Madhabi Patel

Inspirational

3.2  

Madhabi Patel

Inspirational

ହେ ନ୍ୟାୟାଧୀଶ

ହେ ନ୍ୟାୟାଧୀଶ

4 mins
2.1K


ହେ ନ୍ୟାୟାଧୀଶ,

ରାଜଶ୍ରୀ କାଠଗଡାରେ ଠିଆହୋଇ କହୁଥିଲା ହେ ନ୍ୟାୟାଧୀଶ ମତେ ଦୟାକରି ମୃତ୍ୟୁଦଣ୍ଡ ଦିଅନ୍ତୁ।ମୁଁ ଆଉ ବଞ୍ଚିବାକୁ ଚାହୁଁନି ଏ ଜଗତରେ।ଯୋଉଠି ପରସ୍ପର ଭିତରେ ବିଶ୍ବାସ ନାହିଁ।ସଂପର୍କର ଭିତରେ ସମ୍ମାନ ନାହିଁ ସେମିତି ଦୁନିଆଁରେ ବଞ୍ଚିବା ଅପେକ୍ଷା ମରିଯିବା ଶ୍ରେୟସ୍କର।

ନ୍ୟାୟାଧୀଶ ଟେବୁଲ ଉପରେ ତିନିଥର ବାଡେଇ କହିଲେ ଅର୍ଡର ଅର୍ଡର ଅର୍ଡର। ତୁମେ ତୁମସହ ଘଟିଥିବା ସବୁ ସତ୍ୟ କାହାଣୀ ଏ ନ୍ୟାୟାଳୟରେ ଶୁଣାଅ।ତୁମସହ ଉପଯୁକ୍ତ ନ୍ୟାୟହେବ।


ରାଜଶ୍ରୀ ଟିକେ ଥୟ ଧରିଲା। ତା ଉତ୍କ୍ଷୀପ୍ତ ମନ ଟିକେ ସହଜ ହେବାକୁ ଲାଗିଲା। ସଭିଏଁ ତା ଆଡେ ଅନେଇ ବସିଥିଲେ ତାର ବୟାନ ଶୁଣିବା ପାଇଁ। ସେ ଏମିତି ସେମିତି ଦୋଷି ନଥିଲା ସେ ନିଜ ସ୍ବାମୀକୁ ମର୍ଡର କରି ଥାନାକୁ ଆସିଥିଲା। ହେଲେ କୋଉ କାରଣ ପାଇଁ ସେ ନିଜ ସ୍ବାମୀକୁ ମାରିବାର ସାହସ କଲା ସେ କାରଣ କାହାକୁ ଜଣା ନଥିଲା। କେବଳ ତାର ବୟାନ ହିଁ ଏ ରହସ୍ୟର ଢାଙ୍କୁଣି ଉଠାଇବ ବୋଲି ସଭିଏଁ ଉଦ୍ଗ୍ରୀବ ଥିଲେ ତା ମୁହଁରୁ ସେ ରହସ୍ୟ ଶୁଣିବାକୁ।

ରାଜଶ୍ରୀ ତା ମୁଖରେ ବୁନ୍ଦାବୁନ୍ଦା ହୋଇ ଫୁଟିଉଠିଥିବା ସ୍ବେଦବୁନ୍ଦା ଗୁଡାକ ନିଜ କାନୀ ପଣତରେ ପୋଛି ହେଲା।ମନରେ ଟିକେ ଶାହସ ସଂଚୟ କଲା।ସେ ଜଣେ ସରଳ ଗାଉଁଲି ସ୍ତ୍ରୀଲୋକ ଥିଲା।ପ୍ରଥମକରି ଏମିତି ଭିଡ ଜାଗାକୁ ଆସିଥିଲା।ସାମନାରେ ସାକ୍ଷାତ ନ୍ୟାୟବତାର ଜର୍ଜ ସାହେବ ବସିଥିଲେ। ଚାରିକଡେ ଶିକ୍ଷିତ ଓକିଲ ଓ ଅନ୍ୟ ଦେଖଣାହାରି ଖବରକାଗଜ ରିପୋଟର୍ ମାନେ କ୍ୟାମେରା ଧରି ବସିଥିଲେ ତାକଥା ଟିପିବାକୁ। ଏବେ ସଭିଙ୍କର ଏକ ଉତ୍କଣ୍ଠାର ଦୃଶ୍ୟ ବନି ଯାଇଥିଲା ସେ।

