Satyabati Swain

Tragedy

2  

Satyabati Swain

Tragedy

ହାର୍ଟ ବିଟ୍

ହାର୍ଟ ବିଟ୍

6 mins
491


ହାର୍ଟ ବିଟ୍


ଖାଁ ଖାଁ ଗାଁ ଛକଠୁ ରାଜ ରାସ୍ତା ଯାଏ।ତୁନି ପଡି ଯାଇଛି କଳକାରଖାନା,ଗାଡି,ମଟର,ବ୍ୟବସାୟ ବାଣିଜ୍ୟ ସ୍ଥଳୀ।ନିର୍ଜନତା ଓ ନିଃଶବ୍ଦ ରାଜୁତି କରୁଛି।ଥରି ଉଠୁଛି ବିଶ୍ୱ ଜୀବନ।ଥମ ହୋଇ ଯାଉଛି ଜୀବନ ଯାତ୍ରା।ଅଦୃଶ୍ୟ ଭୟର ତମ୍ବୁ ତଳେ ଜଗତ ଆଣ୍ଠେଇ ପଡିଛି।


କାହା ପାଇଁ ବିଶ୍ୱର ଏ ବିବଶତା !! କାହିଁକି ଏ ଶୁନ୍ୟତା!!


ବିଶ୍ୱ,ବିଜ୍ଞାନ ଓ ମଣିଷ ସବ୍ଧ।ନିଃସହାୟ ବିଶ୍ୱ ହଠାତ୍ ଗଳି ପଡୁଥିଲା ଅଦୃଶ୍ୟ ଅମିତ ବଳଶାଳୀ ମହାମାରୀ କରୋନା ଆଁ ରେ।ଅତର୍କିତ ଅଦୃଶ୍ୟ ଆକ୍ରମଣରେ ଅତିଷ୍ଠ ସମଗ୍ର ବିଶ୍ୱ।ଭାରି ଭୋକିଲା ଥିଲା ସେ ଭାଇରସ୍।ଚାଟି ଦେଉଥିଲା ମଣିଷ ଜାତିକୁ।ବିଶ୍ୱ ଜୀବନ ଥରି ଉଠୁଥିଲା କରୋନା ଆକ୍ରମଣରେ।ପ୍ରତିରୋଧ କରିବା ପାଇଁ କୌଣସି ଅସ୍ତ୍ର ନାହିଁ ମଣିଷ ପାଖରେ।


ପ୍ରତି ପକ୍ଷକୁ ଜିତିବା ପାଇଁ କେବଳ ମଣିଷ ନିଜ ଘରେ ରହିବ।ସାମାଜିକ ଦୂରତା ବଜାଇ ରଖିବ,ସାନିଟାଇଜ

ରରେ ହାତ ଧୋଇବ ଓ ମାସ୍କ ପିନ୍ଧିବ।ମଣିଷ ଯୁଦ୍ଧଙ୍ଗ ଦେହି ଡାକାରା ଦେଇ ଲକ୍ ଡାଉନ୍ କୁ କରିନେଲା ଅମୋଘ ଅସ୍ତ୍ର।


ମାର୍ଚ୍ଚ ଚବିଶ ତାରିଖରୁ ଲକ୍ ଡାଉନ୍ ରେ ଭାରତ। କାମ ଧନ୍ଦା କିଛି ନାହିଁ।ଦରମା ଗଣ୍ଡାଙ୍କ ସରି ଆସିଥିଲା।ଆଉ ଛଅ ସାତ ଦିନ ପରେ ଦରମା ମିଳି ଥାନ୍ତା।ମେସ୍ କରି ସାତ ଜଣ ପିଲା ଆମେ ସାଙ୍ଗ ହୋଇ ରହୁଥିଲୁ।ଯାହା ପାଖରେ କିଛି ଥିଲା ରାସନ୍ କିଣି ଆଣି କଷ୍ଟେ ମଷ୍ଟେ ଚଳିଲୁ।ପାଖରେ ପଇସା ନାହିଁ କି ଖାଇବାକୁ ରାସନ।ଗୋଟିଏ ଥର ଭାତ ରାନ୍ଧି ଦେଇ ଆଳୁ ଦିଟା ପକେଇ ଦୁଇ ଦିନ ଯାଏ ବକତେ ଲେଖାଏଁ ଖାଇ ବଞ୍ଚିବାକୁ ଚେଷ୍ଟା କଲୁ।ବାପି ଫୋନ୍ କରିଥିଲେ ମା ଦେହ ଅତି ଖରାପ।


