନ୍ଦl  ହୋଇଯାଇଛି । ମଜା ମଜାରେ ଲୋକ କିଏ କଣ କହି ଦିଅନ୍ତି , କିଏ କହେ ବେଶୀ ଚିନ୍ତାରୁ ବାଳ ଝଡି ଯାଇଛି ,କିଏ କହେ ଟଙ୍କା ବଢି ଲାରୁ  ମୁଣ୍ଡ  ଚନ୍ଦା ହୋଇ ଯାଇଛି , ଆଉ କିଏ କହେ ଭାଉଜ ବୋଧେ ମୁଣ୍ଡ ଆଉଁସୁ ଆଉଁସୁ କିଛି ଓପାଡି ଦେଇଛନ୍ତି । ହେଲେ ରମଣ ବାବୁ କହନ୍ତି ପାଣି ଦୋଷରୁ ଏମିତି ହେଉଛି । ରାକେଶ ବାବୁ ଙ୍କୁ ଏସବୁ ବଡ଼ ବଢେ ତେଣୁ ସେ ସବୁ ବେଳେ ମୁଣ୍ଡରେ ଟୋପି ପିନ୍ଧି ବୁଲୁ ଥାନ୍ତି କିନ୍ତୁ ରମଣ ବାବୁ ହସି ଦିଅନ୍ତି ଓ କହନ୍ତି ଏବେତ ଆଉ ବାହା ହେବାର ନାହିଁ ଏତେ ଟେନ୍ସନ୍  କଣ ପାଇଁ ? 


      ଦି ଜଣ ବହୁତ ଗଭୀର ଚିନ୍ତା କଲା ପରେ ଠିକ କଲେ ଯେ  ହେୟାର କ୍ଲିନିକ କୁ ଯାଇ ଡାକ୍ତର ଙ୍କ ସଂଗେ ପରାମର୍ଶ   କରିବେ । ରମଣ ବାବୁଙ୍କର ଇଚ୍ଛା ନ ଥିଲେ ବି ରାକେଶ ବାବୁ ଙ୍କୁ ମନାକରି ପାରିଲେନି   । ଦିନେ ସକାଳୁ ଦିଜଣ ବାହାରିଲେ ହେୟାର କ୍ଲିନିକ । ଜଣକ ଙ୍କୁ ପଞ୍ଚଶ ଟଂକା ର ଟିକେଟ କିଣି ହଲ ରେ ବସିଲେ , ଘଣ୍ଟେ ପରେ ରାକେଶ ବାବୁ ଙ୍କ ନମ୍ବର ଆସିଲା ସେ ଡାକ୍ତରଙ୍କ ପାଖରେ ଅଧ ଘଣ୍ଟେ ବସି  ମୁଣ୍ଡ ରେ ବାଳ ଉଠିବାର ନିର୍ଭର ପ୍ରତିଶୃତି ନେଇ ଓ  ୧୦ ହଜାର ଟଙ୍କା ର ମେଡ଼ିସିନ ଧରି ବାହାରିଲେ । ତା'ପରେ ରମଣ ବାବୁଙ୍କ ନମ୍ବର ଆସିଲା ,ସେ ଭିତରକୁ ଯାଇ ଡାକ୍ତର ନ୍କ ପାଖରେ ବସିଲେ । ଡାକ୍ତର ତାଙ୍କ ମୁଣ୍ଡ ଚେକ କଲେ ଓ ରାକେଶ ବାବୁ ଙ୍କୁ କହିଥିବା କଥା ଦୋହରାଇଲେ । ସେ ସବୁ ଚୁପ ଚାପ , ଶୁଣିଲେ ଓ ତା ପରେ ସେ ଡାକ୍ତର ଙ୍କ ମୁଣ୍ଡ କୁ ଦେଖିଲେ ଡାକ୍ତର ଙ୍କ ମୁଣ୍ଡରେ କିଛି ବାଳ ନଥିଲା । ଡାକ୍ତର ଙ୍କ ବୟଷ ବି ବେଶୀ ନଥିଲା । ଡାକ୍ତର ତାଙ୍କୁ କହିଲେ ଗୋଟିଏ ବର୍ଷ ପୁରା ମେଡ଼ିସିନ ଖାଇବାକୁ ପଡିବ ମୁଁ ଲେଖି ଦେଉଛି କାଉଣ୍ଟର ରୁ ନେଇଯିବେ । 


      ରମଣ ବାବୁ ଡାକ୍ତର ଙ୍କ ରୁମରୁ ବାହାରି ଗୋଟେ ଦୀର୍ଘ ନିଶ୍ୱାସ ମାରିଲେ ଓ ମନ କୁ ମନ କହିଲେ ଯେଉଁ ଲୋକ ନିଜେ ଲଣ୍ଡା ସେ ଅନ୍ୟ ମାଙ୍କୁ କଣ ଟ୍ରିଟ୍ମେଣ୍ଟ କରିବ ? ସତରେ ତା ଙ୍କ ପାଖରେ ଯଦିବା କିଛି ମେଡ଼ିସିନ ଥାଏ ସେ ନିଜ ଉପରେ କାହିଁକି ପ୍ରୟୋଗ କରି ନାହାନ୍ତି ? ସେ ସିଧା ହସିପିଟାଲ ର ଗେଟ ଆଡ଼କୁ ମୁଂହାଇଲେ । ପଛରୁ ରାକେଶ ବାବୁ କହିଲେ ମେଡ଼ିସିନ ନେବେନି କି ? ରମଣ ବାବୁ କହିଲେ ପଛରେ ନେବି ,ଏବେ ଅଫିସରୁ ଗୋଟେ ଅର୍ଜେଂଟ କଲ ଆସିଛି , ଅଫିସ ଯିବାକୁ ପଡିବ କହି ସେ ମଟରସାଇକେଲ ଷ୍ଟାର୍ଟ କଲେ , କାରଣ ସେ  କ୍ଲିନିକ ଆଗରେ ଠିଆ ହୋଇ ତାଙ୍କ ଅବଜରଭେସନ ଟା କହି ରାକେଶ ବାବୁ ଙ୍କୁ ଦୁଖୀ କରିବାକୁ ଚାହୁଁ ନଥିଲେ । ରାକେଶ ବାବୁ ବି ପଛେ ପଛେ ତାଙ୍କ ଗାଡି ଷ୍ଟାର୍ଟ କଲେ । 


Rate this content
Log in

Similar oriya story from Abstract