ଘରର ଚାରିକାନ୍ଥ ଭିତରେ ରହୁଥିବା ଜଣେ ସାଧାରଣ ମହିଳା ଆଜି ବଡ ଖବରଟେ ପାଲଟି ଯାଇଥିଲା।ଜଣେ ସ୍ବାମୀହନ୍ତା ନାରୀ ଭାବରେ ତାର ଚର୍ଚ୍ଚା ଚାଲିଥିଲା ସବୁଆଡେ।ସମସ୍ତେ ତାକୁ ଘୃଣା କରୁଥିବା ବେଳେ କେତେଜଣ ବୁଦ୍ଧିଜୀବି ତାକୁ ନିର୍ଦୋଶ ଭାବୁଥିଲେ।ନିଶ୍ଚିତ ଏମିତି କିଛି ବଡ ଘଟଣା ହୋଇଥିବ ଯାହା ପାଇଁ ଜଣେ ସ୍ତ୍ରୀ ବିଧବା ବନିବାକୁ ବାଧ୍ୟ ହୋଇଥିବ ?

ସମସ୍ତଙ୍କ ମନରେ ସେଥିପାଇଁ ବ୍ୟାକୁଳତା ଭାବ।କଥାର ମଞ୍ଜି ଜାଣିବାକୁ ସମସ୍ତେ ଅଥୟ।


ଏବେ ଅପରାଧିନୀ ରାଜଶ୍ରୀ ନିଜ ମୁହଁ ଖୋଲିଲା।

ମୁଁ ଜଣେ ଗାଉଁଲୀ ରମଣୀ।ମାତ୍ର ଶୋହଳ ବର୍ଷରେ ମୋ ଘରଲୋକେ ମତେ ବିବାହ କରିଦେଲେ ଏକ ମଦୁଆ ଲୋକସହ। ତାସହ ସୁଖ ଦୁଃଖ ସହ ମୋର ପାଞ୍ଚବର୍ଷ କଟିଗଲା।କହିବାକୁ ଗଲେ ସୁଖ ଅପେକ୍ଷା ଦୁଃଖ ଆମ ଭାଗରେ ବେଶିଥିଲା।କାରଣ ସେ ମଦନିଶାରେ ଅଧା କମାଣି ସାରିଦେଇ ଆସୁଥିଲେ। ଆମେ ଅଧାପେଟ ଖାଇ ମାଆ ଝିଅ ଚଳୁଥିଲୁ।ଦିନେ ମଦପିଇ କୋଉ ଗାଡିତଳେ ଆସି ମରିଗଲା ଓ ମୁଁ ବିଧବା ହୋଇଗଲି। ପୁଣି ମାଆ ଘରକୁ ଚାଲି ଆସିଲି ବୋଝ ହେବାପାଇଁ।ଏମିତିରେ ଆମ ଗରିବ ପରିବାର।ତଥାପି ସେଠି ତିନି ଚାରିବର୍ଷ ରହିଲି।ଝିଅକୁ ଗାଆଁ ସ୍କୁଲରେ ପଢାଉ ଥିଲି।ମୁଁ ବି ଲୋକଙ୍କ ବିଲ ବାଡିରେ ଯାଇ କିଛି କାମ କରି ଘରକୁ ସହଯୋଗ କରୁଥିଲି।

ଦିନେ ଜଣେ ଦଲାଲ ମୋ ପାଇଁ ଦ୍ବିତୀୟ ବିବାହର ପ୍ରସ୍ତାବ ନେଇ ଆସିଲା।ଶଙ୍କର ଜଣେ ଟ୍ରକଡ୍ରାଇଭର ଥିଲା।ତାର ପ୍ରଥମପତ୍ନୀ ମରିଯାଇଥିଲା।ସେ ଏବେ ଏକଲା ରହୁଥିଲା।ତାର ଘର ଚଳାଇବାକୁ ଜଣେ ସ୍ତ୍ରୀଲୋକର ଆବଶ୍ୟକତା ଥିଲା।

ମୋ ମାଆ ବାପା ତାସହ ମତେ ଛନ୍ଦିଦେଲେ।ମୋ ସହ ମୋ ଝିଅ ରୁମି ବି ଆସିଲା।ସେ ସହରର ସ୍କୁଲରେ ପଢା ଆରମ୍ଭ କଲା।ସେ ଏବେ କିଶୋରୀ ହୋଇ ସାରିଥାଏ।ଦେଖିବାକୁ ଗୋରା ରଙ୍ଗ ଗଢଣ ସୁନ୍ଦର।ବଡ ସରଳ ବିଶ୍ବାସୀ ଓ ପରିଶ୍ରମୀ ଥିଲା ମୋ ଝିଅ।

ଶଙ୍କର ପ୍ରାୟ ଦିନ ଟ୍ରକ ଧରି ବାହାରକୁ କାମରେ ଯାଏ।ଆଠଦିନରେ ଦିନେ ଦୁଇଦିନ ଘରେ ରୁହେ। ଯୋଉଦିନ ଘରେ ରହେ ସେଦିନ ମାଂସ ଆସେ ଘରକୁ। ମାଂସ ସାଙ୍ଗରେ ମଦ ଚାଖଣା କରେ ଆଉ ମୋସହ ସେ ଦୁଇଦିନ ବଡ ପ୍ରେମକରେ।ଏମିତିରେ ସମୟ ଗଡି ଚାଲିଥିଲା।ମଝିମଝିରେ ସେ ଝିଅକୁ ଡାକେ ତାର ଗୋଡ ହାତ ମୋଡିଦେ ବୋଲି କହେ। ବାପବୋଲି ଝିଅ ଚାଲିଯାଏ।ମୁଁ ବି କେବେ ଆକଟ କରୁନଥିଲି।ହେଲେ ଧିରେ ଧିରେ ଲୋକଟାର ଅସଲି ରୂପ ପଦାକୁ ଆସିଲା।ସେ ରୁମି ଦେହରେ ହାତ ମାରିବା ଆରମ୍ଭ କଲା।ଏବେ ମୋ ଝିଅ ତାକୁ ଦେଖିଲେ ଡରିବାକୁ ଲାଗିଲା। ପାଖକୁ ଡାକିଲେ ଯାଉନ ଥିଲା।ମତେ ତାର ଏପରି ଅମଙ୍ଗ ହେବା ଶଙ୍କାକୁଳ କରୁଥିଲା।ମୁଁ ବି ତାକୁ ବାଧ୍ୟ କରୁନଥିଲି ଯିବାକୁ।ବରଂ ମୁଁ ତାଙ୍କର ସବୁ କାମ ତୁଲାଉ ଥିଲି।

ଝିଅ ପାଠ ପଢୁଛି ତାକୁ କାମ ପାଇଁ ଡାକନି ବୋଲି ବୁଝାଇ ଦେଉଥିଲି ଶଙ୍କରକୁ। ମୁଁ ଝିଅକୁ ପାଠପଢାଇ ବଡ ଚାକିରି କରିବ ବୋଲି ଭାବୁଥିଲି।ଝିଅବି ଭଲ ପଢୁଥିଲା।

 ଦିନେ ମୁଁ ଆମ ଗାଆଁକୁ ଯାଇଥାଏ।ରୁମି ଛୁଟି ନଥିବାରୁ ଘରେ ରହି ଯାଇଥିଲା। ସେଦିନ ଶଙ୍କର ତାର କାମରୁ ଫେରିଲା।ମଦମାଂସଆଣି ରୋଷେଇକରି ଖାଇଲା।ଆଉ ଶେଷରେ ନିଜ ଝିଅକୁ ଟାଣି ଆଣି ବଳତ୍କାର କରିବାକୁ ଲାଗିଲା।ମତେ ସେଦିନ କାହିଁକି ଘରେ ଭଲ ଲାଗିଲାନି।ଝିଅ ଆଖିରେ ତା ବାପା ପ୍ରତି ଏକ ଡର ମୁଁ ଅନୁଭବ କରୁଥିଲି।ସେଥିପାଇଁ ମୋ ମନ ଅଶାନ୍ତ ଲାଗୁଥିଲା।ମୁଁ ଘରଲୋକଙ୍କୁ ଯାଉଛି କହି ବସ୍ ରେ ଚାଲି ଆସିଲି। ନିଜଘରେ ପଶି ଦେଖିଲି ବାପର ସଂପର୍କକୁ ଅପମାନିତ କରି ଶଙ୍କର ରୁମି ଉପରେ ଝାମ୍ପିପଡିଥିଲା ନିରୀହ ହରିଣୀ ଉପରେ ଶାର୍ଦୁଲ ଝାମ୍ପିଲା ପରି।ମୋର ଆଉ ହୋସ୍ ରହିଲାନି କେବଳ ମୋ ଝିଅର ଜୀବନ ମୋ ପାଇଁ ମୂଲ୍ୟବାନ ଥିଲା ସେତେବେଳେ।ମୁଁ ଶଙ୍କରକୁ ଟାଣି ଉଠାଇବାକୁ ଚେଷ୍ଟା କଲି ହେଲେ ସେ କାମନାରେ ପାଗଳ ହୋଇ ଯାଇଥିଲା।ସେ ମତେ ଦୂରକୁ ଛିଞ୍ଛାଡି ଦେଲା।ବାଧ୍ୟ ହୋଇ ମୁଁ ରୋଷେଇରୁ ପନିକିଟା ଆଣି ତାକୁ ହାଣିଦେଲି।

ମୋ ଝିଅର ଇଜ୍ଜତ ରକ୍ଷା ପାଇଁ ମୁଁ କାଳୀ ସାଜିଗଲି।ସେଥିପାଇଁ ମତେ ଯାହା ଦଣ୍ଡ ଚାହିଁବେ ଦିଅନ୍ତୁ।ଏବେ ମୁଁ ଜାଣୁଛି ରକ୍ତ ସଂପର୍କ ଛଡା ଅନ୍ୟ ଝିଅକୁ ପୁରୁଷ ତାର କାମନାର ଖେଳଣା ଭାବିବସେ।ଯଦି ରୁମି ଶଙ୍କରର ଔରଷ ଜାତ ସନ୍ତାନ ହୋଇଥାନ୍ତା କଣ ତା ସହ ଏମିତି ନାରକୀୟ ଖେଳ ଖେଳିଥାନ୍ତା?

ମୁଁ ଦ୍ବିତୀୟ ବିବାହ କରି ମୋ ଝିଅର ଜୀବନକୁ ବିପଦରେ ପକେଇ ଦେଇଥିଲି।ମତେ ସେ ସଂପର୍କରୁ ତାକୁ ମୁକ୍ତି ଦେବାର ଥିଲା।ମୋ ଜୀବନ ପ୍ରତି ମୋର ଏବେ ଲୋଭ ନାହିଁ ମତେ ମୃତ୍ୟୁଦଣ୍ଡ ଦିଅନ୍ତୁ।ହେଲେ ମୋ ଝିଅକୁ ପଢିବାର ସୁବିଧା କରିଦିଅନ୍ତୁ।


ରାଜଶ୍ରୀର କଥାଶୁଣି ସମସ୍ତେ ସ୍ତବ୍ଧ ପାଲଟି ଯାଇଥିଲେ।ସେମିତି ପରିସ୍ଥିତିରେ ଜଣେ ମାଆ ଏହାଛଡା କଣ ଆଉ କରିଥାନ୍ତା?ନ୍ୟାୟାଧୀଶ ନିଜ ନ୍ୟାୟ ଶୁଣାଇଦେଲେ।ରାଜଶ୍ରୀକୁ ଦଣ୍ଡମୁକ୍ତ କରାଯିବ ଆଉ ରୁମିର ପଢା ବ୍ୟବସ୍ଥା ଏକ ଆଶ୍ରମ ସ୍କୁଲରେ କରା ହେବ ବୋଲି କହିଲେ।

ଏବେ ରାଜଶ୍ରୀ ଆଖିରେ ଖୁସିର ଲୁହଥିଲା।ସେ କହୁଥିଲା ହେ ନ୍ୟାୟାଧୀଶ ତୁମେ ମୋ ପାଇଁ ସାକ୍ଷାତ ଧର୍ମ ଦେବତା।ମୋର କୋଟି ଜୁହାର ଘେନାକର।



Rate this content
Log in

Similar oriya story from Inspirational