ମୋତେ ଭାରି ବ୍ୟସ୍ତ ଲାଗୁଥିଲା।ଚାହିଁଥିଲି ଏପ୍ରିଲ ଚଉଦ ତାରିଖକୁ।କିନ୍ତୁ ଚଉଦ ପୂର୍ବରୁ ପୁଣି ଘୁଂଚିଲା ଲକ୍ ଡାଉନ୍ ତାରିଖ ମେ ତିନି ପର୍ଯ୍ୟନ୍ତ।ମୋ ସାଙ୍ଗ ମାନେ ଫୋନ୍ ରେ ଦିନ ରାତି ଖେଳରେ ମସ୍ତ ହେଉଥିଲେ।ଟିଭିରେ କେତେ କଣ ଦେଖୁଥିଲେ।ମୁଁ କିନ୍ତୁ ଦେଖୁଥିଲି ଗୋଟିଏ କରୁଣ ମୁହଁ ମା ର।ଆଉ ଗୋଟେ ଅସହାୟ ଅଣ୍ଟା ବାପିର।ମୋ ଚାରି ପାଖେ ଏଇ ଦୁଇଟି ମୁହଁ।ସାରା ସଂସାରରେ ଯୁଆଡକୁ ଅନେଇଁଲେ ଏଇ ଦୁଇଟି ମୁହଁର ରେଖା ଚିତ୍ର ମୋତେ ଅତିଷ୍ଠ କରି ଦେଉଥିଲେ।ଆଉ ସମ୍ଭାଳି ପାରିଲି ନାହିଁ।ପାଖରେ ପଇସା ନାହି,ବସାରେ ଖାଦ୍ୟ ନାହିଁ କି ମନରେ ଧିର୍ଯ୍ୟ।


ସମ୍ଭାଳି ପାରିଲୁ ନାହିଁ ପେଟ ଭୋକ,ଗାଁ ଡାକ ,ମା ମମତା।ନିଷ୍ପତ୍ତି ନେଲୁ ଗଳା ବାଟେ ରାତି ଅଧେ ଚୁପ୍ ଚାପ୍ ପଳେଇବା ସବୁ ନିୟମ ଭାଙ୍ଗି।ମୁଁ ବେଶୀ ଆତୁର ଥିଲି।ମୋର ଘରକୁ ଯିବା ନିହାତି ଦରକାର।ରୋଗୀଣା ମା ଟା ମୋ ବାଟ ଅନେଇଁ ବଇଚି।


ମୁଁ ଦୌଡୁଥିଲି ସମସ୍ତ ସାଙ୍ଗଙ୍କ ସହ।ବାଟ ଜାଣି ନଥିଲୁ।ତଥାପି ଆଖି ଜୁଆଡ଼େ ନେଉଥିଲା ସେ ଆଡେ ଧାଉଁ

ଥିଲୁ।ମୁଁ ଆଦୌ ଦଉଡ଼ି ପାରେନି ବୋଲି ସ୍କୁଲରେ କଇଁଛ ଡାକୁଥିଲେ ସାଙ୍ଗ ମାନେ।ଅତି ଧୀର ସ୍ଥିର ମୋର ଚାଲି।ସ୍କୁଲରେ ଅନ୍ୟ ପିଲାମାନେ ଦୌଡ଼ ପ୍ରତିଯୋଗି

ତାରେ ଟ୍ରଫି ପାଇଲା ବେଳେ ମୋ ମନ କୁହେ ମୁଁ ଏମିତି ଦଉଡ଼ି ପାରିଲେ କେତେ ମଜା ହୁଅନ୍ତା ! କିନ୍ତୁ ଦୌଡ଼ିବା ସମ୍ଭବ ହେଉ ନଥିଲା।କାରଣ ମୋର ଡାହାଣ ଗୋଡ଼ଟି ବାମ ଗୋଡ଼ ଅପେକ୍ଷା ଟିକେ ଛୋଟ।ଟିକେ ଢଳି ଢଳି ଚାଲେ।ଦୌଡ଼ିବା ପ୍ରୟାସ କଲେ ଛୋଟେଇ ଛୋଟେଇ ଡେଇଁଲା ପରି ଲାଗେ।ମଜାରେ ପିଲାଏ କୁହନ୍ତି 'ରାଜା 'ମାଙ୍କଡ଼ ଡେଇଁଲା ପରି ଲାଗୁଛୁ।"ଖାସ୍ ଏଇ ଗୋଡ଼ ପାଇଁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଲେ ବି ସାର୍ ମୋ ନାଁ କାଟି ଦିଅନ୍ତି।କୁହନ୍ତି ରାଜା ତୁ ଯେଉଁଟି ପାରିବୁ ସେଇ ଖେଳ ନେଇ ତୋ ଦକ୍ଷତା ପ୍ରତିପାଦନ କର।ମଣିଷ ସେଇଆ କରିବା ଉଚିତ ଯାହା ତା ଦେଇ ସମ୍ଭବ ଓ ସଫଳତା ନିଶ୍ଚୟ ପାଇ ପାରିବ।ଏଣେ ତେଣେ ମନ ଲଗାଇଲେ ଅସଫଳତା ମିଳିବା ସାର ହେବ।ତୁ ଅନ୍ୟ ଖେଳ ନେ।


ମନଟି ମରି ଯାଏ ମୋର।ଗୋଡ଼ଟି ଛୋଟ କିଏ କଲା?କାଇଁ ଅନ୍ୟ ମାନଙ୍କ ଗୋଡ଼ ତ ସେମିତି ହୋଇନି? ମୋ ବାପି ଓ ମା ତାଙ୍କ ସାଧ୍ୟ ମତେ ମୋ ଖୁସି ପାଇଁ ସବୁ କରି ପାରନ୍ତି। ସବୁ ଡାକ୍ତରଙ୍କୁ ଦେଖାଇଲେ ବି ଏଇ ଗୋଡ଼ ମୋର ସମସ୍ତଙ୍କ ପରି ହେଉ ପାରୁନି କାହିଁକି?


ବାପି କୁହନ୍ତି ରାଜ ତୁ ମନ ଦେଇ ପାଠ ପଢ଼।।ତୁ ସେଇ ଦିଗରେ ମନୋ ନିବେଶ କର।ଯାହା ତୋ ଦେଇ ହେବନାହିଁ ସେ ଦିଗପ୍ରତି ମନ ବଳାନା।ଈଶ୍ୱର ସମସ୍ତଙ୍କୁ ସବୁଥିରେ ପରିପୂର୍ଣ୍ଣ କରି ନଥାନ୍ତି।


କାହିଁକି କରି ନଥାନ୍ତି?ତାଙ୍କୁ କେହି ମାନିବେନି ବୋଲି?


