kamal kumar dash

Drama Romance Classics

3  

kamal kumar dash

Drama Romance Classics

ହାପି ଭାଲେଣ୍ଟାଇନ ଡେ

ହାପି ଭାଲେଣ୍ଟାଇନ ଡେ

1 min
155


ଆରେ ଜାଣିଛ  ଆମ ମଧୁମାଳତୀ ଗଛରେ ଫୁଲ ଫୁଟିଛି , ବହୁତ ସୁନ୍ଦର ଲାଗୁଚି | ଆଉ ତମ ଗୋଲାପ ଗଛଟା ତମେ ଗଲl ପରଠାରୁ ତୁମକୁ ଝୁରୁଛି , ସବୁ ଫୁଲ ଝଡି ଗଲାଣି | ମୁଁ ତା ମୂଳ ସଫା କରୁଥିଲି ଗୋଟେ କଣ୍ଟା ଫୋଡି ହୋଇଗଲା ମୋ ହାତରେ | ତୁମ କଥା ମନେ ପଡିଗଲା ,ସେ ଗଛଟା ଠିକ ତୁମରି ପରି ହୋଇଛି ,ଭଲ କହିଲେବି ରାଗିଯାଉଛି  | ତୁମେ ତ ଜିଦ କରି ବଡ଼ ପୁଅ ସାଥିରେ ଆମେରିକା ଉଡି ଗଲ , ମୁଁ ଏଠି ସାନ ପୁଅ ସାଥିରେ ରହିଗଲି | ବବୁଲ (ସାନର ପୁଅ) ତୁମକୁ ବହୁତ ଖୋଜୁଚି, ସେ ଏବେ ମାମା ମାମା କହୁଛି |   

         ତୁମ ସାଙ୍ଗ ମୀଠୀ  ଆସିଥିଲା ଅନେକ ଦିନ ପରେ , ପୁରୀ ଭୋଗ ବି ଆଣିଥିଲା ତୁମ ପାଇଁ | ସେ ବୋଧେ ଜାଣି ନଥିଲା କି ତୁମେ ଆମେରିକା ଯାଇଛ ବୋଲି | ତୁମେ ନାହଁ ଶୁଣିଲା ସାଙ୍ଗ ସଂଗେ ବାହାରି ଯାଉଥିଲା ସେ ,ହେଲେ ବୋହୁ ତାକୁ ଅଟକାଇ ଦେଲା ଚାହା ପିଇବା ପାଇଁ | କିଛି ପୁରୁଣା କଥା ଗପିଲା ,ମୋର ବି ମନେ ପଡିଗଲା ମୀଠୀ ଆସିଲେ ତମେ କେତେ ଖୁସି ହେଉଥିଲ ଓ କୁଆଡେ ବୁଲିଯିବ ପ୍ଲାନ କରୁଥିଲ | ବବୁଲ କୁ ଧରି ସେ ଟିକେ ଗେଲ କଲା , ବବୁଲ ତାକୁ ବି ମାମା ଡ଼ାକିଲା ରୁ ସେ ବହୁତ ଖୁସି ହୋଇଗଲା |ସେ ତୁମ କୁ ବହୁତ ମନେ ପକାଉଥିଲା ଓ କହିଲା ତମେ ଆସିଲା ପରେ ସମସ୍ତେ ମିଶି ପୁରୀଯିବା ଓ ପ୍ରସାଦ ଖାଇ ଆସିବା | ଆଶା ସମସ୍ତେ ଭଲରେ ଥିବ ,ସେଠି ବହୁତ ଥଣ୍ଡା ପଡେ ବେଶୀ ବାହାରେ ବୁଲିବନି ଓ ତୁମ ମେଡ଼ିସିନ ଠିକ ସମୟରେ ନେବ | ସେଠି ରୋଗରେ ପଡି ପିଲା ମାନଂକୁ ହଇରାଣ କରିବନି | କlହl ଉପରେ ରାଗିବନି କି ମୁଁହ ବଡ଼ କରି ବସିବନି , ନିଜେ ଖୁସି ରହିବ ଅନ୍ୟ ମାନଙ୍କ ସlଥିର ମିଶି ହସିବ | 

                  


Rate this content
Log in

Similar oriya story from Drama