Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ହବିଷ

ହବିଷ

1 min
7.0K



ବାର ଲୋକେ ବାର କଥା କହୁଛନ୍ତି ହବିଷ କରୁନି ବୋଲି l ହେଲେ କହିଲ ଭାଉଜ ! ହବିଷ କରିବା ପାଇଁ ସବୁ ଯୋଗାଡ ମୁଁ କରିବି କେମିତି ? ଦିନେ ଚୁଲି ଜଳିଲେ ଆର ବେଳା ପାଇଁ ଚିନ୍ତା l ତା ପରେ ବି ପିଲାମାନେ ସେମାନଙ୍କ ଥାଳିରେ ଯାହା ଛାଡୁଛନ୍ତି, ତାକୁ ନ ଖାଇ କାହିଁକି ବା ଫୋପାଡିଦେବି ? ମୁଁ କାହା କଥାକୁ କାନ ଦେଉନି l କାହା କଥାରେ କଣ ଆମ ପେଟ ପୁରିବ ନା ଅଭାବ ମେଣ୍ଟିଯିବ ?

       ସଦ୍ୟ ସ୍ୱାମୀହରା, ଗାଆଁ ହିସାବରେ ନଣନ୍ଦ ଜଣେ ମୋତେ କହିଲେ ଏ କଥା l ବ୍ରାହ୍ମଣ ଘର ବିଧବା ହୋଇ ହବିଷ ପାଳନ କରୁ ନ ଥିବାରୁ ବହୁତ ଲୋକ ବହୁତ କଥା କହୁଥିଲେ l କିନ୍ତୁ ତା ସ୍ୱାମୀର ଚିକିତ୍ସା ପାଇଁ ସେ ଯେ ଗୋଡ ଠାରୁ ମୁଣ୍ଡ ଯାଏଁ କରଜରେ ବୁଡି ରହିଛନ୍ତି, ଏ କଥା କାହାରିକୁ ବି ଦେଖା ଯାଉ ନ ଥିଲା l ତାଙ୍କ ଉପରେ ଯେ ତିନି ତିନିଟା ଛୁଆଙ୍କ ଦାୟିତ୍ୱ ଏ କଥା ସମସ୍ତେ ଭୁଲି ଯାଉଥିଲେ l ମୁଁ କିନ୍ତୁ ତାଙ୍କ ତ୍ୟାଗକୁ ସମ୍ମାନ ଦେଉଥିଲି l


Rate this content
Log in

Similar oriya story from Inspirational