ମୋର ଅନେକ ପ୍ରଶ୍ନ ଉତ୍ତର ବାପି ଦେଇ ପାରନ୍ତିନି।ଅସହାୟ ଦିଶନ୍ତି।ବୋଧେ ଉତ୍ତର ଆସେ ନାହିଁ ତାଙ୍କୁ।କିବା ସେମିତି କହି ଅପରାଧ ମୁଣ୍ଡେଇବାକୁ ଚାହାନ୍ତିନି।କେବଳ ଏତିକି କୁହନ୍ତି ସେ ଠାକୁର।କଣ କରନ୍ତି କାହିଁକି କରନ୍ତି ତାଙ୍କୁ ଜଣା। ତୋତେ ଭଲ ପଢି,ଭଲ ମଣିଷ ହେବାକୁ ଜନ୍ମ ଦେଇଛନ୍ତି,ଖେଳିବାକୁ ନୁହେଁ।


ମୋ ମନରେ କିନ୍ତୁ ପାଠ ଅପେକ୍ଷା ଖେଳ ବିଶେଷତଃ ଦୌଡ଼ ପ୍ରତି ଅହେତୁକ ଦୁର୍ବଳତା।କେମିତି ବୁଝେଇବି ସମସ୍ତଙ୍କୁ ମିଳୁ ନଥିବା,ଅସମ୍ଭବ ମନେ ହେଉଥିବା ଚିଜ ପ୍ରତି ଅଧିକ ଝୁଙ୍କ୍ ,ଜିଦ୍ ଥାଏ ବୋଲି।ଗୋଟିଏ ଛୁଆ ମୁଁ ବାପି ଓ ମାଙ୍କର।ବାହା ହେବାର ତେର ବର୍ଷ ପରେ ମୋ ଜନ୍ମ କାଳେ।ଆଶା ନଥିଲା ଆଉ ତାଙ୍କର ଛୁଆ ପିଲା ହେବ।କିନ୍ତୁ ବହୁତି ଡାକ୍ତରୀ ପରୀକ୍ଷା ଓ ଈଶ୍ୱରଙ୍କ ଅସୀମ କୃପାରୁ ମୁଁ ଜନ୍ମ ନେଲି।ଗାଁ ସାରା ଖୁସିରେ ଭାସିଲେ ମୋ ଜନ୍ମରେ।କିନ୍ତୁ ଚାଲିଲା ବେଳକୁ ଟିକେ ଢଳି ଢଳି ଚାଲିଲି।ମା କୁହେ-" ମୋ ଧଳା କହ୍ନେଇଁ

,ଗୁଣ୍ଠୁଣି ହାତୀ ଚାଲିଟା କି ସୁନ୍ଦର!ତୋଫା ଗୋରା

 ,ଗହବା କଳା ମିଚି ମିଚି ଚୁଟି ,ରାଜା ଛୁଆ ପରି ଚେହେରା।କିଏ କହିବ ଖରା ତରାରେ ଘାଣ୍ଟି ହେଉଥିବା ବାଲି ଗୋଡି ଫେଣ୍ଟା ସିଦ୍ଧିଆ ଦାସର ପୁଅ ବୋଲି! ବେଳେବେଳେ ମା ମୋତେ ଧଳା କହ୍ନେଇଁ ଡାକେ ମୋର ଦେହ ଧୋବ ଫର ଫର ବୋଲି।ସବୁ ମା ଗୁଡା ବୋଧେ ଏମିତି ନିଜ ଛୁଆର ଖୁଣ ଦେଖି ପାରନ୍ତି ନାହିଁ।ମୁଁ ରାଜେନ୍ଦ୍ର ଦାସ,ମୋ ମା ର ରାଜା।


ସେଇ ପିଲାଦିନୁ ଦୌଡା ପ୍ରତି ମୋର ଅବଶୋଷ ରହିଗଲା।ହେଲେ ଆଜି ଦେଖ ମୁଁ ଦଉଡ଼ି ପାରୁଛି ଯଦିଓ ଚିଲ ପରି ନୁହେଁ,ହାତୀ ପରି ଦୌଡୁଛି କିନ୍ତୁ। ସାଙ୍ଗ ମାନେ ଅନେକ ଆଗରେ।ଛୋଟ ଗୋଡ଼ଟି ମୋତେ ସାଥ ଦେଉ ନଥିଲା।ଘରଟି ଅଧା ହୋଇ ପଡିଛି।ମା ସୁଦୁ ରୋଗିଣୀ।ଏଣୁ ମୁଁ ପ୍ଲସ୍ ଥ୍ରୀ ପାସ୍ ପରେ କମ୍ପ୍ୟୁଟର କୋର୍ସଟିଏ କରି କମ୍ପ୍ୟୁଟର ବେଟ୍ରି ବାଇଡିଂ କାମରେ ତିନି ମାସ ହେବ କଲିକତା ରେ ଜବ୍ଟିଏ କରୁଛି।ମାସିକ ଦରମା ପନ୍ଦର ହଜାର।ବାପିଙ୍କୁ ସାହାଯ୍ୟ ହେବି ଓ ମା କୁ ଭଲ ମେଡିକାଲ ରେ ଦେଖାଇବା ପାଇଁ ମୋର ଚାକିରୀ ନିହାତି ଦରକାର ଥିଲା।


ହେଲେ ସବୁ ସ୍ବପ୍ନ ମୋର କ ରୋ ନା ଛଡାଇ ନେଲା।ପିଲାଦିନେ ମୋ ଦେଇ ହେଉ ନଥିବା ଦୌଡା ଦୌଡୁଛି ମୁଁ। ବାପି ଘଣ୍ଟାକୁ ଘଣ୍ଟା ଫୋନ୍ କରୁଛନ୍ତି।କାହିଁକି ଆସିଲୁ ବୋଲି ଗାଳି କରୁଛନ୍ତି।କିନ୍ତୁ ମୁଁ କଣ କରିଥାନ୍ତି।ପେଟରେ ପେଟେ ଭୋକ। ମା ଦେହ ଖରାପ ମନ ଭାର୍ତ୍ତି ଦୁଃଖ।ମୋତେ ପାଗଳ ହେବାକୁ ଯଥେଷ୍ଟ ଥିଲା। ବାପି ମୋତେ କ୍ଷମା କରିବ ଆଇନ ଭାଙ୍ଗୁଛି ଦେଶର ଶିକ୍ଷିତ ହୋଇ।ମୁଁ ବଞ୍ଚିବାକୁ ଚାହୁଁଛି।ମା କୁ ଦେଖିବାକୁ ଚାହୁଁଛି ଦୌଡୁ ଦୌଡୁ ମନେ କାଉଥିଲି ମୁଁ।


ସାଙ୍ଗ ମାନେ ମୋତେ ମୋତେ ଆଉ ଦିଶୁ ନାହାନ୍ତି।ବହୁତ ଆଗକୁ ଦଉଡ଼ି ଗଲେଣି ବୋଧେ।ମୁଁ ଦୌଡୁଛି ଭାବୁଛି କେତେ କଣ?ଗୁଡାଏ ପ୍ରଶ୍ନ ବାଚକ ଚିହ୍ନ ଗୋଲ୍ ଗୋଲ୍ ବୁଲୁଛନ୍ତି ମୋ ଆଖି ଆଗରେ।ରାତି ଅନ୍ଧାର।ମୋ ଆଖିରେ ଜୁଳୁଜୁଳିଆ ପୋକ ବାହାରି ଯାଉଛି।ଛୋଟ ଗୋଡ଼ଟି ମୋର ଆଉ ବଡ଼ ଗୋଡର ସାଥ୍ ଦେଉ ନାହିଁ।ମୋତେ ଲାଗୁଛି ପାଦେ ବି ଆଗେଇ ପାରିବି ନାହିଁ।ତଣ୍ଟି ଶୁଖିଗଲାଣି।ପାଣି ପାଣି ହୋଇ ଦୁଲ୍ କି ପଡ଼ିଗଲି ମୁଁ।ସେଇ ଅବଚେତନ ମନ ଦେଖୁଛି ମୋ ମା ପଡିବା ଦେଖି ଦଉଡ଼ି ଆସୁଛି।ମୋ ଧନ ମୋ ରାଜା କହି ଉଠାଉଛି।ମୁହଁ ପୋଛି ଦେଉଛି ତା କାନିରେ।ଦେଖି ଦେଖି କିଛି ହୋଇନି ତ ତୋର ଚାରି ଆଡ଼ ଝାଡ଼ି ଝୁଡି କହୁଛି।ଖାଲି ଲୁହ ତା ଆଖିରେ।ତାପରେ ଆକାଶରେ ତାରା ପାଖକୁ ଚାଲି ଯାଉଛି ମା।ମୁଁ ଚିତ୍କାର କରୁଛି ମା,ମା ରହ ମା।କୁଆଡେ ଯାଉଛୁ,ମା ଆ ଆ।


ହୋସ୍ ଆସିଲା ବେଳକୁ ନିଜକୁ ଆବିଷ୍କାର କଲି ଯାଜପୁର କ୍ୱାରେଣ୍ଟାଇନ୍ ହୋମ୍ ରେ।ମୋତେ କ ରୋ ନା ଆକ୍ରାନ୍ତ କରିଛି।ଆଉ ମୋ ଛୋଟ ଗୋଡ଼...! ପ୍ଲାଷ୍ଟର୍ ହୋଇଛି।


ବାପି ଫୋନ୍ କରିଛନ୍ତି ତୁ ବ୍ୟସ୍ତ ହେବୁ ନାହିଁ ରାଜା।ମା କାନ୍ଦିବ ବୋଲି ତାକୁ ଜଣେଇନି ତୋତେ କ ରୋ ନା ହୋଇଛି।ଏଣୁ ତୁ ଭିଡିଓ କଲ୍ କରିବୁ ନାହିଁ କି ମା ସଂଗେ କଥା ହେବି ଦିଅ କହିବୁ ନାହିଁ।ତୁ ଆଗ ଭଲ ହୋଇ ଘରକୁ ଆ ଧନ।ତୋ ଫେରିବା ବାଟକୁ ମୁଁ ଅନେଇଁ ବାଇଚି"।


ପାଞ୍ଚ ଦିନ ପରେ ମୁଁ ପ୍ରକୃତିସ୍ଥ ହେଉଛି ବୋଲି ଡାକ୍ତର କହୁଛନ୍ତି।କ୍ୱାରେଣ୍ଟାଇନ୍ ହୋମ୍,ଆଇସୋଲେସନ୍ ବେଡ୍, କ ରୋନା ,ମୋ ଗୋଡ଼ ଓ ମା କଥା ଭାବି ଭାବି ମୁଁ ଖାଲି ଲୁହ ଢାଳୁଛି।ମୋ ଆଖିର ଟୋପିଏ ଲୁହ ମୋ ମା ସହି ପାରେ ନାହିଁ।କିନ୍ତୁ ଏକା ଏକା କେତେ କାନ୍ଦୁଛି ମୁଁ।ବାପି ଙ୍କ ମୁହଁ ଦେଖା ଯାଉଛି।ଖରାରେ ଶିଝିଲେ ବି ମୋ ବାପି ମୁହଁ ଦାଉ ଦାଉ ହୋଇ ଜଳେ।କିନ୍ତୁ ଲୁହ ଲୁଚାଇ ମୁହଁରେ ହସ ଫୁଟାଇ ସେ ମୋତେ ଆଶ୍ୱାସନା ଦେଉଥିଲେ ସିନା ଫାଟି ପଡୁଥିଲା ତାଙ୍କ ଛାତି।


ୟାଡୁ ସ୍ୟାଡୁ ବାଜେ ଚିନ୍ତା ମୋତେ ଖାଇ ଯାଉଥିଲେ।ମୁଁ ବାପି ମୁହଁରେ ଏତେ ଦାଢ଼ି ଭର୍ତ୍ତୀ କାହିଁକି?ବାପି ତ ନିଇତି ସକାଳୁ ଦାଢ଼ି ସେଭ୍ କରନ୍ତି?ବୋଧେ ବ୍ଲେଡ୍ ସରି ଯାଇଥିବ।ଆଗ ଗଲେ ବାପିଙ୍କ ଦାଢ଼ି ସେଭ୍ କରିବି ମୁଁ।ପୁଣି କହିଲେ ମୁଁ ତୋ ବାଟ ଅନେଇଁ ବଇଚି।କାହିଁକି କହିଲେନି ଆମେ ତୋ ବାଟ ଅନେଇଁ ବଇଚୁ?ଓଃ ଏଣୁ ତେଣୁ ଚିନ୍ତା ମୋତେ ପାଗଳ କରି ଦେଉଥିଲେ।


ରାମ ସିନା ଚଉଦ ବର୍ଷ ବଣରେ କାଟିଥିଲେ।ହେଲେ କ୍ବାରେଣ୍ଟାଇନ୍ ହୋମ୍ ରେ ସେ ଚଉଦ ଘଣ୍ଟା ବିତେଇ ପାରି ନ ଥାଆନ୍ତେ। ମାନସିକ ସ୍ତରରେ ଏଠି ପ୍ରତି ମୁହୂର୍ତ୍ତରେ ମରୁଥାଏ ଜଣେ କ ରୋ ନା ଆକ୍ରାନ୍ତ।ମୋତେ ଭାରି ବିଚଳିତ ଲାଗୁଥାଏ।ବାପି ଦାଢ଼ି ଭର୍ତ୍ତୀ ମୁହଁ,

ନିସ୍ତେଜ ପେଜୁଆ ଆଖି ଖାଲି ଦିଶି ଯାଉଥାଏ।ତିନି ମାସ ହେବ ମା କୁ ଦେଖି ନାହିଁ।ଭାରି ବ୍ୟସ୍ତ ଲାଗୁଥାଏ।ସତେକି ମା ଆକୁଳ ବିକଳ ହୋଇ ଖାଲି ରାଜା,ରାଜୁନି ଡାକୁଛି।କି ଦିନ କି ରାତି ମୋତେ ନିଦ ହେଉ ନାହିଁ।ମୁଁ କେବଳ ଡାକ୍ତର ,ନର୍ସ ଙ୍କୁ ପଚାରୁଛି କେବେ ଖୋଲା ହେବ ମୋ ଗୋଡ଼।କେବେ ଯିବି ଘରକୁ ମୁଁ।ପ୍ରତିଦିନ ମୋର ସେଇ ଏକା ପ୍ରଶ୍ନ।ଆଉ ସେମାନଙ୍କର ବି ଗୋଟିଏ ଉତ୍ତର ବ୍ୟସ୍ତ ହୁଅନ୍ତୁ ନାହିଁ।ଚଉଦ ଦିନ ପରେ ଆଉ ଚଉଦ ଦିନ ରହିବ।ମୋଟ ଅଠେଇଶି ଦିନ ପରେ ତୁମକୁ ନେଇ ଘରେ ଛାଡି ଦିଆ ଯିବ।


ଅ ଠେ ଇ ଶି!!!


ମ୍ୟାଥ୍ ଅନର୍ସ ମୋର।କିନ୍ତୁ କ୍ବାରେଣ୍ଟାଇନ୍ ରେ ମୋର ଏପରି ଅବସ୍ଥା ହେଲା ଯେ ଅଠେଇଶି ଦିନ ହିସାବ କରି ପାରିଲି ନାହିଁ।କେତେ ଦିନ ଯାଉଛି କେତେ ଦିନ ରହିଲା ହିସାବ ଭୁଲ୍ ଭାଲ୍ ହୋଇ ଯାଉଥିଲା।ଏତେ ବିବଶ ଭାଵ,ଏପରି ଅସହାୟତା,ଏତେ ଅଣନିଃଶ୍ଵାସୀ ରୁଦ୍ଧତା!ଈଶ୍ୱର କରନ୍ତୁ କେହି କ୍ୱାରେଣ୍ଟାଇନ୍ ହୋମ୍ ର ଦୁର୍ଭାଗ୍ୟ ନ ଭୋଗନ୍ତୁ।


ଅଠେଇଶି କେବେ ହେବ ମୁଁ ହିସାବ କରି ନ ପାରି କେବଳ ଅପେକ୍ଷା କଲି।ଏପ୍ରିଲ ତିରିଶି ସକାଳେ ନର୍ସ ଆସି କହିଲେ ରାଜେନ୍ଦ୍ର ଦାସ ତୁମେ ସମ୍ପୂର୍ଣ୍ଣ ଭଲ ହୋଇ ଯାଇଛ।ଆଜି ତୁମର ଅଠେଇଶି ଦିନ ପୁରିଲା।କାଲି ସକାଳେ ତୁମକୁ ନେଇ ଘରେ ଛାଡି ଦେବାର ବନ୍ଦୋବସ୍ତ  କରାଯିବ।


ଓଃ.. 'ଖୁସି 'କଣ ମୁଁ ସେଇ ମୁହୂର୍ତ୍ତରେ ଅନୁଭବ କଲି।ୱାଲକ୍ ର୍ ଧରି ଛୁଆ ଙ୍କ ପରି ମୁଁ ଛୋଟେଇ ଛୋଟେଇ ବୁଲି ଗଲି କେଇ ଘେରା।ମା ଶୁଣୁଛୁ ମୁଁ କାଲି ଘରକୁ ଯିବି।ଓ ହୋ, ହେ ହେ ମୁଁ କାଲି ଘରକୁ ଯିବି।ଖୁସିରେ ଗୁଡାଏ କାନ୍ଦି ପକାଇଲି ମୁଁ।ଆଜୀବନ ବିନା ସାହା ରାରେ ମୁଁ ଚାଲି ପାରିବିନି ଡାକ୍ତର ଶୁଣାଇଁ ଦେଇଥିଲେ।ମୋତେ କିଛି ଶୁଭୁ ନଥିଲା।କେବଳ ମୋତେ ଦିଶୁଥିଲା ମୋ ଅଧା ଗଢ଼ା ଘର,ମା ଓ ବାପି।


ଆଃ ପହଞ୍ଚି ଗଲି ମୋ ଗାଁ ରେ।ପେଟ ଭିତରକୁ ଶୋଷିନେଲି ମୋ ଗାଁର ବାସ୍ନା।ଡାକି ଡାକି ପଶିଗଲି ଘରେ ମା ଏ ମା।ବାପି ଝଡି କଣ୍ଟା ଦେଖା ଯାଉଥିଲେ।ଘର ବାଡ଼ି ଚାରି ଆଡେ ଧୁନ୍ଦି ଗଲି ମା କୁ।ମା କୁଆଡେ ଗଲୁ।ମୋତେ ବହୁତ ଭୋକ ମା।ଦିଟା ପଖାଳ,ଶାଗ ଓ ଆଳୁ ଚକଟି ଦେଲୁ ମୁଁ କଂସାଏ ଆଗ ଖାଇ ଦିଏ।


ବାପି ମୋତେ କୁଣ୍ଢେଇ ପକେଇ ଭୋ ଭୋ କାନ୍ଦି ଉଠିଲେ।ଅଧିକ ଧଇଁ ପେଲି ଉଠିଲା।ମେଡିକାଲ୍ ଲକ୍ ଡାଉନ୍ ଯୋଗୁଁ ଗାଡି ଘୋଡା ବନ୍ଦ।ଆମ୍ବୁଲାନ୍ସ ଆସିଲା ବେଳକୁ...ଆଉ କହି ପାରିଲେ ନାହିଁ ବାପି।ମୁଁ ତ ଗୋଟିଏ ଗୋଡର ଗତି ହରେଇ ଥିଲି ଏବେ ଲାଗୁଥିଲା "ହାର୍ଟ ବିଟ୍" ବନ୍ଦ ହୋଇଯିବ କି କଣ ମା କୁ ଫଟୋ ହେବା ଦେଖି।



Rate this content
Log in

Similar oriya story from Tragedy