STORYMIRROR

Gitanjali Pujapanda

Tragedy Inspirational

3  

Gitanjali Pujapanda

Tragedy Inspirational

ହେଲ ମେଟ

ହେଲ ମେଟ

2 mins
182


ବୋଉ ପଛରୁ ଡାକ ଦେଉଥିଲା ସୁନି ସୁନି ଗଲୁଣି ଭାରି ।ମୁଁ କିନ୍ତୁ ଶୁଣି ନ ଶୁଣିଲା ପରି ଘରୁ ବାହାରକୁ ଗେଟ ପାଖକୁ ଚାଲିଆସିଥିଲି ।ଆଉ ଟିକେ ପଛକୁ ଚାହିଁଲା ବେଳକୁ ବୋଉ ଗେଟ ପାଖ ରେ ହାଜର ହାତରେ ତାର ହେଲମେଟ।ହେଲମେଟ ଟିକୁ ଦେଖି ଭୀଷଣ ବିରକ୍ତ ଲାଗୁଥିଲା ମୁଁ କହିଲି କଲବଲ ହୋଇଗଲା ବେଳେ ତୋର ପଛରୁ ଡାକ ।ବୋଉ କହୁଥିଲା ହେଲମେଟ ଟି ସବୁ ବେଳେ ନେବା ପାଇଁ ସାଥିରେ ତୋ ମନେ ରହୁନି କି ତୁ ଜାଣି ଶୁଣି ନେଉନାହୁଁ ନେ ଏ ଏଇଟା  ମୁଁ ରାଗିକି ମନେ ମନେ କହୁଥିଲି ମୁଁ ଏତେ କଷ୍ଟ କରି ଚୁଟି କୁ ମୋର ସାମ୍ପୋ କରି ପାର୍ଲର ଯାଇ ଷ୍ଟ୍ରେଟ କରିଛି ।ମୁହଁ ଟିକୁ ଫେସିଆଲ କରି ମାକ କମ୍ପାନୀ ର ଲିପିଷ୍ଟିକ ଅନଲାଇନରୁ ଆଣି ଲାଗେଇଛି ।ଭାରି ବିରକ୍ତ ଲାଗୁଛି ଏ ହେଲମେଟ ଟିକୁ ମୁଣ୍ଡରେ ଦେଲେ ହଉ ଠିକ ଅଛି କହି ବୋଉ କଥା ରେମୁଁ ସିନା ହେଲମେଟ ଟିକୁ ମୁଣ୍ଡରେ ପିନ୍ଧିଲି ହେଲେ ମନେ ମନେ ଭାରି ଚିଡ଼ିଚିଡ଼ି ଲାଗୁଥିଲା ସେ ସମୟ ରେ ଇଚ୍ଛା ହେଉଥିଲା ହେଲମେଟ ଟିକୁ ନାଳରେ ଭସାଇଦେଇ ଚାଲିଯିବାକୁ।

ଦିନେ ବୋଉ କହିଲା ଚାଲେ ତୁ ମତେ ଟିକେ ମନ୍ଦିର ଛାଡି ଦେବୁ ।ମୁଁ ତାକୁ ନେଇ ମନ୍ଦିର ଗଲି ଆଉ ରାସ୍ତାରେ ଦେଖିଲି ଏକ ଆକ୍ସିଡେଣ୍ଟ ମୁଁ ନିଜେ କୁ ବିଶ୍ୱାସ କରି ପାରୁ ନ ଥାଏ ଆଖି କୁ ମୋର ଝାପ୍ସା ଦିଶୁଥାଏ ଜଣେ ଭଦ୍ରବ୍ୟକ୍ତି ଗାଡି ରୁ ବାହାରି ମତେ ହସ୍ପିଟାଲ ନେଉଥିଲେ ଆଉ ବୋଉ ଯେହେତୁ ମୋ ପଛ ସିଟ ରେ ବସିଥିଲା ସେ ମତେ ଛାଡି ସବୁ ଦିନ ପାଇଁ ଆରପରି ରେ ଥିଲା ମୋର ମନେଅଛି ମୁଁ ସ୍କୁଟି ଟିକୁ ଟିକେ ଜୋର ରେ ଚାଲୁଉଥାଏ ।ସେ ପଛ ସିଟ ରେ ବସି କହୁଥାଏ ।ଝିଅ ଟିକେ ଧୀରେ ଚଲା ଆଉ ମୁଁ ଧୀରେ ଚଲେଇ ବାକୁ ଯାଇ ଅନ୍ୟମନସ୍କ ହୁଏ ।ଆଉ ନିମିଷେ ମଧ୍ୟ ସବୁ ଧୋନ୍ସ କରି ଟ୍ରକ ଟି ଚାଲିଯାଏ।ଆଖି ଖୋଲେ ମୁଁ ହସ୍ପିଟାଲ ର ବେଡ଼ ରେ ଦୁଇ ଦିନ ପରେ ।ବାପା ପାଖ ରେ ବସିଥାନ୍ତି ।ହେଲେ ବୋଉ ଜାଗା ଟା ଖାଲି ଥାଏ ।ମୁଁ ଜାଣିପାରେ ସେ ଘଟଣା ର ପୁନରାବୃତ୍ତି ମନର କୋଉ କୋଣ ରେ ଅହ ରହ ଚାଲୁଥାଏ।ଭାବୁଥାଏ ଡାକ୍ତର କହୁଥାନ୍ତି ଖାଲି ହେଲମେଟ ଯୋଗୁଁ ଆପଣ ଙ୍କର ଜୀବନ ଟି ବଞ୍ଚି ଗଲା ।ମୁଁ ମନେମନେ ଭାବୁଥାଏ ଖାଲି ଗାଡି ଚଲାଉଥିବା ଲୋକ ଟି ସହିତ ଗାଡି ପଛ ରେ ବସିଥିବା ଲୋକ ବି ହେଲମେଟ ପିନ୍ଧିବା ନିହାତି ଭାବେ ଜରୁରୀ।

ପ୍ରାୟ ମାସେ ଲାଗେ ମତେ ଠିକ ହେବା ପାଇଁ ଏବେ ମୁଁ ଘରେ ଅଛି ହେଲେ ବୋଉ ନାହିଁ ମୋର ସେବା ଯତ୍ନ କରିବା ପାଇଁ ବେଳେ ବେଳେ ଭାବିଲେ ବିରକ୍ତ ଲାଗେ ସାଧାରଣ ହେଲମେଟ ପାଇଁ ମୋ ବୋଉ ର ଜୀବନ ଚାଲିଗଲା ।ଏବେ ଆଉ ନାହିଁ ସେ ମତେ ପଛରୁ ଡାକି ହେଲମେଟ ଦେବା ପାଇଁ ମୁଁ ଏବେ ବାହାରକୁ ବାହାରିଲେ ଆଖି ରୁ ମୋର ଝରି ଆସେ ଖାଲି ମେଞ୍ଚେ ଏ ତାର ସ୍ମୃତି ସାଙ୍ଗ କୁ ଆଖିରେ ଆଖିଏ ଲୁହ ଆଉ କୋହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy